ହାଇଦ୍ରାବାଦ: ସମୟ ସହିତ ବଦଳିଛି ସମାଜର ଚିତ୍ର । ପୂର୍ବରୁ ଝିଅଟିଏ ଜନ୍ମ ହେଲେ ଘର ପରିବାର ଲୋକେ ମନ ଦୁଃଖ କରୁଥିଲେ । ଯୌତୁକ ପାଇଁ ଅଭିଭାବକମାନଙ୍କ ଉପରେ ବୋଝ ସାଜିବ ଭାବନା ମନକୁ ଆସୁଥିଲା । କିନ୍ତୁ ବର୍ତ୍ତମାନ ଝିଅ ବା କନ୍ୟା ସନ୍ତାନ ଜନ୍ମ ହେଲେ ଘରକୁ ଲକ୍ଷ୍ମୀ ଆସିଛି ବୋଲି କହିଥାଆନ୍ତି । ଯୌତୁକ ବୋଝ ନୁହେଁ ସମ୍ମାନ ମୁଣ୍ଡାଉଛନ୍ତି ଗୁରୁଜନ । ଆଜିକା ସମୟରେ କନ୍ୟା ଅବଳା କି ଦୁର୍ବଳା ନୁହଁ ବରଂ ପୁରୁଷକୁ ପଛରେ ପକାଇ ଆଗରେ ରହିଛନ୍ତି । ଯେଉଁ କନ୍ୟା ଦିନେ ଘର ସମ୍ଭାଳୁଥିଲେ ସେ ଆଜି ଦେଶର ଶାସନ ଭାର ହାତକୁ ନେଉଛନ୍ତି । ନାରୀ ଓ ପୁରୁଷ ସମାଜର ମୁଦ୍ରା ସଦୃଶ୍ୟ । ତେଣୁ କନ୍ୟା ଏବଂ ପୁତ୍ର ସନ୍ତାନକୁ ସମାନ ଭାବେ ଦେଖିଲେ ଏକ ସୁସ୍ଥ ସମାଜ ଗଠନ ହୋଇପାରିବ । କନ୍ୟା ସନ୍ତାନମାନେ ସମାଜରେ ସମ୍ମୁଖୀନ ହେଉଥିବା ଅସମାନତା ଉପରେ ଜନସଚେତନତା ସୃଷ୍ଟି କରିବା ପାଇଁ ପ୍ରତିବର୍ଷ ଜାନୁଆରୀ 24 ତାରିଖରେ ଜାତୀୟ କନ୍ୟା ସନ୍ତାନ ଦିବସ ପାଳନ କରାଯାଏ । ଝିଅମାନଙ୍କୁ ସେମାନଙ୍କର ଅଧିକାର ବିଷୟରେ ଅବଗତ କରାଇବା ଏବଂ ବିକାଶ ପାଇଁ ସମାନ ସୁଯୋଗ ସହିତ ସମାଜରେ ସେମାନଙ୍କୁ ସମ୍ମାନ ଦେବା ଲକ୍ଷ୍ୟରେ ଏହି ଦିନ ପାଳନ କରାଯାଏ ।
ଇତିହାସ: ଲିଙ୍ଗଗତ ଭେଦଭାବ ଭାରତରେ ଏକ ନୂଆ କଥା ନୁହେଁ, ଶତାବ୍ଦୀ ଧରି ଏହି ପ୍ରଥା ଚାଲି ଆସୁଛି । 1966 ମସିହା 24 ଜାନୁଆରୀରେ ଇନ୍ଦିରା ଗାନ୍ଧୀ ମହିଳା ପ୍ରଧାନମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଥିଲେ । ତେଣୁ 24 ଜାନୁଆରୀକୁ ଭାରତରେ ଜାତୀୟ ଶିଶୁ କନ୍ୟା ଦିବସ ଭାବରେ ପାଳନ କରାଯାଏ । ଜାତୀୟ ମହିଳା ଏବଂ ଶିଶୁ ବିକାଶ ମନ୍ତ୍ରଣାଳୟ ପକ୍ଷରୁ 2008 ମସିହାରେ ପ୍ରଥମ ଥର ପାଇଁ ଜାତୀୟ ଶିଶୁ କନ୍ୟା ଦିବସ ପାଳନ କରିବା ନେଇ ନିଷ୍ପତ୍ତି ନିଆଯାଇଥିଲା । ସେହି ସମୟରେ ଭାରତ ଇତିହାସରେ ପ୍ରଥମ ମହିଳା ପ୍ରଧାନମନ୍ତ୍ରୀ ରହିଥିଲେ ଇନ୍ଦିରା ଗାନ୍ଧୀ । ଏହା ମହିଳାଙ୍କ ପାଇଁ ଏକ ପଦକ୍ଷେପ ରହିଥିବା ବେଳେ ବୈପ୍ଲବିକ ପରିବର୍ତ୍ତନ ମଧ୍ୟ ଆଶା କରାଯାଉଥିଲା ।
ଏହା ମଧ୍ୟ ପଢନ୍ତୁ: ଜାତୀୟ ବାଳିକା ଶିଶୁ ଦିବସ, ୪ହଜାର ଝିଅଙ୍କୁ ମିଳିବ ସ୍କଲାର ସିପ୍
ଶୋଷିତ, ନିର୍ଯାତିତ ଏବଂ ଶିଶୁ କନ୍ୟାମାନଙ୍କୁ ଉଦ୍ଧାର କରି ସମାଜରେ ସଚେତନକତା ସୃଷ୍ଟି କରାଇବା ଏବଂ ଶିକ୍ଷା, ସ୍ବାସ୍ଥ୍ୟ କ୍ଷେତ୍ରରେ ସୁବିଧା ସୁଯୋଗ ପ୍ରଦାନ କରିବା ଏହି ଦିବସ ପାଳନର ମୂଳ ଉଦ୍ଦେଶ୍ୟ । କନ୍ୟା ସନ୍ତାନମାନଙ୍କ ସୁରକ୍ଷା ପାଇଁ ଅନେକ କାର୍ଯ୍ୟକ୍ରମ ଏବଂ ସଚେତନାଧର୍ମୀ ଅଭିଯାନ ମଧ୍ୟ ଆୟୋଜିତ ହୋଇଥାଏ ।
-
On National Girl Child Day, we salute the indomitable spirit and accomplishments of the Girl Child. We also recognise the rich potential of every girl child in all sectors. They are change-makers who make our nation and society better. Over the last decade, our government has…
— Narendra Modi (@narendramodi) January 24, 2024 " class="align-text-top noRightClick twitterSection" data="
">On National Girl Child Day, we salute the indomitable spirit and accomplishments of the Girl Child. We also recognise the rich potential of every girl child in all sectors. They are change-makers who make our nation and society better. Over the last decade, our government has…
— Narendra Modi (@narendramodi) January 24, 2024On National Girl Child Day, we salute the indomitable spirit and accomplishments of the Girl Child. We also recognise the rich potential of every girl child in all sectors. They are change-makers who make our nation and society better. Over the last decade, our government has…
— Narendra Modi (@narendramodi) January 24, 2024
ଜାତୀୟ ଶିଶୁକନ୍ୟା ଦିବସ ଅବସରରେ ଏକ ବାର୍ତ୍ତା ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସେ ଟ୍ବିଟ କରି ଲେଖିଛନ୍ତି, "ଜାତୀୟ ଶିଶୁକନ୍ୟା ଦିବସ ଅବସରରେ କନ୍ୟାଙ୍କର ଉଦ୍ୟମ ଭାବନା ଏବଂ ଉପଲବ୍ଧିକୁ ସଲାମ କରିବା ଉଚିତ । ସମସ୍ତ କ୍ଷେତ୍ରରେ କନ୍ୟାମାନଙ୍କର ସମୃଦ୍ଧ କ୍ଷମତାକୁ ଚିହ୍ନିପାରୁଛେ । ସେମାନେ ଏକ ପ୍ରକାର ପରିବର୍ତ୍ତନକାରୀ, ଯେଉଁମାନେ ଆମ ଦେଶ ଏବଂ ସମାଜକୁ ପରିବର୍ତ୍ତନ କରି ଉନ୍ନତ କରିପାରିଛନ୍ତି । ଗତ ଦଶନ୍ଧି ଧରି ଆମ ସରକାର ଏକ ଉନ୍ନତ ରାଷ୍ଟ୍ର ଗଠନ ପାଇଁ ପ୍ରୟାସ କରୁଛନ୍ତି । ଯେଉଁଥିରେ ପ୍ରତ୍ୟେକ ଝିଅକୁ ଶିଖିବା, ବୁଝିବା ଏବଂ ଅନେକ ସୁଯୋଗ ମଧ୍ୟ ପ୍ରଦାନ କରାଯାଉଛି।"
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ