ETV Bharat / bharat

ଭୋଟ ଦେଉଛି ଭାରତ, ମତାଧିକାର ସାବ୍ୟସ୍ତ କଲେ ହେଭିଓ୍ବେଟ ପ୍ରାର୍ଥୀ ଓ ବରିଷ୍ଠ ନେତା - Lok Sabha Election 2024 - LOK SABHA ELECTION 2024

Lok Sabha Election 2024: 11 ରାଜ୍ୟରେ ଚାଲିଛି ଭୋଟିଂ । ଜନତାଙ୍କଠାରୁ ନେତାଙ୍କ ପର୍ଯ୍ୟନ୍ତ ସମସ୍ତେ ଦେଲେ ଭୋଟ । ମତାଧିକାର ସାବ୍ୟସ୍ତ ନେଇ ଲୋକଙ୍କ ମଧ୍ୟରେ ଉତ୍କଣ୍ଠା । ଅଧିକ ପଢନ୍ତୁ

ଭୋଟ ଦେଉଛି ଭାରତ, ବିଭିନ୍ନ ସ୍ଥାନରେ ମତାଧିକାର ସାବ୍ୟସ୍ତ କଲେ ବହୁ ହେବିଓ୍ବେଟ ପ୍ରାର୍ଥୀ ଓ ବରିଷ୍ଠ ନେତା
ଭୋଟ ଦେଉଛି ଭାରତ, ବିଭିନ୍ନ ସ୍ଥାନରେ ମତାଧିକାର ସାବ୍ୟସ୍ତ କଲେ ବହୁ ହେବିଓ୍ବେଟ ପ୍ରାର୍ଥୀ ଓ ବରିଷ୍ଠ ନେତା (ଫଟୋ- ଇଟିଭି ଭାରତ)
author img

By ETV Bharat Odisha Team

Published : May 7, 2024, 12:36 PM IST

ହାଇଦ୍ରାବାଦ: ଆଜି ସାଧାରଣ ନିର୍ବାଚନର ତୃତୀୟ ପର୍ଯ୍ୟାୟରେ ଦେଶରେ 12 ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ମୋଟ 93 ସଂସଦୀୟ ଆସନରେ ମତଦାନ ଜାରି ରହିଛି । ସକାଳ 7ଟାରୁ ଆରମ୍ଭ ହୋଇଥିବା ମତାଦାନ ପ୍ରକ୍ରିୟାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମେତ ବିଭିନ୍ନ ଦଳର ବହୁ ହେବିଓ୍ବେଟ ପ୍ରାର୍ଥୀ ଓ ନେତାମାନେ ସେମାନଙ୍କର ମତାଧିକାର ସାବ୍ୟସ୍ତ କରିଛନ୍ତି । ପ୍ରଧାନମନ୍ତ୍ରୀ ମୋଦି ଓ ଗୃହମନ୍ତ୍ରୀ ଅମିତ ଶାହ ଅହମ୍ମଦାବାଦରେ ମତାଧିକାର ସାବ୍ୟସ୍ତ କରିଛନ୍ତି । ଶାହଙ୍କ ସହ ପତ୍ନୀ-ପୁଅ ଓ ବୋହୂ ମଧ୍ୟ ବୁଥରେ ପହଞ୍ଚି ମତଦାନ କରିଛନ୍ତି । ବିଭିନ୍ନ ରାଜ୍ୟରେ ଶାସକ ବିଜେପିର ଅନ୍ୟ ଚର୍ଚ୍ଚିତ ନେତା ଓ ପ୍ରାର୍ଥୀମାନେ ମଧ୍ୟ ମତାଧିକାର ସାବ୍ୟସ୍ତ କରିଛନ୍ତି ।

ଭିଦିସାରୁ ପ୍ରାର୍ଥୀ ହୋଇଥିବା ମଧ୍ୟ ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ, କର୍ଣ୍ଣାଟକ ପୂର୍ବତନ ମୁଖ୍ୟମନ୍ତ୍ରୀ ବଶବରାଜ ବୋମ୍ମାଇ, ପୂର୍ବତନ ମୁଖ୍ୟମନ୍ତ୍ରୀ ଜଗଦୀଶ ସେଟ୍ଟର, ବରିଷ୍ଠ ରାଜନେତା ତଥା ଏନସିପି ପ୍ରତିଷ୍ଠାତା ଶରଦ ପାଓ୍ବାର, ବାରାମତିରୁ ପ୍ରାର୍ଥୀ ହୋଇଥିବା ସୁପ୍ରିୟା ସୁଲେ, ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ଅଜିତ ପାଓ୍ବାରଙ୍କ ପତ୍ନୀ ସୁନେତ୍ରା ପାଓ୍ବାର, ଦିଲ୍ଲୀ ଉପରାଜ୍ୟପାଳ, ବିନୟ ସକ୍ସେନା, ଉତ୍ତର ପ୍ରଦେଶ ରାଜ୍ୟପାଳ ଆନନ୍ଦୀ ବେନ ପଟେଲ, ସ୍ବାଧୀନ ଭାବେ ନିର୍ବାଚନ ଲଢୁଥିବା କର୍ଣ୍ଣାଟକ ବିଜେପିର ବରିଷ୍ଠ ନେତା ଇଶ୍ବରପ୍ପା ମଧ୍ୟ ନିଜ ନିର୍ବାଚନ ମଣ୍ଡଳୀରେ ସକାଳୁ ମତଦାନ କରିଛନ୍ତି ।

କଂଗ୍ରେସ ହାଇକମାଣ୍ଡ ମଲ୍ଲିକାର୍ଜୁନ ଖଡଗେ ସପତ୍ନୀକ କର୍ଣ୍ଣାଟକରେ ନିଜ ଗୃହ ସଂସଦୀୟ କ୍ଷେତ୍ରରେ ମତଦାନ କରିଛନ୍ତି । ପୁଅ ତଥା କର୍ଣ୍ଣାଟକ ସରକାରରେ ମନ୍ତ୍ରୀ ଥିବା ପ୍ରିୟଙ୍କ ଖଡଗେ ମଧ୍ୟ ଭୋଟ ଦେଇଛନ୍ତି । ସେହିପରି ଉତ୍ତର ପ୍ରଦେଶରେ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ସାମାଜବାଦୀ ପାର୍ଟି ସୁପ୍ରିମୋ ଅଖିଳେଶ ଯାଦବ, ପତ୍ନୀ ତଥା ଚଳିତଥରର ପ୍ରାର୍ଥିନୀ ଡିମ୍ପଲ ଯାଦବଙ୍କ ସହ ମତଦାନ କେନ୍ଦ୍ରରେ ପହଞ୍ଚି ସାମ୍ବିଧାନିକ ଅଧିକାର ସାବ୍ୟସ୍ତ କରିଛନ୍ତି ।

ଏହା ମଧ୍ୟ ପଢନ୍ତୁ :- ତୃତୀୟ ପର୍ଯ୍ୟାୟ ଫ୍ଲାସବ୍ୟାକ୍: ୨୦୧୯ରେ ୯୩ ଆସନରୁ ୮୦ରେ ବିଜୟୀ ହୋଇଥିଲା ବିଜେପି - Third Phase Of Lok Sabha Election

ଆଜି ପର୍ଯ୍ୟାୟରେ ଏକାଧିକ ପ୍ରମୁଖ ରାଜନେତା ନିଜ ନିର୍ବାଚନୀ ଭାଗ୍ୟ ପରୀକ୍ଷା ଦେଉଛନ୍ତି । ବିଜେପିର ମୁଖ୍ୟ ରଣନୀତିକାର ତଥା କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ, ପୂର୍ବତନ ମଧ୍ୟ ପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ, କେନ୍ଦ୍ରମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ, ଶରଦ ପାଓ୍ବାରଙ୍କ ଝିଅ ସୁପ୍ରିୟା ସୁଲେ, ଅଜିତ ପାଓ୍ବାରଙ୍କ ପତ୍ନୀ ସୁନେତ୍ରା ପାଓ୍ବାର, ‘ସପା’ ମୁଖ୍ୟ ଅଖିଳେଶ ଯାଦବଙ୍କ ପତ୍ନୀ ଡିମ୍ପଲ ଯାଦବ, ମଧ୍ୟ ପ୍ରଦେଶ ପୂର୍ବତନ ମୁଖ୍ୟମନ୍ତ୍ରୀ ଦିଗବିଜୟ ସିଂହ, କେନ୍ଦ୍ରମନ୍ତ୍ରୀ ପ୍ରହ୍ଲାଦ ଯୋଶୀ ପ୍ରମୁଖ ଚଳିତ ପର୍ଯ୍ୟାୟର ପ୍ରାର୍ଥୀ ଭାବେ ମୈଦାନରେ ରହିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.