ହାଇଦ୍ରାବାଦ: ଆସନ୍ତାକାଲି (ଏପ୍ରିଲ 19)ଠୁ ଆରମ୍ଭ ହେବାକୁ ଯାଉଛି ଗଣତନ୍ତ୍ରର ମହାପର୍ବ । ଲୋକସଭା ନିର୍ବାଚନ 2024 ପାଇଁ ଶୁକ୍ରବାର 21ଟି ରାଜ୍ୟର 102 ଲୋକସଭା ଆସନ ଲାଗି ପଡ଼ିବ ଭୋଟ । ମତଦାନ ଲାଗି ଆବଶ୍ୟକ ହୋଇଥାଏ ଭୋଟ ପରିଚୟ ପତ୍ର । ତେବେ ଯଦି ଆପଣଙ୍କ ନିକଟରେ ଏହା ନାହିଁ ତେବେ ଚିନ୍ତିତ ହୁଅନ୍ତୁ ନାହିଁ । ଭୋଟର ପରିଚୟ ପତ୍ର ମଧ୍ୟ ଆପଣ ଗଣତନ୍ତ୍ରର ମହାପର୍ବରେ ସାମିଲ ହୋଇପାରିବେ । ନିର୍ବାଚନ ଆୟୋଗ ଭୋଟର ଆଇକାର୍ଡ ବିନା ମତଦାନ କରିବା ଲାଗି ଅନୁମତି ପ୍ରଦାନ କରିଛନ୍ତି । ହେଲେ ସେଥିଲାଗି ଆବଶ୍ୟକ କିଛି ଜରୁରୀ ଡକ୍ୟୁମେଣ୍ଟ ।
ଆବଶ୍ୟକ ଏହି 12 ଡକ୍ୟୁମେଣ୍ଟ: ଯଦି କୌଣସି ମତଦାତାଙ୍କ ନିକଟରେ ଭୋଟର ପରିଚୟ ପତ୍ର ନାହିଁ, ତେବେ ସେମାନେ ମଧ୍ୟ ଭୋଟ ଦେଇ ନିଜ ନେତା ବାଛିପାରିବେ । ଏଥିଲାଗି ଆବଶ୍ୟକ ରହିଛି 12ଟି ଡକ୍ୟୁମେଣ୍ଟ । ଏହି ଡକ୍ୟୁମେଣ୍ଟ ମଧ୍ୟରୁ ଆପଣ ଯେକୌଣସି ଗୋଟିଏ ପରିଚୟ ପତ୍ର ଦେଖାଇ ଭୋଟ ଦେଇପାରିବେ । 12 ଫଟୋ ପରିଚୟ ପତ୍ର ମଧ୍ୟରେ ରହିଛି ଆଧାର କାର୍ଡ, MNREGA ଜବ୍ କାର୍ଡ, ଡ୍ରାଇଭିଂ ଲାଇସେନ୍ସ, ପାନ୍ କାର୍ଡ, ଭାରତୀୟ ପାସପୋର୍ଟ, ଫଟୋ ଥିବା ପେନସନ ଡକ୍ୟୁମେଣ୍ଟ୍, କେନ୍ଦ୍ର /ରାଜ୍ୟ ସରକାର / PSU / ପବଲିକ୍ ଲିମିଟେଡ୍ କମ୍ପାନୀ ଦ୍ବାରା ଜାରି କରାଯାଇଥିବା ଫଟୋଯୁକ୍ତ ସେବା ପରଚୟ ପତ୍ର, ବ୍ୟାଙ୍କ / ପାସବୁକ୍ ଦ୍ବାରା କର୍ମଚାରୀଙ୍କୁ ଦିଆଯାଇଥିବା ଫଟୋ ସହ ସେବା ପରିଚୟ କାର୍ଡ ଅନ୍ତର୍ଭୁକ୍ତ ।
ଏହା ବି ପଢନ୍ତୁ- ଭୋଟିଂ ବେଳେ EVMରେ ତ୍ରୁଟି କିମ୍ବା ଭୁଲ୍ ବଟନ ଦବାଇଲେ କଣ କରିବେ ? ଜାଣନ୍ତୁ ବ୍ୟାକଅପ ପ୍ଲାନ୍
ସେହିପରି ପୋଷ୍ଟ ଅଫିସ ଦ୍ବାରା ଜାରି ଫଟୋଯୁକ୍ତ ପାସବୁକ୍, ଜାତୀୟ ଜନସଂଖ୍ୟା ରେଜିଷ୍ଟର ଅଧୀନରେ RGI ଦ୍ବାରା ଜାରି କରାଯାଇଥିବା ସ୍ମାର୍ଟ କାର୍ଡ, ଶ୍ରମ ମନ୍ତ୍ରାଳୟର ଯୋଜନା ଅନୁଯାୟୀ ଜାରି କରାଯାଇଥିବା ସ୍ବାସ୍ଥ୍ୟ ବୀମା ସ୍ମାର୍ଟ କାର୍ଡ, ସାଂସଦ /ବିଧାୟକ / ଏମ୍ଏଲସି ଏବଂ ସାମାଜିକ ନ୍ୟାୟ ମନ୍ତ୍ରାଳୟ ଦ୍ବାରା ଜାରି ଭିନ୍ନକ୍ଷମ ବ୍ୟକ୍ତିଙ୍କୁ ସରକାରୀ ପରିଚୟ ପତ୍ର ପ୍ରଦାନ କରାଯାଇଛି । ଭାରତ ସରକାର ଦ୍ବାରା ଜାରି ହୋଇଥିବା ଦିବ୍ୟାଙ୍ଗ ID କାର୍ଡ ଅନ୍ତର୍ଭୁକ୍ତ ।
କାଲି ପ୍ରଥମ ପର୍ଯ୍ୟାୟ ମତଦାନ:- ଆସନ୍ତାକାଲି ଅର୍ଥାତ ଏପ୍ରିଲ 19 ତାରିଖଠାରୁ କିଛି ରାଜ୍ୟ ଓ କିଛି କେନ୍ଦ୍ରଶାସିତ ଅଞ୍ଚଳର 102 ଲୋକସଭା ଆସନ ଲାଗି ପଡ଼ିବ ଭୋଟ । ସେଗୁଡ଼ିକ ହେଲା ଅରୁଣାଚଳ ପ୍ରଦେଶ, ଆସାମ, ବିହାର, ଆଣ୍ଡାମାନ ନିକୋବର ଦ୍ବୀପପୁଞ୍ଜ, ଜମ୍ମୁକାଶ୍ମୀର, ଛତିଶଗଡ଼, ଲାକ୍ଷାଦ୍ବୀପ, ମଧ୍ୟ ପ୍ରଦେଶ, ମହାରାଷ୍ଟ୍ର, ମଣିପୁର, ରାଜସ୍ଥାନ, ମେଘାଳୟ, ମିଜୋରାମ, ନାଗାଲାଣ୍ଡ, ପୁଡୁଚେରୀ, ସିକିମ, ତାମିଲନାଡୁ, ତ୍ରିପୁରା, ଉତ୍ତରାଖଣ୍ଡ, ପଶ୍ଚିମବଙ୍ଗ ଓ ଉତ୍ତର ପ୍ରଦେଶ ଅନ୍ତର୍ଭୁକ୍ତ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ