ETV Bharat / bharat

ସଲମାନକୁ ମାରିବାକୁ ଚାଲିଥିଲା ଷଡଯନ୍ତ୍ର ! ଫସର ଫଟାଇ ଦେଲା ନାଭି ମୁମ୍ବାଇ ପୋଲିସ - Salman Khan Firing Case

author img

By ETV Bharat Odisha Team

Published : Jun 1, 2024, 2:05 PM IST

Bishnoi Gang Plan To Target Salman: ଅଭିନେତା ସଲମାନ ଖାନଙ୍କ ଉପରେ ଆକ୍ରମଣ ଯୋଜନାକୁ ମୁମ୍ବାଇ ପୋଲିସ ପଣ୍ଡ କରିଦେଇଛି । ନାଭି ମୁମ୍ବାଇ ପୋଲିସ ଲରେନ୍ସ ବିଷ୍ଣୁଙ୍କ ଗ୍ୟାଙ୍ଗର ଚାରି ଜଣଙ୍କୁ ଗିରଫ କରିଛି । ଯେଉଁମାନେ ଭାଇଜାନଙ୍କ ଉପରେ ଆକ୍ରମଣ କରିବାକୁ ଯୋଜନା କରିଥିଲେ । ଅଧିକ ପଢନ୍ତୁ

ଲରେନ୍ସ ଗ୍ୟାଙ୍ଗର ୪ ସୁଟର ଗିରଫ, ଭାଇଜାନଙ୍କ ଉପରେ ଆକ୍ରମଣ କରିବାକୁ କରିଥିଲେ ଯୋଜନା
ଲରେନ୍ସ ଗ୍ୟାଙ୍ଗର ୪ ସୁଟର ଗିରଫ, ଭାଇଜାନଙ୍କ ଉପରେ ଆକ୍ରମଣ କରିବାକୁ କରିଥିଲେ ଯୋଜନା (IANS)

ମୁମ୍ୱାଇ: ପୁଣି ଲରେନ୍ସ ବିଷ୍ଣୌଇଙ୍କ ଟାର୍ଗେଟରେ ବଲିଉଡ ଅଭିନେତା ସଲମାନ ଖାନ । ଅଭିନେତାଙ୍କୁ ଆକ୍ରମଣ କରିବାକୁ ଆସି ଧରାପଡିଲେ ଲରେନ୍ସ ବିଷ୍ଣୌଇ ଗ୍ୟାଙ୍ଗର ୪ ସୁଟର । ଏମାନେ ସଲମାନଙ୍କ ଉପରେ ଆକ୍ରମଣ ପାଇଁ ଷଡଯନ୍ତ୍ର କରିଥିଲେ । ହେଲେ ସେମାନଙ୍କ ସେମାନଙ୍କ ଯୋଜନାକୁ ପଣ୍ଡ କରି ବାନ୍ଧିଛି ପୋଲିସ । ନାଭି ମୁମ୍ବାଇ ପୋଲିସ ଏହି ଘଟଣାରେ ଚାରି ଜଣଙ୍କୁ ଗିରଫ କରିଛି । ଗିରଫ ହୋଇଥିବା ଚାରିଜଣ ଅଭିଯୁକ୍ତ ଲରେନ୍ସ ବିଷ୍ଣୌଇ ଗ୍ୟାଙ୍ଗର ସଦସ୍ୟ ବୋଲି ଜଣାପଡିଛି ।

ଏମାନେ ଗିରଫ ଅଭିଯୁକ୍ତ

ଗିରଫ ଅଭିଯୁକ୍ତମାନେ ଧନଞ୍ଜୟ ଛଦ୍ମନାମ ଅଜୟ କଶ୍ୟପ, ଗୌରବ ଭାଟିଆ ଓରଫ ନାହବି, ୱାସି ଖାନ ଓରଫ ୱସିମ ଚିକନା ଏବଂ ରିଜୱାନ ଖାନ ଓରଫ ଜାଭେଦ ଖାନ ବୋଲି ଜଣାପଡିଛି ।

ପାକିସ୍ତାନରୁ ମାଗିଥିଲେ ଅସ୍ତ୍ରଶସ୍ତ୍ର

ନାଭି ମୁମ୍ବାଇ ପୋଲିସ କହିଛି ଯେ ଅଭିଯୁକ୍ତମାନେ ପାନଭେଲରେ ସଲମାନ ଖାନଙ୍କ କାର ଉପରେ ଆକ୍ରମଣ କରିବାକୁ ଯୋଜନା କରିଥିଲେ । କାରକୁ ନଷ୍ଟ କରିବା ପାଇଁ ପାକିସ୍ତାନ ଯୋଗାଣକାରୀଙ୍କ ଠାରୁ ଅସ୍ତ୍ରଶସ୍ତ୍ର ଆଣିବା ପାଇଁ ଏକ ଷଡଯନ୍ତ୍ର ମଧ୍ୟ କରାଯାଇଥିଲା । ଏହି ମାମଲାରେ ଲରେନ୍ସ ବିଷ୍ଣୌଇ, ଅନମୋଲ ବିଷ୍ଣୌଇ, ଗୋଲ୍ଡି ବରାର, ସମ୍ପତ ନେହେରାଙ୍କ ସମେତ ୧୭ ଜଣଙ୍କ ବିରୋଧରେ ପୋଲିସ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି ।

AK-47ରେ କାରକୁ ନଷ୍ଟ କରିବା ପାଇଁ ହୋଇଥିଲା ଷଡଯନ୍ତ୍ର

ରିପୋର୍ଟ ଅନୁସାରେ, ଲରେନ୍ସ ବିଷ୍ଣୌଇ ଗ୍ୟାଙ୍ଗର ଏହି ଚାରି ଜଣ ସୁଟର ସଲମାନ ଖାନଙ୍କୁ AK-47 ଏବଂ M16 ପରି ଅସ୍ତ୍ରରେ ଆକ୍ରମଣ କରିବାକୁ ଯୋଜନା କରୁଥିଲେ । ଅଭିଯୁକ୍ତମାନେ ଫାର୍ମ ହାଉସ୍ ଏବଂ ଅନ୍ୟାନ୍ୟ ସ୍ଥାନ ଉପରେ ନଜର ରଖିଥିଲେ । ଏହି ସୁଟର ମାନେ ସଲମାନ ଖାନଙ୍କୁ AK-47 ଏବଂ ଅନ୍ୟାନ୍ୟ ଅସ୍ତ୍ରଶସ୍ତ୍ରରେ ଗୁଳି ଚଳାଇବାକୁ ନିର୍ଦ୍ଦେଶ ପାଇଥିଲେ ଏବଂ ପୋଲିସ ଅଭିଯୁକ୍ତଙ୍କ ମୋବାଇଲ୍ ଫୋନରୁ ଅନେକ ଭିଡିଓ ଉଦ୍ଧାର କରିଥିବା ଜଣାପଡିଛି ।

୧୪ ଏପ୍ରିଲରେ ଆପାର୍ଟମେଣ୍ଟରେ ହୋଇଥିଲା ଗୁଳିମାଡ଼

ସୂଚନା ଥାଉକି, ବାନ୍ଦ୍ରା ଠାରେ ଥିବା ସୁପରଷ୍ଟାରଙ୍କ ବାସଭବନ ବାହାରେ ଗତ ୧୪ ତାରିଖ ସକାଳ ସମୟରେ ଗୁଳିମାଡ଼ ହୋଇଥିଲା । ଅଭିଯୁକ୍ତ ମାନେ ୪-୫ ରାଉଣ୍ଡ ଗୁଳି ଚଳାଇଥିଲେ । ତେବେ ଏହି ଘଟଣାରେ ଅନୁପଙ୍କ ସମେତ ମୋଟ ୬ ଜଣ ଅଭିଯୁକ୍ତକୁ ପୋଲିସ ବାନ୍ଧିଛି । ଘଟଣା ଘଟିବାର ଦୁଇ ଦିନ ପରେ ଏପ୍ରିଲ ୧୬ ତାରିଖରେ କ୍ରାଇମବ୍ରାଞ୍ଚ ୨ ଅଭିଯୁକ୍ତ ବିକି ଗୁପ୍ତା ଏବଂ ସୁନୀଲ ପାଲଙ୍କୁ ଗୁଜୁରାଟର ଭୁଜ ଜିଲ୍ଲାରୁ ଗିରଫ କରାଯାଇଥିଲା । ଏମାନେ ବିହାରର ଚମ୍ପାରନ ଜିଲ୍ଲାର ବାସିନ୍ଦା ବୋଲି ଜଣାପଡ଼ିଥିଲା । ଏହା ପରେ ଏପ୍ରିଲ ୨୫ରେ ପଞ୍ଜାବରୁ ଆଉ 2 ଅଭିଯୁକ୍ତ ସୁଭାଷ ଚନ୍ଦର (37) ଓ ଅନୁଜ ଥାପନ (32)ଙ୍କୁ ଗିରଫ କରିଥିଲା ମୁମ୍ବାଇ କ୍ରାଇମବ୍ରାଞ୍ଚ । ତେବେ ଅଭିଯୁକ୍ତ ବିକି ଗୁପ୍ତା, ସାଗର ପାଲ ଏବଂ ଅନୁଜ ଥାପନଙ୍କୁ ଆସନ୍ତା ମେ ୮ତାରିଖ ପର୍ଯ୍ୟନ୍ତ ପୋଲିସ ହେପାଜତକୁ ପଠାଯାଇଥିଲା । ଏବେ ଅନୁଜ ଥାପାନ୍ ଜୀବନ ହାରିଛି । ପରେ ଅନ୍ୟ ଅଭିଯୁକ୍ତକୁ ଧରିବାରେ ସଫଳ ହୋଇଥିଲା ପୋଲିସ ।

ଏହା ମଧ୍ୟ ପଢନ୍ତୁ: ଭାଇଜାନଙ୍କ ଘର ବାହାରେ ଗୁଳିମାଡ଼ ଘଟଣା; ଗ୍ୟାଙ୍ଗଷ୍ଟର ବିଷ୍ଣୌଇ ଗ୍ରୁପର ଆଉ ଜଣେ ସଦସ୍ୟ ଗିରଫ

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.