ETV Bharat / bharat

ଓ୍ବାଇନାଡରୁ ପୁଣି ଲଢ଼େଇ, ରୋଡ ସୋ ପରେ ନାମାଙ୍କନ ଭରିଲେ ରାହୁଲ ଗାନ୍ଧୀ - Rahul Gandhi Nomination

Rahul Gandhi Nomination: ଲୋକସଭା ନିର୍ବାଚନ ପାଇଁ ନାମାଙ୍କନ ଭରିଲେ ରାହୁଲ ଗାନ୍ଧୀ । କେରଳର ଓ୍ବାଇନାଡ ଲୋକସଭା ଆସନରୁ ଲଗାତର ଦ୍ବିତୀୟ ଥର ପାଇଁ ନିର୍ବାଚନ ଲଢ଼ିବେ କଂଗ୍ରେସ ଯୁବରାଜ । ଅଧିକ ପଢନ୍ତୁ

author img

By ETV Bharat Odisha Team

Published : Apr 3, 2024, 1:41 PM IST

Updated : Apr 3, 2024, 2:21 PM IST

Rahul Gandhi
Rahul Gandhi

ନୂଆଦିଲ୍ଲୀ: ପୁଣି ଥରେ ନିଜ ସଂସଦୀୟ କ୍ଷେତ୍ର ଓ୍ବାଇନାଡରୁ ଲଢେଇ । ଲୋକସଭା ନିର୍ବାଚନ ପାଇଁ କେରଳର ଓ୍ବାଇନାଡ ଆସନରୁ ନାମାଙ୍କନ ଭରିଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧୀ । ନାମାଙ୍କନ ପତ୍ର ଭରିବା ସମୟରେ ସାଙ୍ଗରେ ଭଉଣୀ ପ୍ରିୟଙ୍କା ଗାନ୍ଧୀ ଉପସ୍ଥିତ ଥିଲେ । ତେବେ ଏହା ପୂର୍ବରୁ ସେ ଓ୍ବାଇନାଡରେ ଏକ ରୋଡ୍ ସୋ କରିଥିଲେ । ଏହି ସମୟରେ ତାଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା । ରୋଡ୍ ସୋରେ ହଜାର ହଜାର ସମର୍ଥକ ସାମିଲ ହୋଇଥିଲେ । ପ୍ରକାଶଥାଉକି, 2019 ଲୋକସଭା ନିର୍ବାଚନରେ ​​ରାହୁଲ ଗାନ୍ଧୀ ଓ୍ବାଇନାଡରୁ ଚାରି ଲକ୍ଷରୁ ଅଧିକ ଭୋଟ ବ୍ୟବଧାନରେ ଜିତିଥିଲେ । ରାହୁଲ ଲଗାତର ଦ୍ବିତୀୟ ଥର ପାଇଁ ୱାଇନାଡ଼ ଆସନରୁ କଂଗ୍ରେସ ଟିକେଟରେ ନିର୍ବାଚନ ଲଢ଼ିବାକୁ ଯାଉଛନ୍ତି।

ନାମାଙ୍କନ ପୂର୍ବରୁ ରୋଡ ଶୋ: ହେଲିକପ୍ଟର ଯୋଗେ କେରଳରେ ପହଞ୍ଚି ଦିନ 11ଟା ସମୟରେ ରୋଡ ସୋ କରିଥିଲେ ରାହୁଲ ଗାନ୍ଧୀ । ଏହାପରେ ଜନସଭାକୁ ସମ୍ବୋଧିତ କରିଥିଲେ । ଏହି ସମୟରେ କଂଗ୍ରେସ ସାସଂଦ ରାହୁଲ ଗାନ୍ଧୀ କହିଛନ୍ତି, "ଆପଣମାନଙ୍କର ସାଂସଦ ହେବା ମୋ ପାଇଁ ଗର୍ବର ବିଷୟ । ମୁଁ ଆପଣମାନଙ୍କୁ କେବଳ ଭୋଟର ଭାବେ ଦେଖୁନାହୁଁ । ମୁଁ ଭଉଣୀକୁ ଯେଉଁଭଳି ଭାବେ ଦେଖେ ଏବଂ ବ୍ୟବହାର କରେ ଆପଣମାନଙ୍କ ମଧ୍ୟ ସେହି ହିସାବରେ ଦେଖୁଛି । କାରଣ ଓ୍ବାଇନାଡ ଘରେ ମୋ ମାଆ, ଭଉଣୀ, ଭାଇ ଏବଂ ବାପା ରହୁଛନ୍ତି । ଆମେ ନ୍ୟାୟର ଏକ ନୂତନ ଯୁଗରେ ପ୍ରବେଶ କରିବାକୁ ଯାଉଛି । ମୁଁ ନିଷ୍ଠାର ସହିତ ଜନସାଧାରଣଙ୍କ ସେବା କରିବାକୁ ଚାହୁଁଛି ।"

ଏହା ମଧ୍ୟ ପଢନ୍ତୁ: 2014 ଓ 2019 ସାଧାରଣ ନିର୍ବାଚନ ଫଳାଫଳ ଉପରେ ଏକ ଝଲକ

ରାହୁଲ ଗାନ୍ଧୀଙ୍କ ଏହି ରାଲିରେ ତାଙ୍କ ଭଉଣୀ ପ୍ରିୟଙ୍କା ଗାନ୍ଧୀଙ୍କ ସମେତ ଅଲ ଇଣ୍ଡିଆ କଂଗ୍ରେସ କମିଟି (ଏଆଇସିସି) ସାଧାରଣ ସମ୍ପାଦକ କେ.ସି ଭେନୁଗୋପାଲ ଏବଂ ଦୀପା ଦାସ, ଏଆଇସିସିର ଛାତ୍ର ସଂଗଠନ ନ୍ୟାସନାଲ ଷ୍ଟୁଡେଣ୍ଟସ୍ ୟୁନିଅନ୍ ଅଫ୍ ଇଣ୍ଡିଆ (ଏନଏସୟୁଇ) ଦାୟିତ୍ୱରେ ଥିବା କାହ୍ନୈୟା କୁମାର ପ୍ରମୁଖ ଉପସ୍ଥିତ ଥିଲେ।

ପ୍ରକାଶଥାଉକି, ରାହୁଲଗାନ୍ଧୀ ଓ୍ବାଇନାଡ ଲୋକସଭା ଆସନରୁ ରାଜ୍ୟ ବିଜେପି ସଭାପତି କେ ସୁରେନ୍ଦ୍ରନ ଏବଂ ଭାରତୀୟ କମ୍ୟୁନିଷ୍ଟ ପାର୍ଟି (CPI)ର ନେତ୍ରୀ ଏନି ରାଜାଙ୍କ ବିପକ୍ଷରେ ଲଢିବେ ରାହୁଲ । ସିପିଆଇ ସାଧାରଣ ସମ୍ପଦକ ଡି ରାଜାଙ୍କ ପତ୍ନୀ ଆନି ରାଜା ମଧ୍ୟ ଆଜି ନାମାଙ୍କନ ଦାଖଲ କରିଛନ୍ତି । କେରଳରେ ଲୋକସଭା ନିର୍ବାଚନ ପାଇଁ ଏପ୍ରିଲ 26 ତାରିଖରେ ମତଦାନ ହେବ ।

Last Updated : Apr 3, 2024, 2:21 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.