ETV Bharat / bharat

ଜେଲରେ ପିନ୍ଧୁଥିଲା ବୁଲେଟପ୍ରୁଫ୍ ଜ୍ୟାକେଟ, ସେଲ୍ ଭିତରୁ ଲଢ଼ିଥିଲା ନିର୍ବାଚନ - Mukhtar Ansari bulletproof jacket - MUKHTAR ANSARI BULLETPROOF JACKET

Mukhtar Ansari: ଉତ୍ତରପ୍ରଦେଶ ଅପରାଧ ଜଗତର ବାଦଶାହା ଥିଲା ମୁଖତାର ଅନସାରୀ । ଜେଲରେ ଥାଇ ବି ପାଉଥିଲା ବୁଲେଟ ପ୍ପୁଫ ଜ୍ୟାକେଟଠାରୁ ନେଇ ମୋବାଇଲ ପର୍ଯ୍ୟନ୍ତ ସମସ୍ତ ସୁବିଧା । ବନ୍ଦ କୋଠରୀ ଭିତରୁ କେମିତି ଅପରାଧ ସାମ୍ରାଜ୍ୟ ଅପରେଟ କରୁଥିଲା ଅନସାରୀ ? ଜେଲରେ ଥାଇ କିପରି ଲଢିଥିଲା ନିର୍ବାଚନ ? ଆସନ୍ତୁ ଜାଣିବା,

Mukhtar Ansari
Mukhtar Ansari
author img

By ETV Bharat Odisha Team

Published : Mar 29, 2024, 11:27 AM IST

ଆଗ୍ରା: ଉତ୍ତପ୍ରଦେଶର କୁଖ୍ୟାତ ଗ୍ୟାଙ୍ଗଷ୍ଟାର ଓ ବାହୁବଳୀ ମୁଖତାର ଅନସାରୀଙ୍କର ଗତକାଲି (ଗୁରୁବାର) ହୃଦଘାତରେ ମୃତ୍ୟୁ ହୋଇଛି । 25 ବର୍ଷ ତଳେ ମୁଖତାର ଅନସାରୀକୁ ପ୍ରଥମେ ଆଗ୍ରାର କେନ୍ଦ୍ରୀୟ କାରାଗାରରେ ଭର୍ତ୍ତି କରାଯାଇଥିଲା । ଜେଲରେ ଥାଇ ମଧ୍ୟ ସମସ୍ତ ସୁବିଧା ଉପଭୋଗ କରୁଥିଲା ଡନ୍ ଅନସାରୀ । ବୁଲେଟ ପ୍ରୁଫ ଜ୍ୟାକେଟଠୁ ନେଇ ମୋବାଇଲ ପର୍ଯ୍ୟନ୍ତ ସବୁ ଜିନିଷ ଜେଲରେ ଥାଇ ବି ପାଉଥିଲେ ଅନସାରୀ । ଏନେଇ ଜଗଦୀଶପୁରା ଥାନାରେ ଅନସାରୀ ବିରୋଧରେ ଏକ ମାମଲା ମଧ୍ୟ ରୁଜୁ ହୋଇଥିବା ବେଳେ ଏବେସୁଦ୍ଧା ସେହି ମାମଲା ଜାରି ରହିଛି । 25 ବର୍ଷ ମଧ୍ୟରେ ଏହି ମାମଲାରେ 17 ଜଣ ସାକ୍ଷୀଙ୍କ ସାକ୍ଷ୍ୟ ଗ୍ରହଣ କରାଯାଇଛି । ଚଳିତ ଏପ୍ରିଲ 4 ତାରିଖରେ ଏହି ମାମଲାର ଶୁଣାଣି ରହିଥିଲା । ମୁଖତାରର ମୃତ୍ୟୁ ସହ ଏହି ମାମଲା ମଧ୍ୟ ଅଧାରେ ରହିଯାଇଛି ।

ଅପରାଧ ଜଗତର ବାଦଶାହା ଅନସାରୀ

ଅପରାଧ ଜଗତର ବାଦଶାହା ମୁଖତାର ଅନସାରୀ ପ୍ରଥମେ 1999 ମସିହାରେ ଆଗ୍ରାର ସେଣ୍ଟ୍ରାଲ ଜେଲ ଆସିଥିଲା । ତାକୁ କେନ୍ଦ୍ରୀୟ କାରାଗାରର ବ୍ୟାରେକ ସଂଖ୍ୟା 5ରେ ରଖାଯାଇଥିଲା । ଜେଲରେ ରହିଥିଲେ ମଧ୍ୟ ସମସ୍ତ ସୁବିଧା ସୁଯୋଗ ଉପଭୋଗ କରୁଥିଲା କୁଖ୍ୟାତ ଅପରାଧି ଅନସାରୀ । ଜିଲ୍ଲା ପ୍ରଶାସନ ସବୁ ଜାଣିଶୁଣି ମଧ୍ୟ ଚୁପ ରହିଥିଲା । ବୁଲେଟ ପ୍ରୁପ୍ ଜ୍ୟାକେଟ୍, ମୋବାଇଲଠୁ ନେଇ ସମସ୍ତ ସୁବିଧା ପାଉଥିଲା ଅନସାରୀ । ତେବେ 1999 ମାର୍ଚ୍ଚ 18 ତାରିଖରେ ଯାଞ୍ଚ ସମୟରେ ଏହା ସାମ୍ନାକୁ ଆସିଥିଲା । ତତ୍କାଳୀନ ଜିଲ୍ଲାପାଳ ଆରକେ ତିଓ୍ବାରୀ, ଏସଏସପି ସୁବେଶ କୁମାର ସିଂହଙ୍କ ସହ ଏକ ପୋଲିସ ଟିମ ଅନସାରୀ ରହୁଥିବା ବ୍ୟାରେକ ନମ୍ୱର 5ରେ ଯାଞ୍ଚ କରିଥିଲେ ।

ଏହାମଧ୍ୟ ପଢନ୍ତୁ.. ଆଖି ବୁଜିଲା କୁଖ୍ୟାତ ମାଫିଆ ମୁଖତାର ଅନସାରୀ, ହୃଦଘାତ ପରେ ଜେଲରୁ ଅଣାଯାଇଥିଲା ହସ୍ପିଟାଲ - Ansari Suffered Heart Attack

ଜେଲରେ ବୁଲେଟପ୍ରୁଫ୍ ଜାକେଟ

ଏହି ଯାଞ୍ଚ ସମୟରେ ବୁଲେଟପ୍ରୁଫ ଜ୍ୟାକେଟ, ମୋବାଇଲ , 2ଟି ସିମ୍ କାର୍ଡ ଓ ଅନ୍ୟ ପ୍ରତିବନ୍ଧିତ ସାମଗ୍ରୀ ଜବତ ହୋଇଥିଲା । ଏହାକୁ ନେଇ ଜଗଦୀଶପୁରା ଥାନାରେ ଅନସାରୀ ବିରୋଧରେ ଏକ ମାମଲା ମଧ୍ୟ ରୁଜୁ ହୋଇଥିଲା । 25 ବର୍ଷ ମଧ୍ୟରେ ଏହି ମାମଲାରେ 17 ଜଣ ସାକ୍ଷୀଙ୍କ ସାକ୍ଷ୍ୟ ଗ୍ରହଣ କରାଯାଇଛି । ଏହି ମାମଲାରେ 4 ଜଣ ସାକ୍ଷୀଙ୍କ ମୃତ୍ୟୁ ମଧ୍ୟ ହୋଇସାରିଛି । ଚଳିତ ଏପ୍ରିଲ 4 ତାରିଖରେ ଏହି ମାମଲାର ଶୁଣାଣି ରହିଥିଲା । ତେବେ ମୁଖତାରର ମୃତ୍ୟୁ ସହ ଏହି ମାମଲା ମଧ୍ୟ ଅଧାରେ ରହିଯାଇଛି । ଜେଲରେ ଥାଇ ବି ପୋଲିସ ମନରେ କୋକୁଆ ଭୟ ରଖିଥିଲା ଅନସାରୀ । ସାର୍ପ ସୁଟର ଓ ନିଜର ଗୁଣ୍ଡାମାନଙ୍କ ସହ ଜେଲରେ ବି ନିଜର ଦବଦବା ରଖିଥିଲା ।

ଜେଲରେ ଥାଇ ଲଢିଥିଲେ 2014 ଲୋକସଭା ନିର୍ବାଚନ: ଆଗ୍ରା ସେଣ୍ଟ୍ରାଲ ଜେଲରେ ଥାଇ ମଧ୍ୟ ମୁଖତାର ଲଢିଥିଲେ ଲୋକସଭା ନିର୍ବାଚନ । ଜେଲରେ ଥାଇ 2014 ମସିହାରେ ରାଷ୍ଟ୍ରୀୟ କୌମି ଏକତା ଦଳ ପକ୍ଷରୁ ଘୋଷୀ ସଂସଦୀୟ କ୍ଷେତ୍ରରୁ ନିର୍ବାଚନ ଲଢିଥିଲା ଅନସାରୀ । ସେତେବେଳେ ସିବିଆଇ କୋର୍ଟ ତାଙ୍କୁ 10 ଦିନର କଷ୍ଟୋଡି ପାରୋଲ ପ୍ରଚାର ପାଇଁ ଅନୁମତି ଦେଇଥିଲେ । ମୁଖତାର ଅନସାରୀଙ୍କ ସୁରକ୍ଷାକୁ ନେଇ ଆଗ୍ରାରୁ ଲକ୍ଷ୍ମୌ ପର୍ଯ୍ୟନ୍ତ 9 ଦିନ ଯାଏ ମାନସ ମନ୍ଥନ କରାଯାଇଥିଲା । ଏହାପରେ ଆଗ୍ରାରେ କେନ୍ଦ୍ରୀୟ କାରାଗାରରୁ 2014 ମେ 10 ତାରିଖ ଦିନ କଡା ସୁରକ୍ଷା ବଳୟ ମଧ୍ୟରେ ପ୍ରଚାର ପାଇଁ ସଂସଦୀୟ କ୍ଷେତ୍ରରେ ପହଞ୍ଚିଥିଲା ଅନସାରୀ । କିନ୍ତୁ ଅନସାରୀ ପହଞ୍ଚିବା ପୂର୍ବରୁ ପ୍ରଚାର କାର୍ଯ୍ୟ ଶେଷ ହୋଇଯାଇଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.