ଡେରାଡୁନ: ଭାରତୀୟ ଗୁରୁ-ଶିଷ୍ୟ ସମ୍ପର୍କ ସନ୍ଥ ପରମ୍ପରା ସହ ହଜାର ବର୍ଷରୁ ଜଡିତ । ବୟସାଧିକ କାରଣରୁ ସାଧୁସନ୍ଥ କିମ୍ବା ମଠର ମହନ୍ତମାନେ ନିଜର ଶିଷ୍ୟଙ୍କୁ ଉତ୍ତରାଧିକାରୀ ଭାବେ ଘୋଷଣା କରିବାର ପ୍ରାୟତଃ ଉଦାହରଣ ରହିଛି ଓ ଏହା ଏହି ପରମ୍ପରାର ଏକ ନିୟମିତ ପ୍ରକ୍ରିୟା ମଧ୍ୟ । ଏଥିପାଇଁ ବିଶେଷ ପ୍ରକାର ବିଧି ଓ କାର୍ଯ୍ୟକ୍ରମ ଆୟୋଜନ କରାଯିବାର ପରମ୍ପରା ମଧ୍ୟ ରହିଛି । ହେଲେ ହସ୍ପିଟାଲ ବେଡରେ ଚିକିତ୍ସାଧୀନ ଜଣେ ସନ୍ଥ ନିଜର ଜଣେ ଅନୁଗାମୀଙ୍କୁ ଉତ୍ତରାଧିକାରୀ ଘୋଷଣା କରିଛନ୍ତି । ପରମ୍ପରା ଅନୁସାରେ, ହସ୍ପିଟାଲର ଆସିୟୁରେ ହିଁ ତିଲକ ବିଧି ଶେଷ ହୋଇଛି । ମୁହଁରେ ଅକ୍ସିଜେନ ମାସ୍କ ପିନ୍ଧି ବେଡରେ ଚିକିତ୍ସାଧୀନ ଥିବା ଜଣେ ସନ୍ଥ ନିଜ ଶିଷ୍ୟଙ୍କୁ ଉତ୍ତରାଧିକାରୀ ଘୋଷଣା କରିଛନ୍ତି । ଉତ୍ତରାଖଣ୍ଡ ଋଷିକେଶ ଏମ୍ସର ଏହି ଘଟଣା ଏବେ ଚର୍ଚ୍ଚା ସୃଷ୍ଟି କରିଛି ।
ଏହି ସନ୍ଥଜଣକ ହେଉଛନ୍ତି ଶ୍ରୀ ବଡା ଉଦାସୀନ ଅଖଡାର ସନ୍ଥ ମହାମଣ୍ଡଳେଶ୍ବର ଗୋପାଲ ଦାସ । ସେ ଗତ କିଛି ଦିନ ହେବ ଏମ୍ସରେ ଭର୍ତ୍ତି ହୋଇଛନ୍ତି । ଆଜି ସେ ନିଜ ଶିଷ୍ୟ ଅଭିଷେକ ଦାସଙ୍କୁ ନିଜ ଉତ୍ତରାଧିକାରୀ ଭାବେ ଘୋଷଣା କରିଛନ୍ତି । ଏହି ଘୋଷଣା ପ୍ରକ୍ରିୟା ହସ୍ପିଟାଲ ବେଡରେ ଶେଷ ହୋଇଛି । ନିଜର ଏକାଧିକ ସହଯୋଗୀ ଓ ଅନୁଗାମୀଙ୍କ ଗହଣରେ ହସ୍ପିଟାଲ ବେଡରେ ଥିବା ଗୋପାଳ ଦାସ ନିଜ ଶିଷ୍ୟ ଅଭିଷେକଙ୍କୁ ଲିଳକ ପିନ୍ଧାଇ ଉତ୍ତରାଧିକାରୀ ଘୋଷଣା କରିଛନ୍ତି ।
ଏହା ମଧ୍ୟ ପଢନ୍ତୁ :-ଡାଉନ ହେଲା ଫେସବୁକ ଓ ଇନଷ୍ଟାଗ୍ରାମ, ହେଉନି ଲଗ ଇନ୍
ତେବେ ଆଖାଡାର ଅନ୍ୟ ଜଣେ ସନ୍ଥ ରୂପେନ୍ଦ୍ର ପ୍ରକାଶଙ୍କ କହିବା ଅନୁସାରେ, ସାଧୁ ଯେବେ ପର୍ଯ୍ୟନ୍ତ ଜୀବିତ ଥିବେ, ସେ ନିଜ ଉତ୍ତରାଧିକାରୀ ନିଜେ ଘୋଷଣା କରିବାର ପରମ୍ପରା ଭାରତୀୟ ସଂସ୍କୃତିରେ ରହିଛି । ତେଣୁ ଏହି ପରମ୍ପରା ଅନୁସାରେ, ଗତ କିଛି ଦିନ ଧରି ଅସୁସ୍ଥ ଥିବା ମହାମଣ୍ଡଳେଶ୍ବର ଗୋପାଳ ଦାସ ନିଜର ଏକାନ୍ତ ଅନୁଗାମୀ ଅଭିଷେକ ଦାସଙ୍କୁ ନିଜ ଉତ୍ତରାଧିକାରୀ ଚୟନ କରିଛନ୍ତି । ପରମ୍ପରା ଅନୁସାରେ ସେ ହସ୍ପିଟାଲ ବେଡରେ ଚିକିତ୍ସାଧୀନ ଥିବା ସମୟରେ ତିଳକ ପରିଧାନ କରାଇ ଏହି ବିଧିଙ୍କୁ ସମ୍ପାଦିତ କରିଛନ୍ତି । ତେବେ ଏହି ପ୍ରକ୍ରିୟା ସମ୍ପାଦିତ ହେବା ସୟମରେ ଗୋପାଳ ଦାସଙ୍କ ଅନୁଗାମୀ ସାଧୁମାନେ ଉପସ୍ଥିତ ଥିଲେ । ଏହି ପୁରା ପ୍ରକ୍ରିୟାର ଭିଡିଓ ମଧ୍ୟ କ୍ୟାମେରାରେ ରେକର୍ଡ ହୋଇଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ