ମୁମ୍ବାଇ: ‘ମେରା ପାନି ଉତରନା ଦେଖ...ମେରେ କିନାରେ ପର ଘର ମତ ବସା ଲେନା... ମେଁ ସମନ୍ଦର ହୁଁ...ଲୋଟକର ବାପସ ଆଉଁଗା...’ ପାଞ୍ଚ ବର୍ଷେ ପୂର୍ବ ଏପରି ଭବିଷ୍ୟବାଣୀ କରିଥିଲେ ଦେବେନ୍ଦ୍ର ଫଡନାବିସ । ଯାହା ଆଜି ସତ ହେବାକୁ ଯାଉଛି । ମହାରାଷ୍ଟ୍ରରେ କମାଲ କରିଛି ମହାୟୁତି ମେଣ୍ଟ । ମହାରାଷ୍ଟ୍ରରେ ବମ୍ପର ବିଜୟ ଅଭିମୁଖେ ମହାୟୁତି ମେଣ୍ଟ । ନିର୍ବାଚନ ଫଳାଫଳରୁ ଅନୁମେୟ ହେଉଛି ଦେବେନ୍ଦ୍ର ଫଡନାବିସ ପୁଣି ଥରେ ପିନ୍ଧି ପାରନ୍ତି ମୁଖ୍ୟମନ୍ତ୍ରୀ ମୁକୁଟ । ଦଳ ପକ୍ଷରୁ ଜୋରଦାର ସେଲିବ୍ରେସନ ଆରମ୍ଭ ହୋଇଗଲାଣି ।
ଫଡନାବିସ ପିନ୍ଧିବେ କି ମୁଖ୍ୟମନ୍ତ୍ରୀ ମୁକୁଟ ?
288 ବିଶିଷ୍ଟ ମହାରାଷ୍ଟ୍ର ବିଧାନସଭା ନିର୍ବାଚନରେ ଏଥର କମାଲ କରିଛି ମହାୟୁତି ମେଣ୍ଟ । ମହାୟୁତି ମେଣ୍ଟ 220ରୁ ଅଧିକ ଆସନରେ ବାଜିମାତ କରିଥିବା ବେଳେ 125 ଆସନରୁ ଅଧିକ ଆସନରେ କମାଲ କରିଛି ବିଜେପି । ଚର୍ଚ୍ଚା ହେଉଛି ଦେବେନ୍ଦ୍ର ଫଡନାବିସଙ୍କ ମୁଖ୍ୟମନ୍ତ୍ରୀ ହୋଇପାରନ୍ତି । ପୂର୍ବରୁ 2 ଥର ମୁଖ୍ୟମନ୍ତ୍ରୀ ରହିସାରିଛନ୍ତି ସେ। ତେବେ ଗତ 2019 ନିର୍ବାଚନରେ ସତ୍ତାକୁ ଫେରିପାରିନଥିଲା ବିଜେପି । ମୁଖ୍ୟମନ୍ତ୍ରୀ ଆସନକୁ ନେଇ ବିଦ୍ରୋହ ହେବା ପରେ ସହଯୋଗୀ ଉଦ୍ଧବ ଠାକରେ ରାସ୍ତା ଅଲଗା କରିନେଇଥିଲେ । ପରେ ପୁଣି ମହାରାଷ୍ଟ୍ରରେ ହାଇଡ୍ରାମା ପରେ ଏକନାଥ ସିନ୍ଦେ ହୋଇଥିଲେ ମୁଖ୍ୟମନ୍ତ୍ରୀ । ଉପମୁଖ୍ୟମନ୍ତ୍ରୀ ହୋଇଥିଲେ ଦେବେନ୍ଦ୍ର ଫଡନାବିସ ।
ଫଡନାବିସଙ୍କ ପ୍ରଶଂସା କରିଥିଲେ ମୋଦି:
ଶାନ୍ତ ସ୍ବଭାବ, ମିଠାକଥା ବାର୍ତ୍ତା ପାଇଁ ଦେବେନ୍ଦ୍ର ଫଡନାବିସ ମହାରାଷ୍ଟ୍ରରେ ଜଣେ ଜନପ୍ରିୟ ନେତା ଅଟନ୍ତି । ଏଥିପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଗୃହମନ୍ତ୍ରୀ ଅମିତ ଶାହ ତାଙ୍କ ଉପରେ ଭରସା କରନ୍ତି । ଥରେ ଏକ ନିର୍ବାଚନ ରାଲିରେ କହିଥିଲେ... ‘ଦେବେନ୍ଦ୍ର ଦେଶକୁ ନାଗପୁରର ଉପହାର’ । ସେହି ସମୟରେ ମୋଦି ଜୋରଦାର ପ୍ରଚାର କରିଥିଲେ । ବିଜେପି ସରକାରରେ ଭଲ ପ୍ରଦର୍ଶନ କରିଥିଲା । ଲୋକସଭା ନିର୍ବାଚନରେ ପାର୍ଟିକୁ ଅଦ୍ଭୁଦପୂର୍ବ ସଫଳତା ମିଳିଥିଲା । ଯାହାର ଶ୍ରେୟ ଯାଇଥିଲା ତତ୍କାଳୀନ ବିଜେପି ସଭାପତି ଦେବେନ୍ଦ୍ର ଫଡନାବିସଙ୍କୁ ।
ଏହା ମଧ୍ୟ ପଢନ୍ତୁ... ୱାୟନାଡ଼ରେ ରାହୁଲଙ୍କ ରେକର୍ଡ ଭାଙ୍ଗିଲେ ପ୍ରିୟଙ୍କା ଗାନ୍ଧୀ, ବଡ଼ ବିଜୟ ସହ ଲୋକସଭାକୁ ନିର୍ବାଚିତମହାରାଷ୍ଟ୍ର-ଝାଡ଼ଖଣ୍ଡ ଜନାଦେଶ: କେଉଁଠି କିଏ ମୁଖ୍ୟମନ୍ତ୍ରୀ ଚେହେରା ? |
ରାଜନୀତିରେ ଫଡନାବିସ:
ସାଧାରଣ ପରିବାର ନୁହେଁ ରାଜନୀତି ପରିବାରରୁ ଆସିଛନ୍ତି ଦେବେନ୍ଦ୍ର ଫଡନାବିସ । ତାଙ୍କ ବାପା ହେଉଛନ୍ତି ସ୍ବର୍ଗତ ଗଙ୍ଗାଧର ଫଡନାବିସ । ଯିଏକି ଜଣେ ଜଣାଶୁଣା ଜନସଂଘ ଓ ବିଜେପି ନେତା ଥିଲେ । ବିଜେପିର ବରିଷ୍ଠ ନେତା ନୀତିନ ଗଡକରୀଙ୍କୁ ଗୁରୁ ମାନୁଥିଲେ । ଖୁବ କମ ବୟସରେ ହିଁ ରାଜନୀତିରେ ପାଦ ଦେଇଥିଲେ ଦେବେନ୍ଦ୍ର ଫଡନାବିସ । ମାତ୍ର 27 ବର୍ଷ ବୟସରେ ସେ ହୋଇଥିଲେ କମ ବୟସର ମେୟର ହୋଇଥିଲେ । ଏହାପରେ 1999ରେ ନିର୍ବାଚନ ମଇଦାନକୁ ଓହ୍ଲାଇଥିଲେ । ଆଉ ବିଜୟର ସ୍ବାଦ ଚାଖିଥିଲେ । ବର୍ତ୍ତମାନ ସେ ନାଗପୁରର ଦକ୍ଷିଣ-ପଶ୍ଚିମ ଆସନରୁ ଲଢୁଛନ୍ତି ।
ଇଟିଭି ଭାରତ