ETV Bharat / bharat

ବଳିଦାନ ଦିବସ, ସତ୍ୟର ପୂଜାରୀ ମହାତ୍ମା ଗାନ୍ଧୀଙ୍କୁ ମନେ ପକାଇଲା ଦେଶ - ବଳିଦାନ ଦିବସ

Mahatma Gandhi Death Anniversary: ବାପୁଙ୍କ ବଳିଦାନକୁ ମନେ ପକାଇ ଆଜି ଦେଶବ୍ୟାପୀ ବଳିଦାନ ବା ସହିଦ ଦିବସ ପାଳୁଛି ଦେଶ । ଅଧିକ ପଢନ୍ତୁ

ବଳିଦାନ ଦିବସ
Mahatma Gandhi Death Anniversary
author img

By ETV Bharat Odisha Team

Published : Jan 30, 2024, 11:55 AM IST

ହାଇଦ୍ରାବାଦ: ମାନବ ଇତିହାସର ସର୍ବଶ୍ରେଷ୍ଠ ବ୍ୟକ୍ତିମାନଙ୍କ ମଧ୍ୟରୁ ଅନ୍ୟତମ ଜାତିର ପିତା ମହାତ୍ମା ଗାନ୍ଧୀ । ଗାନ୍ଧୀଙ୍କ ପୁରା ନାମ ମୋହନଦାସ କରମଚାନ୍ଦ ଗାନ୍ଧୀ । ଲୋକେ ତାଙ୍କୁ ଖୁସିରେ ବାପୁ ବୋଲି ଡାକୁଥିଲେ । ବାପୁ ସତ୍ୟ ଏବଂ ଅହିଂସା ପଥ ଅନୁସରଣ କରି ଦେଶର ସ୍ବାର୍ଥ ପାଇଁ ଅନେକ ବଳିଦାନ ଦେଇଛନ୍ତି । ଅହିଂସା ପରମ ଧର୍ମର ବାର୍ତ୍ତା ଦେଇଥିଲେ । ଦେଶକୁ ସ୍ବାଧୀନତା ଦେବାରେ ମହାତ୍ମା ଗାନ୍ଧୀଙ୍କର ଅବଦାନ ଗୁରୁତ୍ବପୂର୍ଣ୍ଣ । ପ୍ରତିବର୍ଷ ଜାନୁଆରୀ 30 ତାରିଖକୁ ମହାତ୍ମା ଗାନ୍ଧୀଙ୍କର ପୂଣ୍ୟତିଥି ହିସାବରେ ପାଳନ କରାଯାଏ । ଅନ୍ୟପଟେ ବାପୁଙ୍କର ପୁଣ୍ୟତିଥିକୁ ସହିଦ ଦିବସ ଭାବେ ମଧ୍ୟ ପାଳନ କରାଯାଏ ।

ଗାନ୍ଧିଜୀ କେବଳ ଭାରତ ପାଇଁ ନୁହନ୍ତି, ସାରା ବିଶ୍ବ ପାଇଁ ସେ ଜଣେ ଲୋକପ୍ରିୟ ବ୍ୟକ୍ତିତ୍ବ । ତାଙ୍କ ବିଚାରଧାରା ଥିଲା ସତ୍ୟ ହିଁ ଇଶ୍ବର । ଦେଶକୁ ସ୍ବାଧୀନ କରିବା ପାଇଁ ସେ ଅନେକବାର ଜେଲ ମଧ୍ୟ ଯାଇଥିଲେ । ଭାରତକୁ ସ୍ବାଧୀନତା ଦେବା ପାଇଁ ସଂଗ୍ରାମ କରିଥିବା ବାପୁଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇବା ଉଦ୍ଦେଶ୍ୟରେ ପ୍ରତିବର୍ଷ ତାଙ୍କ ତିରୋଧାନ ଦିବସ ଅର୍ଥାତ ଜାନୁଆରୀ 30 ତାରିଖକୁ ସର୍ବଭାରତୀୟ ସ୍ତରରେ ସହିଦ ଦିବସ ଭାବେ ପାଳନ କରାଯାଏ ।

  • I pay homage to Pujya Bapu on his Punya Tithi. I also pay homage to all those who have been martyred for our nation. Their sacrifices inspire us to serve the people and fulfil their vision for our nation.

    — Narendra Modi (@narendramodi) January 30, 2024 " class="align-text-top noRightClick twitterSection" data=" ">

ଦେଶ ସ୍ବାଧୀନ ହେବା ମାତ୍ର 5 ମାସ ପରେ ଅର୍ଥାତ 1948 ମସିହା ଜାନୁଆରୀ 30 ତାରିଖରେ ଦିଲ୍ଲୀସ୍ଥିତ ଏକ ପ୍ରାର୍ଥନା ଗୃହରେ ନାଥୁରାମ ଗଡସେଙ୍କ ଗୁଳିରେ ଚାଲିଯାଇଥିଲା ବାପୁଙ୍କ ପ୍ରାଣ । ସେତେବେଳେ ତାଙ୍କୁ 78 ବର୍ଷ ବୟସ ହୋଇଥିଲା । ଏହି ଘଟଣାରେ ସ୍ତବ୍ଧ ହୋଇଯାଇଥିଲା ସାରା ଦେଶ ଏବଂ ଅହିଂସାର ପୂଜାରୀକୁ ହରାଇ ସାରା ଦେଶବାଶୀ ମର୍ମାହତ ହୋଇଥିଲେ । ସେହିଦିନଠାରୁ ପ୍ରତିବର୍ଷ ଆଜିର ଦିନକୁ ସହିଦ ଦିବସ ଭାବେ ପାଳନ କରାଯାଏ । ଗାନ୍ଧିଜୀଙ୍କ ସୁଚିନ୍ତା ପାଇଁ ଆଜି ସେ ସମଗ୍ର ବିଶ୍ବ ପାଇଁ ପ୍ରେରଣା ପାଲଟିଛନ୍ତି । ତେବେ ଆଜିର ଦିନରେ ମହାତ୍ମା ଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳି ଦିଆଯାଇଥାଏ । ଏହି ଅବସରରେ ଭାରତର ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ, ଉପରାଷ୍ଟ୍ରପତି ଏବଂ ଉପରାଷ୍ଟ୍ରପତି ରାଜଘାଟସ୍ଥିତ ବାପୁଙ୍କ ସମାଧି ପୀଠରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥାଆନ୍ତି ।

ଏହା ମଧ୍ୟ ପଢନ୍ତୁ: Martyrs Day: ମନେପଡନ୍ତି ବାପୁ

ଆଜିର ଦିବସରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟ୍ବିଟ କରି କହିଛନ୍ତି, "ପୂଜ୍ୟ ବାପୁଙ୍କ ପୁଣ୍ୟ ତିଥିରେ ମୁଁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରୁଛି । ଏହାସହ ଦେଶ ପାଇଁ ସହିଦ ହୋଇଥିବା ଅନ୍ୟମାନଙ୍କୁ ମଧ୍ୟ ମୁଁ ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛି । ସେମାନଙ୍କ ବଳିଦାନ ଆମକୁ ଲୋକଙ୍କ ସେବା କରିବାକୁ ଏବଂ ଦେଶ ପାଇଁ ସାମନଙ୍କର ଲକ୍ଷ୍ୟକୁ ପୂରଣ କରିବା ପାଇଁ ଆମକୁ ପ୍ରେରଣା ଦେଇଥାଏ । "

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.