ETV Bharat / bharat

Law Student Death Suspense: NIA ଆଇଜିଙ୍କ ଝିଅର ସନ୍ଦେହଜନକ ମୃତ୍ୟୁ, ହଷ୍ଟେଲର ବନ୍ଦ କୋଠରୀରୁ ମିଳିଲା ମୃତଦେହ - NIA IG DAUGHTER FOUND DEAD - NIA IG DAUGHTER FOUND DEAD

NIA IG's Daughter Found Dead: NIA ଆଇଜି ସନ୍ତୋଷ ରାସ୍ତୋଗୀଙ୍କ ଝିଅ ତଥା ଆଇନ ଛାତ୍ରୀ ଅନିକାଙ୍କ ସନ୍ଦେହଜନକ ମୃତ୍ୟୁ । ହଷ୍ଟେଲର ବନ୍ଦ କୋଠରୀରୁ ଉଦ୍ଧାର ହୋଇଛି ମୃତଦେହ । କେମିତି ଗଲା ଅନିକାଙ୍କ ଜୀବନ? ତାହାକୁ ନେଇ ଜାରି ରହିଛି ସସପେନ୍ସ । ଅଧିକ ପଢନ୍ତୁ

NIA IG's Daughter Found Dead
NIA IG's Daughter Found Dead (ETV Bharat UP)
author img

By ETV Bharat Odisha Team

Published : Sep 2, 2024, 7:47 AM IST

ଲକ୍ଷ୍ନୌ: NIA ଆଇଜିଙ୍କ ଝିଅର ସନ୍ଦେହଜନକ ମୃତ୍ୟୁ । ବିଶ୍ବବିଦ୍ୟାଳୟ ହଷ୍ଟେଲରୁ ଆଇପିଏସ ସନ୍ତୋଷ ରାସ୍ତୋଗୀଙ୍କ ଝିଅ ଅନିକାଙ୍କ ମୃତଦେହ ଉଦ୍ଧାର ହୋଇଛି । ରାମ ମନୋହର ଲୋହିଆ ବିଶ୍ବବିଦ୍ୟାଳୟରେ ସେ ଲ' ତୃତୀୟ ବର୍ଷର ଛାତ୍ରୀ ଥିଲେ । ଅନିକାଙ୍କ ବୟସ ମାତ୍ର ୧୯ ବର୍ଷ ହୋଇଥିବା ଜଣାପଡ଼ିଛି । ପୋଲିସ ମୃତଦେହ ଜବତ କରିବା ସହ ଏହି ମାମଲାର ଖୋଳତାଡ ଚଳାଇଛି ।

ହଷ୍ଟେଲରୁ ମିଳିଲା NIA IGଙ୍କ ଝିଅର ମୃତଦେହ:

ସୂଚନା ଅନୁସାରେ, ରାମ ମନୋହର ଲୋହିଆ ବିଶ୍ବବିଦ୍ୟାଳୟ ଲେଡିସ ହଷ୍ଟେଲର ଏକ କୋଠରୀରେ ସେ ଅଚେତ ଅବସ୍ଥାରେ ପଡ଼ିଥିବା ଦେଖିବାକୁ ମିଳିଥିଲା । ଏହାପରେ ତାଙ୍କୁ ଉଦ୍ଧାର କରାଯାଇ ମେଡିକାଲ ଆଣିଥିଲେ ହଷ୍ଟେଲ କର୍ତ୍ତୃପକ୍ଷ । ତେବେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି।

ଏହା ବି ପଢନ୍ତୁ...ସକାଳେ ଡ୍ୟୁଟି କିଛି ଘଣ୍ଟା ପରେ ମୃତ୍ୟୁ, ୭ମ ବାଟାଲିୟନରୁ ସିପାହୀଙ୍କ ମୃତଦେହ ଉଦ୍ଧାର - Jawan body found

ବିଳମ୍ବିତ ରାତିରେ ହଷ୍ଟେଲ ଆସିଥିଲେ ଅନିକା:

ଡକ୍ଟର ରାମ ମନୋହର ଲୋହିଆ ବିଶ୍ବବିଦ୍ୟାଳୟ ଛାତ୍ରୀ ଅନିକା ଶନିବାର ସନ୍ଧ୍ୟାରେ କ୍ଲାଣ୍ଟ କାଉନସଲିଂରେ ଅନ୍ୟ ପିଲମାନଙ୍କ ସହ ସାମିଲ ହୋଇଥିଲେ । ରାତ୍ରି ଭୋଜନ କରିବା ପରେ ବିଳମ୍ବିତ ରାତିରେ ସେ ହଷ୍ଟେଲରେ ପହଞ୍ଚିଥିବା କୁହାଯାଉଛି । ଆଉ ରାତି ୧୦ଟା ପରେ ତାଙ୍କ ରୁମମେଟ୍ ଆସିଥିଲେ । ସେ ଦୀର୍ଘ ସମୟ ଧରି କବାଟ ବାଡେଇଥିଲେ ମଧ୍ୟ ଖୋଲିନଥିଲେ ଅନିକା । ତେଣୁ ଏନେଇ ଅନିକାଙ୍କ ବନ୍ଧୁ ହଷ୍ଟେଲ କର୍ତ୍ତୃପକ୍ଷଙ୍କୁ ଖବର ଦେଇଥିଲେ । ଏହାପରେ କବାଟ ଖୋଲିବା ପରେ ଅନିକା ଚଟାଣରେ ପଡ଼ିରହିଥିବା ସମସ୍ତେ ଦେଖିବାକୁ ପାଇଥିଲେ । ତାଙ୍କୁ ତୁରନ୍ତ ହସ୍ପିଟାଲ ନିଆଯାଇଥିଲା । ହେଲେ ଡାକ୍ତର ସେଠାରେ ଅନିକାଙ୍କୁ ମୃତ ଘୋଷଣା କରିଥିଲେ ।

ଏମିତି କହିଲେ ଡିସିପି:

ଅତିରିକ୍ତ ଡିସିପି ପଙ୍କଜ ସିଂ କହିଛନ୍ତି, "ନୋଏଡାରେ ରହୁଥିବା ଆଇନ ଛାତ୍ରୀ ଅନିକାଙ୍କ ମୃତଦେହ ସନ୍ଦେହଜନକ ଭାବେ ହଷ୍ଟେଲରୁ ଉଦ୍ଧାର ହୋଇଛି। ମୃତଦେହ ବ୍ୟବଚ୍ଛେଦ ପାଇଁ ପଠାଯାଇଛି । ପୋଷ୍ଟମୋର୍ଟମ ରିପୋର୍ଟ ଆସିବା ପରେ ଘଟଣା ପଛର ସତ ସାମନାକୁ ଆସିବ ।" ତେବେ କିଭଳି ଓ କେଉଁ ପରିସ୍ଥିତିରେ ଅନିକାଙ୍କ ମୃତ୍ୟୁ ହେଲା ସେନେଇ ସନ୍ଦେହ ଉପୁଜିଛି ।

ଏହା ବି ପଢନ୍ତୁ...Haryana Beef Blamed: ଗୋମାଂସ ଖାଇବା ସନ୍ଦେହରେ ପ୍ରବାସୀ ଶ୍ରମିକଙ୍କୁ ପିଟି ପିଟି ହତ୍ୟା! ମୁଖ୍ୟମନ୍ତ୍ରୀ କହିଲେ ତାଙ୍କୁ ରୋକିବ କିଏ - Murder On Eating Beef Suspension

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.