ETV Bharat / bharat

କ୍ରାସ ହୋଇ ଜଳିଗଲା ସୁଖୋଇ-30, ସୁରକ୍ଷିତ ଇଜେକ୍ଟ କରିଥିବା ଦୁଇ ପାଇଲଟ ହସ୍ପିଟାଲରେ ଭର୍ତ୍ତି - SUKHOI30 FIGHTER AIRCRAFT CRASHED

author img

By ETV Bharat Odisha Team

Published : Jun 4, 2024, 3:18 PM IST

Nashik Sukhoi 30 crashed: ମହାରାଷ୍ଟ୍ର ନାସିକରେ କ୍ରାସ ହୋଇ ଜଳିଗଲା ସୁଖୋଇ-30 । ସୁରକ୍ଷିତ ଇଜେକ୍ଟ କରିଥିବା ଦୁଇ ପାଇଲଟ ହସ୍ପିଟାଲରେ ଭର୍ତ୍ତି । ଅଧିକ ପଢନ୍ତୁ

କ୍ରାସ ହୋଇ ଜଳିଗଲା ସୁଖୋଇ-30, ସୁରକ୍ଷିତ ଇଜେକ୍ଟ କଲେ ପାଇଲଟ
କ୍ରାସ ହୋଇ ଜଳିଗଲା ସୁଖୋଇ-30, ସୁରକ୍ଷିତ ଇଜେକ୍ଟ କଲେ ପାଇଲଟ (ETV Bharat Odisha)

ମୁମ୍ବାଇ: ମହାରାଷ୍ଟ୍ର ନାସିକରେ ଭାରତୀୟ ବାୟୁସେନାର ଲଢୁଆ ବିମାନ ସୁଖୋଇ-30 କ୍ରାସ ହୋଇଛି । ଯାନ୍ତ୍ରିକ ତ୍ରୁଟି କାରଣରୁ ବିମାନଟି କ୍ରାସ ହେବା ପରେ ଖସିପଡି ସମ୍ପୂର୍ଣ୍ଣ ଜଳିଯାଇଛି । ହେଲେ ଏହାକୁ ଉଡାଉଥିବା ଦୁଇ ପାଇଲଟ ସଫଳତାର ସହ ଏମରେଜେନ୍ସି ଏକଜିଟ କରି ପାରାଚ୍ୟୁ଼ଟ ମାଧ୍ୟମରେ ଲ୍ୟାଣ୍ଡିଂ କରିଛନ୍ତି । ଉଭୟଙ୍କୁ ଆହତ ଅବସ୍ଥାରେ ଉଦ୍ଧାର କରାଯାଇ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ବିମାନଟି ସମ୍ପୂର୍ଣ୍ଣ ଜଳିଯାଇଛି । ଘଟଣାସ୍ଥଳରେ ବାୟୁସେନା ଟିମ୍‌ ଓ ସ୍ଥାନୀୟ ପୋଲିସ ଓ ପ୍ରଶାସନିକ ଅଧିକାରୀ ପହଞ୍ଚିଛନ୍ତି ।

ମିଳିଥିବା ସୂଚନା ଅନୁସାରେ, ବିମାନଟି ନାସିକ ନିକଟବର୍ତ୍ତୀ ଓଜାର ‘ହାଲ’ ଏୟାରବେସରୁ ଆଜି ମଧ୍ୟାହ୍ନରେ ଉଡାଣ ଭରିଥିଲା । ତେବେ ଶିରାଜଗାଓଁ ନିକଟବର୍ତ୍ତୀ ଏରିଆରେ ବିମାନଟି ଦୁର୍ଘଟଣାର ଶିକାର ହୋଇ ଖସି ପଡିଥିଲା । ଏହି ଡୁଆଲ ସିଟର ଫାଇଟର ଜେଟକୁ ଦୁଇଜଣ ପାଇଲଟ ଉଡାଉଥିଲେ । ତେବେ ଉଭୟ ଏମରଜେନ୍ସି ଏକଜିଟ ବା ‘ଇଜେକ୍ଟ’ କରି ସଫଳତାର ସହ ପାରାଲ୍ୟାଣ୍ଡିଂ କରିଥିଲେ । ଗ୍ରାମ ନିକଟବର୍ତ୍ତୀ କ୍ଷେତରେ ବିମାନଟି ସମ୍ପୂର୍ଣ୍ଣ ଜଳିଯାଇଛି । ଉଭୟ ପାଇଲଟଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ହିନ୍ଦୁସ୍ଥାନ ଏରୋନେଟିକ୍ସ ଲିମିଟେଡ (ହାଲ) ଦ୍ବାରା ଅପଗ୍ରେଡ ହୋଇଥିବା ଏହି ବିମାନର ଯାନ୍ତ୍ରିକ ତ୍ରୁଟିର କାରଣ ସମ୍ପର୍କରେ କିଛି ସ୍ପଷ୍ଟ ହୋଇନି ।

ଏହା ମଧ୍ୟ ପଢନ୍ତୁ :- ଜନାଦେଶ 2024: ଟ୍ରେଣ୍ଡରେ ମ୍ୟାଜିକ ନମ୍ବର ପାର୍ କଲା NDA, ଆନ୍ଧ୍ରରେ ବିଜୟ ପାଇଁ ଚନ୍ଦ୍ରବାବୁଙ୍କୁ ମୋଦିଙ୍କ ଶୁଭେଚ୍ଛା - Lok Sabha election results 2024

ଭାରତୀୟ ବାୟୁସେନାର ବୈଷୟିକ ଟିମ୍‌ ମଧ୍ୟ ଘଟଣାସ୍ଥଳରେ ପହଞ୍ଚିଛି । ଏକ ବିଭାଗୀୟ ଇନକ୍ବାରୀ ମଧ୍ୟ ନିର୍ଦ୍ଦେଶ ଦେଇଛି ବାୟୁସେନା । ତେବେ ନିକଟରେ ରାଜସ୍ଥାନରେ ଏକ ତେଜସ ବିମାନ ମଧ୍ୟ କ୍ରାସ ହୋଇଥିଲା । ଏକ ବହୁଦେଶୀୟ ସମରାଭ୍ୟାସ ବେଳେ ନିଜେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉପସ୍ଥିତ ଥିବା ସମୟରେ ଏହି କ୍ରାସ ହୋଇଥିଲା । ଏହା ଥିଲା ଦେଶର ପ୍ରଥମ ‘ତେଜସ’ କ୍ରାସ । ଏହାକୁ ଜଣେ ପାଇଲଟ ଉଡାଉଥିଲେ । ସେ ମଧ୍ୟ ଇଜେକ୍ଟ କରି ନିଜ ଜୀବନ ବଞ୍ଚାଇବାରେ ସଫଳ ହୋଇଥିଲେ । ଯାହାର ଉଚ୍ଚସ୍ତରୀୟ ତଦନ୍ତ ଜାରି ରହିଛି । ଭାରତୀୟ ବାୟୁସେନାରେ ସର୍ବାଧିକ ଋଷ ନିର୍ମିତ ‘ମିଗ’ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି । ଏହି ବର୍ଗର ବିମାନର ସ୍ବାର୍ଡନକୁ ବାୟୁସେନା ଅପରେସନରୁ ବାଦ ଦେବା ପ୍ରକ୍ରିୟା ମଧ୍ୟ ଜାରି ରଖିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.