ETV Bharat / bharat

ହାଥରସ୍ ପୀଡିତଙ୍କ ପରିବାରକୁ ଭେଟିଲେ ରାହୁଲ, ଏ ପ୍ରସଙ୍ଗ ସଂସଦରେ ଉଠାଇବାକୁ ଦେଲେ ପ୍ରତିଶ୍ରୁତି - Rahul meets Hathras victim families

author img

By ETV Bharat Odisha Team

Published : Jul 5, 2024, 12:59 PM IST

Rahul Gandhi meets Hathras victims families: ଉତ୍ତରପ୍ରଦେଶ ହାଥରସ୍‌ ସତସଙ୍ଗରେ ୧୨୩ ଜଣଙ୍କ ମୃତ୍ୟୁ ଘଟଣା । ମୃତକଙ୍କ ପରିଜନକୁ ଭେଟି ସମବେଦନା ଜଣାଇଲେ ରାହୁଲ ଗାନ୍ଧୀ । ପୀଡିତ ପରିବାରକୁ କ୍ଷତିପୂରଣ ପାଇଁ ଦାବି କରିବା ସହ ଏହି ପ୍ରସଙ୍ଗ ସଂସଦରେ ଉଠାଇବାକୁ ଦେଲେ ପ୍ରତିଶ୍ରୁତି । ଅଧିକ ପଢନ୍ତୁ

ହାଥରସ୍ ପୀଡିତଙ୍କ ପରିବାରକୁ ଭେଟିଲେ ରାହୁଲ
ହାଥରସ୍ ପୀଡିତଙ୍କ ପରିବାରକୁ ଭେଟିଲେ ରାହୁଲ (ETV Bharat Odisha)

ଲକ୍ଷ୍ନୌ: ଉତ୍ତରପ୍ରଦେଶ ହାଥରସ୍‌ରେ ଦଳଚକଟା ଘଟଣାରେ ୧୨୩ ଜଣଙ୍କ ମୃତ୍ୟୁ ସାରା ଦେଶକୁ ସ୍ତବ୍ଧ କରିଦେଇଛି । ଏଭଳି ଦୁଃଖଦ ସମୟରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଆଜି(ଶୁକ୍ରବାର) ଆଲିଗଡରେ ପହଞ୍ଚି ପୀଡିତ ପରିବାରକୁ ଭେଟିଛନ୍ତି । ମୃତକଙ୍କ ପରିଜନଙ୍କୁ ଭେଟି ସମବେଦନା ଜଣାଇଛନ୍ତି କଂଗ୍ରେସ ନେତା । ସେହିପରି ଆହତମାନଙ୍କୁ ଭେଟି ସେମାନଙ୍କର ସ୍ବାସ୍ଥ୍ୟବସ୍ଥା ପଚାରି ବୁଝିଛନ୍ତି । ଏଥିସହ ଏହି ଘଟଣାକୁ ସଂସଦରେ ଉପସ୍ଥାପନ କରିବେ ବୋଲି ପୀଡିତଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି ରାହୁଲ ।

ଆଜି ସକାଳେ ରାହୁଲ ଗାନ୍ଧୀ ଦିଲ୍ଲୀରୁ ସଡକ ମାର୍ଗରେ ଆଲିଗଡକୁ ଯାଇଥିଲେ । ତାଙ୍କ ସହ ଉତ୍ତରପ୍ରଦେଶ ରାଜ୍ୟ କଂଗ୍ରେସ ମୁଖ୍ୟ ଅଜୟ ରାୟ, ରାଜ୍ୟ କଂଗ୍ରେସ ପ୍ରଭାରୀ ଅଭିନାଶ ପାଣ୍ଡେ, ଦଳର ମୁଖପାତ୍ର ସୁପ୍ରିୟା ଶ୍ରୀନେତ ଏବଂ ଆଉ କିଛି କଂଗ୍ରେସ କର୍ମୀ ରହିଥିଲେ । ରାହୁଲ ଆଲିଗଡର ପିଲଖାନା ଗାଁରେ ପହଞ୍ଚି ହାଥରସ୍ ଦଳଚକଟାରେ ମୃତକଙ୍କ ପରିବାର ଲୋକଙ୍କୁ ଭେଟି ତାଙ୍କର କଥା ଶୁଣିଥିଲେ । ଏଥିପାଇଁ ପୋଲିସ ପକ୍ଷରୁ ସେଠାରେ କଡା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କାରଯାଇଥିଲା ।

ପୀଡିତଙ୍କ ଭେଟିବା ପରେ ରାହୁଲ ଗଣାମଧ୍ୟମକୁ କହିଥିଲେ ଯେ, ଏହା ଏକ ଘଡିସନ୍ଧି ସମୟ । ପୀଡିତ ପରିବାର ଗରୀବ ଶ୍ରେଣୀର । ସେମାନେ ବହୁତ ଦୁଃଖରେ ଅଛନ୍ତି । ସେମାନଙ୍କୁ ଠିକ୍ ସମୟରେ କ୍ଷତିପୂରଣ ଦିଆଯିବା ଉଚିତ୍ । ୟୁପି ମୁଖ୍ୟମନ୍ତ୍ରୀ ଖୋଲା ହୃଦୟରେ ସେମାନଙ୍କୁ ସହାୟତା କରନ୍ତୁ । ମୃତକଙ୍କ ପରିଜନଙ୍କ ସହ କଥାବର୍ତ୍ତା ସମୟରେ ଏହି ଅଘଟଣ ପଛରେ ପ୍ରଶାସନିକ ଅବହେଳା ସାମ୍ନାକୁ ଆସିଛି । କାର୍ଯ୍ୟକ୍ରମରେ ଯେମିତି ପୋଲିସ ବନ୍ଦୋବସ୍ତ ହେବା କଥା, ସେମିତି ନଥିଲା । ଯେଉଁଥିପାଇଁ ଦଳଚକଟା ଅଘଟଣ ଘଟିଥିଲା ।

ଏହା ମଧ୍ୟ ପଢନ୍ତୁ: ଉତ୍ତର ପ୍ରଦେଶ ହାଥରସରେ ସତ୍‌ସଙ୍ଗ ସମୟରେ ଦଳାଚକଟା; 122 ଶ୍ରଦ୍ଧାଳୁ ମୃତ, ଅନେକ ଆହତ, ଘଟଣାସ୍ଥଳରେ ପହଞ୍ଚିଲା ଫରେନସିକ୍ ଟିମ୍ - Stampede During Satsang in Hathras

ପୋଲିସର ସୂଚନା ଅନୁଯାୟୀ, ଗତ ମଙ୍ଗଳବାର ଦିନ ଆତ୍ମଘୋଷିତ ଭୋଲେ ବାବାଙ୍କ ସତସଙ୍ଗ କାର୍ଯ୍ୟକ୍ରମ ହଜାର ହଜାର ଲୋକ ରୁଣ୍ଡ ହୋଇଥିଲେ । ବାବାଙ୍କ ପ୍ରବଚନ ପରେ ତାଙ୍କର ପାଦଧୂଳି ଆଣିବାକୁ ଲୋକଙ୍କ ମଧ୍ୟରେ ଠେଲାପେଲା ହୋଇଥିଲା । ସ୍ଥିତି ଅଣାୟତ ହୋଇ ଦଳଚକଟା ସ୍ଥିତି ଉପୁଜିଥିଲା । ଏଥିରେ ବହୁ ମହିଳା ଓ ଶିଶୁଙ୍କ ସମେତ ଶତାଧିକ ଲୋକ ଅଣନିଶ୍ବାସୀ ହୋଇ ତଳେ ପଡିଯାଇଥିଲେ । ଏହି ଅଘଟଣରେ ୧୨୩ ଶ୍ରଦ୍ଧାଳୁଙ୍କ ମୃତ୍ୟୁ ଘଟିଥିଲା । ସେପଟେ ଏହି ଘଟଣା ପରେ ଆତ୍ମଘୋଷିତ ଭୋଲେ ବାବା ଫେରାର ହୋଇଯାଇଥିବା ବେଳେ ପୋଲିସ ୬ ଜଣଙ୍କୁ ଗିରଫ କରିଛି । ସେମାନେ ସତସଙ୍ଗରେ ସ୍ବେଚ୍ଛାସେବୀ ଭାବେ କାମ କରୁଥିଲେ । ଅନ୍ୟପଟେ ଉତ୍ତରପ୍ରଦେଶ ସରକାର ଏହି ଘଟଣାର ତଦନ୍ତ ପାଇଁ ଏକ ୩ ଜଣିଆ ନ୍ୟାୟିକ କମିଶନ ଗଠନ କରିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.