ମୁମ୍ବାଇ: ମହାରାଷ୍ଟ୍ରର ଗଡ଼ଚିରୋଲିରେ ପୋଲିସ ଏବଂ ନକ୍ସଲଙ୍କ ମଧ୍ୟରେ ଗୁଳି ବିନିମୟ । ଏନକାଉଣ୍ଟରରେ ପୋଲସକୁ ମଳିଛି ବଡ ସଫଳତା । ଗଡ଼ଚିରୋଲି ପୋଲିସର ସି -60 କମାଣ୍ଡୋଙ୍କ ଗୁଳିରେ 4ଜଣ ନକ୍ସଲ ନିପାତ ହୋଇଥିବା ସୂଚନା ରହିଛି । ତେବେ ନିପାତ ହୋଇଥିବା ସମସ୍ତେ ତେଲେଙ୍ଗାନା ରାଜ୍ୟ କମିଟିର ମାଓବାଦୀ ଅଟନ୍ତି । ପ୍ରକାଶଥାଉକି, ନିପାତ ହୋଇଥିବା 4ଜଣ ନକ୍ସଲଙ୍କ ମଧ୍ୟରୁ 2ଜଣଙ୍କ ଉପରେ 36 ଲକ୍ଷ ଟଙ୍କାର ପୁରସ୍କାର ରଖିଥିଲେ ମହାରାଷ୍ଟ୍ର ସରକାର ।
ସୋମବାର ଅପରାହ୍ନରେ ନକ୍ସଲପନ୍ଥୀଙ୍କ ତେଲେଙ୍ଗାନା ଷ୍ଟେଟ କମିଟିର କିଛି ସଦସ୍ୟ ଆସନ୍ତା ଲୋକସଭା ନିର୍ବାଚନରେ ବିଶୃଙ୍ଖଳା ସୃଷ୍ଟି କରିବାକୁ ଷଡଯନ୍ତ୍ର କରିବାକୁ ଯୋଜନା କରୁଥିବା ନେଇ ଗୁପ୍ତ ସୂଚନା ପାଇଥିଲା ପୋଲିସ । ଏହାପରେ ନକ୍ସଲଙ୍କ ଏକ ଟିମ୍ ତେଲେଙ୍ଗାନାରୁ ଗଡ଼ଚିରୋଲିର ପ୍ରାଣହିତା ନଦୀ ଦେଇ ଜିଲ୍ଲାକୁ ପ୍ରବେଶ କରିଥିଲେ ।
ଏହା ମଧ୍ୟ ପଢନ୍ତୁ: ଘାଟିରେ ସେନା ଟ୍ରକକୁ ଆମ୍ବୁସ କରି ଗୁଳିମାଡ: 4 ଯବାନ ଶହୀଦ, ଏନକାଉଣ୍ଟର ଜାରି
ଖବର ପାଇବା ପରେ ଅତିରିକ୍ତ ଏସପି ଆପ୍ସ ୟତିଶ ଦେଶମୁଖଙ୍କ ନେତୃତ୍ବରେ ପୋଲିସ ମୁଖ୍ୟାଳୟରୁ ସି60 ଏବଂ CRPF QATର ଅନେକ ଟିମ୍ ପଠାଯାଇଥିଲା । ତେବେ ଆଜି ସକାଳେ ଏସପିଏସ୍ ରେପାନପାଲ୍ଲୀଠାରୁ 5 କିଲୋମିଟର ଦୂରରେ ଥିବା କୋଲାମାର୍କା ପର୍ବତରେ ସର୍ଚ୍ଚ ଅପରେସନ ସମୟର 4 C60 ଟିମ ଉପରକୁ ନକ୍ସଲମାନେ ଅତର୍କିତ ଭାବେ ଗୁଳି ଚାଳନା କରିଥିଲେ । ଏହାପରେ ପାଲଟା ଜବାବ ଦେଇଥିଲେ ସି 60 । ସି60 ଟିମର ପାଲଟା ଗୁଳି ଚାଳନରେ 4ଜଣ ନକ୍ସଲ ଟଳି ପଡିଥିଲେ ।
ଏହା ମଧ୍ୟ ପଢନ୍ତୁ: ବିଜାପୁର ଏନକାଉଣ୍ଟରରେ 4 ନକ୍ସଲ ନିପାତ, ବିପୁଳ ବିସ୍ଫୋରକ ଓ ମାଓସାମଗ୍ରୀ ଜବତ
ଗୁଳି ଚାଳନା ଶେଷ ହେବା ପରେ 6 ଜଣ ପୁରୁଷ ନକ୍ସଲଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା । ଗୁଳି ବିନିମୟ ସ୍ଥାନରୁ ଗୋଟିଏ AK47, 1 କାର୍ବାଇନ୍ ଏବଂ 2ଟି ସ୍ବଦେଶୀ ପିସ୍ତଲ, ନକ୍ସଲି କାଗଜପତ୍ର ଏବଂ ଅନ୍ୟାନ୍ୟ ସାମଗ୍ରୀ ଜବତ କରାଯାଇଥିଲା । ବର୍ତ୍ତମାନ ଉକ୍ତ ଅଞ୍ଚଳରେ ନକ୍ସଲ ବିରୋଧୀ ଅପରେସନ ଜାରି ରହିଛି । ପ୍ରକାଶଥାଉକି, ନିପାତ ହୋଇଥିବା 4 ଜଣ ନକ୍ସଲଙ୍କ ମଧ୍ୟରୁ 2ଜଣଙ୍କ ଉପରେ 36 ଲକ୍ଷ ଟଙ୍କାର ପୁରସ୍କାର ରଖିଥିଲେ ମହାରାଷ୍ଟ୍ର ସରକାର । ନିପାତ ହୋଇଥିବା ନକ୍ସଲମାନେ ହେଲେ ମଙ୍ଗି ଇନ୍ଦ୍ରଭେଲି କ୍ଷେତ୍ର କମିଟିର ସଚିବ ତଥା କୁମୁରାମ ଭୀମ ମାନଚେରିଆଲ୍ ଡିଭିଜନାଲ କମିଟିର ସଦସ୍ୟ ଡିଭିସିଏମ୍ ଭର୍ଜିଶ, ସିରପୁର ଚେନ୍ନୁର କ୍ଷେତ୍ର କମିଟିର ମୁଖ୍ୟ DVCM ମାଗ୍ଟୁ, ପ୍ଲାଟୁନ ସଦସ୍ୟ କୁର୍ସାଙ୍ଗ ରାଜୁ, ପ୍ଲାଟୁନ୍ ସଦସ୍ୟ କୁଡିମେଟା ଭେଙ୍କଟେଶ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ