ETV Bharat / bharat

29 ଥର ପାଇଁ ମାଉଣ୍ଟ ଏଭରେଷ୍ଟ ଶିଖର ଛୁଇଁଲେ କାମି ରିତା - Mount Everest

author img

By ETV Bharat Odisha Team

Published : May 12, 2024, 12:47 PM IST

Nepal's Mountaineer Kami Rita: ପର୍ବତାରୋହୀଙ୍କ ରେକର୍ଡ । 29 ଥର ପାଇଁ ମାଉଣ୍ଟ ଏଭରେଷ୍ଟ ଶିଖର ଛୁଇଁଲେ ନେପାଳର କାମି ରିତା । ଅଧିକ ପଢନ୍ତୁ

Kami Rita
Kami Rita (ANI)

କାଠମାଣ୍ଡୁ: ନିଜ ରେକର୍ଡ ନିଜେ ଭାଙ୍ଗିଲେ ଏଭରେଷ୍ଟ ମ୍ୟାନ୍ ଭାବେ ପରିଚିତ ନେପାଳର ସେର୍ପା କାମି ରିତା । ବିଶ୍ବର ସବୁଠାରୁ ଉଚ୍ଚତମ ପର୍ବତ ଶିଖରରେ ପହଞ୍ଚିଲେ ସେର୍ପା । 29 ଥର ପାଇଁ ସେ ଏହି ମାଉଣ୍ଟ ଏଭରେଷ୍ଟ ଶିଖର ଛୁଇଁ ନିଜ ରେକର୍ଡ ନିଜେ ଭାଙ୍ଗିଛନ୍ତି । 54 ବର୍ଷିୟ ପର୍ବତାରୋହୀ ସେର୍ପା ଗତ ବର୍ଷ 8848.86 ମିଟର ପର୍ବତ ଉଚ୍ଚକୁ 2 ଥର ଚଢି 28 ଥର ରେକର୍ଡ କରିଥିଲେ । ଏଥର ମଧ୍ୟ ଦୁଇଥର ପର୍ବତ ଶିଖରକୁ ଛୁଇଁବାକୁ ଯୋଜନା କରିଥିବା ସୂଚନା ଦେଇଛନ୍ତି ।

ଏହା ମଧ୍ୟ ପଢନ୍ତୁ- ୧୫ ଦିନରେ ୨ଟି ଏଭରେଷ୍ଟର ଯାତ୍ରା ଶେଷ କଲେ ପର୍ବତାରୋହୀ ସବିତା

ପର୍ଯ୍ୟଟନ ବିଭାଗର ଜଣେ ଅଧିକାରୀଙ୍କ କହିବା ଅନୁଯାୟୀ, ପର୍ବତାରୋହୀ ସେର୍ପା ରବିବାର ଦିନ 7 ଟା25ରେ ଏଭରେଷ୍ଟର ଶିଖରରେ ପହଞ୍ଚିଥିଲେ । 'ସେଭେନ ସମିତି ଟ୍ରେକ୍' ଦ୍ୱାରା ଆୟୋଜିତ ଏକ ଅଭିଯାନର ମାର୍ଗଦର୍ଶକ ସାଜିଥିବା ବେଳେ ସେ 29 ଥର ପାଇଁ ଏହି ପର୍ବତ ଶିଖରରେ ପହଞ୍ଚି ରେକର୍ଡ କରିଛନ୍ତି । ଏଥିପାଇଁ ସେ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ଏନେଇ ସେଭେନ ସମିତି ଟ୍ରେକ୍ ଇନଷ୍ଟାଗ୍ରାମରେ ଏକ ଫଟୋ ସେୟାର କରି ସୂଚନା ଦେଇଥିଲା । ଏଭରେଷ୍ଟ ଗିରିଶୃଙ୍ଗ ଚଢିବାର 71 ବର୍ଷ ଇତିହାସରେ କାମି ରିତା ବିଶ୍ବରେ ସର୍ବାଧିକ ଥର ପର୍ବତ ଶିଖରରେ ପହଞ୍ଚିବାର ରେକର୍ଡ କରିଛନ୍ତି ।

ଏହା ମଧ୍ୟ ପଢନ୍ତୁ- ଏଭରେଷ୍ଟରେ ବିଶ୍ବର ସର୍ବୋଚ୍ଚ ସ୍ବୟଂଚାଳିତ ପାଣିପାଗ କେନ୍ଦ୍ର ପ୍ରତିଷ୍ଠା କଲା ଚୀନ

ସୋଲୁଖୁମ୍ବୁର ଅନ୍ୟ ଜଣେ ପର୍ବତାରୋହୀ ପ୍ରସଙ୍ଗ ଡାୱା ସେର୍ପା ଗତ ବର୍ଷ 27 ଥର ପାଇଁ ଏଭରେଷ୍ଟ ଚଢିଥିଲେ । କିନ୍ତୁ ସେ ଚଳିତ ସିଜନରେ ପୁନର୍ବାର ପର୍ବତ ଚଢିବେ ନା ନାହିଁ ସେନେଇ କିଛି ସ୍ପଷ୍ଟ ସୂଚନା ହସ୍ତଗତ ହୋଇନାହିଁ । 1994 ମସିହାରୁ କ୍ରମାଗତ ଭାବେ ଏଭରେଷ୍ଟ ଆରୋହଣ କରି ଆସୁଛନ୍ତି ସେର୍ପା କାମି ରିତା ।

ଗତ 2022ରେ ମାଉଣ୍ଟ ମକାଲୁରେ ପହଞ୍ଚି ପତାକା ଉଡାଇଲେ ପର୍ବତାରୋହୀ ସବିତା କନସ୍ବାଲ । ୧୫ ଦିନ ମଧ୍ୟରେ ସେ ଏହି ସଫଳତା ହାସଲ କରିଥିଲେ । ସେ 12 ତାରିଖରେ ବିଶ୍ବର ସର୍ବୋଚ୍ଚ ଉଚ୍ଚତମ ମାଉଣ୍ଟ ଏଭରେଷ୍ଟରେ ପହଞ୍ଚିଥିଲେ ସେ । ଏହାପରେ ମେ' 28ରେ ମାଉଣ୍ଟ ମକାଲୁର ଶୀର୍ଷରେ ପହଞ୍ଚିଥିଲେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.