ETV Bharat / bharat

ମୌସୁମୀ ବର୍ଷାରେ ଉବୁଟୁବୁ ମୁମ୍ବାଇ, ପ୍ରଧାନମନ୍ତ୍ରୀଙ୍କ ଗସ୍ତ ବାତିଲ, ୟୁପିରେ ୨୬ ଜିଲ୍ଲାରେ ବର୍ଷୁଛି - Mumbai Rain

author img

By ETV Bharat Odisha Team

Published : 16 hours ago

Mumbai rain IMD Alert: ବର୍ଷାରେ ବୁଡିଲା ମାୟାନଗରୀ ମହାରାଷ୍ଟ୍ର ରାଜଧାନୀ ମୁମ୍ବାଇ । ମୌସୁମୀର ପ୍ରତ୍ୟାବର୍ତ୍ତନ ସମୟରେ ଉତ୍ତରପ୍ରଦେଶ (ୟୁପି)ର ୨୬ ଜିଲ୍ଲାରେ ପ୍ରବଳ ବର୍ଷୁଛି । ବାତିଲ ହୋଇଛି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମହାରାଷ୍ଟ୍ର ଓ ପୁନେ ଗସ୍ତ ।

Mumbai rain IMD Alert
Mumbai rain IMD Alert (ETV BHARAT ODISHA)

ମୁମ୍ବାଇ: ଲଗାଣ ବର୍ଷାରେ ଉବୁଟୁବୁ ମାୟାନଗରୀ ମୁମ୍ବାଇ । ଗତକାଲିଠାରୁ ଜାରି ରହିଛି ତୁହାକୁ ତୁହା ବର୍ଷା । ଫଳରେ ବିଭିନ୍ନ ସ୍ଥାନରେ ପାଣି ଜମି ରହିଥିବାରୁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି । ବର୍ଷା ଲାଗି ରହିବା କାରଣରୁ ଘରୁ ବାହାରିବା ମଧ୍ୟ ମୁସକିଲ ହୋଇପଡିଛି । ରାସ୍ତାରେ ଉପରେ ଆଣ୍ଠୁଏ ପାଣି ଚାଲୁଥିବାରୁ ଯାତାୟତ ବାଧାପ୍ରାପ୍ତ ହୋଇଛି । ପାଞ୍ଚ ଘଣ୍ଟା ମଧ୍ୟରେ ବିଭିନ୍ନ ଅଞ୍ଚଳରେ 100 ମିଲିମିଟରରୁ ଅଧିକ ବର୍ଷା ହୋଇଥିବା ରେକର୍ଡ କରାଯାଇଛି । ବର୍ଷା ସମୟରେ ଜଣେ ମହିଳା ମୁକୁଳା ଡ୍ରେନରେ ପଡିଯିବାରୁ ତାଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଆନ୍ଧେରୀର MIDCର ଗେଟ୍ ନମ୍ବର 8 ନିକଟରେ ଏହି ଘଟଣା ଘଟିଥିଲା । ଆଜି ମଧ୍ୟ ଲଗାଣ ବର୍ଷା ଜାରି ରହିଛି ।

ମୋଦିଙ୍କ ମହାରାଷ୍ଟ୍ର ଓ ପୁନେ ଗସ୍ତ ବାତିଲ:

ଆଜି ମହାରାଷ୍ଟ୍ର ଓ ପୁନେ ଗସ୍ତରେ ଆସିଥାନ୍ତେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । କିନ୍ତୁ ବର୍ଷା ଲାଗି ରହିଥିବାରୁ ଏହି ଗସ୍ତକୁ ବାତିଲ କରାଯାଇଛି । ପୁନେରେ ମେଟ୍ରୋ ଟ୍ରେନ ଶୁଭାରମ୍ଭର କାର୍ଯ୍ୟକ୍ରମ ସହ 22 ହଜାର 600 କୋଟି ଟଙ୍କାର ଉନ୍ନଯନ ମୂଳକ ପ୍ରକଳ୍ପର ଲୋକାର୍ପଣ କାର୍ଯ୍ୟକ୍ରମ ରହିଥିଲା । ଗତକାଲି ପୁନେର ତିନି ଖଣ୍ଟା ମଧ୍ୟରେ 131 ମିମି ବର୍ଷା ହୋଇଥିବା ରେକର୍ଡ କରାଯାଇଛି ।

ମୁମ୍ବାଇ ସମେତ ୪ ଜିଲ୍ଲାକୁ ରେଡ ଆଲର୍ଟ:

ବୁଧବାର ସନ୍ଧ୍ୟାଠାରୁ ମୁମ୍ବାଇରେ ବର୍ଷା ହୋଇଛି । ଆଜି ମହାରାଷ୍ଟ୍ରର ମୁମ୍ବାଇ ସମେତ ଚାରିଟି ଜିଲ୍ଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ପ୍ରବଳ ବର୍ଷାକୁ ଦୃଷ୍ଟିରେ ରଖି ପାଣିପାଗ ବିଭାଗ ମୁମ୍ବାଇ ଏବଂ ଏହାର ଆଖପାଖ ଜିଲ୍ଲା ଥାନେ, ପାଲଘର, ରତ୍ନଗିରି ଏବଂ ରାୟଗଡକୁ ରେଡ ଆଲର୍ଟ ଜାରି କରିଛି ।

ଏହା ମଧ୍ୟ ପଢନ୍ତୁ-ଓଡ଼ିଶାରେ ଜାରି ରହିଛି ଲଘୁଚାପ ବର୍ଷା, ଆଜି ବି ବର୍ଷିବ, ୧୮ ଜିଲ୍ଲାକୁ ୟେଲୋ ଆଲର୍ଟ - ODISHA RAIN ALERT

ଏହା ମଧ୍ୟ ପଢନ୍ତୁ-୪୮ ଘଣ୍ଟା ପ୍ରବଳ ବର୍ଷିବ; ବିଜୁଳି ଘଡ଼ଘଡ଼ି ସହ ପ୍ରବଳ ବର୍ଷା ୱାର୍ଣ୍ଣିଂ - Odisha Weather Latest Update

ଏହା ମଧ୍ୟ ପଢନ୍ତୁ-ଆଗାମୀ ୩ ଦିନ ଓଡ଼ିଶାରେ କୁଟିବ ପ୍ରବଳ ବର୍ଷା, ବିଜୁଳି ଘଡ଼ଘଡ଼ି ପାଇଁ ସତର୍କ ଜାରି - Odisha Weather Update

ବର୍ଷା ଯୋଗୁଁ ସ୍କୁଲ ଛୁଟି:

ମୁମ୍ବାଇରେ ପ୍ରବଳ ବର୍ଷା ହେତୁ ବ୍ରିହାନ ମୁମ୍ବାଇ ମ୍ୟୁନିସିପାଲିଟି କର୍ପୋରେସନରେ ଆଜି ସମସ୍ତ ସ୍କୁଲ ଏବଂ କଲେଜରେ ଛୁଟି ଘୋଷଣା କରାଯାଇଛି । ପ୍ରବଳ ବର୍ଷାକୁ ଦୃଷ୍ଟିରେ ରଖି ସହର ଏବଂ ଏହାର ଆଖପାଖ ଅଞ୍ଚଳରେ ରହୁଥିବା ସମସ୍ତ ଲୋକଙ୍କୁ ଘର ବାହାରକୁ ନ ଆସିବାକୁ ମୁମ୍ବାଇ ପୋଲିସ ପରାମର୍ଶ ଦେଇଛି। ଆଇଏମଡିର ସୂଚନା ଅନୁଯାୟୀ, ଆଜି ମୁମ୍ବାଇରେ ଆକାଶ ମେଘୁଆ ରହିବା ସହ ପ୍ରବଳ ବର୍ଷାହେବାର ସମ୍ଭାବନା ରହିଛି । ଆସନ୍ତାକାଲି ପର୍ଯ୍ୟନ୍ତ ମୁମ୍ବାଇରେ ପ୍ରବଳ ବର୍ଷା ଜାରି ରହିବ ବୋଲି ପୂର୍ବାନୁମାନ କରାଯାଇଛି ।

ବର୍ଷା ଯୋଗୁଁ ଟେନ ଓ ବିମାନ ଚଳାଚଳ ବାଧାପ୍ରାପ୍ତ:

ଗତକାଲି (ବୁଧବାର) ମୁମ୍ବାଇରେ ପ୍ରବଳ ବର୍ଷା ହୋଇଥିଲା । ଏହି କାରଣରୁ ତଳିଆ ଅଞ୍ଚଳରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା । ଟ୍ରେନ ଚଳାଚଳ ମଧ୍ୟ ବାଧାପ୍ରାପ୍ତ ହୋଇଥିଲା । ଗତକାଲି କିଛି ଟ୍ରେନ ଅଟକି ରହିବାରୁ ଯାତ୍ରୀ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହୋଇଥିଲେ । ସେହିପରି ମୁମ୍ବାଇକୁ ଆସୁଥିବା ବିମାନକୁ ଡାଇଭର୍ଟ କରାଯାଇଥିଲା । ଲଗାଣ ବର୍ଷା ହେତୁ ଗତକାଲି ରାତିରେ ଥାନେ ମୁମ୍ବ୍ରା ବାଇପାସରେ ଭୂସ୍ଖଳନ ହୋଇଥିଲା। ଏହି କାରଣରୁ 3 ଘଣ୍ଟାରୁ ଅଧିକ ସମୟ ପର୍ଯ୍ୟନ୍ତ ଉକ୍ତ ଅଞ୍ଚଳରେ ଟ୍ରାଫିକ ସମସ୍ୟା ଉପୁଜିଥିଲା ।

ୟୁପିର ୨୬ ଜିଲ୍ଲାରେ ବର୍ଷା:

ଗତ ତିନିଦିନ ହେବ ଉତ୍ତରପ୍ରଦେଶର ଅଧିକାଂଶ ଜିଲ୍ଲାର ପାଗ ଭଲ ରହିଥିଲେ ମଧ୍ୟ ବୁଧବାର ସକାଳୁ ବୁଲନ୍ଦ ସହରରେ ପ୍ରବଳ ବର୍ଷା ହୋଇଛି । ଆଜି ୨୬ଟି ଜିଲ୍ଲାରେ ବର୍ଷା ହେବା ନେଇ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ଦକ୍ଷିଣ ପଶ୍ଚିମ ମୌସୁମୀ ପ୍ରତ୍ୟାବର୍ତ୍ତନ ସମୟ ଆସୁଥିବା ବେଳେ, ୟୁପି ସମେତ ବିଭିନ୍ନ ରାଜ୍ୟରେ ବର୍ଷା ହେଉଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.