ETV Bharat / bharat

ତୃତୀୟ ଥର NDA ସରକାର, ସାମ୍ନାକୁ ଆସିଲା ମୋଦିଙ୍କ ଶପଥ ଗ୍ରହଣ ତାରିଖ - NDA Government Formation

author img

By ETV Bharat Odisha Team

Published : Jun 5, 2024, 2:25 PM IST

NDA Government Formation: ଲୋକସଭା ନିର୍ବାଚନରେ ସଂଖ୍ୟାଗରିଷ୍ଠତା ହାସଲ କରିଛି ଏନଡିଏ । ତୃତୀୟ ଥର ପାଇଁ ଗଢିବ ସରକାର । ଖୁବଶୀଘ୍ର ଦେଶରେ ଆରମ୍ଭ ହେବ 3.0 । ନଜର ପକାନ୍ତୁ କେବେ ଏବଂ କିପରି ଶପଥ ନେବେ ମୋଦି ।

NDA Government Formation
NDA Government Formation (ETV Bharat Odisha)

ହାଇଦ୍ରାବାଦ: ଲୋକସଭା ନିର୍ବାଚନରେ ଏନଡିଏ ସଂଖ୍ୟାଗରିଷ୍ଠତା ହାସଲ କରିଥିବା ବେଳେ ତୃତୀୟ ଥର ପାଇଁ କ୍ଷମତାକୁ ଆସିବାକୁ ଯାଉଛି । ଏହାରି ଭିତରେ ନୂଆ ସରକାରଙ୍କ ଶପଥ ଗ୍ରହଣ ତାରିଖ ଏବଂ ସମୟ ମଧ୍ୟ ସ୍ଥିର କରାଯାଇଛି । ଖୁବଶୀଘ୍ର ଆରମ୍ଭ ହେବାକୁ ଯାଉଛି ମୋଦି 3.0 । ପୁଣିଥରେ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେବେ ନରେନ୍ଦ୍ର ମୋଦି । ଜୁନ 8 ତାରିଖ ସନ୍ଧ୍ୟାରେ ନରେନ୍ଦ୍ର ମୋଦି ପ୍ରଧାନମନ୍ତ୍ରୀ ଭାବେ ଶପଥ ନେଇପାରନ୍ତି ବୋଲି ବିଶେଷ ସୁତ୍ରରୁ ଜଣାପଡିଛି । ଏନେଇ ମାନସମନ୍ଥନ ମଧ୍ୟ ଆରମ୍ଭ ହୋଇସାରିଛି ।

ତୃତୀୟ ଥର ପାଇଁ ଶପଥ ଗ୍ରହଣ କରିବା ମାତ୍ରେ ନୂଆ ରେକର୍ଡ ସୃଷ୍ଟି କରିବେ ନରେନ୍ଦ୍ର ମୋଦି । ଲଗାତାର ତୃତୀୟ ଥର ପ୍ରଧାନମନ୍ତ୍ରୀ ଭାବେ ଶପଥ ନେବେ । ଏହା ପୂର୍ବରୁ ଏହି ରେକର୍ଡ ଜବାହାରଲାଲ ନେହେରୁଙ୍କ ନାମରେ ରହିଥିବା ବେଳେ ଏବେ ଏହି ରେକର୍ଡରେ ମୋଦିଙ୍କ ନାମ ମଧ୍ୟ ଯୋଡି ହେବାକୁ ଯାଉଛି ।

ସନ୍ଧ୍ୟା 4ଟାରେ ଏନଡିଏ ବୈଠକ! : ଆଜି ଅପରାହ୍ନ 4 ଟାରେ ଦିଲ୍ଲୀରେ ଏନଡିଏ ବୈଠକ ଡକାଯାଇଥିବା ସୂଚନା ରହିଛି । ଏଥିରେ ଜେଡିୟୁ ମୁଖ୍ୟ ନୀତୀଶ କୁମାର, ଟିଡିପି ମୁଖ୍ୟ ଏନ ଚନ୍ଦ୍ରବାବୁ ନାଇଡୁ ଏବଂ ଅନ୍ୟ ନେତାମାନେ ଅଂଶଗ୍ରହଣ କରିବେ । ଏନଡିଏ ସହଯୋଗୀଙ୍କ ସହିତ ଆଲୋଚନା ହେବା ପରେ ବିଜେପି ସଂସଦୀୟ ବୋର୍ଡ ବୈଠକ ଅନୁଷ୍ଠିତ ହେବ । ଏହି ବୈଠକରେ ସରକାର ଗଠନ ଏବଂ ଶପଥ ଗ୍ରହଣର ରୂପରେଖ ବିଷୟରେ ଆଲୋଚନା କରାଯିବ । ବୁଧବାର ସକାଳେ ଜେଡିୟୁ ମୁଖ୍ୟ ନୀତୀଶ କୁମାର ଦିଲ୍ଲୀରେ ପହଞ୍ଚିଥିଲେ । ଚନ୍ଦ୍ରବାବୁ ନାଇଡୁ ମଧ୍ୟ ଅପପାହ୍ନ ସୁଦ୍ଧା ଦିଲ୍ଲୀ ପହଞ୍ଚିବା ନେଇ ସୂଚନା ରହିଛି ।

ଏହା ମଧ୍ୟ ପଢନ୍ତୁ: ଦିଲ୍ଲୀରେ ବିଜେପିର 'କ୍ଲିନସ୍ବିପରେ ହ୍ୟାଟ୍ରିକ'; ପୁଣି ପଛରେ ପଡିଲା ଆପ୍‌-କଂଗ୍ରେସ - BJP sweeps Delhi

ଫଳାଫଳର 4ଦିନ ପରେ ଶପଥ ଗ୍ରହଣ: 2019 ର ଫଳାଫଳର 7 ଦିନ ପରେ ପ୍ରଧାନମନ୍ତ୍ରୀ ପଦ ପାଇଁ ଶପଥ ଗ୍ରହଣ ସମାରୋହ ଅନୁଷ୍ଠିତ ହୋଇଥିଲା । 2014 ମସିହାରେ ଏନଡିଏ ସରକାର ଗଠନ ହୋଇଥିଲା। 10 ଦିନ ପରେ ପ୍ରଧାନମନ୍ତ୍ରୀ ମୋଦି ଶପଥ ଗ୍ରହମ କରିଥିଲେ । ଏଥର ଫଳାଫଳ ଘୋଷଣା ହେବାର 4 ଦିନ ପରେ ଅର୍ଥାତ ଜୁନ 8 ତାରିଖରେ ଶପଥ ନେବେ ନରେନ୍ଦ୍ର ମୋଦି ।

ସଂଖ୍ୟାଗରିଷ୍ଠତା ହାସଲ କରିଛି ଏନଡିଏ: ମଙ୍ଗଳବାର ଲୋକସଭା ନିର୍ବାଚନର ଫଳାଫଳ ଆସିଛି । ବିଜେପି ନେତୃତ୍ୱାଧୀନ ଏନଡିଏ 292 ଟି ଆସନ ଜିତି ବହୁମତ ହାସଲ କରିଛି । ବିରୋଧୀ ମେଣ୍ଟ ଇଣ୍ଡିଆ 234 ଟି ଆସନ ପାଇଛି । କେବଳ ବିଜେପି 240 ଟି ଆସନ ଜିତିଛି । ଏଭଳି ପରିସ୍ଥିତିରେ ଦଳ ସଂଖ୍ୟାଗରିଷ୍ଠତା (272) ଠାରୁ ବହୁ ପଛରେ ଅଛି । 2014 ନିର୍ବାଚନରେ ​​ମୋଦିଙ୍କ ନେତୃତ୍ୱରେ ବିଜେପି 282 ଟି ଆସନ ଜିତିଥିଲା ​​ଏବଂ 2019 ନିର୍ବାଚନରେ ​​ଏହା 303 ଟି ଆସନ ଜିତି ନିଜେ ବହୁମତ ହାସଲ କରିଥିଲା । ଚଳିତଥର ଏନଡିଏ ସହଯୋଗୀଙ୍କୁ ଅନ୍ତର୍ଭୁକ୍ତ କରି ସଂଖ୍ୟାଗରିଷ୍ଠତା ହାସଲ କରିବାରେ ସକ୍ଷମ ହୋଇଛି ଦଳ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.