ETV Bharat / bharat

ଦେଶଦ୍ରୋହୀ ମୀର ଜାଫର ସହ କ'ଣ ରହିଛି ବିଜେପି ପ୍ରାର୍ଥୀଙ୍କ ସମ୍ପର୍କ, ପୁଣି କାହିଁକି ଚର୍ଚ୍ଚାରେ ଏହି ନାଁ ? - Lok Sabha Election 2024

author img

By ETV Bharat Odisha Team

Published : Apr 7, 2024, 12:22 PM IST

Lok Sabha Election 2024: ବେଙ୍ଗଲର କୃଷ୍ଣନଗର ଆସନରେ ଅମୃତା ରୟଙ୍କୁ ବିଜେପି ପ୍ରାର୍ଥୀ କରିବା ପରେ ଦେଶଦ୍ରୋହୀ କୁହାଯାଉଥିବା ମୀର ଜାଫର ପୁଣି ଚର୍ଚ୍ଚାକୁ ଆସିଛନ୍ତି । ତେବେ କିଏ ଏହି ମୀର ଜାଫର ଏବଂ ଅମୃତ ରାୟଙ୍କ ସହ କ'ଣ ରହିଛି ସମ୍ପର୍କ ? ପଢନ୍ତୁ ବିସ୍ତୃତରେ

ଦେଶଦ୍ରୋହୀ ମୀର ଜାଫର ସହ କ'ଣ ରହିଛି ବିଜେପି ପ୍ରାର୍ଥୀଙ୍କ ସମ୍ପର୍କ, ପୁଣି କାହିଁକି ଚର୍ଚ୍ଚାରେ ଏହି ନାଁ ?

କୋଲକାତା: ଆପଣ ଦେଶଦ୍ରୋହୀ ମୀର ଜାଫର ନାଁ ଶୁଣିଥିବେ । ଏବେ ଲୋକସଭା ନିର୍ବାଚନ ସମୟରେ ହଠାତ୍ ତାଙ୍କ ନାଁ ଚର୍ଚ୍ଚାକୁ ଆସିଛି । ମୀର ସୟଦ ଜାଫର ଅଲ୍ଲୀ ଖାନ ବାହାଦୂର, ଯିଏକି ମୀର ଜାଫର (1691–1765) ନାମରେ ଜଣାଶୁଣା, ସେ ଜଣେ ସେନା ଜେନେରାଲ ଥିଲେ ଏବଂ ବଙ୍ଗଳାର ପ୍ରଥମ ପରାଧୀନ ନୱାବ ମଧ୍ୟ ରହିଥିଲେ । ବଙ୍ଗଳାର ଶେଷ ସ୍ବାଧୀନ ନୱାବ ସିରାଜ-ଉଦ-ଦୁଲ୍ଲାଙ୍କ ଅଧିନରେ ସେ ବଙ୍ଗଳା ସୈନ୍ୟ କମାଣ୍ଡର ଭାବେ କାମ କରୁଥିଲେ । କିନ୍ତୁ ପଲାସୀ ଯୁଦ୍ଧ ସମୟରେ ମୀର ଜାଫର ବ୍ରିଟିଶଙ୍କ ସହ ହାତ ମିଳାଇ ନୱାବ ସିରାଜ-ଉଦ-ଦୁଲ୍ଲାଙ୍କ ସହ ବିଶ୍ବାସଘାତକତା କରିଥିଲେ ଏବଂ ୧୭୫୭ ମସିହା ଯୁଦ୍ଧରେ ବ୍ରିଟିଶଙ୍କ ବିଜୟ ପରେ ନୱାବଙ୍କୁ ହଟାଇ ବଙ୍ଗଳା ସିଂହାସନ ଆରୋହଣ କରିଥିଲେ ।

ମୀର ଜାଫର ଲର୍ଡ କ୍ଲାଇବଙ୍କ ସହ ଘନିଷ୍ଠ ବନ୍ଧୁତା ସ୍ଥାପନ କରି ୧୭୬୦ ମସିହା ପର୍ଯ୍ୟନ୍ତ ବ୍ରିଟିଶ ଇଷ୍ଟ ଇଣ୍ଡିଆ କମ୍ପାନୀ ଠାରୁ ସୈନ୍ୟ ସହାୟତା ପ୍ରାପ୍ତ କରିଥିଲେ । ଆଉ ସେତେବେଳେ ରାଜା କୃଷ୍ଣଚନ୍ଦ୍ର ରୟ ମୀର ଜାଫରଙ୍କ ଭଲ ବନ୍ଧୁ ଥିଲେ । ଏବେ ଆସନ୍ତା ଲୋକସଭା ନିର୍ବାଚନ ପାଇଁ କୃଷ୍ଣନଗର ନଗର ଆସନରୁ ବିଜେପି ରାଜା କୃଷ୍ଣଚନ୍ଦ୍ର ରୟଙ୍କ ବଂଶଜ ଅମୃତା ରୟଙ୍କୁ ପ୍ରାର୍ଥୀ କରିବା ପରେ ସୋସିଆଲ ମିଡିଆରେ ନୂଆ ଟ୍ରେଣ୍ଡ ଆରମ୍ଭ ହୋଇଯାଇଛି । ଦେଶଦ୍ରୋହୀ ମୀର ଜାଫରଙ୍କ ବନ୍ଧୁ ରାଜା କୃଷ୍ଣଚନ୍ଦ୍ରଙ୍କ ଇତିହାସର ଉଦାହରଣ ଦେଇ ବିଜେପିକୁ ଟାର୍ଗେଟ କରାଯାଉଛି ।

ଯଦି ଇତିହାସ ଅବଲୋକନ କରାଯାଏ, ଜଣାପଡେ ଯେ ନୱାବ ସିରାଜ-ଉଦ୍-ଦୁଲ୍ଲାଙ୍କ ବିରୋଧରେ ରର୍ବଟ କ୍ଲାଇବ ରଚିଥିବା ଷଡଯନ୍ତ୍ରରେ ମୀର ଜାଫର, ଜଗଦ୍ଦୀଶ ସେଠଙ୍କ ସହ ରାଜା କୃଷ୍ଣଚନ୍ଦ୍ର ରାୟ ମଧ୍ୟ ସାମିଲ ଥିଲେ । ଯାହାର ପରିମାଣସୂରୁପ ସିରାଜ-ଉଦ୍-ଦୁଲ୍ଲା ପଲାସୀ ଯୁଦ୍ଧରେ ପରାଜୟ ବରଣ କରିଥିଲେ । ତେଣୁକରି ବ୍ରିଟିଶ ବିଶେଷକରି ଲର୍ଡ କ୍ଲାଇବଙ୍କ ସହ କୃଷ୍ଣଚନ୍ଦ୍ର ସୁସମ୍ପର୍କ ବଜାୟ ରଖିଥିଲେ । ଆଉ ଏହି ସମ୍ପର୍କ ୧୭୬୦ରେ କାମରେ ଆସିଲା, ଯେତେବେଳେ ନୱାବ ମୀର କାସିମ କୃଷ୍ଣଚନ୍ଦ୍ର ରୟଙ୍କୁ ଫାଶୀ ଆଦେଶ ଦେଇଥିଲେ । ସେତେବେଳେ ରବର୍ଟ କ୍ଲାଇବ କୃଷ୍ଣଚନ୍ଦ୍ରଙ୍କ ଫାଶୀଦଣ୍ଡ ରବ୍ଦ କରବାକୁ କାସିମଙ୍କୁ ୫ଟି ତୋପ ଉପହାରରେ ଦେଇଥିଲେ ଏବଂ କୃଷ୍ଣଚନ୍ଦ୍ରଙ୍କୁ କୃଷ୍ଣନଗର ଅଞ୍ଚଳର ଜମିଦାର କରିଥିଲେ । ଏଥିସହ ତାଙ୍କୁ 'ମହାରାଜା' ଆଖ୍ୟା ମଧ୍ୟ ଦିଆଯାଇଥିଲା ।

ଏହା ମଧ୍ୟ ପଢନ୍ତୁ: ‘NIA ଟିମକୁ ଆକ୍ରମଣ ପରି ଘଟଣାକୁ ଦୃଢହସ୍ତରେ ଦମନ କରାଯିବା ଆବଶ୍ୟକ’ - Attack On NIA Team

ଏବେ ରାଜା କୃଷ୍ଣଚନ୍ଦ୍ରଙ୍କ ବଂଶଜ ମହାରାଣୀ ଅମୃତା ରାୟଙ୍କୁ ବିଜେପି କୃଷ୍ଣନଗର ଲୋକସଭା ଟିକେଟ୍ ଦେବା ପରେ ସୋସିଆଲ ମିଡିଆରେ ନେଟିଜେନ ଖୁବ୍ ଟ୍ରୋଲ କରୁଛନ୍ତି । ବିଜେପି କୃଷ୍ଣନଗରରେ ଟିଏମସି ପ୍ରାର୍ଥୀ ମହୁଆ ମୋଇତ୍ରଙ୍କ ବିରୋଧରେ ଅମୃତା ରୟଙ୍କୁ ଛିଡା କରିଛି । ଯାହାଫଳରେ ଏବେ ସୋସିଆଲ ମିଡିଆରେ 'ରାଜା କୃଷ୍ଣଚନ୍ଦ୍ର ମୀର ଜାଫର ଭଲି ବେଙ୍ଗଲ/ବଙ୍ଗଳାକୁ ବିକିବାକୁ ଚାହୁଁଥିଲେ' ଭଳି କମେଣ୍ଟ ବର୍ଷା ହେଉଛି ।

କିନ୍ତୁ ଏବେ ମୀର ଜାଫରଙ୍କ ବଂଶଜ ଏହି ବିବାଦୀୟ ଇତିହାସକୁ ଘୋଡାଇବାକୁ ଚେଷ୍ଟା କରୁଛନ୍ତି । ରେଜା ଅଲୀ ମିର୍ଜା, ଯିଏକି ଛୋଟା ନୱାବ ନାମରେ ଜଣାଶୁଣା ଏବଂ ପଶ୍ଚିମବଙ୍ଗର ମୁର୍ସିଦାବାଦରେ ରୁହନ୍ତି ସେ ଇଟିଭି ଭାରତକୁ କହିଛନ୍ତି ଯେ, ମୀର ଜାଫର ପୁଣି ଚର୍ଚ୍ଚାକୁ ଆସିଛନ୍ତି ଏବଂ ଏଥିରେ ସେ ଅତ୍ୟନ୍ତ ଖୁସି । ମୀର ଜାଫର କେବଳ ଲୋକସଭା ନିର୍ବାଚନ ପାଇଁ ନୁହେଁ, ସବୁବେଳେ ପ୍ରାସଙ୍ଗିକ ଅଟନ୍ତି । ସେ ବଙ୍ଗଳା, ବିହାର ଏବଂ ଓଡ଼ିଶାର ସ୍ବାଧୀନତା ପାଇଁ ନିଜ ଜୀବନ ଉତ୍ସବ କରିଦେଇଥିଲେ । ତେଣୁ ତାଙ୍କୁ ଦେଶଦ୍ରୋହୀ କୁହାଯିବାର କିଛି କାରଣ ନାହିଁ ବୋଲି ମିର୍ଜା କହିଛନ୍ତି ।

ସେପଟେ ଏହି ସମାଲୋଚନାକୁ ନେଇ ଅମୃତା ରୟ କହିଛନ୍ତି, ବିରୋଧୀ ଯେତେ କଟାକ୍ଷ କରିବେ, ମୋର ଭୋଟ ବ୍ୟାଙ୍କ ସେତେ ବଢିବ । ୨୦୦ ବର୍ଷ ପୂର୍ବରୁ ସେମାନେ ନଥିଲେ କି ମୁଁ ନଥିଲି । ତେଣୁ ଏବେ ସେକଥା ଉଠାଇବାରେ କ'ଣ ଫାଇଦା ? ଏବେ କ'ଣ ଘଟୁଛି ତାହ ଦେଖିବା ଉଚିତ୍ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.