ETV Bharat / bharat

ମମତାଙ୍କ ମାଇକ ବନ୍ଦ ଅଭିଯୋଗ ବିଭ୍ରାନ୍ତିକର, ଫ୍ୟାକ୍ଟ ଚେକ ପରେ ଏମିତି କହିଲା କେନ୍ଦ୍ର - Centre denies mamata allegations

author img

By ETV Bharat Odisha Team

Published : Jul 27, 2024, 8:14 PM IST

Mamata Banerjee's Mic-Off Claim: ଦିଦିଙ୍କ ଅଭିଯୋଗ ପରେ ଆକ୍ସନମୋଡରେ କେନ୍ଦ୍ର । ଫ୍ୟାକ୍ଟ ଚେକ ପରେ କେନ୍ଦ୍ର କହିଲା ଅଭିଯୋଗ ବିଭ୍ରାନ୍ତିକର । ପଢନ୍ତୁ ପୁରା ଘଟଣା...

ମମତାଙ୍କ ମାଇକ ବନ୍ଦ ଅଭିଯୋଗ ବିଭ୍ରାନ୍ତିକର, ଫ୍ୟାକ୍ଟ ଚେକ ପରେ ଏମିତି କହିଲା କେନ୍ଦ୍ର
ମମତାଙ୍କ ମାଇକ ବନ୍ଦ ଅଭିଯୋଗ ବିଭ୍ରାନ୍ତିକର, ଫ୍ୟାକ୍ଟ ଚେକ ପରେ ଏମିତି କହିଲା କେନ୍ଦ୍ର (ETV Bharat Odisha)

ନୂଆଦିଲ୍ଲୀ: ନୀତି ଆୟୋଗ ବୈଠକରେ ରାଜନୈତିକ ପକ୍ଷପାତିତା ନେଇ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଅଭିଯୋଗରେ ତୁରନ୍ତ ଆକ୍ସନମୋଡକୁ ଆସିଛି କେନ୍ଦ୍ର ସରକାର । ମମତା ଯେଉଁ ସଙ୍ଗୀନ ଅଭିଯୋଗ ଆଣିଛନ୍ତି, ସେଥିରେ ସତ୍ୟତା ନାହିଁ ଓ ଏହା ବିଭ୍ରାନ୍ତିକର ବୋଲି କହିଛନ୍ତି କେନ୍ଦ୍ର ସରକାର । ମମତାଙ୍କ ଅଭିଯୋଗ ଆସିବାର କିଛି ଘଣ୍ଟା ମଧ୍ୟରେ କେନ୍ଦ୍ର ସରକାରଙ୍କ ପ୍ରେସ ଇନଫରମେସନ ବ୍ୟୁରୋ (ପିଆଇବି) ଫ୍ୟାକ୍ଟ-ଚେକ ୟୁନିଟ ଏହାର ତର୍ଜମା କରି ଅଭିଯୋଗକୁ ଖଣ୍ଡନ କରିଛି । ‘ପିଆଇବି’ ଫ୍ୟାକ୍ଟ ଚେକ ୟୁନିଟର ଅଫିସିଆଲ ‘ଏକ୍ସ’ ହ୍ୟାଣ୍ଡଲରେ ମମତାଙ୍କ ଅଭିଯୋଗର ଏକ ଭିଡିଓକୁ ସଲଗ୍ନ କରାଯାଇ, ଏହାକୁ ବିଭ୍ରାନ୍ତିକର ବୋଲି ଟ୍ୟାଗ ସହ ଦର୍ଶାଯାଇଛି ।

ଫ୍ୟାକ୍ଟ-ଚେକ ଟିମର ସ୍ପଷ୍ଟୀକରଣ:-

ଫ୍ୟାକ୍ଟ-ଚେକ ଟିମ୍‌ ଦ୍ବାରା ପ୍ରକାଶିତ ଏକ ବିବୃତ୍ତିରେ କେନ୍ଦ୍ର ସରକାର କହିଛନ୍ତି ଯେ, ତାଙ୍କ (ମମତାଙ୍କ) ଦାବି ବିଭ୍ରାନ୍ତିକର । ଘଣ୍ଟା କେବଳ ଦର୍ଶାଉଛି ଯେ ତାଙ୍କ ବିବୃତ୍ତି ରଖିବା ସମୟ ସମାପ୍ତ ହୋଇଯାଇଥିଲା । ଏହାକୁ ଚିହ୍ନିତ କରିବା ପାଇଁ ଘଣ୍ଟି ବା ଆଲାର୍ମ ମଧ୍ୟ ବଜାଯାଇ ନଥିବା କେନ୍ଦ୍ରର ଫ୍ୟାକ୍ଟ ଯାଞ୍ଚକାରୀ ଟିମ ପକ୍ଷରୁ କୁହାଯାଇଛି । ଏହି ପୋଷ୍ଟରେ ମମତାଙ୍କ ଅଭିଯୋଗର ଏକ ଭିଡିଓ କ୍ଲିପ୍‌ ମଧ୍ୟ ସେୟାର କରାଯାଇ ସେଥିରେ ‘ମିସଲିଡିଂ ଟ୍ୟାଗ’ ଲଗାଇଛି ଫ୍ୟାକ୍ଟ- ଟେକ ୟୁନିଟ୍‌ ।

କଣ ଥିଲା ଦିଦିଙ୍କ ଅଭିଯୋଗ:-

ଆଜି (ଶନିବାର) ନୀତି ଆୟୋଗ 9ମ ଗଭର୍ଣ୍ଣିଂ କାଉନସିଲ ବୈଠକରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏକମାତ୍ର ବିରୋଧୀ ଦଳର ମୁଖ୍ୟମନ୍ତ୍ରୀ ଭାବେ ଅଂଶଗ୍ରହଣ କରିଥିଲେ । ହେଲେ ଅଧା ବୈଠକରୁ ଚାଲିଆସି ସଙ୍ଗୀନ ଅଭିଯୋଗ କରିଥିଲେ ମମତା । ତାଙ୍କୁ କହିବା ପାଇଁ ସୁଯୋଗ ଦିଆଗଲା ନାହିଁ ଓ ମାଇକ ବନ୍ଦ କରି ଦିଆଗଲା କହି ରାଜନୈତିକ ପକ୍ଷପାତିତା ଅଭିଯୋଗ କରିଥିଲେ ମମତା । ଏପରିକି ଅନ୍ୟ ସଦସ୍ୟଙ୍କୁ 15ରୁ 20 ମିନିଟ ବକ୍ତବ୍ୟ ରଖିବାକୁ ଦିଆଗଲା, ମାତ୍ର ତାଙ୍କ କ୍ଷେତ୍ରରେ ମାଇକ ବନ୍ଦ କରିଦିଆଗଲା । ଏହା ପଶ୍ଚିମବଙ୍ଗ ଓ ସମସ୍ତ ଆଞ୍ଚଳିକ ଦଳ ପାଇଁ ଏକ ଅପମାନ ବୋଲି ମମତା ଗଣମାଧ୍ୟମରେ କହିଥିଲେ । ଏହାର ମାତ୍ର କିଛି ଘଣ୍ଟା ମଧ୍ୟରେ କେନ୍ଦ୍ରର ସ୍ପଷ୍ଟୀକରଣ ମଧ୍ୟ ସାମ୍ନାକୁ ଆସିଛି ।

ଏହା ବି ପଢନ୍ତୁ- କିଏ ବନ୍ଦ କଲା ମାଇକ୍‌ ! ନୀତି ଆୟୋଗ ବୈଠକରୁ ଅଧାରୁ ଉଠି ଆସିଲେ ଦିଦି

ପୂର୍ବରୁ ରହିଛି ସଂସଦରେ ମାଇକ ବନ୍ଦ ଅଭିଯୋଗ:-

ତେବେ କେବଳ ମମତା ନୁହନ୍ତି, ମୋଦି ସରକାର ବିରୋଧରେ ବିରୋଧୀଙ୍କ ଏହି ଅଭିଯୋଗ ପ୍ରଥମ କଥା ନୁହେଁ । ବିରୋଧୀଙ୍କୁ ସଂସଦରେ କହିବା ପାଇଁ ପର୍ଯ୍ୟାପ୍ତ ସୁଯୋଗ ମିଳୁନଥିବା ଓ ମାଇକ ବନ୍ଦ କରିଦିଆଯାଉଥିବା ଅଭିଯୋଗ ମଧ୍ୟ ପୂର୍ବରୁ ରହିଛି । ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଏହି ଅଭିଯୋଗ ବାରମ୍ବାର ଉଠାଇଛନ୍ତି । ଏହାକୁ କେନ୍ଦ୍ର ସରକାର ମଧ୍ୟ ଖଣ୍ଡନ କରିଛନ୍ତି । ନିଜେ ବାଚସ୍ପତି ଓମ୍‌ ବିର୍ଲା ଏହାକୁ ଖଣ୍ଡନ କରିବା ସହ ସେପରି କିଛି ମାଇକ ନିୟନ୍ତ୍ରଣ ସୁବିଧା ବାଚସ୍ପତି ପୋଡିୟମରେ ନଥାଏ ବୋଲି କହିଥିଲେ । ଏବେ ମମତା ମଧ୍ୟ ନୀତି ଆୟୋଗ ବୈଠକରେ ସମାନ ଅଭିଯୋଗ ଆଣି ଚର୍ଚ୍ଚାକୁ ଆସିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.