ETV Bharat / bharat

NEET UG 2024 : ପେପରଲିକରୁ ପିଚ୍ଛା ଛାଡୁନି ବିବାଦ, କାଉନସିଲିଂ ସ୍ଥଗିତ, କଣ ହେବ ପିଲାଙ୍କ ଭାଗ୍ୟ - NEET UG 2024 counselling postponed

NEET UG 2024 counselling postponed: ଅନିର୍ଦ୍ଦିଷ୍ଟ କାଳ ପାଇଁ ସ୍ଥଗିତ ରହିଲା NEET UG କାଉନସିଲିଂ । ଆଜିଠାରୁ ହେବାର ଥିଲା ଆରମ୍ଭ । ସାନି ତାରିଖ ଘୋଷଣା କରିନି ‘ଏନଟିଏ’ । ଅଧିକ ପଢନ୍ତୁ

author img

By ETV Bharat Odisha Team

Published : Jul 6, 2024, 12:39 PM IST

Updated : Jul 6, 2024, 1:44 PM IST

NEET UG 2024 : ଅନର୍ଦ୍ଦିଷ୍ଟ କାଳ ପାଇଁ ବନ୍ଦ ରହିଲା କାଉନସିଲିଂ
NEET UG 2024 : ଅନର୍ଦ୍ଦିଷ୍ଟ କାଳ ପାଇଁ ବନ୍ଦ ରହିଲା କାଉନସିଲିଂ (ETV Bharat Odisha)

ହାଇଦ୍ରାବାଦ: ପେପର ଲିକ୍‌ କାରଣରୁ ବିବାଦରେ ଥିବା NEET-UG ପରୀକ୍ଷା ପ୍ରକ୍ରିୟାରେ ପୁଣି ଭିନ୍ନ ମୋଡ । ଆରମ୍ଭ ହେବା ପୂର୍ବରୁ ଅନିର୍ଦ୍ଦିଷ୍ଟ ସମୟ ପାଇଁ ସ୍ଥଗିତ ରହିଲା ‘ନିଟ-ୟୁଜି’ କାଉନସିଲିଂ । ଆଜିଠାରୁ (ଶନିବାର) ଏହି କାଉନସିଲିଂ ପ୍ରକ୍ରିୟା ଆରମ୍ଭ ହେବାର ଥିଲା । ମାତ୍ର ପ୍ରକ୍ରିୟା ଆରମ୍ଭ ହେବା ପୂର୍ବରୁ ଏହାକୁ ସ୍ଥଗିତ ରଖିବାକୁ ନିଷ୍ପତ୍ତି ହୋଇଛି । ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ଏହାକୁ ସ୍ଥଗିତ ଘୋଷଣା କରିଛି ଜାତୀୟ ପରୀକ୍ଷା ସଂସ୍ଥା ‘ଏନଟିଏ’ । ଏନେଇ ସଂସ୍ଥା ଖୁବଶୀଘ୍ର ଏକ ସାନି ତାରିଖ ଘୋଷଣା କରିବ । ଗ୍ରେସମାର୍କ ପାଇଥିବା ପରୀକ୍ଷାର୍ଥୀଙ୍କ ସାନିପରୀକ୍ଷା ଫଳ ପ୍ରକାଶ ପାଇବା ପରେ ଆଜିଠାରୁ କାଉନସିଲିଂ ପ୍ରକ୍ରିୟା ଆରମ୍ଭ ହେବାର ଥିଲା ।

ସ୍ଥଗିତ ରହିଲା କାଉନସିଲିଂ, ଆଜିଠୁ ହୋଇଥାନ୍ତା ଆରମ୍ଭ
ସ୍ଥଗିତ ରହିଲା କାଉନସିଲିଂ, ଆଜିଠୁ ହୋଇଥାନ୍ତା ଆରମ୍ଭ (ETV Bharat Odisha)

ଏହା ମଧ୍ୟ ପଢନ୍ତୁ:- ପ୍ରକାଶ ପାଇଲା NEET-UG ସାନିପରୀକ୍ଷା ଫଳ, ଅଂଶଗ୍ରହଣ କରିଥିଲେ ଗ୍ରେସମାର୍କ ପାଇଥିବା 813 - NEET UG re exam 2024

ପହିଲାରେ ପ୍ରକାଶ ପାଇଥିଲା ସାନି ପରୀକ୍ଷା ଫଳ:-

ଚଳିତମାସ (ଜୁଲାଇ) ପହିଲାରେ NEET-UGର ସାନିପରୀକ୍ଷା ଫଳ ପ୍ରକାଶ ପାଇଥିଲା । 1563 ଗ୍ରାସ ମାର୍କ ପାଇଥିବା ପରୀକ୍ଷାର୍ଥୀଙ୍କର ପୁଣି ଥରେ ପରୀକ୍ଷା କରାଇ ‘ଏନଟିଏ’ ଫଳ ପ୍ରକାଶ କରାଯାଇଥିଲା । ମୋଟ 6ଟି କେନ୍ଦ୍ରରେ ଏହି ପରୀକ୍ଷା ହୋଇଥିବା ବେଳେ ଗ୍ରେସ ମାର୍କ ପାଇଥିବା ସମସ୍ତ ଛାତ୍ରଛାତ୍ରୀ ଏହି ପରୀକ୍ଷାରେ ଅଂଶଗ୍ରହଣ କରିନଥିଲେ । ଗତମାସ (ଜୁନ) 23 ତାରିଖରେ ହୋଇଥିବା ଏହି ପୁନଃପରୀକ୍ଷାରେ 1563 ପରୀକ୍ଷାର୍ଥୀଙ୍କ ମଧ୍ୟରୁ 813 ସାମିଲ ହୋଇଥିଲେ ।

କଣ ଥିଲା ବିବାଦ:-

ଚଳିତବର୍ଷ NEET ପରୀକ୍ଷାରେ ଏକକାଳୀନ ୬୭ଜଣ ପରୀକ୍ଷାର୍ଥୀ ଟପ୍ପର ହେବା ପରେ ତୀବ୍ର ଅସନ୍ତୋଷ ଦେଖିବାକୁ ମିଳିଥିଲା । ପରୀକ୍ଷା ପ୍ରକ୍ରିୟାରେ ବ୍ୟାପକ ଅନିୟମିତତା ହୋଇଥିବା ଅଭିଯୋଗରେ ମାମଲା ସର୍ବୋଚ୍ଚ କୋର୍ଟରେ ପହଞ୍ଚିଥିଲା । ଏହି ମାମଲାର ଶୁଣାଣି କରି ଜାତୀୟ ପରୀକ୍ଷା ଏଜେନ୍ସି (ଏନଟିଏ) ସୁପ୍ରିମକୋର୍ଟଙ୍କୁ ଅବଗତ କରି କହିଛି, 23ରେ ପରୀକ୍ଷା ଶେଷ ହୋଇ 30ରେ ରେଜଲ୍ଟ ବାହାରିବା ପରେ ପୂର୍ବରୁ ନିର୍ଦ୍ଧାରିତ ତାରିଖରେ କାଉନସିଲିଂ ପ୍ରକ୍ରିୟା ହେବ । ଚଳିତମାସ (ଜୁଲାଇ) ୬ ତାରିଖରୁ ଏମବିବିଏସ, ବିଡିଏସ ଓ ଅନ୍ୟାନ୍ୟ ଡାକ୍ତରୀ ପାଠ୍ୟକ୍ରମ ପାଇଁ କାଉନସିଲିଂ ହେବାକୁ ପୂର୍ବରୁ ସମୟ ନିର୍ଦ୍ଧାରିତ ହୋଇଥିଲା । ଆଜି ପ୍ରକ୍ରିୟା ଆରମ୍ଭ ହେବା ପୂର୍ବରୁ ଏହାକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ସ୍ଥଗିତ ରଖାଯାଇଛି ।

ଏହା ମଧ୍ୟ ପଢନ୍ତୁ :- ସୁପ୍ରିମକୋର୍ଟଙ୍କ NEET ଛାଟ: 1,563 ପରୀକ୍ଷାର୍ଥୀଙ୍କ ଗ୍ରେସମାର୍କ ରଦ୍ଦ, 23ରେ ସାନିପରୀକ୍ଷା - NEET ReExam On June 23

କେମିତି ଥିଲା ବିବାଦର ସୂତ୍ରପାତ:-

ଚଳିତବର୍ଷ ମେ’ ମାସ ୫ ତାରିଖରେ NEET ପରୀକ୍ଷା ଅନୁଷ୍ଠିତ ହୋଇଥିଲା । ଦେଶର ବିଭିନ୍ନ କେନ୍ଦ୍ରରେ ମୋଟ ୨୪ଲକ୍ଷରୁ ଅଧିକ ପରୀକ୍ଷାର୍ଥୀ ଆବେଦନ ଫର୍ମରେ ପଞ୍ଜିକରଣ କରିବା ସହ ପ୍ରାୟ ସାଢେ ୨୩ ଲକ୍ଷ ଛାତ୍ରଛାତ୍ରୀ ପରୀକ୍ଷାରେ ଅଂଶଗ୍ରହଣ କରିଥିଲେ । ପୂର୍ବରୁ ଏହି ରେଜଲ୍ଟ ଜୁନ ୧୪ ତାରିଖରେ ଘୋଷଣା ହେବାକୁ ସ୍ଥିର କରାଯାଇଥିବା ବେଳେ ୪ ତାରିଖରେ ପରୀକ୍ଷା ଫଳାଫଳ ପ୍ରକାଶନକୁ ନେଇ ମଧ୍ୟ ବିବାଦ ସୃଷ୍ଟି ହୋଇଥିଲା । ଫଳାଫଳରେ ୬୭ ଜଣ ପରୀକ୍ଷାର୍ଥୀ ଶୀର୍ଷ ସ୍ଥାନରେ ରହିବା ପରେ ବିବାଦ ଦେଖାଯିବା ସହ ସ୍ବଚ୍ଛ୍ବତା ଉପରେ ପ୍ରଶ୍ନ ସୃଷ୍ଟି ହୋଇଥିଲା । ଏହି ଘଟଣାର ତଦନ୍ତ ପାଇଁ ଏକ ‘ଏସଆଇଟି’ ଗଠନ କରିବା ଦାବିରେ ସର୍ବୋଚ୍ଚ କୋର୍ଟରେ ମାମଲା କରିଥିଲେ ବହୁ ପରୀକ୍ଷାର୍ଥୀ । ସେହିପରି କାଉନସିଲିଂ ପ୍ରକ୍ରିୟାକୁ ବନ୍ଦ ରଖିବା ପାଇଁ ମଧ୍ୟ ଆବେଦନରେ ଦାବି ହୋଇଥିଲା । ସୁପ୍ରିମକୋର୍ଟରୁ ଗ୍ରେସ ମାର୍କ ପାଇଥିବା ପରୀକ୍ଷାର୍ଥୀଙ୍କୁ ବଡ ଝଟକା ଲାଗିଥିଲା । ଆଜି କୋର୍ଟଙ୍କ ନିର୍ଦ୍ଦେଶରେ ହୋଇଥିବା ସାନିପରୀକ୍ଷାର ଫଳାଫଳ ମଧ୍ୟ ପ୍ରକାଶ ପାଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Jul 6, 2024, 1:44 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.