ETV Bharat / bharat

ସମ୍ପର୍କୀୟଙ୍କ ବିବାହରେ ଯୋଗଦେବେ ସିସୋଦିଆ, ମିଳିଲା 3 ଦିନିଆ ବେଲ

author img

By ETV Bharat Odisha Team

Published : Feb 12, 2024, 5:49 PM IST

Manish Sisodia Gets 3-Day Bail: ସମ୍ପର୍କୀୟଙ୍କ ବିବାହରେ ଯୋଗଦେବେ ସିସୋଦିଆ, ମିଳିଲା 3 ଦିନିଆ ବେଲ । ଅଧିକ ପଢନ୍ତୁ

ସମ୍ପର୍କୀୟଙ୍କ ବିବାହରେ ଯୋଗଦେବେ ସିସୋଦିଆ, ମିଳିଲା 3 ଦିନିଆ ବେଲ
ସମ୍ପର୍କୀୟଙ୍କ ବିବାହରେ ଯୋଗଦେବେ ସିସୋଦିଆ, ମିଳିଲା 3 ଦିନିଆ ବେଲ

ନୂଆଦିଲ୍ଲୀ: ଜଣେ ସମ୍ପର୍କୀୟଙ୍କ ବିବାହରେ ସାମିଲ ହେବା ପାଇଁ ତିନିଦିନିଆ ଅନ୍ତରୀଣ ବେଲ ପାଇଲେ ଦିଲ୍ଲୀ ପୂର୍ବତନ ଉପମୁଖ୍ୟମନ୍ତ୍ରୀ ତଥା ଆମ ଆଦମୀ ପାର୍ଟି ବରିଷ୍ଠ ନେତା ମନିଷ ସିସୋଦିଆ । 13 ତାରିଖରୁ 15 ତାରିଖ ମଧ୍ୟରେ ସେ ବେଲରେ ଜେଲରୁ ବାହାରିବେ । ଏନେଇ ସେ କୋର୍ଟରେ ଆବେଦନ କରିଥିଲେ । ଆଜି ରାଉଜ ଆଭିନ୍ୟୁ କୋର୍ଟର ସ୍ପେଶାଲ ଜଜ ଏମ.କେ ନାଗପାଲ ଏହି ଆବେଦନର ଶୁଣାଣି କରି ସିସୋଦିଆଙ୍କୁ 3 ଦିନିଆ ବେଲ ପ୍ରଦାନ କରିଛନ୍ତି । ପୂର୍ବରୁ ନିଜ ଅସୁସ୍ଥ ପତ୍ନୀଙ୍କୁ ସପ୍ତାହରେ ଥରେ ଲେଖାଏଁ ଭେଟିବା ପାଇଁ କୋର୍ଟ ସିସୋଦିଆଙ୍କୁ ଅନୁମତି ଦେଇସାରିଛନ୍ତି ।

ନିଜ ସ୍ତ୍ରୀ ଦୀର୍ଘମାସ ଧରି ଅସୁସ୍ଥ ଥିବାରୁ ତାଙ୍କୁ ସପ୍ତାହରେ ଦୁଇଥର ସାକ୍ଷାତ କରିବାକୁ ଅନୁମତି ଦେବା ପାଇଁ ଏହି ଆବେଦନ ସିସୋଦିଆଙ୍କ ପକ୍ଷରୁ କରାଯାଇଥିଲା । ଗତ 5 ତାରିଖରେ ଏହି ମାମଲାର ଶୁଣାଣି ରାଉଜ ଆଭିନ୍ୟୁ କୋର୍ଟର ସ୍ୱତନ୍ତ୍ର ବିଚାରପତି ଏମ.କେ ନାଗପାଲଙ୍କ ଏକକ ଖଣ୍ଡପୀଠରେ ହୋଇଥିଲା । ପତ୍ନୀଙ୍କୁ ଭେଟିବାକୁ ଏହି ଅନୁମତି ସହ କୋର୍ଟ ଫେବୃଆରୀ 12 (ଆଜି)ରେ ସିସୋଦିଆଙ୍କ ନିୟମିତ ଜାମିନ ଆବେଦନ ଉପରେ ଶୁଣାଣି କରିବାକୁ ମଧ୍ୟ ନିର୍ଦ୍ଦେଶ ଦେଇଥିଲେ । ଆଜି ତାଙ୍କୁ କୋର୍ଟରେ ହାଜର କରାଯାଇଥିଲା । ଏବେ ତାଙ୍କ ନ୍ୟାୟିକ ହାଜତ ଅବଧି 22 ତାରିଖରେ ଶେଷ ହେବାକୁ ଯାଉଛି । 22ରେ ସେ ପୁଣି କୋର୍ଟରେ ହାଜର ହେବେ ।

ଏହା ମଧ୍ୟ ପଢନ୍ତୁ :- ସିସୋଦିଆଙ୍କୁ ବଡ ଆଶ୍ୱସ୍ତି, ଏଣିକି ସପ୍ତାହରେ ଥରେ ଅସୁସ୍ଥ ପତ୍ନୀଙ୍କୁ ଭେଟିପାରିବେ

ଦିଲ୍ଲୀ ଅବକାରୀ ଘୋଟାଲା ମାମଲାରେ 2023 ଫେବୃଆରୀ 26ରେ ସିସୋଦିଆଙ୍କୁ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ) ଗିରଫ କରିଥିଲା । ଏହା ପରେ ମାର୍ଚ୍ଚ 9 ତାରିଖରେ ମନି ଲଣ୍ଡ୍ରିଂ ଆକ୍ଟରେ ଜେଲରେ ମଧ୍ୟ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ତାଙ୍କୁ ଗିରଫ କରିଛି । ସେବେଠାରୁ ସେ ଏପର୍ଯ୍ୟନ୍ତ ବେଲ ପାଇନାହାନ୍ତି । ତାଙ୍କ ବେଲ ଆବେଦନ ବାରମ୍ବାର ଖାରଜ ହେବା ସହ ବିଚାର ବିଭାଗୀୟ ହାଜତ ଅବଧି ମଧ୍ୟ କ୍ରମାଗତ ବଢିବାରେ ଲାଗିଛି । ଏହି ମାମଲାର ତଦନ୍ତର ଚେର ଏବେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲଙ୍କ ପର୍ଯ୍ୟନ୍ତ ଲମ୍ବିଛି । କ୍ରମାଗତ 5 ଥର ଇଡି ସମନକୁ ପ୍ରତ୍ୟାଖ୍ୟାନ କରିଥିବା ମୁଖ୍ୟମନ୍ତ୍ରୀ କେଜ୍ରିଓ୍ବାଲ ଏବେ କୋର୍ଟରେ ହାଜର ହେବାକୁ ନିର୍ଦ୍ଦେଶ ପାଇଛନ୍ତି । ଅନ୍ୟତମ ଦଳୀୟ ବରିଷ୍ଠ ନେତା ସଞ୍ଜୟ ସିଂ ମଧ୍ୟ ଏବେ ଏହି ମାମଲାରେ ଗିରଫ ହୋଇ ଜେଲରେ ଅଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.