ETV Bharat / bharat

ମନ କି ବାତ୍‌: ରଥଯାତ୍ରା ଓ ମହାପ୍ରଭୁ ଜଗନ୍ନାଥଙ୍କୁ ନେଇ କଣ କହିଲେ ମୋଦି - PM Modi talks about Rath Yatra 2024

author img

By ETV Bharat Odisha Team

Published : Jun 30, 2024, 5:45 PM IST

PM Modi talks about Rath Yatra 2024: ଆଜି ମନ କି ବାତ୍‌ କାର୍ଯ୍ୟକ୍ରମରେ ରଥଯାତ୍ରା ସମ୍ପର୍କରେ ଆଲୋଚନା କଲେ ପ୍ରଧାନମନ୍ତ୍ରୀ ମୋଦି । ମହାପ୍ରଭୁ ଜଗନ୍ନାଥଙ୍କୁ କଲେ ସ୍ମରଣ । ଆଉ କେଉଁ ପ୍ରସଙ୍ଗରେ କଣ କହିଲେ ମୋଦି ଜାଣନ୍ତୁ ।

PM Modi talks about Rath Yatra 2024
PM Modi talks about Rath Yatra 2024 (ETV Bharat Odisha)

ନୂଆଦିଲ୍ଲୀ: ନିର୍ବାଚନ ପାଇଁ ବନ୍ଦ ଥିବା ପ୍ରଧାନମନ୍ତ୍ରୀ ମୋଦିଙ୍କ ମାସିକିଆ ରେଡିଓ କାର୍ଯ୍ୟକ୍ରମ 'ମନ କି ବାତ୍‌' ପୁଣି ଆରମ୍ଭ ହୋଇଛି । ଆଜି 111ତମ ସଂସ୍କରଣରେ ମୋଦି ବହୁ ଦିନ ପରେ ଦେଶବାସୀଙ୍କୁ ସମ୍ବୋଧନ କରି ନିଜର ମନ କଥା କହିଛନ୍ତି । ପ୍ରତି ଥର ପରି ଏଥର ମଧ୍ୟ ଦେଶର ବିଭିନ୍ନ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗ ଉପରେ ଆଲୋଚନା କରିଛନ୍ତି ମୋଦି । ସବୁଠୁ ଖାସ କଥା ହେଉଛି ଏହି ସଂସ୍କରଣରେ ମୋଦି ଜଗତର ନାଥ ଜଗନ୍ନାଥଙ୍କୁ ସ୍ମରଣ କରିବା ସହ ବିଶ୍ବପ୍ରସିଦ୍ଧ ରଥଯାତ୍ରା ବିଷୟରେ ମଧ୍ୟ ଆଲୋଚନା କରିଛନ୍ତି ।

ରଥଯାତ୍ରାରେ ବଡଦାଣ୍ଡରେ ତିନି ରଥ
ରଥଯାତ୍ରାରେ ବଡଦାଣ୍ଡରେ ତିନି ରଥ (File Photo)

ମହାପ୍ରଭୁଙ୍କୁ ମନେ ପକାଇଲେ....

ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି, "ପବିତ୍ର ବିଶ୍ବପ୍ରସିଦ୍ଧ ରଥଯାତ୍ରା ଆଉ ଏକ ସପ୍ତାହ ପରେ ଆରମ୍ଭ ହେବାକୁ ଯାଉଛି । ମହାପ୍ରଭୁ ଜଗନ୍ନାଥ ସାରା ଦେଶବାସୀଙ୍କୁ କୃପା କରନ୍ତୁ ଏହା ହିଁ ମୋର କାମନା ।" ଏହାସହିତ ମୋଦି ଏନଡିଏ ସରକାରକୁ ପୁଣି କ୍ଷମତାକୁ ଆଣିଥିବାରୁ ସାରା ଦେଶବାସୀଙ୍କୁ ଧନ୍ୟବାଦ ଜଣାଇଛନ୍ତି । ଏନେଇ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଜନତା ପୁଣି ଥରେ ଏନଡିଏ ସରକାର ଉପରେ ବିଶ୍ବାସ କରିଛନ୍ତି । 2024 ଲୋକସଭା ନିର୍ବାଚନରେ 65 କୋଟି ଭୋଟର ନିଜର ମତଦାନ ସାବ୍ୟସ୍ତ କରି ଇତିହାସ ସୃଷ୍ଟି କରିଛନ୍ତି ।

ମାଆ ନାଁରେ ଗଛ ଲଗାଇବାକୁ ଅପିଲ୍‌:-

କେନ୍ଦ୍ରର ନୂଆ ଅଭିଯାନ 'ମାଆ ନାଁରେ ଗଛଟିଏ' ସମ୍ପର୍କରେ ମୋଦି କହିଛନ୍ତି, "ମାଆ ନାଁରେ ମୁଁ ମଧ୍ୟ ଗଛ ଲଗାଇଛି । ଦେଶବାସୀ ମଧ୍ୟ ମାଆଙ୍କ ଉଦ୍ଦେଶ୍ୟରେ ଗଛ ଲଗାନ୍ତୁ । ନିଜ ମାଆଙ୍କ ସହିତ ମିଶି ମଧ୍ୟ ଗଛ ଲଗାନ୍ତୁ ।" ଏହାସହିତ ମୋଦି ଦେଶବାସୀଙ୍କୁ ଆଉ ଏକ ଗୁରୁତ୍ବପୂର୍ଣ୍ଣ ସୂଚନା ଦେଇଛନ୍ତି । ଏସିଆର ମଧ୍ୟ ପୂର୍ବବର୍ତ୍ତୀ ଦେଶରେ ପ୍ରତି ରବିବାର ଏକ ସ୍ପେଶାଲ ହିନ୍ଦୀ ପ୍ରୋଗ୍ରାମ ପ୍ରସାରିତ ହେଉଥିବା ମୋଦି କହିଛନ୍ତି । ଯାହାକି ଭାରତୀୟ ସଂସ୍କୃତିର ବିବିଧତାକୁ ବିଦେଶରେ ପ୍ରଚାର ପ୍ରସାର କରୁଛି । ସେଠାରେ ବାସ କରୁଥିବା ଭାରତୀୟମାନେ ଆମ କଳା ସଂସ୍କୃତିକୁ ବିଦେଶରେ ପ୍ରସାର କରୁଥିବା ବେଳେ କୁୱେତବାସୀ ଏହାକୁ ବେଶ ପସନ୍ଦ କରୁଥିବା ମୋଦି କହିଛନ୍ତି । ଭାରତୀୟ ସଂସ୍କୃତି ସେଠାରେ ବେଶ ଲୋକପ୍ରିୟତା ଅର୍ଜନ କରିପାରିଛି । ଏହି ନିଆରା ପ୍ରୟାସ ପାଇଁ କୁୱେତ ସରକାର ଓ ନାଗରିକଙ୍କୁ ମୋଦି ଧନ୍ୟବାଦ ଜ୍ଞାପନ କରିଛନ୍ତି ।

କେରଳ ଛତା-ମୌସୁମୀ ସମ୍ପର୍କ ସମ୍ବନ୍ଧରେ ଆଲୋଚନା:-

ପ୍ରଧାନମନ୍ତ୍ରୀ ମନ କି ବାତ୍‌ କାର୍ଯ୍ୟକ୍ରମରେ କେରଳ ଛତା ଓ ମୌସୁମୀର ସମ୍ପର୍କ ବିଷୟରେ ଆଲୋଚନା କରି କହିଛନ୍ତି, " ମୌସୁମୀ ଆସିବା ମାତ୍ରେ ଛତା ଖୋଜା ପଡେ । କିନ୍ତୁ ହୁଏତ କମ ଦେଶବାସୀ ଜାଣିଥିବେ ଯେ କେରଳରେ ବିଭିନ୍ନ ପ୍ରକାରର ଛତା ତିଆରି କରାଯାଏ । କେରଳ ସଂସ୍କୃତିରେ ଛତାର ମାହାତ୍ମ୍ୟ ରହିଛି । ସେଠାରେ ଛତା ବହୁ ପରମ୍ପରା ଓ ବିଧି ବିଧାନର ପ୍ରମୁଖ ଅଂଶ । କିନ୍ତୁ ମୁଁ ଯେଉଁ ଛତା ସମ୍ପର୍କରେ କହିବାକୁ ଯାଉଛି ତାହା ହେଉଛି 'କାର୍ଥୁମ୍ବୀ ଛତା' । ଯାହାକି କେରଳର ଅଟ୍ଟାପଡ଼ିରେ ତିଆରି କରାଯାଏ । ଆଦିବାସୀ ମହିଳାମାନେ ବହୁ ପରିଶ୍ରମ କରି ଏପରି ସୁନ୍ଦର ଛତା ତିଆରି କରିଥାନ୍ତି ।

ଛତା ତିଆରି କରୁଛନ୍ତି କେରଳ ଆଦିବାସୀ ମହିଳା
ଛତା ତିଆରି କରୁଛନ୍ତି କେରଳ ଆଦିବାସୀ ମହିଳା (X)

ଏହା ବି ପଢନ୍ତୁ- 3 ମାସ ପରେ ମନ କି ବାତ୍ କାର୍ଯ୍ୟକ୍ରମ, ଦେଶବାସୀଙ୍କୁ ମନର କଥା କହୁଛନ୍ତି ମୋଦି

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.