ETV Bharat / bharat

ସରକାରୀ ସ୍କୁଲରେ ଉର୍ଦ୍ଦୁ ନପଢିଥିବାରୁ ଛାତ୍ରଙ୍କୁ ମାଡ ଅଭିଯୋଗ, ଶିକ୍ଷା ବିଭାଗର ତଦନ୍ତ ଆରମ୍ଭ - Mirzapur Government School

Muslim Teacher Beats Student: ଉତ୍ତର ପ୍ରଦେଶ ସରକାରୀ ସ୍କୁଲରେ ଉର୍ଦ୍ଦୁ ନପଢିଥିବାରୁ ଛାତ୍ରଙ୍କୁ ମାଡ ଅଭିଯୋଗ, ଶିକ୍ଷା ବିଭାଗର ତଦନ୍ତ ଆରମ୍ଭ । ଅଧିକ ପଢନ୍ତୁ

ସରକାରୀ ସ୍କୁଲରେ ଉର୍ଦ୍ଦୁ ନପଢିଥିବାରୁ ଛାତ୍ରଙ୍କୁ ମାଡ ଅଭିଯୋଗ, ଶିକ୍ଷା ବିଭାଗର ତଦନ୍ତ ଆରମ୍ଭ

author img

By ETV Bharat Odisha Team

Published : Mar 4, 2024, 10:57 PM IST

ଲକ୍ଷ୍ନୌ: ଉର୍ଦ୍ଦୁ ନପଢିଥିବାରୁ ଏକ ସରକାରୀ ବିଦ୍ୟାଳୟର ପ୍ରଧାନଶିକ୍ଷକ ଛାତ୍ରଙ୍କୁ ମାଡ ମାରିଥିବା ଅଭିଯୋଗ ହୋଇଛି । ଛାତ୍ର ଜଣକ ଏନେଇ ନିଜ ପିତାମାତାଙ୍କୁ ଜଣାଇଥିଲେ । ଛାତ୍ରର ଅଭିଭାବକ ପ୍ରଧାନ ଶିକ୍ଷକଙ୍କ ସହ କଥା ହେବା ପାଇଁ ସ୍କୁଲକୁ ଆସିଥିବା ବେଳେ ତାଙ୍କୁ ମଧ୍ୟ ଅପମାନିତ କରି ଫେରାଇ ଦିଆଯାଇଥିବା ଅଭିଯୋଗ ହୋଇଛି । ଏପରି ଏକ ଘଟଣା ଏବେ ଉତ୍ତର ପ୍ରଦେଶର ମିର୍ଜାପୁର ଅଞ୍ଚଳରେ ଚର୍ଚ୍ଚା ସୃଷ୍ଟି କରିଛି ।

ଘଟଣାଟି ମିର୍ଜାପୁର ଜିଲ୍ଲାର ଅନ୍ତର୍ଗତ ମହଗୁଡ ପ୍ରାଥମିକ ବିଦ୍ୟାଳୟରେ ଘଟିଛି । ସ୍କୁଲରେ 5ମ ଶ୍ରେଣୀରେ ପଢୁଥିବା ସତ୍ୟମ ନାମକ ଜଣେ ଛାତ୍ରଙ୍କୁ ଶିକ୍ଷକ ଉର୍ଦ୍ଦୁ ପଢିନଥିବା କାରଣରୁ ମାଡ ମାରିଥିବା ଅଭିଯୋଗ ଆସିଛି । ପ୍ରଧାନଶିକ୍ଷକଙ୍କ ଆକ୍ରୋଶର ଶିକାର ହୋଇଥିବା ଛାତ୍ରଙ୍କ ବାପା ସମ୍ପୃକ୍ତ ଶିକ୍ଷକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରି ସ୍ଥାନୀୟ ପୋଲିସ ଷ୍ଟେସନରେ ଅଭିଯୋଗ କରିଛନ୍ତି । ପ୍ରଧାନ ଶିକ୍ଷକ ଏହି ଅଭିଯୋଗକୁ ଖଣ୍ଡନ କରିବା ସହ ଭିତ୍ତିହୀନ ବୋଲି କହିଛନ୍ତି । ଘଟଣା ସମ୍ପର୍କରେ ଜଣାପଡିବା ପରେ, ସ୍କୁଲ କ୍ୟାମ୍ପସରେ ଉତ୍ତେଜନା ଦେଖିବାକୁ ମିଳିଥିଲା । କ୍ରୋଧିତ ଛାତ୍ରମାନେ ବିଦ୍ୟାଳୟର ଶିକ୍ଷକଙ୍କ ବିରୋଧରେ ପ୍ରଦର୍ଶନ କରିଛନ୍ତି । ଉର୍ଦ୍ଦୁ ଅଧ୍ୟୟନ ପାଇଁ ତାଙ୍କୁ ବଳପୂର୍ବକ ଚାପ ପକାଯାଉଥିବା ସେମାନେ ଅଭିଯୋଗ ହୋଇଛି । ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ।

ଏହା ମଧ୍ୟ ପଢନ୍ତୁ:- ରାଜ୍ୟସଭାରୁ ଇସ୍ତଫା ଦେଲେ ଜେପି ନଡ୍ଡା, 2ୟ ପର୍ଯ୍ୟାୟ ଲୋକସଭା ପ୍ରାର୍ଥୀ ତାଲିକାରେ ଆସିବ ନାମ !

ତେବେ ସରକାରୀ ସ୍କୁଲରେ ଏପରି ଘଟଣା ଶିକ୍ଷାବ୍ୟବସ୍ଥାର ପାରଦର୍ଶିତା ଉପରେ ମଧ୍ୟ ପ୍ରଶ୍ନବାଚୀ ସୃଷ୍ଟି କରିଛି । ସ୍କୁଲରେ ଉର୍ଦ୍ଦୁ ଶିକ୍ଷା ପାଇଁ ପିଲାଙ୍କୁ ବାଧ୍ୟ କରାଯିବା ଓ ମାଡ ମରାଯିବା ଅଭିଯୋଗକୁ ଶିକ୍ଷା ବିଭାଗ ଅତି ଗମ୍ଭୀରତାର ସହ ନେଇଛି । ଏନେଇ ପୋଲିସ ତଦନ୍ତ ସହ ବିଭାଗୀୟ ତଦନ୍ତ ମଧ୍ୟ ଆରମ୍ଭ ହୋଇଛି । ତଦନ୍ତର ଫଳାଫଳ ଅନୁସାରେ, ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ନେଇ ବିଭାଗ କହିଛି । ତେବେ ଗତବର୍ଷ କର୍ଣ୍ଣାଟକର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଦେଖାଯାଇଥିବା ହିଜାବ ବିବାଦ ରାଜ୍ୟରେ ଅପ୍ରିତିକର ସ୍ଥିତି ସୃଷ୍ଟି ହୋଇଥିଲା । ମାମଲା କୋର୍ଟରେ ପହଞ୍ଚିଥିଲା । ଦୀର୍ଘ ଦିନର ଶୁଣାଣି ପରେ କୋର୍ଟ ଶିକ୍ଷାନୁଷ୍ଠାନରେ ହିଜାବ ଓ ଅନ୍ୟ ଧର୍ମୀୟ ଆଭୂଷଣ ପରିଧାନକୁ ବ୍ୟାନ କରିଥିଲେ । ଏହା ପରେ ପରିସ୍ଥିତି ଶାନ୍ତ ପଡିଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.