ETV Bharat / bharat

କାଙ୍କେରରେ ଏନକାଉଣ୍ଟର, ଟଳିଲେ ୩ ନକ୍ସଲ

author img

By ETV Bharat Odisha Team

Published : Feb 25, 2024, 12:38 PM IST

Naxals killed in encounter: ଛତିଶଗଡରେ ସୁରକ୍ଷାକର୍ମୀ ଓ ନକ୍ସଲଙ୍କ ମଧ୍ୟରେ ଗୁଳି ବିନିୟମ । ୩ ନକ୍ସଲ ନିପାତ । ଅଧିକ ପଢନ୍ତୁ

ଏନକାଉଣ୍ଟରରେ ଟଳିଲେ ୩ ନକ୍ସଲ
ଏନକାଉଣ୍ଟରରେ ଟଳିଲେ ୩ ନକ୍ସଲ

ରାୟପୁର: ଛତିଶଗଡ଼ର କାଙ୍କେର ଜିଲ୍ଲାରେ ନକ୍ସଲ ଓ ସୁରକ୍ଷାକର୍ମୀ ମୁହାଁମୁହିଁ । ଏନକାଉଣ୍ଟରରେ ଟଳିଲେ ୩ ନକ୍ସଲ । ଆଜି (ରବିବାର) ସକାଳେ କାଙ୍କେର ଜଙ୍ଗଲରେ ସୁରକ୍ଷାକର୍ମୀ ଓ ନକ୍ସଲଙ୍କ ମଧ୍ୟରେ ଏହି ଗୁଳି ବିନିମୟ ହୋଇଛି । ଏଥିରେ ଏ ପର୍ଯ୍ୟନ୍ତ ୩ ଜଣ ନକ୍ସଲ ନିପାତ ହୋଇଥିବା ବେଳେ କୌଣସି ସୁରକ୍ଷାକର୍ମୀ ମୃତାହତ ହୋଇନଥିବା ନେଇ କାଙ୍କେର ଏସପି ଇନ୍ଦିରା କଲ୍ୟାଣ ଏଲେସେଲା ସୂଚନା ଦେଇଛନ୍ତି । ମୃତକ ନକ୍ସଲଙ୍କ ନିକଟରୁ ଦୁଇଟି ମାରଣାସ୍ତ୍ର ଜବତ କରାଯାଇଛି । ଏନକାଉଣ୍ଟର ପରେ ସ୍ଥାନୀୟ ଅଞ୍ଚଳରେ ସର୍ଚ୍ଚ ଅପରେସନ ଜାରି ରହିଛି ।

ପୋଲିସ ସୂଚନା ଅନୁସାରେ, ଆଜି ସକାଳେ କାଙ୍କେରର ଭିନ୍ନ ଭିନ୍ନ ଅଞ୍ଚଳରେ ବିଏସଏଫ ଓ ଡିଆରଜି ଟିମ ସର୍ଚ୍ଚ ଅପରେସନ ଚଳାଇଥିଲେ । ଏହି ସମୟରେ କୋୟଲିବେଡାର ଦକ୍ଷିଣ ଇଲାକାରେ ଗୁଳି ବିନିମୟ ହୋଇଥିଲା । ନକ୍ସଲମାନେ ସୁରକ୍ଷାକର୍ମୀଙ୍କ ଉପରକୁ ଗୁଳି ଚଳାଇଥିଲେ । ଏହାର ପାଲଟା ଜବାବ ଦେଇଥିଲେ ସୁରକ୍ଷାବଳ । ଗୁଳି ବିନିମୟ ପରେ ଜଙ୍ଗଲରେ ସର୍ଚ୍ଚ ଅପରେସନ ଜାରି ରହିଛି । କାଙ୍କେର ଏସପି ଏହି ଘଟଣା ସ୍ପଷ୍ଟ କରିଛନ୍ତି ।

ଏସପି କହିଛନ୍ତି, ''ଜିଲ୍ଲା ରିଜର୍ଭ ଗାର୍ଡ ଏବଂ ସୀମା ସୁରକ୍ଷା ବଳର ମିଳିତ ଟିମ୍ ନକ୍ସଲ ବିରୋଧୀ ଅଭିଯାନରେ ବାହାରି ଥିବାବେଳେ କୋୟଲିବେଡା ଜଙ୍ଗଲରେ ଏନକାଉଣ୍ଟର ହୋଇଛି । ସୁରକ୍ଷାକର୍ମୀଙ୍କ ଗୁଳିରେ ଏବେ ଯାଏଁ ୩ ଜଣ ନକ୍ସଲଙ୍କ ମୃତଦେହ ସହ ଦୁଇଟି ମାରଣାସ୍ତ୍ର ଜବତ କରାଯାଇଛି ।'' କୋୟଲିବେଡା ଅଞ୍ଚଳରେ କିଛି ନକ୍ସଲ ଲୁଚିଥିବାର ଜିଲ୍ଲା ପୋଲିସ ଓ ବିଏସଏଫକୁ ବିଶେଷ ସୂତ୍ରରୁ ସୂଚନା ମିଳିଥିଲା । ଯାହାପରେ ଜିଲ୍ଲା ରିଜର୍ଭ ଗାର୍ଡ ଓ ସୀମା ସୁରକ୍ଷାବଳର ଏକ ମିଳିତ ଟିମ୍ ଅପରେସନରେ ବାହାରି ଥିଲେ ।

ଏହା ମଧ୍ୟ ପଢନ୍ତୁ: ନକ୍ସଲଙ୍କ ବର୍ବରକାଣ୍ଡ: ପୋଲିସ ଇନଫର୍ମର ସନ୍ଦେହରେ ଘରୁ ଟେକି ନେଇ ୨ ଜଣଙ୍କୁ ହତ୍ୟା

ଏହା ମଧ୍ୟ ପଢନ୍ତୁ: ଛତିଶଗଡରେ ସୁରକ୍ଷାବଳର ଏନକାଉଣ୍ଟର, 2 ନକ୍ସଲ ନିହତ

ଏଠାରେ ଉଲ୍ଲେଖଯୋଗ୍ୟ ଯେ, ଦୁଇ ଦିନ ତଳେ ଛତିଶଗଡ଼ ସୁକମାରେ ନକ୍ସଲମାନେ ବର୍ବରକାଣ୍ଡ ଘଟାଇଥିଲେ । ପୋଲିସ ଇନଫର୍ମର ସନ୍ଦେହରେ ଦୁଇ ଜଣ ଗ୍ରାମବାସୀଙ୍କୁ ଉଠାଇ ନେଇ ନିର୍ମମ ଭାବେ ହତ୍ୟା କରିଥିଲେ । ମୃତଦେହକୁ ଆଣି ଗାଁ ନିକଟରେ ଫିଙ୍ଗି ଦେଇ ଚାଲିଯାଇଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.