ETV Bharat / bharat

ରାଞ୍ଚି ଜମି ଘୋଟାଲା: କେବଳ ହେମନ୍ତ ନୁହେଁ, ଜାଲିଆତିରେ ବହୁ ବଡବଡିଆଙ୍କ ସମ୍ପୃକ୍ତି !

Ranchi Land Scam: ରାଞ୍ଚି ଜମି ଘୋଟାଲା ମାମଲାରେ ଇଡି ହାତରେ ଲାଗିଛି ସାଙ୍ଘାତିକ ତଥ୍ୟ । ସ୍କାନରକୁ ଆସିପାରନ୍ତି ଅନେକ ପ୍ରଭାବଶାଳୀ ବ୍ୟକ୍ତି । ଅଧିକ ପଢନ୍ତୁ

Ranchi Land Scam
Ranchi Land Scam
author img

By ETV Bharat Odisha Team

Published : Feb 18, 2024, 11:09 AM IST

ରାଞ୍ଚି: ଝାଡ଼ଖଣ୍ଡ ଜମି ଘୋଟାଲା ମାମଲାରେ ସାମ୍ନାକୁ ଆସିଲା ଆଶ୍ଚର୍ଯ୍ୟଜନକ ତଥ୍ୟ । ଇଡି ସ୍କାନରକୁ ଆସିପାରନ୍ତି ଅନେକ ପ୍ରଭାବଶାଳୀ ବ୍ୟକ୍ତି । କେବଳ ହେମନ୍ତ ସୋରେନ ନୁହଁନ୍ତି, ଏଥିରେ ଆହୁରି ଅନେକ ପ୍ରଭାବଶାଳୀ ଲୋକେ ଲାଭବାନ ହୋଇଥିବା ନେଇ ଖୋଳତାଡ ବେଳେ ଜାଣିବାକୁ ପାଇଛି ଇଡି । ଜମିର ଆବଶ୍ୟକୀୟ କାଗଜପତ୍ର ହେରଫେର ମାମଲାର ଯାଞ୍ଚ ଜାରି ରଖିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ସେପଟେ ଦ୍ବିତୀୟ ପର୍ଯ୍ୟାୟ ରିମାଣ୍ଡ ଶେଷ ହେବା ପରେ ବିଚାର ବିଭାଗୀୟ ହାଜରେ ଅଛନ୍ତି ହେମନ୍ତ ସୋରେନ । ବର୍ତ୍ତମାନ ହେମନ୍ତଙ୍କ କିଛି ସହଯୋଗୀ ମଧ୍ୟ କେନ୍ଦ୍ରୀୟ ସଂସ୍ଥାର ତଦନ୍ତ ପରିସରକୁ ଆସିଛନ୍ତି । ପରବର୍ତ୍ତୀ ତାରିଖ ପର୍ଯ୍ୟନ୍ତ ସେ ଏବେ ରାଞ୍ଚିର ବିର୍ସାମୁଣ୍ଡା କେନ୍ଦ୍ରୀୟ କାରାଗାରରେ ରହିବେ । ଏହି ବହୁଚର୍ଚ୍ଚିତ ଦୁର୍ନୀତି ମାମଲାରେ ଗିରଫଦାରୀ ସଂଖ୍ୟା ବଢିବାର ଯଥେଷ୍ଟ ସମ୍ଭାବନା ରହିଛି ।

ରାଞ୍ଚି ଜମି ଦୁର୍ନୀତି ମାମଲାରେ ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ବ୍ୟତୀତ ଆହୁରି ଅନେକ ନାଁ ସାମ୍ନାକୁ ଆସିଛି । ରିମାଣ୍ଡ ବେଳେ ଅଭିଯୁକ୍ତଙ୍କୁ ପଚରାଉଚରା ସମୟରେ ଏଭଳି ସାଂଘାତିକ ତଥ୍ୟ ଇଡି ହାତରେ ଲାଗିଛି । ବର୍ତ୍ତମାନ ସୁଦ୍ଧା 17ଟି ଅରିଜିନାଲ ରେଜିଷ୍ଟରର ଯାଞ୍ଚ କରିଛି । ବଡଗାଇ ଅଞ୍ଚଳର ତତ୍କାଳୀନ ରାଜସ୍ୱ ଉପନୀରିକ୍ଷକ ଭାନୁ ପ୍ରସାଦ ଏହି ସ୍କାମ ସିଣ୍ଡିକେଟରେ ସହଯୋଗ କରିଥିବା ତଦନ୍ତରୁ ଜଣାପଡିଛି ।

ଏହା ମଧ୍ୟ ପଢନ୍ତୁ...ସରିଲା EDର ଦ୍ବିତୀୟ ପର୍ଯ୍ୟାୟ ରିମାଣ୍ଡ: ବିଚାର ବିଭାଗୀୟ ଜେଲକୁ ଗଲେ ହେମନ୍ତ

ଏହା ମଧ୍ୟ ପଢନ୍ତୁ...ହେମନ୍ତ ସୋରେନଙ୍କ ଗିରଫ ପରେ ଇଡି ରାଡାରରେ ଥିବା ନେତାଙ୍କ ପଡିବ କି ପାଳି ?

ଏହା ମଧ୍ୟ ପଢନ୍ତୁ...ଚାକିରି ପାଇଁ ଜମି ଦୁର୍ନୀତି ମାମଲାରେ ଲାଲୁ ପରିବାରକୁ ଆଶ୍ବସ୍ତି; ରାବ୍ରି ଦେବୀ ଏବଂ ୨ ଝିଅଙ୍କୁ ଅନ୍ତରୀଣ ଜାମିନ
ଭାନୁ ପ୍ରତାପ ରାଜସ୍ୱ ଉପନୀରିକ୍ଷକ ଭାବେ କାର୍ଯ୍ୟରତ ଥିବା ସମୟରେ ରେଜିଷ୍ଟରକୁ ନିଜ ଅଧୀନରେ ରଖିଥିଲେ । ଏପରିକି ଅଣବିକ୍ରୟ ଯୋଗ୍ୟ ଜମି ସମ୍ପର୍କରେ ତଥ୍ୟ ରେଜିଷ୍ଟରରେ ପରିବର୍ତ୍ତନ କରାଯାଇଥିବା ଜଣାପଡ଼ିଛି । ଭାନୁ ପ୍ରତାପ ବହୁ ଜାଲିଆତି କାଗଜପତ୍ର ପ୍ରସ୍ତୁତ କରିଥିବା ମଧ୍ୟ ତଦନ୍ତକାରୀ ଅଧିକାରୀମାନେ ଜାଣିବାକୁ ପାଇଛନ୍ତି ।

ସେହିପରି ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ଭଳି ଭାନୁ ପ୍ରତାପ ପ୍ରସାଦ ଏହି ଜମି ଦୁର୍ନୀତିରେ ସମ୍ପୃକ୍ତ ଥିବାବେଳେ ଲାଭାନ୍ବିତ ମଧ୍ୟ ହୋଇଥିବା ଇଡି ପକ୍ଷରୁ କୁହାଯାଇଛି । ଯେଉଁମାନେ ଜାଲ କାଗଜପତ୍ର କରିବା ମାମଲାରେ ସମ୍ପୃକ୍ତ ଅଛନ୍ତି ସେମାନଙ୍କ ବିରୋଧରେ ପିଏମଏଲଏ କୋର୍ଟରେ ମାମଲା ରୁଜୁ ହେବ ବୋଲି ସୂଚନା ଦେଇଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ଆଗକୁ କେଉଁମାନଙ୍କ ନାଁ ସାମନାକୁ ଆସୁଛି ତାହାରି ଉପରେ ରହିଛି ନଜର ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.