ETV Bharat / bharat

ଭୋଟ୍ ଫର୍ ନୋଟ ମାମଲାରେ ସୁପ୍ରିମ ରାୟ: 1998 ନିଷ୍ପତ୍ତି ଉପରେ ରୋକ୍, ସାଂସଦ-ବିଧାୟକଙ୍କୁ ମିଳିବନି ସୁରକ୍ଷା

author img

By ETV Bharat Odisha Team

Published : Mar 4, 2024, 1:44 PM IST

Vote For Note Case in Supreme Court: ଭୋଟ ବଦଳରେ ନୋଟ ପ୍ରସଙ୍ଗ । 1998 ମସିହାର ନିଷ୍ପତ୍ତି ଉପରେ ରୋକ ଲଗାଇଲେ ସୁପ୍ରିମକୋର୍ଟ । ଅଧିକ ପଢନ୍ତୁ

Vote For Note Case
Vote For Note Case

ନୂଆଦିଲ୍ଲୀ: ଭୋଟ୍ ବଦଳରେ ନୋଟ ମାମଲାରେ ଆସିଲା ସୁପ୍ରିମକୋର୍ଟଙ୍କ ବଡ଼ ରାୟ । ସାଂସଦ ଏବଂ ବିଧାୟକଙ୍କୁ ଦିଆାଯାଉଥିବା ଆଇନଗତ ସୁରକ୍ଷା ଉପରେ ରୋକ ଲଗାଇଲେ କୋର୍ଟ । 1998 ମସିହାର ନିଷ୍ପତ୍ତି ଉପରେ ରୋକ ଲଗାଇ ସାଂସଦ ଏବଂ ବିଧାୟକଙ୍କୁ ସୁରକ୍ଷା ଦିଆଯିବ ନାହିଁ ବୋଲି ରାୟ ଶୁଣାଇଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ । ଭୋଟ ପାଇଁ ଲାଞ୍ଚ ନେବା ଆଇନଗତ କାର୍ଯ୍ୟର ଅଂଶ ନୁହେଁ ବୋଲି ଅଦାଲତ କହିଛନ୍ତି । ଯେଉଁ ବିଧାୟକ ବା ସାଂସଦମାନେ ଭୋଟ ଦେବା ପାଇଁ ଲାଞ୍ଚ ମାଗିବେ ତାହେଲେ ସେମାନଙ୍କ ବିରୋଧରେ ମାମଲା ରୁଜୁ କରାଯାଇପାରିବ ବୋଲି ସୁପ୍ରିମକୋର୍ଟ ବଡ଼ ନିଷ୍ପତ୍ତି ନେଇଛନ୍ତି । ଶୁଣାଣି ପରେ ଓକିଲ ଅଶ୍ବିନୀ ଉପାଧ୍ୟାୟ କହିଛନ୍ତି, "ଟଙ୍କା ବିଷୟରେ ପ୍ରଶ୍ନ କରିବା ବିଷ ଭଳି ଅଟେ । ଏହା କ୍ୟାନ୍ସର ରୋଗ ସହିତ ସମାନ ଅଟେ । ଏହାକୁ ତୁରନ୍ଦ ବନ୍ଦ କରିବା ଉଚିତ ।"

ଶୁଣାଣି କରିବା ସମୟରେ ସୁପ୍ରିମକୋର୍ଟ 1998 ମସିହାରେ ନରସିଂହ ରାଓ ମାମଲା ନିଷ୍ପତ୍ତି ଉପରେ ରୋକ ଲଗାଇଛନ୍ତି । 7 ଜଣିଆ ବିଚାରପତିଙ୍କୁ ନେଇ ଗଠିତ ଖଣ୍ଡପୀଠରେ ଏହି ଶୁଣାଣି ହୋଇଛି । ପ୍ରଧାନ ବିଚାରପତି ଜଷ୍ଟିସ ଚନ୍ଦ୍ରଚୂଡ଼ଙ୍କ ଅଧ୍ଯକ୍ଷତାରେ ଗଠିତ ଖଣ୍ଡପୀଠରେ ଅନ୍ୟ ସଦସ୍ୟମାନେ ହେଲେ ଜଷ୍ଟିସ ଏସ ବୋପାନ୍ନା , ଜଷ୍ଟିସ ଏମ ସୁନ୍ଦରେଶ, ଜଷ୍ଟିସ ସଞ୍ଜୟ କୁମାର, ଜଷ୍ଟିସ ମନୋଜ ମିଶ୍ର, ଜଷ୍ଟିସ ଜେବି ପରଦିଓ୍ବାଲ ଏବଂ ଜଷ୍ଟିସ ପିଏସ ନରସିଂହ ।

1998 ମସିହାରେ ପାଞ୍ଚ ଜଣିଆ ଖଣ୍ଡପୀଠ ଏକ ରାୟ ଶୁଣାଇଥିଲେ । ଯଦି ନିର୍ବାଚନ ସମୟରେ କୌଣସି ବିଧାୟକ କିମ୍ବା ସାସଂଦ ଲାଞ୍ଚ ମାଗନ୍ତି ତାହେଲେ ତାଙ୍କ ବିରୋଧରେ କୌଣସି ପ୍ରକାର ଆଇନଗଚ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ପାରିବ ନାହିଁ ବୋଲି କୁହାଯାଇଥିଲା । ତେବେ ଏହି ନିଷ୍ପତ୍ତିକୁ ନେଇ ସୁପ୍ରିମକୋର୍ଟରେ ଚାଲେଞ୍ଜ କରାଯାଇଥିଲା । ଏହାର ଶୁଣାଣି କରି ଗତବର୍ଷ ଅକ୍ଟୋବର 5 ତାରିଖରେ ରାୟ ସଂରକ୍ଷିତ ରଖିଥିଲେ କୋର୍ଟ । ଆଜି ଏହାର ଶୁଣାଣି କରି ପୂର୍ବ ରାୟ ଉପରେ ରୋକ୍ ଲଗାଇଛନ୍ତି । ତେବେ ଆଜି ଏହି ରାୟ ଶୁଣାଣି ବେଳେ ପ୍ରଧାନବିଚାରପତି ଜଷ୍ଟିସ ଡି ଓ୍ବାଇ ଚନ୍ଦ୍ରଚୂଡ କହିଛନ୍ତି, 1998 ମସିହାରେ ଦିଆଯାଇଥିବା ରାୟ ଉପରେ ଆମେ ସହମତ ନାହୁଁ । ସାମ୍ବିଧାନିକ ଧାରା 105(2) ଏବଂ 194ରେ ଲାଞ୍ଚ ଛାଡ ପାଇଁ କୌଣସି ବ୍ୟବସ୍ଥା ନାହିଁ । ଏହା ଏକ ଅପରାଧିକ କାର୍ଯ୍ୟ ହୋଇଥିବା କାରଣରୁ ଏଥିରେ କୌଣସି ପ୍ରକାର ଆଶ୍ବସ୍ତି ଦିଆଯାଇ ପାରିବ ନାହିଁ । ତେବେ ସୁପ୍ରିମକୋର୍ଟଙ୍କ ଏହି ନିଷ୍ପତ୍ତି ଝାଡଖଣ୍ଡ ମୁକ୍ତି ମୋର୍ଚ୍ଚା(ଜେଏମଏମ)ର ସୀତା ସୋରେନଙ୍କ ଉପରେ ପଡିପାରେ । କାରଣ 2012 ମସିହା ରାଜ୍ୟସଭା ନିର୍ବାଚନରେ ବିଧାୟକ ଭାବେ ଲାଞ୍ଚ ନେଇ ମତଦାନ ମାମଲାରେ ଆଶ୍ବସ୍ତି ମାଗିଥିଲେ ।

ସୁପ୍ରିମକୋର୍ଟଙ୍କ ଏହି ନିଷ୍ପତ୍ତି ପରେ ଓକିଲ ଅଶ୍ବିନୀ ଉପାଧ୍ୟାୟ କହିଛନ୍ତି, "ଆଜି ସୁପ୍ରିମକୋର୍ଟର 7ଜଣିଆ ଖଣ୍ଡପୀଠ ଏକ ଐତିହାସିକ ନିଷ୍ପତ୍ତି ଶୁଣାଇଛନ୍ତି । ପୂର୍ବର ରାୟ ଉପରେ କୋର୍ଟ ରୋକ ଲଗାଇଛନ୍ତି । ତାଙ୍କ ବିରୋଧରେ ଦୁର୍ନୀତି ମାମଲା ଦାୟର କରାଯିବ ।"

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.