ETV Bharat / bharat

ଭାରତର ଜବାବ; 'ସିଏଏ ଭାରତର ଆଭ୍ୟନ୍ତରୀଣ ମାମଲା, ଆମେରିକାର ବିବୃତ୍ତି ଭୁଲ ଏବଂ ଅନୁଚିତ'

India Replied to US: ସିଏଏକୁ ନେଇ ଆମେରିକାର ମନ୍ତବ୍ୟ ଉପରେ ଜବାବ ରଖିଲା ଭାରତ । କହିଲା ସିଏଏ ଭାରତର ଆଭ୍ୟନ୍ତରୀଣ ମାମଲା, ଆମେରିକାର ବିବୃତ୍ତି ଭୁଲ ଏବଂ ଅନୁଚିତ । ଅଧିକ ପଢନ୍ତୁ

India Replied to US
India Replied to US
author img

By ETV Bharat Odisha Team

Published : Mar 15, 2024, 5:00 PM IST

ହାଇଦ୍ରାବାଦ: ନାଗରିକତା ସଂଶୋଧନ ଅଧିନିୟମ (ସିଏଏ)କୁ ନେଇ ଆମେରିକାର ମନ୍ତବ୍ୟ ଉପରେ ପ୍ରତିକ୍ରିୟା ରଖିଲା ଭାରତ । ବୈଦେଶିକ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି, ସିଏଏ ହେଉଛି ଭାରତର ଆଭ୍ୟନ୍ତରୀଣ ମାମଲା । ଏହା ଉପରେ ଆମେରିକାର ଟିପ୍ପଣୀ ଠିକ ନୁହେଁ । ସିଏଏ ଲାଗୁ ହେବା ଉପରେ ଆମେରିକାର ବିବୃତ୍ତି ଭୁଲ ଏବଂ ଅନୁଚିତ ଅଟେ ।

ଗତ 11 ତାରିଖରେ ସାରା ଦେଶରେ ସିଏଏ ଲାଗୁ ନେଇ ଘୋଷଣା କରିଥିଲେ ମୋଦି ସରକାର । ତେବେ ଏନେଇ ଆମେରିକା ବୈଦେଶିକ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଥିଲା, ନାଗରିକତା ସଂଶୋଧନ ଅଧିନିୟମ (ସିଏଏ)ର ବିଜ୍ଞପ୍ତିକୁ ନେଇ ଆମେ ଚିନ୍ତିତ । ଆମେରିକାର ବୈଦିଶିକ ବିଭାଗ ମୁଖପାତ୍ର ମୈଥୁ ମିଲର କହିଥିଲେ, ଏହି ଆଇନ କିପରି କାର୍ଯ୍ୟକାରୀ ହେବ ତାହା ଉପରେ ଆମେ ତୀକ୍ଷ୍ଣ ନଜର ରଖିଛୁ । ଧାର୍ମିକ ସ୍ବତନ୍ତ୍ରତା ପ୍ରତି ସମ୍ମାନ ଏବଂ ସମସ୍ତ ସମ୍ପ୍ରଦାୟ ପାଇଁ ଆଇନ ଅନୁଯାୟୀ ସମାନ ବ୍ୟବହାର ହେଉଛି ମୌଳିକ ଗଣତାନ୍ତ୍ରିକ ନୀତି । ହ୍ୟୁମାନ ରାଇଟ୍ସ ୱାଚ ଏବଂ ଆମନେଷ୍ଟି ଇଣ୍ଟରନ୍ୟାସନାଲ ସିଏଏକୁ ମୁସଲମାନମାନଙ୍କ ପ୍ରତି ଭେଦଭାବ ବୋଲି ଦର୍ଶାଇଛି ।

ଏହା ମଧ୍ୟ ପଢନ୍ତୁ: ନିର୍ବାଚନ ପୂର୍ବରୁ ମୋଦି ସରକାରଙ୍କ ବଡ ଘୋଷଣା, ସାରା ଦେଶରେ ଲାଗୁ ହେଲା CAA

ଆମେରିକାକୁ ଭାରତର ଜବାବ: ଆମେରିକାର ବୟାନ ଉପରେ ଭାରତର ବୈଦେଶିକ ମନ୍ତ୍ରାଳୟର ପ୍ରବକ୍ତା ରଣଧୀର ଜୟସଓ୍ବାଲ କହିଛନ୍ତି, "ନାଗରିକତା ସଂଶୋଧନ ଅଧିନିୟମ (ସିଏଏ)2019 ଭାରତର ଆଭ୍ୟନ୍ତରୀଣ ମାମଲା । ଏହାର କାର୍ଯ୍ୟକାରିତା ଉପରେ ଆମେରିକାର ବୟାନଭୁଲ, ଅସ୍ପଷ୍ଟ ଏବଂ ଅନୁଚିତ ଅଟେ । ଏବେ 2014 ମସିହା ଡିସେମ୍ବର ପୂର୍ବରୁ 3 ପଡୋଶୀ ଦେଶରୁ ଧର୍ମୀୟ ଉତ୍ପୀଡନର ଶିକାର ହୋଇ ଭାରତ ଆସିଥିବା ଅଣ-ମୁସଲିମ ଶରଣାର୍ଥୀ ଭାରତୀୟ ନାଗରିକତା ପାଇବେ । ପାକିସ୍ତାନ, ବାଂଲାଦେଶ ଏବଂ ଆଫଗାନିସ୍ତାନରୁ ଶରଣାର୍ଥୀ ଭାବେ ଆସିଥିବା ଅଣ-ମୁସଲମାନ ନାଗରିକଙ୍କୁ ଏହି ନିୟମ ଅଧୀନରେ ଭାରତୀୟ ନାଗରିକତା ପ୍ରଦାନ କରାଯିବା ସୁଗମ ହେବ । ଏହି ବର୍ଗ ମଧ୍ୟରେ ହିନ୍ଦୁ, ଶିଖ୍, ଜୈନ, ବୌଦ୍ଧ, ପାର୍ସୀ ଏବଂ ଖ୍ରୀଷ୍ଟିଆନ ନାଗରିକମାନଙ୍କୁ ଅନ୍ତର୍ଭୁକ୍ତ କରାଯାଇଛି । ସିଏଏ ମାଧ୍ୟମରେ ନାଗରିକତ୍ବ ଦିଆଯିବ କିନ୍ତୁ କାହାରା ନାଗରିକତ୍ବ ଛଡାଇ ଦିଆଯିବ ନାହିଁ । ସିଏଏ ରାଜ୍ୟହୀନତା ମୁଦ୍ଦାକୁ ସମାଧାନ, ମାନବିକ ସମ୍ମାନ ପ୍ରଦାନ କରିଥାଏ ଏବଂ ମାନବିକ ଅଧିକାରକୁ ସମ୍ମାନିତ କରିଥାଏ ।"

ରଣଧୀର ଜୟସଓ୍ବାଲ ଆହୁରି ମଧ୍ୟ କହିଛନ୍ତି, "ସମସ୍ତ ନାଗରୀକଙ୍କୁ ଭାରତର ସମ୍ବିଧାନ ଧାର୍ମିକ ସ୍ବାଧିନତାର ଗ୍ୟାରେଣ୍ଟି ଦେଇଥାଏ । ସଂଖ୍ୟାଲଘୁଙ୍କ ପ୍ରକି ଚିନ୍ତା ବା ଆଚରଣ ପାଇଁ କୌଣସି ଆଧାର ନାହିଁ । ଭୋଟ ବ୍ୟାଙ୍କ ରାଜନୀତିକୁ ଦୁଃଖ ସମୟରେ ଲୋକଙ୍କୁ ସାହାଯ୍ୟ କରିବା ପାଇଁ ଏକ ପ୍ରଶଂସନୀୟ ପଦକ୍ଷେପକୁ ବିଚାର କରିବା ଉଚିତ ନୁହେଁ । ଏଭଳି ବୁଝାବଣା କରିବା ଉଚିତ ନୁହେଁ । ବରଂ ଭାରତର ଏହି ପଦକ୍ଷେପକୁ ଶୁଭେଚ୍ଛୁମାନେ ସ୍ବାଗତ କରିବା ଉଚିତ ।"

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.