ETV Bharat / bharat

କୋଲକାତା ଡାକ୍ତର ଦୁଷ୍କର୍ମ- ହତ୍ୟା ମାମଲା: ସାରା ଦେଶରେ ଡାକ୍ତରଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ, OPD ସେବା ଠପ୍‌ - Nationwide Doctors Protest

author img

By ETV Bharat Odisha Team

Published : Aug 13, 2024, 1:20 PM IST

Nationwide Doctors Protest: କୋଲକାତା ମହିଳା ଡାକ୍ତର ଦୁଷ୍କର୍ମ- ହତ୍ୟା ମାମଲାରେ ସାରା ଦେଶରେ ଆନ୍ଦୋଳନକୁ ଓହ୍ଲାଇଲେ ଆବାସିକ ଡାକ୍ତର । ଦେଶବ୍ୟାପୀ ‘ଓପିଡି’ ସେବା ବନ୍ଦ । କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ଜେ.ପି ନଡ୍ଡାଙ୍କୁ ଚିଠି ଲେଖିଲା ଡାକ୍ତର ସଂଘ । ଅଧିକ ପଢନ୍ତୁ

କୋଲକାତା ଡାକ୍ତର ଦୁଷ୍କର୍ମ- ହତ୍ୟା ମାମଲା: ସାରା ଦେଶରେ ଡାକ୍ତରଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ, OPD ସେବା ଠପ୍‌
କୋଲକାତା ଡାକ୍ତର ଦୁଷ୍କର୍ମ- ହତ୍ୟା ମାମଲା: ସାରା ଦେଶରେ ଡାକ୍ତରଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ, OPD ସେବା ଠପ୍‌ (ETV Bharat odisha)

ହାଇଦ୍ରାବାଦ: କୋଲକାତାର ଏକ ସରକାରୀ ହସ୍ପିଟାଲରେ ଜଣେ କନିଷ୍ଠ ମହିଳା ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ମାମଲାରେ ବ୍ୟାପକ ହେବାରେ ଲାଗିଛି ଡାକ୍ତରଙ୍କ ଆନ୍ଦୋଳନ । ଆଜି ରାସ୍ତାକୁ ଓହ୍ଲାଇଛନ୍ତି ସମଗ୍ର ଦେଶର ଡାକ୍ତର । ବିଭିନ୍ନ ସହରରେ ଆଜି ଡାକ୍ତରମାନେ କାର୍ଯ୍ୟବନ୍ଦ ଧାରଣା ଦେଇଛନ୍ତି । ‘ନୋ ସେଫ୍ଟି, ନୋ ଡ୍ୟୁଟି’ ନାରାରେ ଏମାନେ କାର୍ଯ୍ୟ ବନ୍ଦ ଆନ୍ଦୋଳନରେ ବସିଛନ୍ତି । କେବଳ ଜରୁରୀକାଳୀନ ବିଭାଗକୁ ଛାଡିଦେଲେ ପ୍ରାୟ ଅନ୍ୟ ସମସ୍ତ ବିଭାଗରେ ସ୍ବାସ୍ଥ୍ୟସେବା ସମ୍ପୂର୍ଣ୍ଣ ଠପ ହୋଇଯାଇଛି । ବିଭିନ୍ନ ହସ୍ପିଟାଲରେ ‘ଓପିଡି’ ବନ୍ଦ ରହିଛି । ଦିଲ୍ଲୀରେ ‘ଏମ୍ସ’ ସମେତ ଅନେକ ସରକାରୀ ହସ୍ପିଟାଲରେ ସ୍ବାସ୍ଥ୍ୟସେବା ପ୍ରଭାବିତ ହୋଇଛି ।

  • କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀଙ୍କୁ ଡାକ୍ତର ସଂଘର ଚିଠି:-

ଫେଡେରେସନ ଅଫ ରେସିଡେଣ୍ଟ ଡକ୍ଟର୍ସ ଆସୋସିଏସନ (FORDA) ଗତକାଲି ଏହି ଦେଶବ୍ୟାପୀ କାର୍ଯ୍ୟବନ୍ଦ ଘୋଷଣା କରିଥିଲା । କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଜେ.ପି ନାଡ୍ଡାଙ୍କୁ ଲେଖିଥିବା ଏକ ଚିଠିରେ ସଂଘ ଦର୍ଶାଯାଇଥିଲା ଯେ, କୋଲକାତା ହସ୍ପିଟାଲରେ ଘଟିଥିବା ଏହି ଘଟଣା ଡାକ୍ତର ସମୂଦାୟ ପାଇଁ ହୁଏତ ଏକ ସର୍ବାଧିକ ଦୁଖଃଦ ଘଟଣା । ଏହାକୁ ସରକାର ଗମ୍ଭୀରତାର ସହ ନିଅନ୍ତୁ । ସମ୍ପୃକ୍ତ ମହିଳା ଡାକ୍ତରଙ୍କ ଜୀବନ ଓ ମର୍ଯ୍ୟାଦା ରକ୍ଷା କରିବା ଦିଗରେ ଯେଉଁ ଅଧିକାରୀମାନେ ଦାୟିତ୍ବରେ ଥାଇ ମଧ୍ୟ ଅବହେଳା ପ୍ରଦର୍ଶନ କରିଛନ୍ତି, ସେମାନଙ୍କୁ ତୁରନ୍ତ ଦାୟିତ୍ବରୁ ବରଖାସ୍ତ କରାଯାଉ । ଏହା ସହିତ ସ୍ବାସ୍ଥ୍ୟସେବା କର୍ମଚାରୀଙ୍କ ସୁରକ୍ଷା ପାଇଁ ଏକ ପ୍ରୋଟେକଲ ପ୍ରସ୍ତୁତ କରିବା ପାଇଁ ମଧ୍ୟ ସେମାନେ ଚିଠିରେ ଦାବି କରିଛନ୍ତି ।

କ‘ଣ ଥିଲା ଘଟଣା:- କୋଲକାତା ଡାକ୍ତର ଦୁଷ୍କର୍ମ-ହତ୍ୟା ମାମଲା: ଦେଶବ୍ୟାପୀ ଡାକ୍ତରଙ୍କ ପ୍ରତିବାଦ, ମେଡିକାଲ କଲେଜ ଅଧ୍ୟକ୍ଷ ଦେଲେ ଇସ୍ତଫା - Kolkata Doctor Rape Murder case

ଅନ୍ଯପଟେ କୋଲକାତା ମାମଲାରେ ଏବେ ରାଜ୍ୟ ପୋଲିସ ତଦନ୍ତ ଜାରି ରଖିଛି । ଏକମାତ୍ର ମୁଖ୍ୟ ଅଭିଯୁକ୍ତକୁ ଗିରଫ କରାଯାଇଛି । ମେଡିକାଲ କଲେଜ ହସ୍ପିଟାଲର ନିର୍ଦ୍ଦେଶକ ଥିବା ଡାକ୍ତର ସନ୍ଦୀପ ଘୋଷ ମଧ୍ୟ ନିଜ ପଦରୁ ଇସ୍ତଫା ଦେଇସାରିଛନ୍ତି । ବିଭିନ୍ନ ସ୍ଥାନରେ ଏହାକୁ ନେଇ ପ୍ରତିବାଦ ଜାରି ରହିଛି । 9 ତାରିଖରେ କୋଲକାତାର ଆର.ଜି କର ହସ୍ପିଟାଲ ଓ ମେଡିକାଲ କଲେଜରେ ସ୍ନାତକୋତ୍ତର ମେଡିକାଲ ଛାତ୍ରୀ ଥିବା 31 ବର୍ଷୀୟା କନିଷ୍ଠ ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା କରାଯାଇଥିଲା । 10 ତାରିଖ ସକାଳୁ ସେମିନାର ହଲରୁ ତାଙ୍କ ଅର୍ଦ୍ଧନଗ୍ନ,କ୍ଷତାକ୍ତ ମୃତଦେହ ଉଦ୍ଧାର ହୋଇଥିଲା । ଖବର ପାଇ ପୋଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଥିଲା । ବ୍ୟବଚ୍ଛେଦ ରିପୋର୍ଟରୁ ତାଙ୍କ ସହ ଦୁଷ୍କର୍ମ ହୋଇଥିବା ସ୍ପଷ୍ଟ ହେବା ପରେ କୋଲକାତା ସମେତ ସାରା ଦେଶରେ ଉଦବେଗ ସୃଷ୍ଟି ହୋଇଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.