କୋଲକାତା: ବଡଧରଣର ସଡକ ଦୁର୍ଘଟଣାରୁ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ବର୍ତ୍ତି ଯାଇଛନ୍ତି । ହେଲେ ସେ ସାମାନ୍ୟ ଆହତ ହୋଇଛନ୍ତି । ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଏକ ଡାକ୍ତରୀ ଟିମ ତାଙ୍କୁ ଚିକିତ୍ସା କରିଛନ୍ତି । ମମତା ବର୍ଦ୍ଧମାନରୁ କୋଲକାତା ଆସୁଥବା ବେଳେ ତାଙ୍କ କାର ସମ୍ମୁଖରେ ଏକ ସ୍ପିଡ କାର ଆସିଯାଇଥିଲା । ଡ୍ରାଇଭର ହଠାତ ବ୍ରେକ ଲଗାଇଥିଲେ । ଡ୍ରାଇଭରଙ୍କ ପାଖ ସିଟରେ ବସିଥିବା ମମତାଙ୍କର ମୁଣ୍ଡରେ ଆଘାତ ଲାଗିଛି । ଏହା ପରେ ମମତାଙ୍କୁ ମୁଣ୍ଡରେ ପ୍ୟାଚ ପଡିଥିବା ଅବସ୍ଥାରେ ଦେଖିବାକୁ ମିଳିଛି । କୋଲକାତାର ଏକ ହସ୍ପିଟାଲରେ ଚିକିତ୍ସା ପରେ ମମତା ବାହାରକୁ ଆସିଛନ୍ତି । ଗଣମାଧ୍ୟମରେ ପ୍ରତିକ୍ରିୟା ମଧ୍ୟ ଦେଇଛନ୍ତି ।
-
West Bengal CM Mamata Banerjee says, "I can sense a fever coming. I am also feeling cold...A vehicle suddenly came before my car. It was a speeding vehicle. I survived due to the applying of hand brakes and sustained an injury just on the head. Police will do its work. I will not… https://t.co/qyFFZt2m7h pic.twitter.com/deJuUQYF2n
— ANI (@ANI) January 24, 2024 " class="align-text-top noRightClick twitterSection" data="
">West Bengal CM Mamata Banerjee says, "I can sense a fever coming. I am also feeling cold...A vehicle suddenly came before my car. It was a speeding vehicle. I survived due to the applying of hand brakes and sustained an injury just on the head. Police will do its work. I will not… https://t.co/qyFFZt2m7h pic.twitter.com/deJuUQYF2n
— ANI (@ANI) January 24, 2024West Bengal CM Mamata Banerjee says, "I can sense a fever coming. I am also feeling cold...A vehicle suddenly came before my car. It was a speeding vehicle. I survived due to the applying of hand brakes and sustained an injury just on the head. Police will do its work. I will not… https://t.co/qyFFZt2m7h pic.twitter.com/deJuUQYF2n
— ANI (@ANI) January 24, 2024
ମମତା କହିଛନ୍ତି, ‘‘ମୁଁ ଜ୍ବର ହେବା ପରି ଅନୁଭବ କରୁଛି । ହଠାତ୍ ଏକ ଗାଡି ମୋ କାର ସାମ୍ନାକୁ ଆସିଯାଇଥିଲା । ଏହା ଏକ ସ୍ପିଡିଂ କାର ଥିଲା । ଡ୍ରାଇଭର ହ୍ୟାଣ୍ଡବ୍ରେକ୍ ବ୍ୟବହାର କରିବା ଫଳରେ ମୁଁ ବଞ୍ଚିଥିଲି । ମୁଁ ଆହତ ମଧ୍ୟ ହୋଇଛି । କେବଳ ମୁଣ୍ଡରେ ଆଘତ ଲାଗିଛି । ଲୋକଙ୍କ ଶ୍ରଦ୍ଧା ଓ ଭଲପାଇବା ପାଇଁ ମୁଁ ବଡଧରଣର ଦୁର୍ଘଟଣାରୁ ବର୍ତ୍ତିଯାଇଛି ।’’ ତେବେ ଆହତ ହେବା ପରେ ମଧ୍ୟ ଦିଦି ସଂଧ୍ୟାରେ ରାଜଭବନରେ ପହଞ୍ଚିଥିଲେ । ରାଜ୍ୟପାଳ ସିଭି ଆନନ୍ଦ ବୋଷଙ୍କ ସହ ମମତାଙ୍କର ଆଲୋଚନା ହୋଇଛି । ଏହା ପରେ ମୁଣ୍ଡରେ ପଟି ପଡିଥିବା ଅବସ୍ଥାରେ ମମତା ଲୋକଙ୍କୁ ସମ୍ବୋଧିତ କରିଥିଲେ ।
ଏହା ମଧ୍ୟ ପଢନ୍ତୁ :- ଜ୍ଞାନବ୍ୟାପୀ ମସଜିଦରେ ASIର ସର୍ଭେ ଶେଷ, ଉଭୟ ପକ୍ଷଙ୍କୁ ମିଳିବ ରିପୋର୍ଟ କପି
ଏଠାରେ ଉଲ୍ଲେଖଯୋଗ୍ୟ ଯେ, ମମତା ଏକ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବା ପାଇଁ ବର୍ଦ୍ଧମାନ ଗସ୍ତ କରିଥିଲେ । ସେଠାରୁ ସେ ହେଲିକପ୍ଟର ଯୋଗେ କୋଲକାତା ଫେରିବାର କାର୍ଯ୍ୟକ୍ରମ ଥିଲା । ମାତ୍ର ପାଗ ଖରାପ ହେବା କାରଣରୁ ସେ ସଡକ ମାର୍ଗରେ ଫେରିଥିଲେ । ରାସ୍ତାରେ ଏହି ଦୁର୍ଘଟଣାର ଶିକାର ହୋଇଥିଲେ ମମତା । ତଥାପି ସଂଧ୍ୟାରେ ସେ ରାଜ୍ୟପାଳ ଆନନ୍ଦ ବୋଷଙ୍କୁ ସାକ୍ଷାତ କରିଛନ୍ତି । ଆଜି ପୂର୍ବାହ୍ନରେ ମମତା ଇଣ୍ଡିଆ ମେଣ୍ଟର ଅନ୍ୟତମ ସହଯୋଗୀ କଂଗ୍ରେସ ସହ ଆସନ ବୁଝାମଣା କରିବେ ନାହିଁ ବୋଲି କହିଥିଲେ । ଯାହାକୁ ନେଇ ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ଲାଗି ରହିଛି । ମମତାଙ୍କ ଏହି ବିସ୍ଫୋରକ ଘୋଷଣା ମେଣ୍ଟର ସ୍ଥାୟିତ୍ବ ନେଇ ପ୍ରଶ୍ନ ସୃଷ୍ଟି କରିଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ