ETV Bharat / bharat

ଅଶ୍ଳୀଳ ଫିଲ୍ମ ଦେଖୁଥିଲା ପୁଅ, ବିଷଦେଇ ମାରିଲା ବାପା - ଅଶ୍ଳୀଳ ଫିଲ୍ମ ଦେଖିବାରୁ ହତ୍ୟା

Maharashtra Shocker: ପାଠ ନପଢ଼ି ଅଶ୍ଳୀଳ ଫିଲ୍ମ ଦେଖୁଥିଲା ପୁଅ । ଏଥିରେ ରାଗିଯାଇ ପୁଅର କୋଲ୍ଡ ଡ୍ରିଙ୍କ୍ସରେ ବିଷ ମିଶାଇ ହତ୍ୟା କଲା ବାପା । ଅଧିକ ପଢନ୍ତୁ

Maharashtra man poisons son
ପୁଅକୁ ବିଷଦେଇ ମାରିଲା ବାପା
author img

By ETV Bharat Odisha Team

Published : Feb 2, 2024, 11:19 AM IST

ମୁମ୍ବାଇ: ପାଠ ନପଢ଼ି ଅଶ୍ଳୀଳ ଫିଲ୍ମ ଦେଖୁଥିଲା ପୁଅ । ସ୍କୁଲରେ ସହପାଠୀଙ୍କୁ ବି ଖରାପ ବ୍ୟବହାର କରୁଥିଲା । ଏହା ଜାଣିବା ପରେ ରାଗିରେ ନିଜର ୧୪ ବର୍ଷୀୟ ପୁଅକୁ ବିଷ ଦେଇ ହତ୍ୟା କଲା ବାପା । ଏଭଳି ଏକ ହୃଦୟ ବିଦାରକ ଘଟଣା ଘଟିଛି ମହାରାଷ୍ଟ୍ର ସୋଲାପୁରରେ । ପୁଅକୁ ମାରିବା ପରେ ଅଭିଯୁକ୍ତ ଡ୍ରେନରେ ମୃତଦେହ ଭସାଇ ଦେଇଥିଲା । ହେଲେ ମୃତଦେହ ମିଳିବା ପରେ ପୋଲିସ ତଦନ୍ତ କରି ଘଟଣାର ପର୍ଦ୍ଦାଫାସ କରିଛି । ଅଭିଯୁକ୍ତ ନିଜର ଦୋଷ ମାନି ଥିବାବେଳେ ତାକୁ ଗିରଫ କରାଯାଇଛି ।

ସୂଚନା ମୁତାବକ, ଅଭିଯୁକ୍ତର ନାମ ବିଜୟ ବଟ୍ଟୁ, ସେ ବୃତ୍ତିରେ ଜଣେ ଦରଜୀ । ବିଜୟ ନିଜର ଦୁଇ ପିଲା ଓ ପତ୍ନୀଙ୍କ ସହ ସୋଲାପୁର ସହରରେ ରହୁଥିଲେ । ସ୍କୁଲରେ ପଢୁଥିବା ତାଙ୍କର ୧୪ ବର୍ଷୀୟ ପୁଅ ସବୁ ଦିନ ନିଜ ଫୋନରେ ଅଶ୍ଳୀଳ ଫିଲ୍ମ ଦେଖୁଥିଲା । ସ୍କୁଲରେ ମଧ୍ୟ ସେ ନିଜ ସହପାଠୀଙ୍କୁ ଖରାପ ବ୍ୟବହାର କରୁଥିବା ଓ ହଇରାଣ ହରକତ କରୁଥିବା ଅଭିଯୋଗ ଆସୁଥିଲା । ପୁଅର ଏଭଳି କାରନାମାରେ ଖୁବ୍ ରାଗି ଯାଇଥିଲେ ବିଜୟ । ଶେଷରେ ରାଗରେ ହିତାହତ ଜ୍ଞାନ ଭୁଲି ନିଜ ପୁଅକୁ ବିଷ ଦେଇ ମାରି ଦେଇଥିଲେ ଏବଂ ମୃତଦେହକୁ ଲୁଚାଇ ନେଇ ଡ୍ରେନରେ ଭସାଇ ଦେଇଥିଲେ ।

ତେଣେ ପୁଅର କିଛି ଖୋଜଖବର ନ ମିଳିବାରୁ ତାଙ୍କ ପତ୍ନୀ ବ୍ୟସ୍ତବିବ୍ରତ ହୋଇପଡିଥିଲେ । ତେଣୁ ଯେପରି ତାଙ୍କ ଉପରେ କାହାର ସନ୍ଦେହ ନହୁଏ, ସେଥିପାଇଁ ବିଜୟ ଗତ ଜାନୁଆରୀ ୧୩ ତାରିଖ ଦିନ ନିଜ ସ୍ତ୍ରୀଙ୍କ ସହ ଥାନାକୁ ଯାଇ ପୁଅର ନିଖୋଜ ଅଭିଯୋଗ କରିଥିଲେ । ଅଭିଯୋଗ କ୍ରମେ ପୋଲିସ ଚାରିଆଡେ ଛାନଭିନ୍ ଆରମ୍ଭ କରିଥିଲା । ଏହାର ଦିନକ ପରେ ପୋଲିସ ଡ୍ରେନରୁ ନାବାଳକର ମୃତଦେହ ଉଦ୍ଧାର କରିଥିଲା । ବ୍ୟବଚ୍ଛେଦ ପରେ ମୃତଶରୀରରେ ବିଷାକ୍ତ ସୋଡିୟମ ନାଇଟ୍ରେଟ ମିଳିଥିଲା ।

ଏହା ମଧ୍ୟ ପଢନ୍ତୁ: ସମ୍ପତ୍ତି ବିବାଦରୁ ଡବଲ ମର୍ଡର, ବାପା ଓ ମାମୁଁଙ୍କୁ ହତ୍ୟା କଲା ଯୁବକ

ଏହାପରେ ପୋଲିସ ମୃତ ନାବାଳକଙ୍କ ପରିବାରକୁ ପଚରାଉଚରା କରିଥିଲା । ଏହି ସମୟରେ ବିଜୟଙ୍କ ବୟାନରେ ତାଳମେଳ ନ ରହିବାରୁ ପୋଲିସର ସନ୍ଦେହ ବଢିଥିଲା । ଅଧିକ ପଚରାଉଚରା କରିବାରୁ ବିଜୟ ନିଜ ପୁଅକୁ ହତ୍ୟା କରିଥିବା ମାନିଥିଲା । ଅଭିଯୁକ୍ତ କହିଥିଲା ଯେ, ପୁଅ ପାଠ ନପଢି ସବୁଦିନ ଫୋନରେ ଅଶ୍ଳୀଳ ଫିଲ୍ମ ଦେଖୁଥିଲା । ତା' ସ୍କୁଲରୁ ମଧ୍ୟ ଅନେକ ଅଭିଯୋଗ ଆସୁଥିଲା । ଏଥିରେ ରାଗି ଯାଇ ସେ ପୁଅକୁ ହତ୍ୟା କରିବାକୁ ସ୍ଥିର କରିଥିଲା । ଘଟଣା ଦିନ ସେ ପୁଅ ବାଇକରେ ବୁଲାଇ ନେଇ ବିଷ ମିଶା କୋଲ୍ଡ ଡ୍ରିଙ୍କ୍ସ ପିଇବାକୁ ଦେଇଥିଲା । ଯେତେବେଳେ ପୁଅର ବେହୋସ ହୋଇଗଲା, ସେ ତା'ର ଶରୀରକୁ ଡ୍ରେନରେ ଫିଙ୍ଗି ଦେଇଥିଲା । ଏହାପରେ ପୋଲିସ ଅଭିଯୁକ୍ତ ବାପାକୁ ଗିରଫ କରିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.