ETV Bharat / bharat

ତିରୁପତି ଚିଡିଆଖାନାରେ ଅଘଟଣ, ମଣିଷକୁ ମାରିଦେଲା ସିଂହ - Tirupati zoo park

Man killed by lion in Tirupati: ତିରୁପତି ଚିଡିଆଖାନାରେ ଅଘଟଣ । ସିଂହ ଖୁଆଡ ମଧ୍ୟକୁ ଡେଇଁଥିବା ପର୍ଯ୍ୟଟକଙ୍କୁ ମାରିଦେଲା ସିଂହ । ଅଧିକ ପଢନ୍ତୁ

ତିରୁପତି ଜୁ ପାର୍କରେ ଅଘଟଣ, ସିଂହ ଆକ୍ରମଣରେ ଯୁବକ ମୃତ

author img

By ETV Bharat Odisha Team

Published : Feb 15, 2024, 5:26 PM IST

Updated : Feb 15, 2024, 6:17 PM IST

ଅମରାବତି: ତିରୁପତି ଚିଡିଆଖାନାରେ ଅଘଟଣ । ସିଂହ ଆକ୍ରମଣରେ ଜଣେ ପର୍ଯ୍ୟଟକ ପ୍ରାଣ ହରାଇଛନ୍ତି । ଏହି ବ୍ୟକ୍ତି ଜଣଙ୍କ ସିଂହ ଏନକ୍ଲୋଜର (ଖୁଆଡ) ମଧ୍ୟକୁ ଡେଇଁ ପଡିଥିଲେ । ସିଂହଟି ତାଙ୍କୁ ଆକ୍ରମଣ କରିଥିଲା । ବ୍ୟକ୍ତିଙ୍କ ମୁଣ୍ଡକୁ ସିଂହଟି ଖାଇ ଦେଇଥିଲା । ପୋଲିସ ଓ ଚିଡିଆଖାନା କର୍ତ୍ତୃପକ୍ଷ ଖଣ୍ଡବିଖଣ୍ଡିତ ମୃତଦେହ ଉଦ୍ଧାର କରିଛନ୍ତି । ମୃତକ ରାଜସ୍ଥାନର ଜଣେ ପର୍ଯ୍ୟଟକ ଓ ତାଙ୍କ ନାମ ପ୍ରହ୍ଲାଦ ଗୁଜ୍ଜର ବୋଲି ଜଣାପଡିଛି । ପ୍ରାଥମିକ ତଦନ୍ତରେ ପର୍ଯ୍ୟଟକଜଣକ ନିଶାସକ୍ତ ଥିବା ସୂଚନା ସାମ୍ନାକୁ ଆସିଛି । ଅଘଟଣ ପରେ ପର୍ଯ୍ୟଟକଙ୍କ ମଧ୍ୟରେ ଭୟର ବାତାବରଣ ସୃଷ୍ଟି ହୋଇଛି । ଚିଡିଆଖାନାକୁ ସାମୟିକ ଭାବେ ବନ୍ଦ ମଧ୍ୟ ରଖାଯାଇଛି ।

ଜୁ’ କର୍ତ୍ତୃପକ୍ଷ ଓ ସ୍ଥାନୀୟ ପୋଲିସ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, ରାଜସ୍ଥାନର ଏହି ପର୍ଯ୍ୟଟକ ପ୍ରହ୍ଲାଦ ନିଶାସକ୍ତ ଥିଲେ । ଜୁ’ରେ ବୁଲୁଥିବା ବେଳେ ସେ ହଠାତ ସିଂହ ଏନକ୍ଲୋଜରର ପାଚେରୀରେ ଚଢି ଭିତରକୁ ଡେଇଁ ପଡିଥିଲେ । ସିଂହଟି ତାଙ୍କୁ ଆକ୍ରମଣ କରିଥିଲା । ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଥିଲା । ବନ ବିଭାଗର ପ୍ରଶିକ୍ଷିତ ଚର୍ମଚାରୀଙ୍କ ଟିମ ସିଂହକୁ ଯନ୍ତା ମଧ୍ୟରେ ବନ୍ଦ କରି ଏନକ୍ଲୋଜରରୁ ପ୍ରହ୍ଲାଦଙ୍କ ମୃତଦେହ ଉଦ୍ଧାର କରିବାରେ ସଫଳ ହୋଇଥିଲା । ତିରୁପତି ରୁରାଲ ପୋଲିସ ଟିମ ପହଞ୍ଚି ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି । ଘଟଣାସ୍ଥଳ ପରିଦର୍ଶନ କରିବା ପରେ, ଏକ ମାମଲା ରୁଜୁ କରାଯାଇ ତଦନ୍ତ ଆରମ୍ଭ କରାଯାଇଥିବା ରୁରାଲ ଡିଏସପି ଶରତ ରାଜ କହିଛନ୍ତି ।

ତିରୁପତିରେ ଥିବା 1,250 ଏକର ପରିମିତ ଏହି ଭେଙ୍କଟେଶ୍ବର ଜୁ ପାର୍କ ବିଶ୍ବର ସର୍ବବୃହତ୍ତ ଚିଡିଆଖାନାର ମାନ୍ୟତା ପାଇଛି । ଏଠାରେ ପ୍ରାୟ ସମସ୍ତ ପ୍ରକାର ଜୀବଜନ୍ତୁ ଦେଖିବାକୁ ମିଳନ୍ତି । ପ୍ରସିଦ୍ଧ ତିରୁପତି ବାଲାଜୀଙ୍କ ଦର୍ଶନ ପାଇଁ ଆସୁଥିବା ହଜାର ହଜାର ଶ୍ରଦ୍ଧାଳୁ ଏହି ଚିଡିଆଖାନାରେ ପରିଭ୍ରମଣର ମଜା ନିଅନ୍ତି । ହେଲେ ଏପରି ଅଘଟଣ ପର୍ଯ୍ୟଟକ ଓ ଶ୍ରଦ୍ଧାଳୁଙ୍କ ମଧ୍ୟରେ ଭୟର ବାତାବରଣ ସୃଷ୍ଟି କରିଛି ।

ଏହା ମଧ୍ୟ ପଢନ୍ତୁ :- ‘ଇଣ୍ଡିଆ ମେଣ୍ଟ’କୁ ଫାରୁକ ଝଟ୍‌କା, ଜମ୍ମୁ କାଶ୍ମୀରରେ ଏକା ଲଢିବ ନ୍ୟାସନାଲ କନଫରେନ୍ସ

2014 ମସିହା ସେପ୍ଟମ୍ବର ମାସରେ ସମାନ ଧରଣର ଅଘଟଣ ଦିଲ୍ଲୀର ଚିଡିଆଖାନାରେ ଦେଖିବାକୁ ମିଳିଥିଲା । ଜଣେ ମାନସିକ ଭିନ୍ନକ୍ଷମ ପର୍ଯ୍ୟଟକ ବାଘ ଖୁଆଡ ମଧ୍ୟକୁ ଡେଇଁ ପଡିଥିଲେ । ବାଘଟି ତାଙ୍କୁ ଆକ୍ରମଣ କରି ମାରିଦେଇଥିଲେ । ବେଶ କିଛି ସମୟ ଧରି ବାଘ- ମଣିଷ ଲଢେଇର ହୃଦୟ ବିଦାରକ ଭିଡିଓ ସେତେବେଳେ ସୋସିଆଲ ମିଡିଆରେ ଘୁରି ବୁଲିଥିଲା । ପ୍ରାଥମିକ ତଦନ୍ତ ପରେ ପ୍ରାଣ ହରାଇଥିବା 20 ବର୍ଷୀୟ ଯୁବ ପର୍ଯ୍ୟଟକ ଜଣେ ମାନସିକ ଭିନ୍ନକ୍ଷମ ବୋଲି ଜଣାପଡିଥିଲା । ତେବେ ଦୀର୍ଘ ସମୟର ସଂଘର୍ଷ ସତ୍ତ୍ବେ ମଧ୍ୟ ବାଘ କବଳରୁ ଯୁବକଙ୍କୁ ଉଦ୍ଧାର କରାଯାଇ ନପାରିବା ଜୁ’ କର୍ତ୍ତୃପକ୍ଷଙ୍କ ଜରୁରୀ ପ୍ରସ୍ତୁତି ଉପରେ ପ୍ରଶ୍ନବାଚୀ ମଧ୍ୟ ସୃଷ୍ଟି କରିଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Feb 15, 2024, 6:17 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.