ETV Bharat / bharat

ବୁଥରେ ଅରୁଣ-ହେମା-ସୁରେଶ : ଭୋଟ ଦେଲେ ସେଲିବ୍ରିଟି - Lok Sabha Election Phase 2

author img

By ETV Bharat Odisha Team

Published : Apr 26, 2024, 11:50 AM IST

Updated : Apr 26, 2024, 1:01 PM IST

Lok Sabha Election Phase 2: ଆଜି ଦ୍ୱିତୀୟ ପର୍ଯ୍ୟାୟ ମତଦାନ ଜାରି ରହିଛି । ଏହି ସମୟରେ ଫିଲ୍ମ ଷ୍ଟାର ହେମା ମାଲିନୀ, ଅରୁଣ ଗୋଭିଲ ଏବଂ ସୁରେଶ ଗୋପି ପ୍ରାର୍ଥୀ ଭାବେ ମୈଦାନକୁ ଓହ୍ଲାଇଥିବା ବେଳେ ସେମାନଙ୍କ ଆଜି ଭାଗ୍ୟ ପରୀକ୍ଷା ଚାଲିଛି । ସେପଟେ ଅନ୍ୟ ଫିଲ୍ମ ସେଲିବ୍ରିଟି ମାନେ ନିଜ ନିଜ ରାଜ୍ୟରେ ମତ ସାବ୍ୟସ୍ତ କରିଛନ୍ତି ।

ଦ୍ବିତୀୟ ପର୍ଯ୍ୟାୟ ଭୋଟିଂ; ଅରୁଣ-ହେମା-ସୁରେଶଙ୍କ ଭାଗ୍ୟ ପରୀକ୍ଷା, ଭୋଟ ଦେଲେ ସେଲିବ୍ରିଟି

ହାଇଦ୍ରାବାଦ: ଲୋକସଭା ନିର୍ବାଚନ ୨୦୨୪ର ଦ୍ବିତୀୟ ପର୍ଯ୍ୟାୟ ପାଇଁ ଆରମ୍ଭ ହୋଇଛି ମତଦାନ । ୧୨ଟି ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳର ମୋଟ ୮୮ଟି ଆସନରେ ମତଦାନ ଚାଲିଛି । ଦ୍ବିତୀୟ ପର୍ଯ୍ୟାୟରେ ମୋଟ ୧୨୦୨ ପ୍ରାର୍ଥୀ ମୈଦାନରେ ଅଛନ୍ତି । ଏମାନଙ୍କ ମଧ୍ୟରେ ରହିଛନ୍ତି ଫିଲ୍ମ ଷ୍ଟାର ଅରୁଣ ଗୋଭିଲ, ହେମା ମାଳିନୀ ଏବଂ ସୁରେଶ ଗୋପି । ଏହି ୩ଜଣ ବିଜେପି ପ୍ରାର୍ଥୀ ଭାବେ ମୈଦାନକୁ ଓହ୍ଲାଇଥିବା ବେଳେ ସେମାନଙ୍କ ଆଜି ଭାଗ୍ୟ ପରୀକ୍ଷା ଚାଲିଛି । ଏଥିସହ ଅଭିନେତ୍ରୀ ନେହା ଶର୍ମାଙ୍କ ବାପା ଅଜିତ ଶର୍ମା ମଧ୍ୟ ସାମିଲ ରହିଛନ୍ତି । ଯିଏ କଂଗ୍ରେସ ପ୍ରାର୍ଥୀ ଭାବେ ନିର୍ବାଚନ ଲଢୁଛନ୍ତି ।

ଏହି ସମୟରେ ଫିଲ୍ମ ଷ୍ଟାର ଅରୁଣ ଗୋଭିଲ ଉତ୍ତରପ୍ରଦେଶର ମେରୁଟରୁ ନିର୍ବାଚନ ଲଢୁଛନ୍ତି । ସେହିପରି ହେମା ମାଲିନୀ ଉତ୍ତରପ୍ରେଦଶର ମଥୁରାରୁ ନିର୍ବାଚନ ଲଢୁଛନ୍ତି । ତେବେ ଉଭୟ ତାରକା ବିଜେପି ସାଂସଦ ପ୍ରାର୍ଥୀ ଭାବେ ମୈଦାନକୁ ଓହ୍ଲାଇଥିବା ବେଳେ ଲୋକଙ୍କୁ ଭୋଟ ଦେବାକୁ ଅପିଲ କରିଛନ୍ତି । ହେମା ମାଲିନା ଆହୁରି କହିଛନ୍ତି,''ପ୍ରଥମ ପର୍ଯ୍ୟାୟ ଅପେକ୍ଷା ଏହା 100% ଭଲ କାରଣ ଆମ ଦଳର କର୍ମୀମାନେ କଠିନ ପରିଶ୍ରମ କରୁଛନ୍ତି ଏବଂ ଏପରିକି ମୁଁ ବ୍ୟକ୍ତିଗତ ଭାବରେ ଲୋକଙ୍କୁ ନିବେଦନ କଲି ଯେ ସେମାନେ ବାହାରକୁ ଆସନ୍ତୁ ଏବଂ ଭୋଟ୍ ଦିଅନ୍ତୁ। ଭୋଟ୍ ଦେବା ପାଇଁ ବହୁ ସଂଖ୍ୟାରେ ବାହାରକୁ ଆସୁଛନ୍ତି ମୁଁ ନିଶ୍ଚିତ ଯେ ସବୁକିଛି ଭଲ ହେବ ।''

ସେହିପରି କେରଳ ତ୍ରିଶୁରରୁ ସୁରେଶ ଗୋପି ବିଜେପି ନେତୃତ୍ୱାଧୀନ ଏନଡିଏ ପ୍ରାର୍ଥୀ ଭାବେ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ବେଳେ ସେ ଆଜି ନିଜ ମତସାବ୍ୟସ୍ତ କରିଛନ୍ତି । ଭୋଟ୍ ଦେବା ପରେ ଗୋପୀ ଏହି ନିର୍ବାଚନର ମହତ୍ତ୍ୱ ଏବଂ କେରଳରେ ଲୋକଙ୍କ ଅଂଶଗ୍ରହଣ ବିଷୟରେ କହିଛନ୍ତି । ସେ କହିଛନ୍ତି, "ଲୋକଙ୍କ ହୃଦୟ ଦେଖିବେ ଏବଂ ଜାତୀୟ ବିକାଶ ଆନ୍ଦୋଳନରେ କେରଳର ଅଂଶଗ୍ରହଣ ସାରା ଦେଶ ଦେଖିବ । ଲୋକଙ୍କ ପ୍ରତି ମୋର ବିଶ୍ୱାସ ଭଲପାଇବା ଦେଇଛନ୍ତି । ତେଣୁ ନିଶ୍ଚୟ ଆମେ ବିଜୟ ହାସଲ କରିବୁ ବୋଲି ଆଶା ।"

ସେପଟେ କର୍ଣ୍ଣାଟକ ବେଙ୍ଗାଲୁରରେ ନିଜ ମତ ସାବ୍ୟସ୍ତ କରିଛନ୍ତି ସାଉଥ ଲୋକପ୍ରିୟ ଅଭିନେତା ପ୍ରକାଶ ରାଜ ଏବଂ ପୂର୍ବତନ ଭାରତୀୟ କ୍ରିକେଟର ରାହୁଲ ଦ୍ରାବିଡ଼। ସେ ଏହି ସମୟରେ ସମସ୍ତ ଫ୍ୟାନ୍ସଙ୍କୁ ଭୋଟ ଦେବାକୁ ଅପିଲ କରିଛନ୍ତି ପ୍ରକାଶ ରାଜ । ସେ ଭୋଟ ଦେବା ଆମ ଅଧିକାର ଏବଂ କର୍ତ୍ତବ୍ୟ ବୋଲି ସେ କହିଛନ୍ତି । ଏଣୁ ଏହି ଗଣତନ୍ତ୍ର ମହୋତ୍ସବରେ ସାମିଲ ହେବାକୁ ସମସ୍ତଙ୍କୁ ଅନୁରୋଧ କରିଛନ୍ତି । ସେହିପରି ଚଳଚ୍ଚିତ୍ର ଅଭିନେତା ତଥା ନିର୍ମାତା ତୋଭିନୋ ଥୋମାସ୍ର ତ୍ରିଶୁରର ଏକ ମତଦାନ ବୁଥରେ ନିଜର ଭୋଟ୍ ଦେଇଛନ୍ତି । କହିରଖୁଛୁ କି, ସେ ନିର୍ବାଚନ ଆୟୋଗର SWEEP (Systematic Voters Education and Electoral Participation) କାର୍ଯ୍ୟକ୍ରମ ପାଇଁ ରାଜ୍ୟ ବ୍ରାଣ୍ଡ ଆମ୍ବାସାଡର ମଧ୍ୟ ଅଟନ୍ତି ।

ଏହା ମଧ୍ୟ ପଢନ୍ତୁ: ପରଦା ନୁହେଁ ମଇଦାନରେ ଭାଗ୍ୟ ପରୀକ୍ଷା, ନିର୍ବାଚନ ଲଢୁଛନ୍ତି ଏସବୁ ଷ୍ଟାର

ସେପଟେ କଂଗ୍ରେସ ପ୍ରାର୍ଥୀ ଭାବେ ବଲିଉଡ ଅଭିନେତ୍ରୀ ନେହା ଶର୍ମାଙ୍କ ବାପା ଅଜିତ ଶର୍ମା ମଧ୍ୟ ବିହାର ଭାଗଲପୁରରେ କଂଗ୍ରେସ ସାସଂଦ ପ୍ରାର୍ଥୀ ଭାବେ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି । ଆଜି ଦ୍ୱିତୀୟ ପର୍ଯ୍ୟାୟ ଭୋଟିଂ ଚାଲିଥିବା ବେଳେ ନେହା ଶର୍ମା ନିଜ ବାପାଙ୍କ ଭାଗଲପୁର ମତଦାନ କେନ୍ଦ୍ରରେ ଭୋଟ ଦେଇଛନ୍ତି । ଏହି ସମୟରେ ନେହା ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି, "ଏହା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଦିନ । ମୁଁ ଲୋକଙ୍କୁ ଅନୁରୋଧ କରୁଛି ଯେ ଏହା ଆମର ଏକ ଗୁରୁତ୍ୱପୂର୍ଣ୍ଣ ଅଧିକାର । ଜଣେ ସଚେତନ ନାଗରିକ ଭାବରେ ବାହାରକୁ ଆସନ୍ତୁ ଏବଂ ଭୋଟ୍ ଦିଅନ୍ତୁ କାରଣ ଆପଣଙ୍କର ଭୋଟ୍ ମୂଲ୍ୟବାନ ଅଟେ ।"

Last Updated : Apr 26, 2024, 1:01 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.