ETV Bharat / bharat

ରାଜନୀତିରେ ୩ ଚର୍ଚ୍ଚିତ ମହିଳା: ୨ ଜଣ ମୁଖ୍ୟମନ୍ତ୍ରୀଙ୍କ ପତ୍ନୀ, ଆଉ ଜଣେ ଉପମୁଖ୍ୟମନ୍ତ୍ରୀଙ୍କ ଅର୍ଦ୍ଧାଙ୍ଗିନୀ - LOK SABHA ELECTION 2024 - LOK SABHA ELECTION 2024

Lok Sabha Election 2024: ଲୋକସଭା ନିର୍ବାନରେ ସାମ୍ନାକୁ ଆସିବ 3 ନୂଆ ମହିଳାଙ୍କ ଚେହେରା । 2 ଜଣଙ୍କ ସ୍ବାମୀ ଜେଲରେ ରହିଥିବା ବେଳେ ଚର୍ଚ୍ଚାରେ ରହିଛନ୍ତି ପତ୍ନୀ । ଅଧିକ ପଢନ୍ତୁ,

Lok Sabha Election
Lok Sabha Election
author img

By ETV Bharat Odisha Team

Published : Apr 2, 2024, 2:28 PM IST

ହାଇଦ୍ରାବାଦ: 2024 ଲୋକସଭା ନିର୍ବାଚନ ପାଇଁ ତାରିଖ ଘୋଷଣା ହୋଇସାରିଥିବା ବେଳେ ପ୍ରସ୍ତୁତି ଆରମ୍ଭ କରିଛନ୍ତି ଦଳ । ସାରା ଦେଶରେ ଦଳ ଦଳ ମଧ୍ୟରେ ଆରୋପ ପ୍ରତ୍ୟାରୋପ ମଧ୍ୟ ଜାରି ରହିଛି । ଏହାରି ମଧ୍ୟରେ ଲୋକସଭା ନିର୍ବାଚନରେ ସାଧାରଣ ନାଗରିକଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି 3 ମହିଳା । ଗଣମାଧ୍ୟମରେ ଶିରୋନାମା ସାଜିଛନ୍ତି । ରାଜନେତାଙ୍କ ପତ୍ନୀମାନେ ଜୀବନସାଥି ସହିତ ରାଜନୀତିରେ ମଧ୍ୟ ସହଯୋଗର ସାଥି ସାଜିଛନ୍ତି । ଏହି 3 ଜଣ ମହିଳା ହେଉଛନ୍ତି, ଜେଲରେ ରହିଥିବା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲଙ୍କ ପତ୍ନୀ ସୁନିତା କେଜ୍ରିଓ୍ବାଲ, ଝାଡ଼ଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ପତ୍ନୀ କଳ୍ପନା ସୋରେନ ଏବଂ ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାରଙ୍କ ପତ୍ନୀ ସୁନେତ୍ରା ପାୱାର ରାଜନୀତିରେ ଡେବ୍ୟୁ କରିବାକୁ ଯାଉଛନ୍ତି ।

ସୁନିତା ଏବଂ କଳ୍ପନାଙ୍କ ନାମ ଆନୁଷ୍ଠାନିକ ଭାବେ ରାଜନୀତିରେ ସାମିଲ ହୋଇନଥିଲେ ହେଁ ସ୍ବାମୀମାନେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଦ୍ବାରା ଗିରଫ ହେବା ପରେ ଚର୍ଚ୍ଚାକୁ ଆସିଛନ୍ତି । ଦୁହେଁ ରାଜନୀତିରେ ଯୋଗ ଦେବେ ବୋଲି ଚର୍ଚ୍ଚା ହେଉଛି । ନିକଟରେ କେଜ୍ରିଓ୍ବାଲଙ୍କ ଗିରଫକୁ ବିରୋଧ କରି ଇଣ୍ଟିଆ ମେଣ୍ଟ ପକ୍ଷରୁ ନୂଆଦିଲ୍ଲୀର ରାମଲୀଳା ମୈଦାନରେ ରଣହୁଙ୍କାର କରିଥିବା ବେଳେ ସୁନିତା ଏବଂ କଳ୍ପନା ଯୋଗଦେଇ ଜନସଭାକୁ ସମ୍ବୋଧିତ କରିଥିଲେ । ଲୋକସଭା ନିର୍ବାଚନ ପୂର୍ବରୁ ପୂର୍ବତନ ରାଜସ୍ବ ସେବା ଅଧିକାରୀ ସୁନୀତା କେଜ୍ରିଓ୍ବାଲ ଆପ୍ ପାଇଁ ଏବଂ କଳ୍ପନା ସୋରେନ ଜେଏମଏମ ପାଇଁ ପ୍ରଚାର ମୈଦାନକୁ ଓହ୍ଲାଇବେ ।

ଏହା ମଧ୍ୟ ପଢନ୍ତୁ: ଓଡ଼ିଶା ଝିଅ, ଝାଡ଼ଖଣ୍ଡ ବୋହୂ: ଲୋକସଭା ନିର୍ବାଚନରେ ହେବେ କି ମୁହାଁମୁହିଁ ? - Odia Women in Jharkhand Politics

କଳ୍ପନା ସୋରେନ:

kalpana Soren
kalpana Soren

2006 ମସିହାରେ ହେମନ୍ତ ସୋରେନଙ୍କୁ ବିବାହ କରିଥିଲେ କଳ୍ପନା ସୋରେନ । ସେ ଓଡିଶାର ମୟୂରଭଞ୍ଜ ବାସିନ୍ଦା ହୋଇଥିବା ବେଳେ ଏମବିଏ ଡିଗ୍ରୀ ତାଙ୍କର ଯୋଗ୍ୟତା ରହିଛି । ତାଙ୍କର ଦୁଇଟି ପୁଅ ରହିଥିବା ବେଳେ ଝାଡଖଣ୍ଡରେ ଏକ ବିଦ୍ୟାଳୟ ଚଳାଉଛନ୍ତି । ତେବେ ହେମନ୍ତ ସୋରେନଙ୍କୁ ED ଗିରଫ କରିବା ପରେ ସେ ମାର୍ଚ୍ଚ 4 ତାରିଖରେ ଜେଏମଏମର 51ତମ ପ୍ରତିଷ୍ଠା ଦିବସ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ସେ ଝାଡଖଣ୍ଡ ଗାଣ୍ଡେ ବିଧାନସଭା ଉପ-ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ପ୍ରସ୍ତୁତ ହେଉଥିବା ନେଇ ଚର୍ଚ୍ଚା ହେଉଛି । ଯଦି କକଳ୍ପନା ସୋରେନ ବିଧାନସଭା ଉପ-ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରି ବାଜି ମାରନ୍ତି, ତାଙ୍କୁ ବର୍ତ୍ତମାନର ଚମ୍ପାଇ ସୋରେନଙ୍କ ସ୍ଥାନରେ ସ୍ଥାନ ମିଳିପାରେ । ଅର୍ଥାତ କଳ୍ପନା ହୋଇ ପାରନ୍ତି ଝାଡ଼ଖଣ୍ଡର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ।

ଏହା ମଧ୍ୟ ପଢନ୍ତୁ: ଦିଲ୍ଲୀରେ କେଜ୍ରିଓ୍ବାଲଙ୍କ ପତ୍ନୀ ସୁନିତାଙ୍କୁ ଭେଟିଲେ କଳ୍ପନା ସୋରେନ - Kalpana Soren Meets Sunita Kejriwal

ସୁନିତା କେଜ୍ରିଓ୍ବାଲ:

Sunita kejriwal
Sunita kejriwal

ସୁନୀତା କେଜ୍ରିଓ୍ବାଲ ଭୋପାଳର ଏକ ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ଅରବିନ୍ଦ କେଜ୍ରିଓ୍ବାଲଙ୍କ ସହିତ ଦେଖା ହୋଇଥିଲା । ଏହାପରେ ସମ୍ପର୍କ ଗଢି ଉଠିଥିବା ବେଳେ ଦୁହେଁ ବିବାହ କରିଥିଲେ । ସୁନିତା 1994-ବ୍ୟାଚ୍ ଆଇଆରଏସ ଅଧିକାରୀ ହୋଇଥିବାବେଳେ ଅରବିନ୍ଦ କେଜ୍ରିୱାଲ 1995-ବ୍ୟାଚ୍ ଆଇଆରଏସ ଅଧିକାରୀ । ସେ 2016ରେ ଆୟକର ବିଭାଗରୁ ସ୍ବେଚ୍ଛାକୃତ ଅବସର ନେଇଥିଲେ । ଯଦିଓ ସେ ରାଜନୀତିରେ ପ୍ରବେଶ କରିନାହାନ୍ତି, ତଥାପି କେଜ୍ରିଓ୍ବାଲଙ୍କ ସହିତ ସେ ସର୍ବଦା ରହିଥାଆନ୍ତି । 2014 ଲୋକସଭା ନିର୍ବାଚନରେ ବାରାଣସୀ ଲୋକସଭା ଆସନରେ ମୋଦିଙ୍କ ବିପକ୍ଷରେ ହାରିଥିଲେ କେଜ୍ରିଓ୍ବାଲ । ସେହି ସମୟରେ ସ୍ବାମୀଙ୍କ ସାଥ ଦେଇଥିଲେ ସୁନିତା । 2015 ଦିଲ୍ଲୀ ବିଧାନସଭା ନିର୍ବାଚନରେ ଆପ୍ ବାଜିମାତ କରିବା ପରେ ସେ ଶ୍ରେୟ ନିଜ ସ୍ତ୍ରୀକୁ ଦେଇଥିଲେ । ବର୍ତ୍ତମାନ ସ୍ବାମୀ ପାଇଁ ଲଢି ଚର୍ଚ୍ଚାରେ ରହିଛନ୍ତି ସୁନିତା । ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲାରେ ଇଡି ଦ୍ବାରା ଗିରଫ କେଜ୍ରିୱାଲ ଏବେ ତିହାର ଜେଲରେ । ଯଦି ତାଙ୍କୁ ବେଲ୍ ନମିଳେ ଏବଂ ସେ ଯଦି ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦିଅନ୍ତି, ତେବେ ସୁନିତା ଦିଲ୍ଲୀରେ ଆପ୍ ସରକାରର ନେତୃତ୍ବ ନେଇ ପାରନ୍ତି । ଅର୍ଥାତ ସୁନିତା ଦିଲ୍ଲୀର ମୁଖ୍ୟମନ୍ତ୍ରୀ ମଧ୍ଯ ହୋଇ ପାରନ୍ତି ।

ସୁନେତ୍ରା ଅଜିତ ପାଓ୍ବାର:

Sunetra Pawar
Sunetra Pawar

ମହାରାଷ୍ଟ୍ର ରାଜନୀତିରେ ହେଡଲାଇନ ସୃଷ୍ଟି କରିଥିବା ମହିଳା ହେଉଛନ୍ତି ଅଜିତ ପାୱାରଙ୍କ 60 ବର୍ଷୀୟ ପତ୍ନୀ ସୁନେତ୍ରା ଅଜିତ ପାୱାର । ସେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶରଦ ପାୱାରଙ୍କ ବିରୋଧରେ ବିଦ୍ରୋହ କରିଥିଲେ । ସୁନେତ୍ତରା ପୁନେ ଜିଲ୍ଲା ବାରମତି ଲୋକସଭା ଆସନରୁ NCPରୁ ମଇଦାନକୁ ଓହ୍ଲାଇବେ । ତାଙ୍କର ମୁକାବିଲା ଶରଦ ପାୱାରଙ୍କ ଝିଅ ସୁପ୍ରିୟା ସୁଲେଙ୍କ ସହ ହେବ । ଭାରତୀୟ ଜନତା ପାର୍ଟି ଏବଂ ଏକନାଥ ସିନ୍ଦେଙ୍କ ନେତୃତ୍ୱାଧୀନ ଶିବସେନାକୁ ସୁନେତ୍ରାଙ୍କ ସମର୍ଥନ ରହିଛି । ସୁନେତ୍ରା ନିର୍ବାଚନ ମୈଦାନକୁ ଓହ୍ଲାଇଥିବା ବେଳେ, ପାଓ୍ବାର ପରିବାରରେ ଉତ୍ତରାଧିକାରୀ ମଧ୍ୟ ହୋଇ ପାରନ୍ତି । କିନ୍ତୁ ତାଙ୍କ ଶ୍ୱଶୁର ଶରଦ ପାୱାର ଏବଂ ନଣନ୍ଦ ସୁପ୍ରିୟା ସୁଲେଙ୍କୁ ଟକ୍କର ଦେବା ଏତେଟା ସହଜ ହେବ ନାହିଁ ବୋଲି ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି ।

ବ୍ୟୁରୋ ରିପୋର୍ଟ, ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.