ରାୟପୁର: ସୁରକ୍ଷାବାହିନୀର ଅପରେସନ ନକ୍ସଲ ନିପାତ ପରେ ରକ୍ତମୁଖା ହୋଇଉଠିଛି ଲାଲବାହିନୀ । ପ୍ରଥମେ ସ୍ବାମୀକୁ ଅପହରଣ କଲେ । ସ୍ବାମୀ ସାମ୍ନାକୁ ସ୍ତ୍ରୀର ନେଲେ ଜୀବନ । ପୋଲିସ ଇନଫରର୍ମର ସନ୍ଦେହରେ ଛତିଶଗଡ ବିଜାପୁର ଜିଲ୍ଲାରେ ଏପରି ନାରକୀୟ କାଣ୍ଡ ଘଟଣାଛନ୍ତି ନକ୍ସଲ ।
ଅଙ୍ଗନବାଡି ସହାୟିକାଙ୍କୁ ନିର୍ମମ ହତ୍ୟା:
ଗତକାଲି(ଶନିବାର) ଛତିଶଗଡର ବିଜାପୁର ଜିଲ୍ଲାର ଲାଦେଡ ପଟେଲ ପାରା ଗାଁର ଜଣେ ଅଙ୍ଗନବାଡି ସହାୟିକାଙ୍କୁ ହତ୍ୟା କରିଛନ୍ତି ନକ୍ସଲ । ଗାଁଠୁ 3 କିଲୋମିଟର ଦୂର ପାହାଡରୁ ପୋଲିସ ମହିଳାଙ୍କ ମୃତଦେହ ଉଦ୍ଧାର କରିଛି । ମୃତଦେହକୁ ଫୋପାଡି ଘଟଣାସ୍ଥଳରେ ଏକ ପୋଷ୍ଟର ଛାଡି ଯାଇଛନ୍ତି । ଯେଉଁଥିରେ ଉଲ୍ଲେଖ ଅଛି ପୋଲିସ ଇନଫରର୍ମର ସନ୍ଦେହରେ ହତ୍ୟା କରାଯାଇଛି । ଏନେଇ ସୂଚନା ଦେଇଛନ୍ତି ବିଜାପୁର ଏସପି ଚନ୍ଦ୍ରକାନ୍ତ ।
ସ୍ବାମୀ ସାମ୍ନାରେ ସ୍ତ୍ରୀକୁ ହତ୍ୟା:
ନକ୍ସଲ ମାନେ ପ୍ରଥମେ ମହିଳାଙ୍କ ସ୍ବାମୀଙ୍କୁ ଅପହରଣ କରିନେଇଥିଲେ । ସ୍ବାମୀ ସାମ୍ନାରେ ସ୍ତ୍ରୀକୁ ହତ୍ୟା କରିଥିଲେ । ଏହାପରେ ସ୍ବାମୀକୁ ଛାଡି ଦେଇଛନ୍ତି ନକ୍ସଲ । ବିଜାପୁର ପୋଲିସ ଘଟଣା ସମ୍ପର୍କରେ ବିଳମ୍ବିତ ରାତିରେ ପାଇଥିଲା । ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରିଥିଲା । ଏହି ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ରହିଛି ।
3 ଦିନରେ 4 ହତ୍ୟା:
ଗୋଟେ ପରେ ସୁରକ୍ଷାବାହିନୀ ନକ୍ସଲ ନିପାତ ଅଭିଯାନ ଚଳାଇଥିବା ବେଳେ ଏହାକୁ ନେଇ ରକ୍ତମୁଖା ହୋଇପଡିଛନ୍ତି ଲାଲବାହିନୀ । ଗତ 3 ଦିନ ମଧ୍ୟରେ 4ଟି ହତ୍ୟା କଲେଣି ନକ୍ସଲ । ସରପଞ୍ଚ ସମେତ ଦୁଇ ମହିଳାଙ୍କ ଜୀବନ ନେଇଥିଲେ ନକ୍ସଲ । ଶନିବାର ରାତିରେ ଅଙ୍ଗନବାଡି ସହାୟିକାଙ୍କୁ ହତ୍ୟା କରିଛନ୍ତି । ତେଲେଙ୍ଗାନା ପୋଲିସକୁ ମହିଳା ଜଣଙ୍କ ସୂଚନା ଦେଉଥିବା ଦାବି କରିଛନ୍ତି ନକ୍ସଲ ।
ଏହା ମଧ୍ୟ ପଢନ୍ତୁ: ତେଲେଙ୍ଗାନା ପୋଲିସକୁ ବଡ ସଫଳତା, ଏନକାଉଣ୍ଟରରେ 7 ମାଓବାଦୀ ନିହତ ଛତିଶଗଡ଼ରେ ବଡ଼ ଏନକାଉଣ୍ଟର, ସୁରକ୍ଷାକର୍ମୀଙ୍କ ଗୁଳିରେ ୧୦ ନକ୍ସଲ ନିପାତ |
ନିକଟରେ ଟଳିଥିଲେ 7 ନକ୍ସଲ:
ତେଲେଙ୍ଗାନାରେ ବଡ଼ ଧରଣର ନକ୍ସଲ ନିପାତ ଅଭିଯାନ ହୋଇଥିଲା । ମୁଗୁଲୁରେ ସୁରକ୍ଷାକର୍ମୀଙ୍କ ଏନକାଉଣ୍ଟରରେ ଟଳିଥିଲେ 7 ନକ୍ସଲ । ମୁଗୁଲୁ ଜିଲ୍ଲାର ଇଟର୍ନଗରମ ଚକାପାକା ଜଙ୍ଗଲରେ ଏହି ଏନକାଉଣ୍ଟର ହୋଇଥିଲା । ତେଲେଙ୍ଗାନା-ଛତିଶଗଡ ସୀମାବର୍ତ୍ତୀ ଅଞ୍ଚଳରେ ଏହି ଏନକାଉଣ୍ଟର ହୋଇଥିବା ବେଳେ ଏଥିରେ ବଡ଼ ସଫଳତା ମିଳିଥିଲା ।