ETV Bharat / bharat

ପରିଚୟ ଲୁଚାଇ ହିନ୍ଦୁ ଯୁବତୀଙ୍କ ସହ ପ୍ରେମ, ବିବାହ ପାଇଁ ଆସି ଧରାପଡିଲା ମୁସଲିମ ଯୁବକ - Uttar pradesh

Muslim youth reached to marry a Hindu girl: ନାମ ବଦଳାଇ ଓ ପୋଲିସ ଚାକିରି କଥା କହି ହିନ୍ଦୁ ଯୁବତୀଙ୍କୁ ପ୍ରେମ ଜାଲରେ ଫସାଇଲା ମୁସଲିମ ଯୁବକ । ବାହା ହେବାକୁ ଆସି ଧରାପଡିବା ପରେ ଗଲା ଜେଲ । ଅଧିକ ପଢନ୍ତୁ

ଉତ୍ତର ପ୍ରଦେଶରେ ‘ଲଭଜିହାଦ’! ପରିଚୟ ଲୁଚାଇ ହିନ୍ଦୁ ଯୁବତୀକୁ ବିବାହ ଉଦ୍ୟମ ବେଳେ ଧରା ପଡିଲା ମୁସଲିମ ଯୁବକ

author img

By ETV Bharat Odisha Team

Published : Feb 26, 2024, 9:54 PM IST

ୟୁପିରେ ‘ଲଭଜିହାଦ’! ପରିଚୟ ଲୁଚାଇ ହିନ୍ଦୁ ଯୁବତୀ ସହ ପ୍ରେମ, ବିବାହ ପାଇଁ ଆସି ଧରାପଡିଲା ମୁସଲିମ ଯୁବକ

ଲକ୍ଷ୍ନୌ: ଉତ୍ତର ପ୍ରଦେଶରେ ‘ଲଭଜିହାଦ’ ଅଭିଯୋଗ । ପରିଚୟ ଲୁଚାଇ ହିନ୍ଦୁ ଯୁବତୀକୁ ପ୍ରେମରେ ଫସାଇ ବିବାହ ଉଦ୍ୟମ ବେଳେ ଧରାପଡିଲା ମୁସଲିମ ଯୁବକ । ସେ ବି ପୁଣି ନିଜକୁ ଉତ୍ତର ପ୍ରଦେଶ ପୋଲିସର ଜଣେ କର୍ମଚାରୀ ଭାବେ ପରିଚୟ ଦେଇ ବିବାହ ସ୍ଥିର କରିଥିଲା । ବର ଆସି ପହଞ୍ଚଲା । କନ୍ୟା ମଧ୍ୟ ବିବାହ ମଣ୍ଡପରେ ପ୍ରସ୍ତୁତ ଥିଲା । କିଛି ସମୟ ମଧ୍ୟରେ ବିବାହ ପ୍ରକ୍ରିୟା ଶେଷ ହେବାକୁ ଯାଉଥିବା ବେଳେ କୌଣସି ପ୍ରକାର ସତ ସାମ୍ନାକୁ ଆସିଛି । ବର ଭୂମିକାରେ ଥିବା ଯୁବକ ହିନ୍ଦୁ ନୁହେଁ ବରଂ ମୁସଲିମ ଓ ସେ କୌଣସି ପୋଲିସ କର୍ମଚାରୀ ନୁହେଁ ବୋଲି ଜଣାପଡିଛି । ପୋଲିସ ବରକୁ ଉକ୍ତ ମୁସଲିମ ଯୁବକକୁ କରିବା ସହ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି । ଏପରି ଏକ ସମ୍ବେଦନଶୀଳ ଘଟଣା ଏବେ ଉତ୍ତର ପ୍ରଦେଶର କୁଶିନଗରର ଅହୌରୋଲୀ ଥାନା କ୍ଷେତ୍ରରେ ଦେଖିବାକୁ ମିଳିଛି ।

  • " class="align-text-top noRightClick twitterSection" data="">

ତେବେ ସୂଚନା ଅନୁସାରେ,କପ୍ତାନଗଞ୍ଜ ଥାନା କ୍ଷେତ୍ରର ମାଥୌଲୀ ଗ୍ରାମର ତବରେଜ ଆଲାମ ନାମକ ଏହି ମୁସଲିମ ଯୁବକ ମିଛ କହି ଜଣେ ଯୁବତୀଙ୍କୁ ପ୍ରେମ ଜାଲରେ ଫସାଇଥିଲା । ସେ ନିଜର ନାମ ଆର୍ଯ୍ୟନ ପ୍ରସାଦ ଓ ସେ ଉତ୍ତର ପ୍ରଦେଶ ପୋଲିସରେ ଜଣେ କନେଷ୍ଟବଳ ଭାବେ କାର୍ଯ୍ୟରତ ଅଛି ବୋଲି ଯୁବତୀଙ୍କ ସାମ୍ନାରେ ପରିଚୟ ରଖିଥିଲା । ପ୍ରେମ ସମ୍ପର୍କ ବଢିବା ସହ ବିହାହ ପର୍ଯ୍ୟନ୍ତ କଥା ଗଲା । ଯୁବକ ଜଣକ ଅନ୍ୟ ଜଣେ ବ୍ୟକ୍ତିଙ୍କୁ ନିଜର ପିତା ଭାବେ ପରିଚୟ କରାଇ ଯୁବତୀଙ୍କ ପରିବାର ସଦସ୍ୟଙ୍କ ସହ ବିବାହ ବାବାଦରେ କଥା ହେଲା । ରବିବାର (ଗତକାଲି) ବିବାହ ସ୍ଥିର ହୋଇଥିଲା । ଯୁବକ ଜଣକ କୌଣସି ବରଯାତ୍ରୀ କିମ୍ବା ସମ୍ପର୍କୀୟ ପରିବର୍ତ୍ତେ ଏକାକୀ ଏକ କାରରେ କନ୍ୟା ଘରେ ପହଞ୍ଚିଥିଲା । ମଣ୍ଡପରେ ବିବାହ ପ୍ରକ୍ରିୟା ଆରମ୍ଭ ହେଲା । ହେଲେ ଯୁବକ ଜଣକ ପିନ୍ଧିଥିବା କିଛି ନକଲି ଗହଣାରୁ କନ୍ୟା ପରିବାର ସଦସ୍ୟଙ୍କ ସନ୍ଦେହ ବଢିବା ପରେ ଯୁବକକୁ ପଚରା ଉଚରା କରାଯାଇଥିଲା । ଏହି ସମୟରେ ସତ ଜଣାପଡିଥିଲା ।

ଏହା ମଧ୍ୟ ପଢନ୍ତୁ :- ଭୁଲରେ ରିଟ୍ବିଟ୍‌ କରିଥିଲି: 2018 ଆପତ୍ତିଜନକ ଭିଡିଓ ଟ୍ବିଟ୍‌ ମାମଲାରେ ସର୍ବୋଚ୍ଚ କୋର୍ଟରେ କେଜ୍ରିଓ୍ବାଲ

ତାର ନାମ ତବରେଜ ଆଲାମ ଓ ସେ ଜଣେ ମୁସଲିମ ଯୁବକ । ପୋଲିସ ଚାକିରି ଓ ନିଜକୁ ହିନ୍ଦୁ ବୋଲି ଯୁବତୀଙ୍କୁ ପ୍ରେମ ଜାଲରେ ଫସାଇବା ପରେ ବିବାହ କରିବା ପାଇଁ ଯାଉଥିଲା । ଏସବୁ ଜଣାପଡିବା ପରେ ବିବାହ ସମ୍ପନ୍ନ ହେବାର କିଛି ସମୟ ପୂର୍ବରୁ ଯୁବକକୁ ପୋଲିସରେ ଜିମା ଦିଆଯାଇଛି । ପୋଲିସ ଯୁବକକୁ ଗିରଫ କରିବା ସହ ଏକାଧିକ ଆକ୍ଟରେ ଏକ ମାମଲା ମଧ୍ୟ ରୁଜୁ କରିଛି । ତେବେ ଏପରି ଏକ ସମ୍ବେଦନଶୀଳ ମାମଲା ଏବେ ପୁରା ରାଜ୍ୟରେ ଚର୍ଚ୍ଚାର ବିଷୟ ପାଲଟିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.