ETV Bharat / bharat

କିଏ ବନ୍ଦ କଲା ମାଇକ୍‌ ! ନୀତି ଆୟୋଗ ବୈଠକରୁ ଅଧାରୁ ଉଠି ଆସିଲେ ଦିଦି - Mamata Banerjee walks out

author img

By ETV Bharat Odisha Team

Published : Jul 27, 2024, 3:18 PM IST

Niti Aayog Meeting: ସଙ୍ଗୀନ ଅଭିଯୋଗ ଆଣି ମିଟିଂ ଅଧାରୁ ଉଠି ଆସିଲେ ନୀତି ଆୟୋଗ ବୈଠକରେ ଅଂଶଗ୍ରହଣ କରିଥିବା ଏକମାତ୍ର ବିରୋଧୀ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । କ’ଣ ଆଣିଲେ ଅଭିଯୋଗ, ଅଧିକ ପଢନ୍ତୁ

ନୀତି ଆୟୋଗ ବୈଠକ ଆଧାରୁ ଉଠିଆସିଲେ ଦିଦି, କହିଲେ ମାଇକ ବନ୍ଦ କରିଦିଆଗଲା
ନୀତି ଆୟୋଗ ବୈଠକ ଆଧାରୁ ଉଠିଆସିଲେ ଦିଦି, କହିଲେ ମାଇକ ବନ୍ଦ କରିଦିଆଗଲା (ETV Bharat Odisha)

ନୂଆଦିଲ୍ଲୀ: କେନ୍ଦ୍ର-ରାଜ୍ୟ ସମନ୍ବୟ ପାଇଁ ଆଜି ବସିଥିବା ‘ନୀତି ଆୟୋଗ’ ବୈଠକରେ ଏକମାତ୍ର ବିରୋଧୀ ମୁଖ୍ୟମନ୍ତ୍ରୀ ଭାବେ ଅଂଶଗ୍ରହଣ କରିଥିଲେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ତଥା ତୃଣମୂଳ କଂଗ୍ରେସ ମୁଖ୍ୟ ମମତା ବାନାର୍ଜୀ । ତେବେ ସଙ୍ଗୀନ ଅଭିଯୋଗ ସହ ସେ ବୈଠକ ଅଧାରୁ ଉଠି ଆସିଛନ୍ତି । ତାଙ୍କୁ ବୈଠକରେ କହିବା ପାଇଁ ସୁଯୋଗ ଦିଆଗଲା ନାହିଁ । ସେ ବକ୍ତବ୍ୟ ରଖିବା ସମୟରେ ତାଙ୍କ ମାଇକ୍‌ ବନ୍ଦ କରିଦିଆଗଲା ବୋଲି ଅଭିଯୋଗ କରିଛନ୍ତି ଦିଦି ।

କ’ଣ କହିଲେ ଦିଦି:-

ବୈଠକ ତ୍ୟାଗ କରିବା ପରେ ଦିଦି କହିଛନ୍ତି, ‘‘ମୁଁ ଏକମାତ୍ର ବିରୋଧୀ ମୁଖ୍ୟମନ୍ତ୍ରୀ ଭାବେ ବୈଠକରେ ଅଂଶଗ୍ରହଣ କରିଥିଲି । ଏଥିରେ ସେମାନେ (ଶାସକ ଗୋଷ୍ଠୀ) ଖୁସି ହେବା କଥା । ମୁଁ କହିଲି କେନ୍ଦ୍ର ସରକାର ରାଜ୍ୟମାନଙ୍କ ପ୍ରତି ପକ୍ଷପାତିତା କରିବା ଉଚିତ ନୁହେଁ । ହେଲେ ମତେ ମାତ୍ର 5 ମିନିଟ୍‌ କହିବାକୁ ଦିଆଗଲା । ମୋ ପୂର୍ବରୁ ସଦସ୍ୟମାନେ 15ରୁ 20ମିନିଟ ପର୍ଯ୍ୟନ୍ତ ସେମାନଙ୍କ କଥା ରଖିଲେ । ହେଲେ ମୁଁ କହିବା ବେଳେ ମୋ ମାଇକ୍‌ ବନ୍ଦ କରିଦିଆଗଲା । ଏହା ମୋ ପ୍ରତି ଅପମାନ । ଏହା କେବଳ ପଶ୍ଚିମବଙ୍ଗ ନୁହେଁ ବରଂ ସମସ୍ତ ଆଞ୍ଚଳିକ ଦଳ ପାଇଁ ଏକ ଅପମାନ ।’’

‘ନୀତି ଆୟୋଗ’ ବୈଠକ 2024:-

ଆଜି ମୋଦି ନେତୃତ୍ବାଧୀନ ତୃତୀୟ ପାଳି ସରକାରର ପ୍ରଥମ ନୀତି ଆୟୋଗ ବୈଠକ ଅନୁଷ୍ଠିତ ହୋଇଛି । ଚଳିତ ଥରର ଅନୁଚିନ୍ତା ବା ଥିମ୍‌ ରଖାଯାଇଛି ‘ବିକଶିତ-ଭାରତ@2024’ । ଏଥିରେ ପ୍ରଧାନମନ୍ତ୍ରୀ ନିଜେ ଅଧ୍ୟକ୍ଷତା କରିଥିବା ବେଳେ ଏକାଧିକ କେନ୍ଦ୍ରମନ୍ତ୍ରୀ ଓ ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀ ଅଂଶଗ୍ରହଣ କରିଛନ୍ତି । ଏହି ବୈଠକ ମୁଖ୍ୟତଃ କେନ୍ଦ୍ର-ରାଜ୍ୟ ସମନ୍ବୟ, ଯୋଜନା ଓ ଅର୍ଥ ଆବଣ୍ଟନର ସବୁଠୁ ବଡ ଫେଡେରାଲ ପ୍ଲାଟଫର୍ମ ହୋଇଥିବାରୁ ସମସ୍ତ ମୁଖ୍ୟମନ୍ତ୍ରୀମାନେ ଅଂଶଗ୍ରହଣ କରନ୍ତି । ହେଲେ ଚଳିତ ବୈଠକରେ ବିରୋଧୀ ‘ଇଣ୍ଡିଆ’ ମେଣ୍ଟର କୌଣସି ମୁଖ୍ୟମନ୍ତ୍ରୀ ଅଂଶଗ୍ରହଣ କରିନାହାନ୍ତି । ସାମୂହିକ ଭାବେ ବିରୋଧୀ ମେଣ୍ଟ ଏହି ବୈଠକରୁ ଦୂରେଇ ରହିଛନ୍ତି । କେବଳ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏହି ବୈଠକରେ ଅଂଶଗ୍ରହଣ କରିଥିଲେ । ସେ ମଧ୍ୟ ସଙ୍ଗୀନ ଅଭିଯୋଗ ସହ ଅଧାରୁ ବୈଠକ ତ୍ୟାଗ କରିଛନ୍ତି ।

ଏହା ମଧ୍ୟ ପଢନ୍ତୁ:- ଜମ୍ମୁ-କାଶ୍ମୀରରେ ପୁଣି ଆତଙ୍କୀ ଆକ୍ରମଣ; ଯବାନ ଶହୀଦ, ଜଣେ ଆତଙ୍କୀ ନିପାତ - Encounter in Jammu Kashmir

ବଜେଟରେ ପକ୍ଷପାତିତା ଅଭିଯୋଗ କରିଥିଲେ ବିରୋଧୀ :-

ବିଭିନ୍ନ ବିଜେପି ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀମାନେ ବୈଠକରେ ଅଂଶଗ୍ରହଣ କରିଛନ୍ତି । ପୂର୍ବରୁ କେନ୍ଦ୍ରୀୟ ବଜେଟରେ ଅଣ-ଏନଡିଏ ଶାସିତ ରାଜ୍ୟମାନଙ୍କ ପ୍ରତି ବ୍ୟୟବରାଦରେ ପକ୍ଷପାତିତା ହୋଇଥିବା ଅଭିଯୋଗରେ ବିରୋଧୀମାନେ ଏହି ବୈଠକରେ ଅଂଶଗ୍ରହଣ କରିବେ ନାହିଁ ବୋଲି କହିଥିଲେ । ହେଲେ ଅନ୍ୟ ଏକ ରୋଚକ ଘଟଣା ଅନୁସାରେ, ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ମଧ୍ୟ ବୈଠକରେ ଅଂଶଗ୍ରହଣ କରିନାହାନ୍ତି । ନୀତିଶଙ୍କ ଅନୁପସ୍ଥିତି ସମ୍ପର୍କରେ କୌଣସି ସୂଚନା ତାଙ୍କ ଦଳ କିମ୍ବା ବିଜେପି ପକ୍ଷରୁ ପ୍ରଦାନ କରାଯାଇନି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.