ETV Bharat / bharat

ନୀତିଶ-ନାଇଡୁଙ୍କ ବିନା ବି ସରକାର କରିପାରିବେ ମୋଦି, କରିବାକୁ ହେବ ଏହି କାମ - BJP can form Govt without Nitish Naidu

author img

By ETV Bharat Odisha Team

Published : Jun 6, 2024, 9:07 PM IST

BJP can form Govt without Nitish Naidu: 2024 ଲୋକସଭା ନିର୍ବାଚନରେ ବିଜେପି ପାଇଁ ଚିନ୍ତାର କାରଣ ପାଲଟିଛି ନୀତିଶଙ୍କ ଜେଡିୟୁ ଓ ଚନ୍ଦ୍ରବାବୁ ନାଇଡୁଙ୍କ ଟିଡିପି । ଏହି 2ଦଳ ବିଜେପି ନିକଟରେ କିଛି ଦାବି ରଖୁଛନ୍ତି । ତେବେ କଣ ଆପଣ ଜାଣନ୍ତି ବିଜେପି ନେତୃତ୍ବାଧୀନ NDA ନୀତିଶ ଓ ନାଇଡୁଙ୍କ ବିନା ବି କେନ୍ଦ୍ରରେ ସରକାର ଗଠନ କରିପାରିବ । ଏହା କିପରି ସମ୍ଭବ ଜାଣନ୍ତୁ

Lok Sabha Election Results 2024
Lok Sabha Election Results 2024 (ETV Bharat)

ହାଇଦ୍ରାବାଦ: ଆସି ସାରିଛି ‘2024 ରାୟ’ । ଏଥର କେନ୍ଦ୍ରରେ କେଉଁ ଗୋଟିଏ ବି ଦଳକୁ ମିଳିନି ବହୁମତ । ଅନ୍ୟ କିଛି ସହଯୋଗୀ ଦଳକୁ ନେଇ ଗଠିତ ବିଜେପି ନେତୃତ୍ବାଧୀନ NDA ମେଣ୍ଟକୁ ମିଳିଛି 293 ଆସନ । ଏଥିରେ ନୀତିଶ କୁମାରଙ୍କ JDU ଓ ଚନ୍ଦ୍ରବାବୁ ନାଇଡୁଙ୍କ TDPକୁ ମିଳିଛି 28ଟି ଆସନ । ମ୍ୟାଜିକ ନମ୍ବର 272 ଥିବା ବେଳେ କେବଳ ବିଜେପିକୁ 240ଟି ଆସନ ମିଳିଛି । ଏଣୁ ଏବେ ସମସ୍ତଙ୍କ ନଜର ଏନଡିଏରେ ସାମିଲ ହୋଇଥିବା ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଓ ଟିଡିପି ପ୍ରମୁଖ ଚନ୍ଦ୍ରବାବୁ ନାଇଡୁଙ୍କ ଉପରେ ରହିଛି ।

ଏହି ନିର୍ବାଚନରେ ଜେଡିୟୁ ଖାତାକୁ 12 ଓ ତେଲୁଗୁ ଦେଶମ ପାର୍ଟି ଟିଡିପିକୁ 16ଟି ଲୋକସଭା ଆସନ ମିଳିଛି । ଏପରି ଭାବରେ ଦୁଇ ଦଳର ଆସନ ସଂଖ୍ୟା ମୋଟ 28 । ଏଭଳି ସ୍ଥିତିରେ କେନ୍ଦ୍ରରେ ସରକାର ଗଠନ କରିବା ଲାଗି ବିଜେପି ନିକଟରେ ଏହି 2 ଦଳ ନେତାଙ୍କ ଗୁରୁତ୍ବ ବୃଦ୍ଧି ପାଇଛି । ଏହାବାଦ ନିର୍ଦ୍ଦଳୀୟ ଓ ଛୋଟ ଛୋଟ ରାଜନୈତିକ ଦଳକୁ 17ଟି ଆସନ ମିଳିଛି । ନିର୍ବାଚନ ଜିତିଥିବା ଏହି ସାଂସଦ ନା ଏନଡିଏ ନା ଇଣ୍ଡିଆ ମେଣ୍ଟର ସଦସ୍ୟ । ମାତ୍ର ଏମାନେ ସାଂସଦ ଭାବେ ସରକାରର ଭବିଷ୍ୟ ଗଢିପାରିବେ ।

କିଏ ଏହି ସାଂସଦ ?

କୌଣସି ମେଣ୍ଟରେ ସାମିଲ ନଥିବା ଏହି ସାଂସଦମାନେ ହେଉଛନ୍ତି ବିହାର ପୁର୍ଣ୍ଣିଆରୁ ସ୍ବାଧୀନ ଭାବେ ଲଢି ବିଜୟୀ ହୋଇଥିବା ପପୁ ଯାଦବ, ନଗିନାରୁ ଚନ୍ଦ୍ରଶେଖର ଆଜାଦ, ପଞ୍ଜାବ ଫରିଦକୋଟରୁ ସବରଜିତ ସିଂ ଖାଲସା, ଅମୃତପାଲ ସିଂ, ଡାମନ ଡିଉରୁ ବିଜୟୀ ହୋଇଥିବା ନିର୍ଦ୍ଦଳୀୟ ପଟେଲ ଉମେଶଭାଇ, ମହାରାଷ୍ଟ୍ର ସାଙ୍ଗଲିରୁ ବିଶାଲ ପାଟିଲ ଓ ଜମ୍ମୁକାଶ୍ମୀର ବାରମୁଲ୍ଲାରୁ ଇଞ୍ଜିନିୟର ରାଶିଦ ପ୍ରମୁଖ ସାମିଲ ଅଛନ୍ତି ।

ନୀତିଶ-ନାଇଡୁ ଅସହଯୋଗ କଲେ କଣ ହେବ ?

କେନ୍ଦ୍ରରେ ସରକାର ଗଢିବା ଲାଗି ବିଜେପିକୁ ଏକାକୀ ବହୁମତ ମିଳିନାହିଁ । ବିଜେପି ନିଜ ସହଯୋଗୀ ଦଳମାନଙ୍କ ଯୋଗୁଁ ମ୍ୟାଜିକ ନମ୍ବର ପାର୍‌ କରିଛି । କିନ୍ତୁ ଏଠାରେ ପ୍ରଶ୍ନ ଉଠୁଛି ସହଯୋଗୀ ଦଳର ମୁଖ୍ୟ ଚନ୍ଦ୍ରବାବୁ ନାଇଡୁ ଓ ନୀତିଶ କୁମାର ଯଦି ଏନଡିଏ ମେଣ୍ଟ ଛାଡନ୍ତି ତେବେ କଣ ହେବ ? ଲୋକସଭାର ମୋଟ 543 ଆସନରେ ନିର୍ବାଚନ ଅନୁଷ୍ଠିତ ହୋଇଥିଲା । ବିଜେପିକୁ ମିଳିଛି 240 ଆସନ । ବିଜେପି ନେତୃତ୍ବାଧୀନ NDA ନିକଟରେ ରହିଛି 293 ଆସନ । ଅର୍ଥାତ ଏନଡିଏ ପାଖରେ ବହୁମତଠୁ ଅଧିକ 21 ସାଂସଦ ଅଛନ୍ତି । ଏହି ସ୍ଥିତିରେ ଯଦି ଚନ୍ଦ୍ରବାବୁ ନାଇଡୁ ଏକାକୀ ମେଣ୍ଟ ଛାଡନ୍ତି ତେବେ ଏହି ସଂଖ୍ୟା 277ରେ ପହଞ୍ଚିବ । ତଥାପି ବହୁମତଠୁ ଅଧିକ ରହିଛି । ତେବେ ଯଦି ନୀତିଶ କୁମାର ମେଣ୍ଟ ଭାଙ୍ଗନ୍ତି ତେବେ ଏହି ସଂଖ୍ୟା ଏବେ 265ରେ ପହଞ୍ଚିବ । ଯାହାକି ସରକାର ଗଢିବାକୁ ଆବଶ୍ୟକ କରୁଥିବା ମ୍ୟାଜିକ ନମ୍ବରଠାରୁ 7 କମ୍‌ ।

ନାଇଡୁ-ନୀତିଶଙ୍କ ବିନା ସରକାର କରିପାରିବ କି ବିଜେପି ?

ଯଦି ନୀତିଶ କୁମାରଙ୍କ ଜେଡିୟୁ ଓ ଚନ୍ଦ୍ରବାବୁ ନାଇଡୁଙ୍କ ଟିଡିପି ଉଭୟ ଏନଡିଏ ମେଣ୍ଟ ଛାଡ଼ିଦିଅନ୍ତି, ଏଠାରେ ବିଜେପି ଏକକ ସଂଖ୍ୟାଗରିଷ୍ଠତା ନଥିବାରୁ ମ୍ୟାଜିକ ନମ୍ବର ପାର କରିପାରିବ ନାହିଁ । ଏଭଳି ସ୍ଥିତିରେ ବିଜେପି NDA ମେଣ୍ଟର ଅନ୍ୟ ସହଯୋଗୀ ଦଳ ସମେତ ମ୍ୟାଜିକ ନମ୍ବର ପାଇଁ ଆଉ 7ଜଣ ସାଂସଦ ଆବଶ୍ୟକ କରିବ । ଏଥିଲାଗି ବିଜେପି ଛୋଟ ଛୋଟ ରାଜନୈତିକ ଦଳ ବା ନିର୍ଦ୍ଦଳୀୟ ସାଂସଦଙ୍କ ଉପରେ ନିର୍ଭର କରିବାକୁ ପଡ଼ିବ । ବାକି 10 ସାଂସଦ କିଛି ଛୋଟ ଛୋଟ ରାଜନୈତିକ ଦଳର ଅଛନ୍ତି । ଏହି ସାଂସଦମାନେ ଆବଶ୍ୟକ ପଡ଼ିଲେ ବିଜେପିକୁ ସମର୍ଥନ କରିବାର ସମ୍ଭାବନା ରହିଛି ।

ପଢନ୍ତୁ ଅନ୍ୟ କିଛି ଖବର

ଚନ୍ଦ୍ରବାବୁ ଓ ନୀତିଶଙ୍କ ଚାପରେ ବିଜେପି ! ନିଜ ପାଖରେ ପ୍ରମୁଖ ମନ୍ତ୍ରଣାଳୟ ରଖିବାକୁ ଦଳର ଜୋରଦାର ପ୍ରୟାସ

ଆଜି ଦିଲ୍ଲୀ ଗଲେ ଓଡିଶାର 20 ବିଜେପି ସାଂସଦ, କାଲି ଦଳର ସଂସଦୀୟ ଦଳ ବୈଠକ

ଏନଡିଏ ସଂସଦୀୟ ଦଳର ନେତା ଭାବେ ମୋଦି ନିର୍ବାଚିତ

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.