ETV Bharat / bharat

୯୦ ହଜାର ଟଙ୍କାର ମୋପେଡ, ଉଡ଼ାଇଲେ ୬୦ ହଜାର, DJ ତାଳେ ତାଳେ ସୋ ରୁମ ଯାଏଁ ଶୋଭାଯାତ୍ରା

ଝିଅର ଖୁସି ପାଇଁ ପାଣି ପରି ଟଙ୍କା ଖର୍ଚ୍ଚ କଲେ ବାପା । ଘୋଡ଼ା ଗାଡ଼ି ଏବଂ ଡିଜେ ବଜାଇ ଘରକୁ ମୋପେଡ ଆଣିଲେ ମଧ୍ୟପ୍ରଦେଶର ରଙ୍ଗିଲା ଚା ଦୋକାନୀ ।

author img

By ETV Bharat Odisha Team

Published : 2 hours ago

TEA SELLER PURCHASED MOPED
TEA SELLER PURCHASED MOPED (ETV BHARAT ODISHA)

ଭୋପାଳ: ମୋପେଟ କିଣିବା ପାଇଁ ବିଶାଳ ଆୟୋଜନ । ସୋ ରୁମରେ ପହଞ୍ଚିଲା ଘୋଡା ଗାଡି , ଡିଜେ, ଢୋଲ ଓ କ୍ରେନ । ଡିଜେ ବାଜିଲା କ୍ରେନରେ ମୋପେଡକୁ ଆଣାଗଲା । ଝିଅର ଖୁସି ପାଇଁ ପାଣି ପରି ଟଙ୍କା ଖର୍ଚ୍ଚ କଲା ବାପା । ମଧ୍ୟପ୍ରଦେଶର ଜଣେ ଚା ବିକାଳି ଲୁନା କିଣିବା ସମୟରେ ଏପରି କରିଥିବା ଚର୍ଚ୍ଚାର ବିଷୟ ପାଲଟିଛି । ମୋପେଡର ଦାମ 90 ହଦାର ହୋଇଥିବା ବେଳେ ଏହାକୁ କିଣିବା ଖୁସିରେ 60 ହଜାର ଟଙ୍କା ଖର୍ଚ୍ଚ କରିଛନ୍ତି ଶିବପୁରର ଚା ବିକାଳି ମୁରାରୀ । ଯାହାକୁ ଦେଖିବାକୁ ସୋ ରୁମ ନିକଟରେ ଶହ ଶହ ଲୋକଙ୍କ ଭିଡ ଜମିଥିଲା ।

୯୦ ହଜାର ମୂଲ୍ୟ ମୋପେଡ, ୬୦ ହଜାର ଉଡ଼ାଇ ଦେଲେ:

ପୂରା କାହାଣୀ ଥିଲା ଏପରି । ଶିବପୁରୀ ସହରର ନୀଳଗର ଛକ । ପୁରୁଣା ଶିବପୁରୀ ନିବାସୀ ମୁରାରୀ ଲାଲ କୁଶୱା ଏକ ଚା ’ଦୋକାନ କରି ପରିବାର ପ୍ରତିପୋଷଣ କରନ୍ତି । ରବିବାର ମୁରାରୀ ତାଙ୍କ ଝିଅ ପାଇଁ ଏକ ମୋପେଡ କିଣିବାକୁ ବାହାରିଲେ । ଏଥିପାଇଁ ସେ ଏକ ମୋପେଡ ସୋ ରୁମକୁ ଗଲେ । ସାଥିରେ ନେଇଥିଲେ ଘୋଡା ଗାଡି, ଡିଜେ, ବାଜା, ଡ୍ରମ ଓ କ୍ରେନ । ଯାହାକୁ ଦେଖି ସୋ ରୁମ କର୍ମଚାରୀ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ମୁରାରୀ 90 ହଜାର ଟଙ୍କାର ମୋପେଡକୁ 20 ହଜାର ଡାଉନ ପେମେଣ୍ଟ କରି କିଣିଥିଲେ । କିନ୍ତୁ ମୋପେଡକୁ ଘରକୁ ନେବାକୁ 60 ହଜାର ଟଙ୍କା ଖର୍ଚ୍ଚ କରିଥିଲେ । ଝିଅର ଖୁସି ପାଇଁ ଏହି ସବୁ କରିଥିବା କହିଛନ୍ତି ଚା' ବିକାଳି କୁଶଓ୍ବା । ଏଠାରେ ସୋ’ରୁମ ଅପରେଟର କପିଲ ଗୁପ୍ତା କହିଛନ୍ତି ଯେ, ଅନେକ ଲୋକ ଗାଡି କିଣିବାକୁ ଏଠାକୁ ଆସନ୍ତି, କିନ୍ତୁ ମୁଁ ପ୍ରଥମ ଥର ପାଇଁ କେହି ଜଣେ ଘରକୁ ଗାଡି ନେବା ପାଇଁ ଏମିତି ଆୟୋଜନ କରିଥିବା ଦେଖି ଆଶ୍ଚର୍ଯ୍ୟ ହୋଇପଡିଥିଲି ।

ଏହା ମଧ୍ୟ ପଢନ୍ତୁ-Costly Piss ! ପରିସ୍ରା କରିବାକୁ ବନ୍ଦେ ଭାରତ ଟ୍ରେନରେ ଚଢିଗଲେ ଯୁବକ, କଟିଲା 1020 ଟଙ୍କା ଫାଇନ]

ଏହା ମଧ୍ୟ ପଢନ୍ତୁ-ଇଲେକ୍ଟ୍ରିକ ବାଇକ କିଣୁଛନ୍ତି କି ? ଜାଣିନିଅନ୍ତୁ କଣ PM E-Drive ଯୋଜନା, ମିଳିବ ସବସିଡି - PM E Drive Subsidy Scheme

୧୨ ହଜାର ଟଙ୍କାର ମୋବାଇଲ, ୨୫ ହଜାର ଖର୍ଚ୍ଚ:

ମୋପେଟ କିଣିବା କିଛି ମାସ ପୂର୍ବରୁ ମୁରାରୀ ଏକ ମୋବାଇଲ ଫୋନ ମଧ୍ୟ କିଣିଥିଲେ । ମୋବାଇଲର ଦାମ ୧୨,୫୦୦ ଟଙ୍କା ଥିବା ବେଳେ ଏହାକୁ ଘରକୁ ନେବା ଖୁସିରେ ସେ ୨୫ ହଜାର ଟଙ୍କା ଖର୍ଚ୍ଚ କରିଥିଲେ । ମୋବାଇଲ ଦାମ ଠାରୁ ବଳି ଯାଇଥିଲା ଏହାକୁ ସ୍ବାଗତ କରିବାର ଦାମ୍‌ । ମୋବାଇଲ ସୋ ରୁମରୁ ମୋବାଇଲ ନେବାକୁ ସେ ସାଥିରେ ଡିଜେ ଆଣିଥିଲେ । ଯାହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା । ଏହାପରେ ଖବର ସିରୋନାମାରେ ରହିଥିଲେ ମୁରାରୀ ।

DJ ବନ୍ଦ କଲା ପୋଲିସ:

ମୋବାଇଲ କିଣିବା ବେଳେ ଡିଜେ ବଜାଇ ଲୋକ ଲୋଚନକୁ ଆସିଥିବା ମୁରାରୀ, ଗତକାଲି (ରବିବାର) ମୋପେଟ କିଣି ଘରକୁ ନେବା ସମୟରେ ମଧ୍ୟ ଡିଜେ ଧରି ବାହାରିଥିଲେ । ତେବେ ବିନା ଅନୁମତିରେ ମୁରାରୀ ରାସ୍ତାରେ ଉଚ୍ଚ ଶବ୍ଦରେ ଡିଜେ ବଜାଇବାରୁ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଡିଜେ ବନ୍ଦ କରି ଥାନାକୁ ନେଇଯାଇଥିଲା । ଆଇନ ଉଲ୍ଲଂଘନ ଯୋଗୁଁ କାର୍ଯ୍ୟାନୁଷ୍ଠାନ ହୋଇଥିଲା । ତେବେ ସବୁଠୁ ବଡ଼ କଥା ହେଉଛି ମୁରାରୀଙ୍କ ମନ । ଝିଅ ପାଇଁ ସେ କିଛି ବି କରିପାରନ୍ତି, ତାହା ମୋବାଇଲ ଏବଂ ମୋପେଡ କିଣା ସମୟର ସେଲିବ୍ରେସନରୁ ସ୍ପଷ୍ଟ ବାରି ହୋଇପଡ଼ୁଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.