ETV Bharat / bharat

କାହିଁକି କ୍ରାସ ହେଲା ଷ୍ଟକ ମାର୍କେଟ ? ମୋଦି-ଶାହଙ୍କୁ ଦାୟୀ କରି ଜେପିସି ତଦନ୍ତ ଦାବି କଲେ ରାହୁଲ - Stock Market Scam

Rahul Gandhi Blames PM Modi, Shah For Stock Market Scam: ଲୋକସଭା ନିର୍ବାଚନ ଫଳ ଦିନ ଷ୍ଟକ ମାର୍କେଟରେ ହ୍ରାସ ଘଟଣା । ଏହାକୁ ଷ୍ଟକ ବଜାରର ସବୁଠୁ ବଡ ସ୍କାମ ବୋଲି କହିବା ସହ ଏଥିପାଇଁ ମୋଦି ଓ ଶାହଙ୍କୁ ଦାୟୀ କରି ଜେପିସି ତଦନ୍ତ ଦାବି କଲେ ରାହୁଲ । ପଢନ୍ତୁ ପୁରା ଖବର

author img

By ETV Bharat Odisha Team

Published : Jun 7, 2024, 8:42 AM IST

Updated : Jun 7, 2024, 9:57 AM IST

କାହିଁକି କ୍ରାସ ହେଲେ ଷ୍ଟକ ମାର୍କେଟ ? ମୋଦି-ଶାହଙ୍କୁ ଦାୟୀ କରି ଜେପିସି ତଦନ୍ତ ଦାବି କଲେ ରାହୁଲ
କାହିଁକି କ୍ରାସ ହେଲେ ଷ୍ଟକ ମାର୍କେଟ ? ମୋଦି-ଶାହଙ୍କୁ ଦାୟୀ କରି ଜେପିସି ତଦନ୍ତ ଦାବି କଲେ ରାହୁଲ (ETV Bharat Odisha)

ନୂଆଦିଲ୍ଲୀ: ଜୁନ ୪ରେ ଲୋକସଭା ନିର୍ବାଚନ ଫଳ ଦିନ ଷ୍ଟକ ମାର୍କେଟରେ କ୍ରାସ ହୋଇଯାଇଥିଲା । ବମ୍ବେ ଷ୍ଟକ ବଜାରର ସେନସେକ୍ସ ୪,୩୦୦ ପଏଣ୍ଟ ହ୍ରାସ ପାଇଥିଲା । ନିବେଶକମାନେ ୩୦ ଲକ୍ଷ କୋଟିରୁ ଅଧିକ ଟଙ୍କା ହରାଇଥିଲେ । ଏଥିପାଇଁ ପ୍ରଧାନମନ୍ତ୍ରୀ ମୋଦି ଏବଂ ଗୃହମନ୍ତ୍ରୀ ଅମିତ ଶାହଙ୍କୁ ଦାୟୀ କରିଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧୀ । ନିର୍ବାଚନ ଫଳ ବାହାରିବା ପୂର୍ବରୁ ବିଜେପି ବଡ ବିଜୟ ପାଇବା ନେଇ ବିଭ୍ରାନ୍ତିକର ଏକଜିଟ୍ ପୋଲ ପ୍ରକାଶ ପାଇଥିଲା । ପ୍ରଧାନମନ୍ତ୍ରୀଙ୍କ ଇସାରାରେ ଏହି ଭବିଷ୍ୟବାଣୀ କରାଯାଇଥିଲା । ଯାହାଫଳରେ ଫଳାଫଳ ଦିନ ମାର୍କେଟରେ ନିବେଶକ ୩୦ ଲକ୍ଷ କୋଟି ଟଙ୍କା କ୍ଷତି ସହିଥିଲେ ବୋଲି ସାଂଘାତିକ ଅଭିଯୋଗ ଆଣିଛନ୍ତି ରାହୁଲ ।

ରାହୁଲ ଦିଲ୍ଲୀରେ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ, ଷ୍ଟକ ମାର୍କେଟରେ ନିବେଶ ପାଇଁ କାହିଁକି ପ୍ରଧାନମନ୍ତ୍ରୀ ଲୋକଙ୍କୁ ପରମର୍ଶ ଦେଇଥିଲେ । କାହିଁକି ପ୍ରଧାନମନ୍ତ୍ରୀ ଏବଂ ଗୃହମନ୍ତ୍ରୀ ୫ କୋଟି ନିବେଶକଙ୍କୁ ଷ୍ଟକ କିଣିବାକୁ କହିଥିଲେ । ପ୍ରଥମ ଥର ପାଇଁ ଦେଶରେ ପ୍ରଧାନମନ୍ତ୍ରୀ, ଗୃହମନ୍ତ୍ରୀ ନିବେଶକଙ୍କୁ ଷ୍ଟକ କିଣିବା ଲାଗି ପରାମର୍ଶ ଦେଇଥିଲେ । ଜୁନ ୪ରେ ନିର୍ବାଚନ ଫଳାଫଳ ପ୍ରକାଶ ପାଇବା ପରେ ମାର୍କେଟ ସବୁ ରେକର୍ଡ ଭାଙ୍ଗିବ ବୋଲି କହିଥିଲେ ।

ଏହା ମଧ୍ୟ ପଢନ୍ତୁ: ନିର୍ବାଚନ ଫଳାଫଳ ମଧ୍ୟରେ ସେୟାର ମାର୍କେଟ ଡାଉନ, ସେନସେକ୍ସ ୨୦୦୦ରୁ ଊର୍ଦ୍ଧ୍ବ ପଏଣ୍ଟ ହ୍ରାସ - Sensex Down

ହେଲେ ଜୁନ ୪ରେ ଭୋଟ ଗଣତି ଆରମ୍ଭ ପରେ ବିଜେପିର ପ୍ରଦର୍ଶନ ଭଲ ନରହିବା କାରଣରୁ ସେନସେକ୍ସ ଦ୍ରୁତଗତିରେ ତଳକୁ ଖସିଥିଲା । ଏଥିଯୋଗୁଁ ନିବେଶକ ୩୦ ଲକ୍ଷ କୋଟିରୁ ଅଧିକ ଟଙ୍କା କ୍ଷତି ସହିଥିଲେ । ସେହି ଏକଜିଟ ପୋଲକୁ ବିଶ୍ବାସ କରି ଲୋକେ ଷ୍ଟକ ମାର୍କେଟରେ ଟଙ୍କା ଲଗାଇବାରୁ କ୍ଷତି ସହିବାକୁ ପଡିଛି । ପ୍ରଧାନମନ୍ତ୍ରୀ ମୋଦିଙ୍କ ନିର୍ଦ୍ଦେଶରେ ଏଭଳି ବିଭ୍ରାନ୍ତକର ଏକଜିଟ ପୋଲ ପ୍ରକାଶ ପାଇଥିଲା ବୋଲି ରାହୁଲ ଦାବି କରିବା ସହ ଏହାକୁ ଷ୍ଟକ ବଜାର ଇତିହାସର ସବୁଠୁ ବଡ ସ୍କାମ ବୋଲି କହିଛନ୍ତି ।

ଏହି ଘଟଣାର ଜେପିସି ତଦନ୍ତ ଦାବି କରି ରାହୁଲ ଗାନ୍ଧୀ କହିଛନ୍ତି ଯେ, ଆମର ପୁରା ବିଶ୍ବାସ ଷ୍ଟକ ବଜାରରେ ବଡ ଘୋଟାଲା ହୋଇଛି । ଭାରତୀୟ ଖୁଚୁରା ନିବେଶକଙ୍କ ମୂଲ୍ୟରେ କେହି ଜଣେ ହଜାର ହଜାର କୋଟି ଟଙ୍କା ରୋଜଗାର କରିଛି । ମୋଦି ଏବଂ ଶାହା ନିବେଶକଙ୍କୁ କାହିଁକି ସେୟାର କିଣିବାକୁ ପରାମର୍ଶ ଦେଇଥିଲେ । ନିବେଶ ପରାମର୍ଶ ଦେବା ସେମାନଙ୍କର କାମ କି ? ତେଣୁ ଏହାର ଜେପିସି ତଦନ୍ତ ହେବା ଦରକାର ।

Last Updated : Jun 7, 2024, 9:57 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.