ETV Bharat / bharat

ହେମନ୍ତଙ୍କୁ ମିଳିଲାନି ନିସ୍ତାର, ଅନ୍ତରୀଣ ବେଲ ପାଇଁ ମନା କଲେ ସୁପ୍ରିମକୋର୍ଟ - Hemant Soren Bail petition - HEMANT SOREN BAIL PETITION

Hemant Soren case: ହେମନ୍ତଙ୍କ ଅନ୍ତରୀଣ ବେଲ ଆବେଦନକୁ ଗ୍ରହଣ କଲେନି ସୁପ୍ରିମକୋର୍ଟ । 17ରେ ପରବର୍ତ୍ତୀ ଶୁଣାଣି । ନିର୍ବାଚନୀ ପ୍ରଚାର ପାଇଁ କରିଥିଲେ ଆବେଦନ । ଅଧିକ ପଢନ୍ତୁ

ହେମନ୍ତଙ୍କୁ ମିଳିଲାନି ନିସ୍ତାର, ଅନ୍ତରୀଣ ବେଲ ଆବେଦନ ଖାରଜ କଲେ ସୁପ୍ରିମକୋର୍ଟ
ହେମନ୍ତଙ୍କୁ ମିଳିଲାନି ନିସ୍ତାର, ଅନ୍ତରୀଣ ବେଲ ଆବେଦନ ଖାରଜ କଲେ ସୁପ୍ରିମକୋର୍ଟ (PIC- ETV Bharat Odisha)
author img

By ETV Bharat Odisha Team

Published : May 13, 2024, 2:22 PM IST

ନୂଆଦିଲ୍ଲୀ: ବହୁଚର୍ଚ୍ଚିତ ଜମି ଘୋଟାଲା ମାମଲାରେ କେନ୍ଦ୍ରୀୟ ସଂସ୍ଥା ଦ୍ବାରା ଗିରଫ ହୋଇ ଜେଲରେ ଥିବା ଝାଡଖଣ୍ଡ ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କୁ ଆଜି ସୁପ୍ରିମକୋର୍ଟରୁ ଆଉ ଏକ ବଡ ଝଟକା ଲାଗିଛି । ନିର୍ବାଚନୀ ପ୍ରଚାରରେ ସାମିଲ ହେବା ପାଇଁ ହେମନ୍ତ କରିଥିବା ଅନ୍ତରୀଣ ବେଲ ଆବେଦନକୁ କୋର୍ଟ ଅନୁମତି ଦେଇନାହାନ୍ତି । ଏବେ ସାଧାରଣ ନିର୍ବାଚନ ପ୍ରକ୍ରିୟା ଜାରି ରହିଛି । ଝାଡଖଣ୍ଡରେ କ୍ଷମତାରେ ଥିବା ‘ଝାଡଖଣ୍ଡ ମୁକ୍ତି ମୋର୍ଚ୍ଚା’(ଜେଏମଏମ)ର କାର୍ଯ୍ୟକାରୀ ସଭାପତି ଦାୟିତ୍ବରେ ରହିଛନ୍ତି ହେମନ୍ତ । ତେଣୁ ସେ ଦଳ ପାଇଁ ନିର୍ବାଚନୀ ପ୍ରଚାର କରିବା ପାଇଁ ବେଲ ଦେବାକୁ ଆବେଦନରେ ଦର୍ଶାଇଥିଲେ । ଏହା ସହ ସେ ନିକଟରେ ବେଲରେ ମୁକ୍ତ ହୋଇଥିବା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲଙ୍କ ଉଦାହରଣ ମଧ୍ୟ କୋର୍ଟଙ୍କ ସମ୍ମୁଖରେ ରଖିଥିଲେ । ହେଲେ ତମାମ ତର୍କ ପରେ ସୁଦ୍ଧା କୋର୍ଟ ଏହାକୁ ଗ୍ରହଣ କରିନାହାନ୍ତି । ଏବେ ନିର୍ବାଚନୀ ପ୍ରଚାର କରାଣରୁ ପାଇଁ ଅନ୍ତରୀଣ ଜାମିନ ମିଳିପାରିବ ନାହିଁ ବୋଲି କୋର୍ଟ କହିଛନ୍ତି ।

ପୂର୍ବରୁ ଏହି ମାମଲା ସହ ହେମନ୍ତ ଝାଡଖଣ୍ଡ ହାଇକୋର୍ଟରେ ମଧ୍ୟ ଦ୍ବାରସ୍ଥ ହୋଇଥିଲେ । ଚଳିତମାସ 3 ତାରିଖରେ ଏହି ମାମଲାର ଶୁଣାଣି କରି ଝାଡଖଣ୍ଡ ହାଇକୋର୍ଟ ଏହି ମାମଲାକୁ ଖାରଜ କରିଦେଇଥିଲେ । ଯାହାକୁ ସର୍ବୋଚ୍ଚକୋର୍ଟରେ ଚ୍ୟାଲେଞ୍ଜ କରିଥିଲେ ହେମନ୍ତ । ଆଜି ଜଷ୍ଟିସ ସଞ୍ଜୀବ ଖାନ୍ନା ଓ ଦୀପଙ୍କର ଦତ୍ତଙ୍କୁ ନେଇ ଗଠିତ ଖଣ୍ଡପୀଠରେ ହୋଇଥିଲା । ହେମନ୍ତଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ କପିଲ ଶିବଲ ଓ ଅରୁନଭ ଚୌଧୁରୀ ପକ୍ଷ ରଖିଥିଲେ । କୋର୍ଟ ଆଜି ଅନ୍ତରୀଣ ବେଲ ଦେବାକୁ ମନା କରିବା ସହ ମାମଲାର ପରବର୍ତ୍ତୀ ମେ’ 17 ତାରିଖକୁ ଧାର୍ଯ୍ୟ କରିଛନ୍ତି ।

ଏହା ମଧ୍ୟ ପଢନ୍ତୁ :- ଆଜି ପ୍ରଥମ ପର୍ଯ୍ୟାୟ ଭୋଟ, ୨୮ ବିଧାନସଭା ଆସନରେ ନେତା ବାଛୁଛନ୍ତି ଜନତା - Odisha Assembly election 2024

ଜାନୁଆରୀ 31 ତାରିଖରେ ଗିରଫ ହେବା ପରେ ହେମନ୍ତ ଏବେ ରାଞ୍ଚି କେନ୍ଦ୍ରୀୟ କାରଗାରରେ ରହିଛନ୍ତି । ଏକାଧିକ ଥର ତାଙ୍କର ବେଲ ଆବେଦନ ଖାରଜ ହୋଇସାରିଛି । ତେବେ ନିକଟରେ ମଦ ଘୋଟାଲା ମାମଲା ଗିରଫ ହୋଇଥିବା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲଙ୍କୁ ସୁପ୍ରିମକୋର୍ଟ ବେଲ ପ୍ରଦାନ କରିଛନ୍ତି । ଅନ୍ତରୀଣ ଭାବେ ତାଙ୍କୁ ଜୁନ ପହିଲା ପର୍ଯ୍ୟନ୍ତ ବେଲ ମିଳିଛି । 2 ତାରିଖରେ ସେ କୋର୍ଟରେ ଆତ୍ମସମର୍ପଣ କରିବେ । ଏହା ପରେ ହେମନ୍ତଙ୍କ ବେଲ ଅନୁମତି ନେଇ ସାମାନ୍ୟ ଆଶା ଥିଲେ ସୁଦ୍ଧା ସେ ଆଜି ନିରାଶ ହୋଇଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.