ETV Bharat / bharat

ବିହାରରେ ଜଣେ ବି ମହିଳାଙ୍କୁ ଟିକେଟ ଦେଲାନି ବିଜେପି, 33 ପ୍ରତିଶତ ସଂରକ୍ଷଣ ନେଇ ପ୍ରଶ୍ନବାଚୀ - LOK SABHA ELECTIONS - LOK SABHA ELECTIONS

Lok Sabha Elections: ଲୋକସଭା ନିର୍ବାଚନ ପାଇଁ ବିହାରରେ ପ୍ରାର୍ଥୀ ଘୋଷଣା କରିଛି ବିଜେପି । ହେଲେ ଚଳିତ ଥର କୌଣସି ମହିଳାଙ୍କୁ ସ୍ଥାନ ମିଳି ନାହିଁ । ମହିଳା ସଂରକ୍ଷଣ ଆଇନକୁ ନେଇ ଉଠିଲା ପ୍ରଶ୍ନବାଚୀ । ଅଧିକ ପଢନ୍ତୁ

Lok Sabha Election
Lok Sabha Election
author img

By ETV Bharat Odisha Team

Published : Mar 25, 2024, 12:44 PM IST

ପାଟନା: ବିହାରରେ ନାରୀଶକ୍ତିକୁ ଅଣଦେଖା ! ବିହାରରେ ମୋଟ ଲୋକସଭା ଆସନ ୪୦ । ସେଥିରୁ ଚଳିତଥର ଭାରତୀୟ ଜନତା ପାର୍ଟି ନିଜ ଭାଗରେ ପଡ଼ିଥିବା ସମସ୍ତ 17ଜଣ ପ୍ରାର୍ଥୀଙ୍କ ନାମ ଘୋଷଣା କରିଥିବା ବେଳେ ଜଣେ ମଧ୍ୟ ମହିଳା ପ୍ରାର୍ଥୀକୁ ସୁଯୋଗ ଦିଆଯାଇ ନାହିଁ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗତବର୍ଷ ମହିଳା ସଂରକ୍ଷଣ ଆଇନ ପ୍ରଣୟନ କରିଥିବା ବେଳେ ଗୋଟିଏ ମଧ୍ୟ ମହିଳା ପ୍ରାର୍ଥୀଙ୍କୁ ସୁଯୋଗ ନମିଳିବା ଏକ ପ୍ରକାର ଚର୍ଚ୍ଚାର ବିଷୟ ପାଲଟିଛି । 2019 ଫଳାଫଳକୁ 2024 ଲୋକସଭା ନିର୍ବାଚନରେ ପୁନରାବୃତ୍ତି କରିବା ପାଇଁ ଏନଡିଏ ପାଇଁ ଏକ ବଡ ଆହ୍ବାନ ରହିଛି । ଏହି କାରଣରୁ ଜେଡିୟୁ କିମ୍ବା ବିଜେପି କୌଣସି ପ୍ରକାର ରିସ୍କ ନେବାକୁ ଚାହୁଁ ନାହାନ୍ତି । ଅଧିକାଂଶ ପୁରୁଣା ମୁହଁକୁ 2024 ଲୋକସଭା ନିର୍ବାଚନ ପ୍ରାର୍ଥୀ ଭାବେ ଦେଖିବାକୁ ମିଳିଛି ।

17ଜଣଙ୍କ ମଧ୍ୟରେ ଜଣେ ନାହାନ୍ତି ମହିଳା ପ୍ରାର୍ଥୀ: ଲୋକସଭା ନିର୍ବାଚନରେ ବିହାର ପାଇଁ ସମସ୍ତ 17 ଜଣ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି ବିଜେପି । ପଶ୍ଚିମ ଚମ୍ପାରନରୁ ସଞ୍ଜୟ ଜୟଶ୍ବାଲ, ପୂର୍ବ ଚମ୍ପାରନରୁ ମୋହନ ସିଂ, ମଧୁବନୀରୁ ଅଶୋକ କୁମାର ଯାଦବ, ଆରରିଆରୁ ପ୍ରଦୀପ କୁମାର ସିଂ, ଦାରଭଙ୍ଗାରୁ ଗୋପାଲ ଜୀ ଠାକୁର, ମୁଜାଫାରପୁରରୁ ରାଜ ଭୂଷଣ ନିଶାଦ, ମହାରାଜଗଞ୍ଜରୁ ଜନାର୍ଦ୍ଦନ ସିଂ ସିଗ୍ରିଓ୍ବାଲ, ସରନରୁ ରାଜୀବ ପ୍ରତାପ ରୁଡି, ଉଜିଆରପୁରରୁ ନିତ୍ୟାନନ୍ଦ ରାଇ, ବେଗୁସରାଇରୁ ଗିରିରାଜ ସିଂ, ପାଟନା ସାହିବରୁ ରବିଶଙ୍କର ପ୍ରସାଦ, ଆରାହରୁ ଆରକେ ସିଂ, ବକ୍ସରରୁ ମିଥେଲେସ ତିଓ୍ବାରୀ, ସାସାରାମରୁ ସିବେଶ ରାମ, ଔରଙ୍ଗାବାଦରୁ ସୁଶିଲ କୁମାର ସିଂ ଏବଂ ନାଓ୍ବାଡାରୁ ବିବେକ ଠାକୁରଙ୍କା ନାମ ଘୋଷଣା କରିଛି ବିଜେପି । କିନ୍ତୁ ଏଥିରେ ଜଣେ ମଧ୍ୟ ମହିଳା ପ୍ରାର୍ଥୀ ନାହାନ୍ତି ।

ଶିବହରରୁ ବାଦ ପଡିଲେ ରମା ଦେବୀ: 2019 ରେ ଭାରତୀୟ ଜନତା ପାର୍ଟିରୁ ଲୋକସଭା ନିର୍ବାଚନରେ ​​ଜିତିଥିବା ଏକମାତ୍ର ମହିଳା ସାଂସଦ ରମା ଦେବୀଙ୍କୁ ଚଳିତ ଥର କିନ୍ତୁ ଟିକେଟ ଦେଇ ନାହିଁ ବିଜେପି । ଶିବହରରୁ ତାଙ୍କ ନାମକୁ ବାଦ ଦିଆଯାଇଛି । ଏହି ସିଟ ବର୍ତ୍ତମାନ ଜେଡିୟୁ ଆକାଉଣ୍ଟକୁ ଯାଇଛି । ଆନନ୍ଦ ମୋହନଙ୍କ ପତ୍ନୀ ଲଭଲି ଆନନ୍ଦଙ୍କୁ ତାଙ୍କ ସ୍ଥାନରେ ପ୍ରାର୍ଥୀ କରିଛି ଜେଡିୟୁ ।

ଏନଡିଏରୁ କେବଳ 2 ଜଣ ମହିଳା ପ୍ରାର୍ଥୀ: ବିଜେପି-ଜେଡିୟୁ ଏବଂ ହିନ୍ଦୁସ୍ତାନୀ ଆୱାମ ମୋର୍ଚ୍ଚା ବ୍ୟତୀତ ଅନ୍ୟ ଦଳ ପକ୍ଷରୁ ବର୍ତ୍ତମାନ ସୁଦ୍ଧା ପ୍ରାର୍ଥୀ ତାଲିକା ଜାରି କରାଯାଇ ନାହିଁ । ବିଜେପିରୁ କୌଣସି ମହିଳାଙ୍କୁ ସୁଯୋଗ ମିଳିନଥିବା ବେଳେ ଜେଡିୟୁ 2 ଜଣ ମହିଳାଙ୍କୁ ପ୍ରାର୍ଥୀ କରିଛି । ଶିବହରରେ ଲବଲୀ ଆନନ୍ଦ ଏବଂ ସିୱାନର ବିଜୟଲକ୍ଷ୍ମୀ ଦେବୀଙ୍କୁ ସୁଯୋଗ ଦେଇଛି ।

ଏହା ମଧ୍ୟ ପଢନ୍ତୁ: ବିହାର କ୍ଷମତାକୁ ଫେରିବ କି NDA ? ନୀତିଶଙ୍କ ଉପରେ ନଜର, କଣ କହୁଛି ସଂଖ୍ୟା ଗଣିତ

ମହିଳା ସଂରକ୍ଷଣ ଆଇନ କଣ: ଗତ ବର୍ଷ ସେପ୍ଟେମ୍ବରରେ ମୋଦି ସରକାର ଲୋକସଭା ଏବଂ ବିଧାନସଭାରେ ମହିଳାମାନଙ୍କୁ 33 ପ୍ରତିଶତ ସଂରକ୍ଷଣ ଯୋଗାଇବା ପାଇଁ ମହିଳା ସଂରକ୍ଷଣ ଆଇନ କରିଥିଲେ । ଏହି ବିଲ୍ 20 ସେପ୍ଟେମ୍ବରରେ ଲୋକସଭାରେ ଏବଂ 21 ସେପ୍ଟେମ୍ବରରେ ରାଜ୍ୟସଭାରେ ପାରିତ ହୋଇଥିଲା । ପରେ ସେପ୍ଟେମ୍ବର 29ରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମଧ୍ୟ ଏହାକୁ ଅନୁମୋଦନ ଦେଇଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.