ETV Bharat / bharat

ମତଦାନରେ ଭାରତର ବିଶ୍ବ ରେକର୍ଡ, ମତସାବ୍ୟସ୍ତ କରିଛନ୍ତି 64 କୋଟିରୁ ଅଧିକ ଭୋଟର - ECI ON LOK SABHA RECORD VOTING

author img

By ETV Bharat Odisha Team

Published : Jun 3, 2024, 1:27 PM IST

Updated : Jun 3, 2024, 2:27 PM IST

ECI SAYS INDIA SETS WORLD RECORD IN VOTING: ଭୋଟିଂରେ ଭାରତର ବିଶ୍ବ ରେକର୍ଡ । ଭାରତରେ ମୋଟ 64.2 କେଟି ଭୋଟର ମତସାବ୍ୟସ୍ତ କରିଥିବା ପ୍ରେସମିଟରେ ସୂଚନା ଦେଲେ ମୁଖ୍ୟ ନିର୍ବାଚନ କମିଶନର ରାଜୀବ କୁମାର । ଅଧିକ ପଢନ୍ତୁ

ECI pressmeet
ECI pressmeet (ETV BHARAT ODISHA)

ନୂଆଦିଲ୍ଲୀ: ଆସନ୍ତାକାଲି ପ୍ରକାଶ ପାଇବ ସାଧାରଣ ନିର୍ବାଚନ ୨୦୨୪ର ଜନାଦେଶ । ଲୋକସଭା ନିର୍ବାଚନ ଫଳାଫଳ ପୂର୍ବରୁ ଭାରତୀୟ ନିର୍ବାଚନ କମିଶନରଙ୍କ ପ୍ରେସମିଟ । 'ଚଳିତ ବର୍ଷ ଭୋଟିଂରେ ବିଶ୍ବ ରେକର୍ଡ କରିଛି ଭାରତ । ମୋଟ 64.2 କେଟି ଭୋଟର ନିଜର ମତସାବ୍ୟସ୍ତ କରି ଏହି ରେକର୍ଡ କରିଛନ୍ତି । ଯାହା G7 ଦେଶର ମୋଟ ମତଦାତାଙ୍କ ଠାରୁ ଭାରତରେ 1.5 ପ୍ରତିଶତ ଅଧିକ ଭୋଟର୍ । 2019 ଅପେକ୍ଷା ଚଳିତ ବର୍ଷ ଦେଶରେ ମହିଳା ମତଦାତାଙ୍କ ସଂଖ୍ୟା ବୃଦ୍ଧି ହୋଇଛି ।' ମୋଟ 312 ମିଲିୟନ ମହିଳା ଭୋଟ ଦେଇଥିବା କହିଛନ୍ତି ମୁଖ୍ୟ ନିର୍ବାଚନ କମିଶନର ରାଜୀବ କୁମାର । ନିର୍ବାଚନରେ ବିପୁଳ ମାତ୍ରାରେ ଭୋଟ ଦେଇଥିବାରୁ ସମସ୍ତ ଭୋଟରଙ୍କୁ ଧନ୍ୟବାଦ ଜଣାଇଥିଲେ ।

ନିର୍ବାଚନୀ ପ୍ରକ୍ରୀୟାରେ 68,000 ରୁ ଅଧିକ ମନିଟରିଂ ଦଳ, 1.5 କୋଟି ଭୋଟର ଏବଂ ସୁରକ୍ଷା କର୍ମୀ ସାମିଲ ହୋଇଥିଲେ । ସୋସିଆଲ ମିଡିଆରେ ନିର୍ବାଚନ କମିଶନରଙ୍କୁ ଲାପତା ଜେଣ୍ଟଲମ୍ୟାନ କୁହାଯାଇଥିବା ମିମ୍ସକୁ ନେଇ ମତ ରଖିଥିଲେ ରାଜୀବ କୁମାର । ''ଆମେ ସବୁବେଳେ ଏଠାରେ ଥିଲୁ, କେବେ ବି ଅଦୃଶ୍ୟ ହୋଇନଥିଲୁ । ଏବେ ମେମରେ କହିପାରନ୍ତି କି ଯେ ଲାପତା ଜେଣ୍ଟଲମ୍ୟାନ ଫେରି ଆସିଛନ୍ତି । 2024 ଲୋକସଭା ନିର୍ବାଚନ ପାଇଁ ପ୍ରାୟ ଚାରି ଲକ୍ଷରୁ ଉର୍ଦ୍ଧ୍ବ ଗାଡି ବ୍ୟବହାର ହୋଇଛି । ସେହିପରି 135 ଟି ସ୍ୱତନ୍ତ୍ର ଟ୍ରେନ୍ ଏବଂ 1,692 ବିମାନ ଉଡାଣ କରାଯାଇଥିଲା ।

ଭୋଟିଂରେ ଭାରତର ବିଶ୍ବ ରେକର୍ଡ
ଭୋଟିଂରେ ଭାରତର ବିଶ୍ବ ରେକର୍ଡ (ETV Bharat Odisha)

ଏହା ମଧ୍ୟ ପଢନ୍ତୁ-କାଲି ଆସିବ ଜନାଦେଶ, ଆଜି ମଧ୍ୟାହ୍ନରେ ପ୍ରେସମିଟ କରିବେ ନିର୍ବାଚନ ଆୟୁକ୍ତ - election results 2024

ନିର୍ବାଚନ କର୍ମଚାରୀଙ୍କ ଦାୟିତ୍ବବାନ କାର୍ଯ୍ୟ ହେତୁ ଆମେ କମ୍ ସ୍ଥାନରେ ସାନି ମତଦାନ କରିଛୁ । 2019ରେ 540 ସିଟରେ ରିପୋଲିଂ ହୋଇଥିବା ବେଳେ ଏଥର ମାତ୍ର 39 ବୁଥରେ ସାନି ମତଦାନ ହୋଇଛି । ଏଥି ମଧ୍ୟରୁ 25 ବୁଥ କେବଳ 2ଟି ରାଜ୍ୟରେ ରହିଛି । ଜାମ୍ମୁ କାଶ୍ମୀର ଚାରି ଦଶନ୍ଧି ମଧ୍ୟରେ ସର୍ବାଧିକ 58.58 ପ୍ରତିଶତ ମତଦାନ ହୋଇଛି ଏବଂ ଘାଟିରେରେ 51.05 ପ୍ରତିଶତ ମତଦାନ ରେକର୍ଡ ହୋଇଛି ।

ମତଦାନ ସମୟରେ ନଗଦ ଟଙ୍କା, ଉପହାର, ଡ୍ରଗ୍ସ ଏବଂ ମଦ ସମେତ 10,000 କୋଟି ଜବତ କରାଯାଇଛି । ଯାହା 2019 ନିର୍ବାଚନ ତୁଳନାରେ 3 ଗୁଣା ଅଧିକ । 2019 ରେ 3500 କୋଟି ଟଙ୍କା ଜବତ କରାଯାଇଥିଲା । ଭୋଟିଂ ବେଳେ ଝାଡ଼ଖଣ୍ଡ, ଛତିଶଗଡ଼ ଓ ଓଡ଼ିଶାରେ ମାଓ ହିଂସା ହୋଇନି ବୋଲି ପ୍ରେସମିଟରେ କହିଛନ୍ତି ନିର୍ବାଚନ କମିଶନର ।

Last Updated : Jun 3, 2024, 2:27 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.