ETV Bharat / bharat

ନିର୍ବାଚନ ଆଚରଣ ବିଧି ଲାଗୁ ପୂର୍ବରୁ ଦେଶରେ କାର୍ଯ୍ୟକାରୀ ହେବ CAA !

Amended Citizenship Rules Likely To Be Enforced From Next Month: ନିର୍ବାଚନ ଆଚରଣ ବିଧି ଲାଗୁ ପୂର୍ବରୁ ଦେଶରେ କାର୍ଯ୍ୟକାରୀ ହେବ CAA । ଆସନ୍ତାମାସ (ମାର୍ଚ୍ଚ) ପ୍ରଥମ ସପ୍ତାହରେ ହୋଇପାରେ ଲାଗୁ । ଅଧିକ ପଢନ୍ତୁ

ନିର୍ବାଚନ ଆଚରଣ ବିଧି ଲାଗୁ ପୂର୍ବରୁ ଦେଶରେ କାର୍ଯ୍ୟକାରୀ ହେବ CAA !
ନିର୍ବାଚନ ଆଚରଣ ବିଧି ଲାଗୁ ପୂର୍ବରୁ ଦେଶରେ କାର୍ଯ୍ୟକାରୀ ହେବ CAA !
author img

By ETV Bharat Odisha Team

Published : Feb 27, 2024, 8:13 PM IST

ନୂଆଦିଲ୍ଲୀ: ସାଧାରଣ ନିର୍ବାଚନ ପାଇଁ ଆଚରଣ ବିଧି ଲାଗୁ ହେବା ପୂର୍ବରୁ ଏକ ବଡ ଆଇନକୁ କାର୍ଯ୍ୟକାରିତା କରିବାକୁ ଯାଉଛି ମୋଦି ସରକାର । ଆସନ୍ତାମାସ (ମାର୍ଚ୍ଚ) ପ୍ରଥମ ସପ୍ତାହରୁ ସାରା ଦେଶରେ ନାଗରିକତ୍ବ ସଂଶୋଧନ ଅଧିନିୟମ (CAA) ଲାଗୁ ହେବାକୁ ସରକାର ନିଷ୍ପତ୍ତି ଗ୍ରହଣ କରିସାରିଥିବା ସୂତ୍ରରୁ ସୂଚନା ମିଳିଛି । ଏହି ନିୟମ ଅନୁସାରେ, ପାକିସ୍ତାନ, ଆଫଗାନିସ୍ତାନ ଓ ବାଂଲାଦେଶରୁ ଧର୍ମୀୟ ଉତ୍ପୀଡନର ଶିକାର ହୋଇ ଭାରତ ଆସିଥିବା ଶରଣାର୍ଥୀଙ୍କୁ ଭାରତୀୟ ନାଗରିକତା ପ୍ରଦାନ କରାଯିବ । ଏଥିପାଇଁ ଗୃହ ମନ୍ତ୍ରଣାଳୟ ଏକ ଓ୍ବେବସାଇଟ ପ୍ରସ୍ତୁତ କରିସାରିଛି । ଏହାକୁ କାର୍ଯ୍ୟକାରୀ ଘୋଷଣା ନେଇ ବିଜ୍ଞପ୍ତି ପ୍ରକାଶ ପାଇବା ପରେ ଏହି ପୋର୍ଟାଲରେ ଆବେଦନ ଆରମ୍ଭ ହେବ । ଏହା କାର୍ଯ୍ୟକାରୀ ହେବା ପୂର୍ବରୁ କେନ୍ଦ୍ର ସରକାର ଡ୍ରାଏ-ରନ ମଧ୍ୟ କରିସାରିଥିବା ସୂଚନା ରହିଛି । ଏହି ଅଧିନିୟମ ଅନୁସାରେ, 3 ପଡୋଶୀ ଦେଶରୁ ଭାରତକୁ ପଳାୟନ କରି ଆସିଥିବା ଅଣମୁସଲିମ ତଥା ହିନ୍ଦୁ, ଶିଖ, ବୌଦ୍ଧ, ଜୈନ, ପାର୍ସି ଓ ଖ୍ରୀଷ୍ଟିଆନ ସମ୍ପ୍ରଦାୟର ଶରଣାର୍ଥୀଙ୍କୁ ଭାରତୀୟ ନାଗରିକତା ମିଳିବ ।

2019 ରେ ଏହି ‘ନାଗରିକତା ସଂଶୋଧନ ଅଧିନିୟମ’କୁ ସଂସଦରେ ପାରିତ କରିଥିଲେ ମୋଦି ସରକାର । ଏହାକୁ ନେଇ ସେତେବଳେ ସାରା ଦେଶରେ ପ୍ରତିକ୍ରିୟା ପ୍ରକାଶ ପାଇଥିଲା । ଦିଲ୍ଲୀ ସମେତ କିଛି ସ୍ଥାନରେ ଦୀର୍ଘଦିନ ଧରି ପ୍ରତିବାଦ ମଧ୍ୟ କରାଯାଇଥିଲା । କେନ୍ଦ୍ର ସରକାର ସେତେବେଳେ ଏହାର ସ୍ପଷ୍ଟୀକରଣ ମଧ୍ୟ ରଖିଥିଲେ । ଏହି ନୂଆ ସଂଶୋଧିତ ଅଧିନିୟମ କାର୍ଯ୍ୟକାରିତା ଦ୍ବାରା କୌଣସି ସମ୍ପ୍ରଦାୟର ନାଗରିକମାନେ ନାଗରିକତା ହରାଇବେ ନାହିଁ ବରଂ ଶରଣାର୍ଥୀଙ୍କୁ ନାଗରିକତା ମିଳିବ ବୋଲି କୁହାଯାଇଥିଲା । ତେବେ ଏହି 3 ପଡୋଶୀ ଦେଶରୁ ଆସିଥିବା କେବଳ ଅଣମୁସଲିମ ଶରଣାର୍ଥୀଙ୍କୁ କାହିଁକି ଏହି ନାଗରିକତା ମିଳିବ ବୋଲି ପ୍ରଶ୍ନ କରି ବିରୋଧୀ ସମାଲୋଚନା କରିଥିଲେ । ଏବେ ସାଧାରଣ ନିର୍ବାଚନ ବିଜ୍ଞପ୍ତି ଓ ନିର୍ବାଚନ ଆଚରଣ ବିଧି ଲାଗୁ ହେବା ପୂର୍ବରୁ ଏବେ ସାରା ଦେଶରେ ଏହି ବହୁଚର୍ଚ୍ଚିତ ଆଇନ କାର୍ଯ୍ୟକାରୀ ହେବାକୁ ଯାଉଛି ।

ତେବେ ଏହା ସଂସଦରେ ପାରିତ ହେବା ପରେ କୋଭିଡ ମହାମାରୀ କାରଣରୁ ଏହାକୁ କାର୍ଯ୍ୟକାରୀ ହୋଇପାରିନଥିଲା । ମାତ୍ର ଦେଶର 30 ଜିଲ୍ଲାର ମାଜିଷ୍ଟ୍ରେଟ ଓ 9 ଟି ରାଜ୍ୟର ମୁଖ୍ୟ ଶାସନ ସଚିବଙ୍କୁ ଏହି ଶରଣାର୍ଥୀମାନଙ୍କୁ ଆବଶ୍ୟକ ସ୍ଥଳେ ନାଗରକତା ପ୍ରଦାନ କରିବା ପାଇଁ କେନ୍ଦ୍ର ସରକାର ଅଧିକୃତ କ୍ଷମତା ପ୍ରଦାନ କରିଥିଲେ । ଏନେଇ ଗୃହ ମନ୍ତ୍ରଣାଳୟର ତଥ୍ୟ ଅନୁସାରେ, ବର୍ଷ 2021 ରୁ 2023 ମଧ୍ୟରେ ପାକିସ୍ତାନ, ବାଂଲାଦେଶ ଓ ଆଫଗାନିସ୍ତାନରୁ ଆସିଥିବା 1,414 ଜଣ ଶରଣାର୍ଥୀଙ୍କୁ ‘1995-ନାଗରକିତା ଅଧିନିୟମ’ ଅନୁସାରେ ଭରତୀୟ ନାଗରିତା ପ୍ରଦାନ କରାଯାଇଛି ।

ଏହା ମଧ୍ୟ ପଢନ୍ତୁ:- ରାହୁଲଙ୍କୁ ମୋଦିଙ୍କ ଟାର୍ଗେଟ: ‘କଂଗ୍ରେସ ଯୁବରାଜଙ୍କୁ ଓ୍ବାଏନାଡରୁ ମଧ୍ୟ ତଡିବାକୁ ଚାହେଁ ବାମ ମେଣ୍ଟ’

ତେବେ ଏହି ନିୟମକୁ ଦେଶବ୍ୟାପୀ ଲାଗୁ କରାଯିବା ନିଷ୍ପତ୍ତି ପରେ ରାଜନୈତିକ ପାରା ମଧ୍ୟ ଉପରମୁହାଁ ହେବାରେ ଲାଗିଛି । ବିରୋଧୀ ଏହାକୁ ନିର୍ବାଚନୀ ଷ୍ଟଣ୍ଟ ବୋଲି କହିବା ଆରମ୍ଭ କଲେଣି । ପଶ୍ଚିମବଙ୍ଗ ଓ ଅନ୍ୟ କିଛି ଅଣବିଜେପି ଶାସିତ ରାଜ୍ୟ ଏହାକୁ କାର୍ଯ୍ୟକାରୀ କରିବା ଦିଗରେ ଅସହମତି ପ୍ରକାଶ କରିପାରନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.