ETV Bharat / bharat

ମୋଦି କୁହେ 'ହର ଘର ଜଳ', ଟିଏମସି କହୁଛି 'ହର ଘର ବୋମା': ମୋଦି - PM Modi in Hooghly

author img

By ANI

Published : May 12, 2024, 5:32 PM IST

PM MODI IN HOOGHLY: ପଶ୍ଚିମବଙ୍ଗ ହୁଗୁଳି ଜନସଭାରେ ଟିଏମସିକୁ ପ୍ରଧାନମନ୍ତ୍ରୀ ମୋଦିଙ୍କ ଟାର୍ଗେଟ । କହିଲେ 'ମୋଦି କୁହେ ହର ଘର ଜଳ, ଟିଏମସି କହୁଛି ହର ଘର ବୋମା' । ଅଧିକ ପଢନ୍ତୁ

PM MODI IN HOOGHLY
PM MODI IN HOOGHLY (Photo-ANI)

କୋଲକାତା: ମୋଦି କୁହେ ହର ଘର ଜଳ (ପ୍ରତି ଘରକୁ ଜଳ), କିନ୍ତୁ ତୃଣମୂଳ କଂଗ୍ରେସ କହୁଛି ହର ଘର ବୋମା । ସେହିପରି କେନ୍ଦ୍ରର 'ମେକ ଇନ ଇଣ୍ଡିଆ'କୁ କାଉଣ୍ଟର କରିବା ଲାଗି ଟିଏମସି 'ବ୍ରେକ ଇନ ଇଣ୍ଡିଆ' ସ୍ଲୋଗାନ ଦେଉଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି (ରବିବାର) ପଶ୍ଚିମବଙ୍ଗ ଗସ୍ତରେ ଥିବା ବେଳେ ହୁଗୁଳିରେ ଏକ ଜନସଭାକୁ ସମ୍ବୋଧିତ କରି ଏପରି କହିଛନ୍ତି । ଟିଏମସି ସମାଜ, ଆଇନ ଶୃଙ୍ଖଳା ଓ ଏକତାକୁ ଭାଙ୍ଗୁଛି ବୋଲି ମୋଦି କହିଛନ୍ତି ।

ଶାସକ ଦଳ ଟିଏମସିକୁ ଟାର୍ଗେଟ କରି ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି, " ବିଜେପି ଦେଶର ବିକାଶ ଉପରେ ଜୋର ଦେଉଥିବା ବେଳେ ଟିଏମସି ନିଜ କାମରେ ବ୍ୟସ୍ତ ଅଛି । ଟିଏମସି ଓ ଏହାର ନେତାଙ୍କ କାମ କଣ ? ଏଠାରେ ମାଫିଆରାଜ ଚାଲିଛି । ମୋଦି କୁହେ ହର ଘର ଜଳ କିନ୍ତୁ ଟିଏମସି କହୁଛି ପ୍ରତି ଘରେ ବୋମା । ଗତ କିଛି ଦିନ ଏଠାରେ ବୋମା ବିସ୍ଫୋରଣ ହୋଇଥିଲା । ଏଠାରେ ମାଆ ଭଉଣୀ, ଶିଶୁଙ୍କ ଜୀବନ ବିପଦରେ । ବିଜେପି ମେକ ଇନ ଇଣ୍ଡିଆକୁ ତ୍ବରାନ୍ବିତ କରିବାକୁ ଉଦ୍ୟମ କରୁଥିବା ବେଳେ ଏପଟେ ଟିଏମସି ଭାରତକୁ ଭାଙ୍ଗିବାରେ ଲାଗିଛି । ଟିଏମସି ସମାଜ, ଆଇନ ଶୃଙ୍ଖଳା ଓ ଏକତାକୁ ଭାଙ୍ଗିବାରେ ଲାଗିଛି ।"

ମୋଦି ଆହୁରି କହିଛନ୍ତି,"ଟିଏମସି ଗୁଣ୍ଡାମାନେ ସନ୍ଦେଶଖାଲିରେ ଅପରାଧୀଙ୍କୁ ସୁରକ୍ଷା ଦେବା ଲାଗି ପୀଡ଼ିତା ମହିଳାଙ୍କୁ ଧମକାଉଛନ୍ତି । ଟିଏମସି ରାଜ୍ୟବାସୀଙ୍କ ବିଶ୍ବାସ ଜିତିବା ଉପରେ ଗୁରୁତ୍ବ ଦିଏନାହିଁ । ସେମାନେ କେବଳ କ୍ଷମତା ଲୋଭର ବଶବର୍ତ୍ତୀ ଏବଂ ସେମାନଙ୍କ ଭୋଟ ବ୍ୟାଙ୍କ ହରାଇବା ଭୟରେ ଅଛନ୍ତି ।" ପ୍ରଧାନମନ୍ତ୍ରୀ ମୋଦି ଏହି ସଭାରେ କଂଗ୍ରେସକୁ ମଧ୍ୟ ଟାର୍ଗେଟ କରି କହିଛନ୍ତି, "କଂଗ୍ରେସର ଶେହଜାଦାଙ୍କ ବୟସଠାରୁ କଂଗ୍ରେସ କମ ଆସନ ପାଇବ ।"

ରାମ ମନ୍ଦିର ପ୍ରସଙ୍ଗ ଉଠାଇ ମୋଦି କହିଛନ୍ତି ଯେ କଂଗ୍ରେସ ଓ ଟିଏମସି ରାମ ମନ୍ଦିର ନିର୍ମାଣ ନେଇ କ୍ରୋଧିତ ଅଛନ୍ତି । ଯେତେବେଳେ ରାମ ମନ୍ଦିର ନିର୍ମାଣ ଶେଷ ହେଲା ସେମାନଙ୍କ ନିଦ ଉଡ଼ିଯାଇଥିଲା । ଏପରିକି ସେମାନେ ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ଉତ୍ସବକୁ ବଏକଟ୍‌ କରିଥିଲେ । ଗତ 500ବର୍ଷ ଧରି ରାମ ମନ୍ଦିର ନିର୍ମାଣ ପାଇଁ ପୂର୍ବଜମାନେ ଯେଉଁ ବଳିଦାନ ଦେଇଥିଲେ, ଟିଏମସି ଓ କଂଗ୍ରେସ ନେତା ତାଙ୍କୁ ଅପମାନିତ କରିଛନ୍ତି । ପ୍ରଭୁ ଶ୍ରୀରାମଙ୍କୁ ବଏକଟ୍‌ କରିବା ପଶ୍ଚିମବଙ୍ଗର ସଂସ୍କୃତି ନୁହେଁ ।

ଏହା ବି ପଢନ୍ତୁ- ଲୋକସଭା ନିର୍ବାଚନ ଜିତିବା ଲାଗି 'ମିଛର ବ୍ଲୁ ପ୍ରିଣ୍ଟ' ପ୍ରସ୍ତୁତ କରୁଛି ବିଜେପି: ମମତା

ଆସନ୍ତାକାଲି ପଶ୍ଚିମବଙ୍ଗର 8ଟି ଲୋକସଭା ଆସନ ବେହରାମପୁର, କ୍ରୀଷ୍ଣାନଗର, ରଣାଘାଟ, ବର୍ଦ୍ଧମାନ ପୂର୍ବ, ବୁରଦ୍ବାନ-ଦୁର୍ଗାପୁର, ଆସନସୋଲ, ବୋଲପୁର ଓ ବିରଭୂମରେ ଭୋଟ ପଡ଼ିବ । ଗତ 2019 ସାଧାରଣ ନିର୍ବାଚନରେ ବିଜେପିକୁ ପୂର୍ବାପେକ୍ଷା ପଶ୍ଚିମବଙ୍ଗରେ ସଫଳତା ମିଳିଥିଲା । ଟିଏମସି 22ଟି ଆସନ ଜତିଥିବା ବେଳେ ବିଜେପି 18ଟି ଆସନ ଜିତିଥିଲା । ସେହିପରି କଂଗ୍ରେସ ମାତ୍ର 2ଟି ଆସନ ହାତେଇଥିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.