ହାଇଦ୍ରାବାଦ: ଆସନ୍ତାକାଲି ଗଣତନ୍ତ୍ରର ମହାପର୍ବ । ସରିଛି ପ୍ରଚାର । ଝାଳନାଳ ବୁହାଇ ପ୍ରଚାର ମୈଦାନରେ କସରତ କରିବା ପରେ ଏବେ ଆସିଛି ପରୀକ୍ଷାର ଘଡ଼ି । ଏପ୍ରିଲ 19 ତାରିଖ ଆସି ପହଞ୍ଚିଛି । କାଲି ଭୋଟ ଦେଇ ନିଜ ନେତା ବାଛିବେ ମତଦାତା । 21ଟି ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳରେ 102ଟି ଆସନ ଲାଗି ପଡ଼ିବ ଭୋଟ । 1625 ପ୍ରାର୍ଥୀଙ୍କ ଭାଗ୍ୟ ପରୀକ୍ଷା ହେବ । କେଉଁ ସିଟରେ କିଏ ମାରିବ ବାଜି ? କାହା ହାତରୁ ଖସିବ କ୍ଷମତା ? ଏନେଇ ଧଡ଼ଧଡ଼ ନେତାଙ୍କ ଛାତି ।

18ତମ ଲୋକସଭା ନିର୍ବାଚନ 28ଟି ରାଜ୍ୟ ଓ 8ଟି କେନ୍ଦ୍ରଶାସିତ ଅଞ୍ଚଳରେ 7ଟି ପର୍ଯ୍ୟାୟରେ ଅନୁଷ୍ଠିତ ହେବ । ଜୁନ 4 ତାରିଖରେ ଭୋଟ ଗଣତି ହେବ । ଏପ୍ରିଲ 19 ପ୍ରଥମ ପର୍ଯ୍ୟାୟ ମତଦାନ ଥିବା ବେଳେ ବାକି 6 ପର୍ଯ୍ୟାୟ ମତଦାନ ଯଥାକ୍ରମେ ଏପ୍ରିଲ 26, ମେ 7, ମେ 13, ମେ 20, ଜୁନ 1 ତାରିରେ ଅନୁଷ୍ଠିତ ହେବ । ଏହାପରେ ଜୁନ 4 ତାରିଖରେ ହେବ ଭୋଟ ଗଣତି ।

ସରିଛି ପ୍ରଚାର, ନିସ୍ତବ୍ଦ ମୈଦାନ:- ଲୋକସଭା ନିର୍ବାଚନର ପ୍ରଥମ ପର୍ଯ୍ୟାୟ ପାଇଁ ପ୍ରଚାର ଅଭିଯାନ ଉତ୍ତର ପୂର୍ବରେ ବୁଧବାର ଅପରାହ୍ନ 3 ଟାରେ ଶେଷ ହୋଇଥିବା ବେଳେ ସନ୍ଧ୍ୟା 6ଟାରେ ଅନ୍ୟ ଅଞ୍ଚଳରେ ଶେଷ ହୋଇଛି । ନିର୍ବାଚନର 48 ଘଣ୍ଟା ପୂର୍ବରୁ ନିରବତା ଅବଧିକୁ ବଢାଯାଏ । ଅର୍ଥାତ କୌଣସି ପ୍ରକାର ପ୍ରଚାରକୁ ନିଷେଧ କରାଯାଏ । ଏଥିରେ ସାଧାରଣ ସଭା, ଭାଷଣ, ସାକ୍ଷାତକାର ଏବଂ ଗଣମାଧ୍ୟମ ମାଧ୍ୟମରେ ନିର୍ବାଚନ ସମ୍ବନ୍ଧୀୟ ପ୍ରଚାର ପ୍ରସାର ଅନ୍ତର୍ଭୁକ୍ତ । ଯାହାଦ୍ବାରା ମତଦାତାଙ୍କୁ ନିଜ ନେତା ବାଛିବା ଲାଗି ଏକ ଶାନ୍ତ ପରିବେଶ ମିଳେ । ଫଳରେ ବିନା କୌଣସି ପ୍ରଭାବରେ ମତଦାତାମାନେ ସେମାନଙ୍କର ନେତା ବାଛିପାରିବେ । ପ୍ରଥମ ପର୍ଯ୍ୟାୟ ମତଦାନ ଲାଗି ସାଇଲେନ୍ସ ପିରିୟଡ ବା ନିରବ କାଳ ଏପ୍ରିଲ 17 ସନ୍ଧ୍ୟା 5ଟାରୁ ଆରମ୍ଭ ହୋଇଛି ।
ପ୍ରଥମ ପର୍ଯ୍ୟାୟରେ ମତଦାନକୁ ଯାଉଥିବା ନିର୍ବାଚନମଣ୍ଡଳୀ |
ଆଣ୍ଡାମାନ ଓ ନିକୋବର ଦ୍ବୀପପୁଞ୍ଜ | ଆଣ୍ଡାମାନ ଓ ନିକୋବର ଦ୍ବୀପପୁଞ୍ଜ |
ଅରୁଣାଚଳ ପ୍ରଦେଶ | ଅରୁଣାଚଳ ପ୍ରଦେଶ (ପୂର୍ବ), ଅରୁଣାଚଳ ପ୍ରଦେଶ (ପଶ୍ଚିମ) |
ଆସାମ | ଦିବ୍ରୁଗଡ଼, ଜୋରାହାଟ, କାଜିରଙ୍ଗା, ଲଖିମପୁର, ସୋନିତପୁର |
ବିହାର | ଔରଙ୍ଗାବାଦ, ଗୟା, ଜମୁଇ, ନୱାଡା |
ଜମ୍ମୁକାଶ୍ମୀର | ଉଧମପୁର |
ଛତିଶଗଡ଼ | ବସ୍ତର |
ଲାକ୍ଷାଦ୍ବୀପ | ଲାକ୍ଷାଦ୍ବୀପ |
ମଧ୍ୟ ପ୍ରଦେଶ | ଛିନ୍ଦୱାରା, ବାଲଘାଟ, ଜବଲପୁର, ମଣ୍ଡଳା, ସିଧି, ଶାହଦୋଲ |
ମହାରାଷ୍ଟ୍ର | ଚନ୍ଦରପୁର, ଭଣ୍ଡାରା-ଗୋଣ୍ଡିଆ, ଗଡଚିରୋଲି-ଚିମୁର, ରମତେକ, ନାଗପୁର |
ମଣିପୁର | ଆଭ୍ୟନ୍ତରୀଣ ମଣିପୁର, ବାହ୍ୟ ମଣିପୁର |
ରାଜସ୍ଥାନ | ଗଙ୍ଗାନଗର, ବିକାନେର, ଚୁରୁ, ଝୁଞ୍ଝୁନୁ, ସିକର, ଜୟପୁର ଗ୍ରାମୀଣ, ଜୟପୁର, ଅଲୱାର, ଭରତପୁର, କରୌଲି-ଢୋଲପୁର, ଦଉସା, ନାଗୌର |
ମେଘାଳୟ | ସିଲଙ୍ଗ, ତୁରା |
ମିଜୋରାମ | ମିଜୋରାମ |
ନାଗାଲାଣ୍ଡ | ନାଗାଲାଣ୍ଡ |
ପୁଡୁଚେରୀ | ପୁଡୁଚେରୀ |
ସିକିମ | ସିକିମ |
ତାମିଲନାଡୁ | ତିରୁଭଲ୍ଲୁର, ଚେନ୍ନାଇ ଉତ୍ତର, ଚେନ୍ନାଇ ଦକ୍ଷିଣ, ଚେନ୍ନାଇ ମଧ୍ୟ, ଶ୍ରୀପେରୁମ୍ବୁଦୁର, କାଞ୍ଚିପୁରମ୍, ଅରାକୋନାମ, ଭେଲୋର, କ୍ରୀଷ୍ଣଗିରି, ଧର୍ମପୁରୀ, ତିରୁଭନ୍ନାମାଲାଇ, ଆରାନି, ଭିଲୁପୁରମ, କାଲାକୁରିଚି, ସଲେମ, ନମକ୍କଲ, ଇରୋଡ, ତିରୁପୁରୁ, ନୀଳଗିରି, କୋଇମ୍ବାଟୁର, ପୋଲ୍ଲାଚି, ଦିଣ୍ଡିଗୁଲ, କରୁର, ତିରୁଚିରାପଲ୍ଲୀ, ପେରମ୍ବାଲୁର, କୁଡାଲୋର, ଚିଦାମ୍ବରମ, ମାୟିଲାଡୁଥୁରାଇ, ନାଗପାଟ୍ଟିନମ, ଥାଞ୍ଜାଭୁର, ସିଭଗଙ୍ଗା, ମଦୁରାଇ, ଥେନି, ବିରୁଧୁନଗର, ରାମନାଥପୁରମ୍, ଥୋଥୁକ୍କୁଡି, ଟେନକାସୀ, ତିରୁନେଲଭେଲି, କନ୍ୟାକୁମାରୀ |
ତ୍ରିପୁରା | ତ୍ରିପୁରା ପଶ୍ଚିମ |
ଉତ୍ତରାଖଣ୍ଡ | ତେହରି ଗରହୱାଲ, ଗରହୱାଲ, ଅଲମୋରା, ନୈନିତାଲ-ଉଧମସିଂ ନଗର, ହରିଦ୍ବାର |
ପଶ୍ଚିମବଙ୍ଗ | କୁଚ୍ଛବେହର, ଅଲିପୁର୍ଦୁଆସ, ଜଲପାଇଗୁଡ଼ି |
ଉତ୍ତର ପ୍ରଦେଶ | ସାହାର୍ଣ୍ଣପୁର, କୈରାଣା, ମୁଜ୍ଜଫରନଗର, ବିଞ୍ଜୋର, ମୁରାଦାବାଦ, ରାମପୁର, ପିଲିଭିତ |

ପ୍ରଥମ ପର୍ଯ୍ୟାୟରେ ପ୍ରମୁଖ ନିର୍ବାଚନମଣ୍ଡଳୀ: ଲୋକସଭା ନିର୍ବାଚନର ପ୍ରଥମ ପର୍ଯ୍ୟାୟରେ ପ୍ରମୁଖ ନିର୍ବାଚନମଣ୍ଡଳୀ ମଧ୍ୟରେ ରହିଛି ଆସାମର ଦିବ୍ରୁଗଡ ଏବଂ ସୋନୀତପୁର, ବିହାରର ଜାମୁଇ, ଛତିଶଗଡର ବସ୍ତର, ଜାମ୍ମୁ କାଶ୍ମୀରର ଉଧମପୁର, ମଧ୍ୟପ୍ରଦେଶର ଚିଣ୍ଡଓ୍ବାର ଏବଂ ରାଜସ୍ଥାନର ବିକାନେର ରହିଛି । ସେହିପରି ତାମିଲନାଡୁର ଉତ୍ତର, ଦକ୍ଷିଣ ଚେନ୍ନାଇ, ସେଣ୍ଟ୍ରାଲ ଏବଂ କୋଏମ୍ବାଟୁର, ଉତ୍ତରପ୍ରଦେଶର ମୁଜାଫରନାଗର ଏବଂ ପିଲିବିଟ୍, ଏବଂ ପଶ୍ଚିମବଙ୍ଗର କୋଚବେହାର ।

ପ୍ରଥମ ପର୍ଯ୍ୟାୟରେ ପ୍ରମୁଖ ଚେହେରା: 2024 ଲୋକସଭା ନିର୍ବାଚନର ପ୍ରଥମ ପର୍ଯ୍ୟାୟ ନିର୍ବାଚନରେ ଜିତେନ୍ଦ୍ର ସିଂ (ଉଧମପୁର), ଚିରାଗ ପାସୱାନ (ଜାମୁଇ), ନକୁଳ ନାଥ (ଚିଣ୍ଡୱାରା), କେ ଅନ୍ନାମଲାଇ (କୋଏମ୍ବାଟୁର), ଏଲ ମୁରୁଗାନ (ନୀଳଗିରି), ତାମିଲସାଇ ସୌନ୍ଦରାରାଜନ (ଚେନ୍ନାଇ ସାଉଥ), ପନ୍ ରାଧାକ୍ରିଷ୍ଣନ୍ (କନ୍ୟାକୁମାରୀ), କାନିମୋଝି କରୁଣାନିଧି (ଥୋଥୁକ୍କୁଡି), ଭି ଭୈଥିଲିଙ୍ଗମ୍ (ପୁଡୁଚେରୀ), ହରେନ୍ଦ୍ର ସିଂ ମଲିକ୍ (ମୁଜାଫରନଗର), ସଞ୍ଜିବ ବାଲିଆନ୍ (ମୁଜାଫରନଗର), ଜିତିନ ପ୍ରସାର, (କୁଚବେହାର), ଯିତେନ ପ୍ରସାଦ(ପିଲିଭିଟ), ନିତିଶ ପ୍ରମାଣିକ(କୁଚବେହାର) ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ