ETV Bharat / bharat

ଘରେ ମାଆ-ପୁଅ, ITI କଲେଜରେ ସହପାଠୀ - MOTHER STUDYING WITH HER SON

ପୁଅ ସହ ITIରେ ନାମ ଲେଖାଇଛନ୍ତି ମାଆ । ଗୋଟିଏ କ୍ଲାସ୍ ରୁମରେ ବସି ପାଠ ପଢୁଛନ୍ତି । ଘରେ ମାଆ ପୁଅ, ହେଲେ କଲେଜରେ ସହପାଠୀ ।

Mother And Son Studying In Same
Mother And Son Studying In Same (ETV Bharat)
author img

By ETV Bharat Odisha Team

Published : Dec 3, 2024, 12:33 PM IST

Mother And Son Studying In Same ITI Class, ହାଇଦ୍ରାବାଦ(ତେଲେଙ୍ଗାନା) : କୁହାଯାଏ, ପାଠ ପଢ଼ିବା ଏବଂ ଜ୍ଞାନ ଆହରଣ କରିବାରେ କୌଣସି ବୟସ ସୀମା ନଥାଏ । ମନରେ ଆନ୍ତରିକତା, ଇଚ୍ଛାଶକ୍ତି ଓ ଦୃଢ ମନୋବଳ ଥିଲେ ପାଠପଢ଼ା ଆଗରେ ବୟସ ବି ହାର ମାନେ । ଯାହାକୁ ପ୍ରମାଣ କରିଛନ୍ତି ଜଣେ ମହିଳା । ୩୮ ବର୍ଷ ବୟସରେ ପାଠ ପଢ଼ିବା ପାଇଁ ନିଜ ପୁଅ ସହ ITI କଲେଜରେ ନାମ ଲେଖାଇଛନ୍ତି । ଏବେ ମାଆ-ପୁଅ ସାଙ୍ଗ ହୋଇ କଲେଜ ଯାଉଛନ୍ତି । ଏମିତିକି ଗୋଟିଏ ରୁମରେ ବସି କ୍ଲାସ ବି କରୁଛନ୍ତି । ଦୁହେଁ ଘରେ ମାଆ ପୁଅ, ଆଉ କଲେଜରେ ସହପାଠୀ ।

ବିବାହ ପରେ ଜାରି ରଖିଛନ୍ତି ପାଠପଢ଼ା :

ତେଲେଙ୍ଗାନା ପେଡ୍ଡାପଲ୍ଲୀ ଜିଲ୍ଲା ଗୁଣ୍ଡାରାମ ଗାଁର ୩୮ ବର୍ଷିୟା ଜାକ୍କୁଲା ସ୍ବର୍ଣ୍ଣଲତା । ସ୍ବର୍ଣ୍ଣଲତା ଯୁକ୍ତ ୨ ( Plus Two) ପଢ଼ିବା ସମୟରେ ଲକ୍ଷ୍ମଣ ନାମକ ଜଣେ ବ୍ୟକ୍ତିଙ୍କୁ ବାବାହ କରିଥିଲେ । ଲକ୍ଷ୍ମଣ ଜଣେ ଶ୍ରମିକ ଭାବେ କାମ କରନ୍ତି । ବିବାହ ପରେ ସ୍ବର୍ଣ୍ଣଲତାଙ୍କ ପାଠପଢ଼ା ପ୍ରତି ଆଗ୍ରହଥିବା ଦେଖି ପାଠପଢ଼ା ବନ୍ଦ ନ କରି ଜାରି ରଖିବା ପାଇଁ ସ୍ବାମୀ ଲକ୍ଷ୍ମଣ ତାଙ୍କୁ ଉତ୍ସାହିତ କରିଥିଲେ । ଏହାରି ଭିତରେ ସ୍ବର୍ଣ୍ଣଲତା ଡିସ୍‌ଟାଣ୍ଟ କୋର୍ସ (Distance Education)ରେ ଡିଗ୍ରୀ ସହ ପିଜି (Post Graguation) ବି ଶେଷ କରିଛନ୍ତି । ଏବେ ତାଙ୍କର ୨ଟି ପୁଅ ଅଛନ୍ତି ।

ସହପାଠୀ ମାଆ-ପୁଅ:

ସ୍ବର୍ଣ୍ଣଲତାଙ୍କ ୨ ପୁଅଙ୍କ ମଧ୍ୟରୁ ବଡ଼ ପୁଅ ରୋସନ ଚଳିତ ବର୍ଷ ITIରେ ଏକ ବର୍ଷର କମ୍ପ୍ୟୁଟର ଅପରେଟର ଓ ପ୍ରୋଗ୍ରାମିଂ ଆସିଷ୍ଟାଣ୍ଟ ପାଠ୍ୟକ୍ରମରେ ନାମ ଲେଖାଇଥିଲେ । ଏହି ପାଠ୍ୟକ୍ରମରେ ନାମ ଲେଖାର ବୟସ ସୀମା ୪୫ ବର୍ଷ ଥିବା ବେଳେ ସ୍ବର୍ଣ୍ଣଲତା ମଧ୍ୟ ଏହି ପାଠ୍ୟକ୍ରମରେ ନାମ ଲେଖାଇବା ପାଇଁ ଆଗ୍ରହ ପ୍ରକାଶ କରିଥିଲେ । ଏଥିପାଇଁ ସ୍ବର୍ଣ୍ଣଲତାଙ୍କୁ ତାଙ୍କ ସ୍ବାମୀ ଓ ପିଲାମାନେ ଉତ୍ସାହିତ କରିଥିଲେ । ତେବେ ସେପ୍ଟେମ୍ବରରେ ହୋଇଥିବା ସ୍ପଟ ଆଡମିସନରେ ସେ ପୁଅ ପଢ଼ୁଥିବା ITI କଲେଜରେ ନାମ ଲେଖାଇଛନ୍ତି ।

ଏହା ମଧ୍ୟ ପଢ଼ନ୍ତୁ...ଉପକୃତ ହେବେ ଛାତ୍ର ଓ ଶିକ୍ଷକ; ଗୁଗଲ୍‌ ଆଣିଲା 'Learn About' ଲର୍ଣ୍ଣିଂ ଟୁଲ୍‌

ଏହା ମଧ୍ୟ ପଢ଼ନ୍ତୁ...ଛାତ୍ରଙ୍କ କମାଲ: ତିଆରି କଲେ AI ରୋବଟ, ଚାଲିବ ନନଷ୍ଟପ ପାଠପଢା

ଘରକାମ ସହ ପାଠପଢ଼ା ଜାରି:

ଏବେ ମାଆ ଓ ପୁଅ ଦୁହେଁ ମିଶି ସହପାଠୀ । ଗୋଟିଏ କଲେଜରେ ଗୋଟିଏ ଶ୍ରେଣୀଗୃହରେ ବସି ପାଠ ପଢ଼ୁଛନ୍ତି । ୨ ଜଣ ସାଙ୍ଗ ହୋଇ ପ୍ରତିଦିନ ୧୫ କିମି ଯାତ୍ରା କରି ପେଡ୍ଡାପଲ୍ଲୀ ସ୍ଥିତି ITIକୁ ପାଠ ପଢ଼ିବା ପାଇଁ ଯାଉଛନ୍ତି । କ୍ଲାସ ବି କରୁଛନ୍ତି । ଘର କାମ ସହ ପାଠପଢ଼ା ମଧ୍ୟ ଜାରି ରଖିଛନ୍ତି ସ୍ବର୍ଣ୍ଣଲତା । ତାଙ୍କ ଏଭଳି ଆଗ୍ରହକୁ ନେଇ ସବୁଠି ପ୍ରସଂଶାୀ କରାଯାଉଛି । ଏନେଇ ସ୍ବର୍ଣ୍ଣଲତା କହିଛନ୍ତି, "ପାଠ ପଢ଼ିବାରେ ମୋତେ କୌଣସି ସମସ୍ୟା ହେଉନାହିଁ । କେବଳ ପାଠ ପଢ଼ିବା ପାଇଁ ନୁହେଁ ବରଂ ପୁଅର ପାଠ ପ୍ରତି ଆଗ୍ରହ ବଢ଼ାଇବା ଓ ଉତ୍ସାହିତ କରିବା ପାଇଁ ମୁଁ ନାମ ଲେଖାଇବା ସହ ପୁଅ ସହ ପାଠ ପଢ଼ୁଛି । ଏଭଳି କାର୍ଯ୍ୟକୁ ସ୍ଥାନୀୟ ଲୋକ ପ୍ରସଂଶା ମଧ୍ୟ କରୁଛନ୍ତି ।"

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.