ETV Bharat / bharat

ଜନାଦେଶ 2024: କାହା ମୁଣ୍ଡରେ ‘ଭାରତ’ର ଆଶୀର୍ବାଦ, ହ୍ୟାଟ୍ରିକ ମାରିବେ ମୋଦି, ଇତିହାସ ରଚିବେ କି ନବୀନ ? - Lok Sabha Election Results 2024

author img

By ETV Bharat Odisha Team

Published : Jun 3, 2024, 9:18 PM IST

Lok Sabha Election Results 2024: ଜୁନ 4 ତାରିଖ । ଭୋଟ ଗଣତି ପରେ ପ୍ରକାଶ ପାଇବ ଲୋକସଭା ନିର୍ବାଚନ ଫଳାଫଳ । କିଏ ମାରିବ ବାଜି ? କାହା ମୁଣ୍ଡରେ ମୁକୁଟ ପିନ୍ଧାଇଛନ୍ତି ଜନତା ଜନାର୍ଦ୍ଦନ । ବାସ୍‌ ଆଉ କିଛି ଘଣ୍ଟାର ଅପେକ୍ଷା । ଆସିବ ଫଳାଫଳ । ଏନେଇ ଆରମ୍ଭ ହୋଇଯାଇଛି କାଉଣ୍ଟଡାଉନ । ଅଧିକ ପଢନ୍ତୁ

Lok Sabha Election Results 2024
Lok Sabha Election Results 2024 (ETV Bharat Odisha)

ହାଇଦ୍ରାବାଦ: ରାତି ପାହିଲେ ଜନାଦେଶ 2024 । ଚଳଚଞ୍ଚଳ ରାଜନୈତିକ ବାତାବରଣ । ଲୋକସଭା ନିର୍ବାଚନ ଫଳାଫଳ ଉପରେ ସାରା ଦେଶର ନଜର । ଗୋଟିଏ ପଟେ ମତଦାତାଙ୍କ ମଧ୍ୟରେ ଉତ୍କଣ୍ଠା ଆଉ ଗୋଟେ ପଟେ ଧଡ଼ଧଡ଼ ନେତାଙ୍କ ଛାତି । କିଏ 5ବର୍ଷ ପାଇଁ ଶାସନ ଗାଦି ସମ୍ଭାଳିବ ତ ଆଉ କାହା ହାତରୁ ଖସିଯିବ କ୍ଷମତା । କିଏ ଇତିହାସ ରଚିବ ତ ଆଉ କିଏ ପାଲଟିଯିବ ଇତିହାସ । ଆସନ୍ତା 24 ଘଣ୍ଟା ମଧ୍ୟରେ ସବୁକିଛି ସ୍ପଷ୍ଟ ହୋଇଯିବ । ଆସନ୍ତାକାଲି ଜୁନ 4 ତାରିଖ ସକାଳ 8ଟାରୁ ଭୋଟ ଗଣତି ଆରମ୍ଭ ହେବ । ପ୍ରତି ଥର ପରି ପ୍ରଥମେ ପୋଷ୍ଟାଲ ବାଲାଟ ଓ ପରେ ଇଭିଏମ ଭୋଟ ଗୁଡ଼ିକର ଗଣତି ହେବ । ସମୟ ବଢିବା ସହିତ ସ୍ପଷ୍ଟ ହୋଇ ଚାଲିବ ପ୍ରାର୍ଥୀମାନଙ୍କ ଭବିଷ୍ୟତ ।

ଦେଶରେ ଲୋକସଭା ନିର୍ବାଚନ ଫଳାଫଳ ସାଙ୍ଗକୁ ଆନ୍ଧ୍ର ପ୍ରଦେଶ ଓ ଓଡ଼ିଶାର ବିଧାନସଭା ନିର୍ବାଚନ ଫଳାଫଳ ପ୍ରକାଶ ପାଇବ । ଏପ୍ରିଲ 19 ତାରିଖ ଠାରୁ ଜୁନ 1 ତାରିଖ ପର୍ଯ୍ୟନ୍ତ 7ଟି ପର୍ଯ୍ୟାୟରେ ଲୋକସଭାର ମୋଟ 543ଟି ଆସନରୁ 542ଟିରେ ପଡ଼ିଥିଲା ଭୋଟ୍‌ । ଗୁଜୁରାଟ ସୁରଟ ଲୋକସଭା ଆସନରେ ବିଜେପି ପ୍ରାର୍ଥୀ ମୁକେଶ ଦଲାଲ ନିର୍ଦ୍ବନ୍ଦ୍ବରେ ବିଜୟୀ ହୋଇଥିବାରୁ ଏଠାରେ ନିର୍ବାଚନ ଅନୁଷ୍ଠିତ ହୋଇନଥିଲା । ଭାରତୀୟ ନିର୍ବାଚନ ଆୟୋଗ (ECI)ଙ୍କ ସୂଚନା ଅନୁସାରେ ଲୋକସଭା ନିର୍ବାଚନ ମତଦାନରେ ମୋଟ 31.2 କୋଟି ମହିଳାଙ୍କ ସମେତ 64.2 କୋଟି ମତଦାତା ସାମିଲ ହୋଇଥିଲେ । ଫଳରେ ଭାରତର ମତଦାନ ବିଶ୍ବ ରେକର୍ଡ ସୃଷ୍ଟି କରିଛି ।

Odisha Assembly Exit Poll Result 2024
Odisha Assembly Exit Poll Result 2024 (ETV Bharat)

ଚଳଚଞ୍ଚଳ ରାଜନୈତିକ ବାତାବରଣ:- ରାତି ପାହିଲେ ଭୋଟ ଗଣତିକୁ ନେଇ ରାଜନୈତିକ ବାତାବରଣ ଚଳଚଞ୍ଚଳ ହୋଇଉଠିଛି । ସମସ୍ତ ରାଜନୈତିକ ଦଳ ମତଦାନକୁ ନେଇ ଜୋରଦାର ପ୍ରସ୍ତୁତି ଜାରି ରଖିଛନ୍ତି । ବିଜେପି ଓ ଅନ୍ୟ ଦଳଗୁଡ଼ିକ ଭୋଟ ଗଣତି ଓ ଏହାର ପରବର୍ତ୍ତୀ ରଣନୀତି ପ୍ରସ୍ତୁତ କରିଛନ୍ତି । ଏକଜିଟ୍‌ ପୋଲ୍‌ ଅନୁସାରେ ବିଜେପି ନେତୃତ୍ବାଧୀନ NDAକୁ ବହୁମତ ମିଳିପାରେ । ଏଣୁ ବିଜେପି ଶିବିରରେ ପ୍ରବଳ ଉତ୍କଣ୍ଠା ଦେଖିବାକୁ ମିଳିଛି । ଦଳୀୟ କର୍ମୀ ବିଜୟ ଆଶାରେ ଜୋରଦାର ପ୍ରସ୍ତୁତ ଚଳାଇଛନ୍ତି । ସେପଟେ ବିରୋଧୀ ମେଣ୍ଟ 'ଇଣ୍ଡିଆ'ରେ ସାମିଲ ଥିବା ରାଜନୈତିକ ଦଳ ଗୁଡ଼ିକ 295 ଆସନ ଜିତିବା ଆଶାରେ ପ୍ରସ୍ତୁତି ଚଳାଇଛନ୍ତି । ମିଠା, ବାଜା, ବାଣ ପ୍ରସ୍ତୁତ ଅଛି । ଭୋଟ ଗଣତି ପୂର୍ବରୁ ଦେଶର ବିଭିନ୍ନ ସ୍ଥାନରେ ମିଷ୍ଟାନ୍ନ ଭଣ୍ଡାରରେ ମିଠା ପ୍ରସ୍ତୁତ ଚାଲିଛି । ସେଲିବ୍ରେସନ ପାଇଁ ଉଭୟ ଶାସକ ଓ ବିରୋଧୀ ତମାମ ପ୍ରସ୍ତୁତି କରିଛନ୍ତି ।

Lok Sabha Exit Poll Results 2024
Lok Sabha Exit Poll Results 2024 (ETV Bharat)

ବୁଥବାହୁଡା ମତରେ ମୋଦି ସରକାରଙ୍କ ହ୍ୟାଟ୍ରିକ:- ଲୋକସଭା ନିର୍ବାଚନ ଫଳାଫଳର ପୂର୍ବାନୁମାନ କଲେ, ଅଧିକାଂଶ ଏକଜିଟ୍‌ ପୋଲରେ ବିଜେପି-ଏନଡିଏକୁ 350ରୁ ଅଧିକ ଆସନ ମିଳିବାକୁ ଯାଉଛି । ଫଳରେ ମୋଦି ସରକାରଙ୍କ ହ୍ୟାଟ୍ରିକ ନେଇ ଅନୁମାନ କରାଯାଉଛି । ଏକଜିଟ୍‌ ପୋଲ୍‌ ଅନୁସାରେ ଏନଡିଏ 2019 ନିର୍ବାଚନ ଅପେକ୍ଷା ଏଥର ଅଧିକ ଆସନରେ ବିଜୟୀ ହେବାର ଭବିଷ୍ୟବାଣୀ କରିଛି । ମାତ୍ର ଏକଜିଟ୍‌ ପୋଲ୍‌ ଅନୁସାରେ ବିଜେପି ପାଇଁ 370ରୁ ଅଧିକ ଓ NDA 400 ପାର୍‌ ଆଶା ମଳିନ ପଡ଼ିପାରେ । ଏହାବାଦ ସର୍ଭେ ରିପୋର୍ଟ ଦେଖିଲେ ହିନ୍ଦୀଭାଷୀ ରାଜ୍ୟଗୁଡ଼ିକ ସମେତ ଦକ୍ଷିଣ ଭାରତରେ ମଧ୍ୟ ବିଜେପି ଭଲ ପ୍ରଦର୍ଶନ କରିପାରେ । ପଶ୍ଚିବମଙ୍ଗରେ ଟିଏମସିକୁ ପଛରେ ଛାଡ଼ିପାରେ ବିଜେପି । ସେହିପରି ଓଡ଼ିଶାରେ ବିଜେପି ସତ୍ତାକୁ ଆସିବାର ସମ୍ଭାବନା ରହିଛି । ବୁଥବାହୁଡ଼ା ମତ ଦେଖିଲେ ବିଜେପି ଓ ବିଜେଡିକୁ 62-80 ଆସନ ମିଳିପାରେ ବୋଲି କୁହାଯାଉଛି ।

JAN KI BAAT EXIT POLL RESULT 2024
JAN KI BAAT EXIT POLL RESULT 2024 (ETV Bharat Odisha)

ଓଡ଼ିଶାରେ କିଏ ଗଢିବ ସରକାର ?: ଇଣ୍ଡିଆ ଟୁଡେ-ଆକ୍ସିସ ସର୍ଭେ ରିପୋର୍ଟ ଦେଖିଲେ ଏଥର ବିଜେଡି ଓ ବିଜେପି ମଧ୍ୟରେ କଡ଼ା ମୁକାବିଲା ହେବ । ଉଭୟ ବିଜେପି ଓ ବିଜେଡିକୁ 62-80 ଆସନ ମିଳିପାରେ ବୋଲି ସର୍ଭେ କହୁଛି । ସେପଟେ କଂଗ୍ରେସ ହାତକୁ ମାତ୍ର 5-8ଟି ଆସନ ଯାଇପାରେ । କିନ୍ତୁ ସେପଟେ ବିଜେଡିର ଦୃଢୋକ୍ତି ଦଳ ୧୧୦-୧୧୫ ବିଧାନସଭା ଆସନ ଓ ଲୋକସଭାରେ ୧୨ରୁ ଅଧିକ ଆସନ ହାତେଇବ ।

ETG RESEARCH EXIT POLL RESULT 2024
ETG RESEARCH EXIT POLL RESULT 2024 (ETV Bharat Odisha)

2019 ଫଳାଫଳ:- ଲୋକସଭା ନିର୍ବାଚନ 2019 ଫଳାଫଳ ଉପରେ ନଜର ପକାଇଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ବାଧୀନ ବିଜେପି ଦ୍ବିତୀୟ ଥର ଲାଗି ପ୍ରଚଣ୍ଡ ବିଜୟ ସହିତ ଶାସନ କ୍ଷମତା ବଜାୟ ରଖିଥିଲା । ବିଜେପିକୁ 303 ଆସନ ମିଳିଥିବା ବେଳେ କଂଗ୍ରେସକୁ 52 ଆସନ ମିଳିଥିଲା । ସେହିପରି DMK ଓ TMCକୁ 24-24, YSRCPକୁ 22, ଶିବସେନାକୁ 18, ଜେଡିୟୁକୁ 16, ବିଜେଡିକୁ 12, ବିଏସପିକୁ 10, ଟିଆରଏସ (ଏବେ BRS)କୁ 10, ଲୋକ ଜନଶକ୍ତି ପାର୍ଟିକୁ 6, ସପା ଓ ଏନସିପିକୁ 5-5 ଓ ଅନ୍ୟ ରାଜନୈତିକ ଦଳକୁ 39ଟି ଆସନ ମିଳିଥିଲା ।

ପଢନ୍ତୁ ଅନ୍ୟ କିଛି ଖବର

ରାତି ପାହିଲେ ଜନାଦେଶ: କେମିତି EVMରେ ହୁଏ ଭୋଟ ଗଣତି, ଜାଣନ୍ତୁ ସମ୍ପୂର୍ଣ୍ଣ ପ୍ରକ୍ରିୟା

ଜନାଦେଶ 2024: କେମିତି ଥିଲା 2014-2019 ନିର୍ବାଚନ ଫଳାଫଳ, କାହା ଭାଗରେ କେତେ ପଡିଥିଲା ଆସନ ?

ଲୋକସଭା ନିର୍ବାଚନ 2024 ଏକଜିଟ ପୋଲ: ‘ଏନଡିଏ’କୁ ପାଖାପାଖି 360, ‘ଇଣ୍ଡିଆ’କୁ 150 ଆସନ ନେଇ ଏକାଧିକ ସଂସ୍ଥାର ଅନୁମାନ

ଓଡିଶା ଲୋକସଭା ଏକଜିଟ୍ ପୋଲ 2024: ବିଜେପିକୁ 15ରୁ ଅଧିକ ଆସନ, 5 ଭିତରେ ସୀମିତ ରହିବ ବିଜେଡି !

ଓଡ଼ିଶାରେ କିଏ ଗଢିବ ସରକାର: ଆସିଲା ବୁଥ ବାହୁଡା ମତ, ବିଜେଡି-ବିଜେପି ମଧ୍ୟରେ କାଣ୍ଟେ କା ଟକ୍କର

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.