ETV Bharat / bharat

ଭୋଟ ଦେବାବେଳେ ସହିପାରିଲେନି ତାତି, ଆଖି ବୁଜିଲେ 3 ବୟସ୍କ ଭୋଟର - Three Elderly Voters Die

author img

By ETV Bharat Odisha Team

Published : Apr 19, 2024, 5:55 PM IST

Three Elderly People Die in Tamil Nadu: ତାମିଲନାଡୁରେ ଭୋଟ ଦେବା ବେଳେ ଆଖି ବୁଜିଲେ 3 ବୟସ୍କ ଭୋଟର । ଅତ୍ୟଧିକ ତାତି ଯୋଗୁଁ ଅକାଳ ବିୟୋଗ । ଅଧିକ ପଢନ୍ତୁ

Three Elderly People Die in Tamil Nadu
Three Elderly People Die in Tamil Nadu

ଚେନ୍ନାଇ: ସାରା ଦେଶରେ ଜାରି ରହିଛି 2024 ଲୋକସଭା ନିର୍ବାଚନର ପ୍ରଥମ ପର୍ଯ୍ୟାୟ ମତଦାନ । ତେବେ ଆଜି ତାମିଲନାଡୁରେ ମୋଟ 39ଟି ଲୋକସଭା ଆସନ ଲାଗି ପଡ଼ିଥିଲା ଭୋଟ । ହେଲେ ଏହି ସମୟରେ ଏକ ଦୁଃଖଦ ଘଟଣା ଘଟିଯାଇଛି । ମତଦାନ କରି ଗଣତନ୍ତ୍ରର ମହାପର୍ବରେ ସାମିଲ ହେବା ଲାଗି ଆସିଥିବା 3 ଜଣ ବୟସ୍କ ମତାଦାତା ଅତ୍ୟଧିକ ତାତି କାରଣରୁ ଆଖି ବୁଜିଛନ୍ତି । ପ୍ରଥମେ ଏହି ବୟସ୍କ ମତଦାତାମାନେ ଚେତାଶୂନ୍ୟ ହୋଇପଡ଼ିଥିବା ବେଳେ ପରେ ମୃତ୍ୟୁବରଣ କରିଛନ୍ତି ।

ସଲେମ (ପଶ୍ଚିମ) ବିଧାନସଭା ନିର୍ବାଚନମଣ୍ଡଳୀର ସୁରମଙ୍ଗଲମ ପୋଲିଂ ଷ୍ଟେସନ, କେଙ୍ଗାଭାଲ୍ଲି ବିଧାନସଭା ନିର୍ବାଚନମଣ୍ଡଳୀ ଓ ତିରୁଥାନି ବିଧାନସଭା ନିର୍ବାଚମଣ୍ଡଳୀର ନେମିଲି ପୋଲିଂ ବୁଥ ନଂ-269ରୁ ଏହି ଦୁଃଖଦ ଘଟଣା ଆସିଛି । ମୃତକଙ୍କ ନାଁ ଯଥାକ୍ରମେ ପଲାନିସ୍ବାମୀ (65), ଚିନ୍ନା ପୋନୁ (77), କାଙ୍ଗାରାଜ (72)ଙ୍କ ମୃତ୍ୟୁ ଘଟିଛି । ସଲେମ ସଂସଦୀୟ କ୍ଷେତ୍ରର ସଲେମ (ପଶ୍ଚିମ) ବିଧାସନଭା କ୍ଷେତ୍ରରୁ ଆସିଥିବା 65 ବର୍ଷୀୟ ବୃଦ୍ଧ ପଲ୍ଲାନିସ୍ବାମୀ ହଠାତ ପୋଲିଂ ଷ୍ଟେସନରେ ଚେତାଶୂନ୍ୟ ହୋଇପଡ଼ିଥିଲେ । ଏହାପରେ ତାଙ୍କର ମୃତ୍ୟୁ ଘଟିଛି । ଚିନ୍ନା ପୋନୁ ମଧ୍ୟ ସମାନ ଢଙ୍ଗରେ ମୃତ୍ୟୁ ବରଣ କରିଛନ୍ତି ।

ଏହା ବି ପଢନ୍ତୁ- ଉଦାହରଣ ସାଜିଲେ ଶତାୟୁ ଭୋଟର, ଆଶା ବାଡ଼ି ଧରି ପହଞ୍ଚିଲେ ମତଦାନ କେନ୍ଦ୍ରରେ

ତିରୁଥାନି ବିଧାନସଭା ନିର୍ବାଚନମଣ୍ଡଳୀରୁ ନେମିଲି ପୋଲିଂ ବୁଥ ନଂ-269କୁ ନିଜ ପୁଅ ଶ୍ରୀଧର ସହ ଭୋଟ ଦେବା ପାଇଁ ଆସିଥିଲେ ବୟସ୍କ ଭୋଟର କାଙ୍ଗାରାଜ । ମତଦାନ ସମୟରେ ସେ ହଠାତ ଚେତାଶୂନ୍ୟ ହୋଇପଡ଼ିଥିବା ବେଳେ ପରେ ତାଙ୍କର ତିରୁଥାନି ସରକାରୀ ହସ୍ପିଟାଲରେ ମୃତ୍ୟୁ ଘଟିଛି । ଆଜି ତାମିଲନାଡୁ ଲୋକସଭା ନିର୍ବାଚନ ପ୍ରଥମ ପର୍ଯ୍ୟାରେ ହିଁ ଶେଷ ହେବାକୁ ଯାଉଛି । ଏଠାରେ ଧରମପୁରି ନିର୍ବାଚନମଣ୍ଡଳୀରେ ସର୍ବାଧିକ 57.86 ପ୍ରତିଶତ ଭୋଟ ପଡ଼ିଥିବା ବେଳେ ସର୍ବନିମ୍ନ 41.47 ପ୍ରତିଶତ ଭୋଟ ଚେନ୍ନାଇ (କେନ୍ଦ୍ର) ନିର୍ବାଚନମଣ୍ଡଳୀରେ ପଡ଼ିଛି ।

ଅନ୍ୟପଟେ ଇନୋରର 1000 ଭୋଟର ଆମୋନିଆ ଗ୍ୟାସ ଲିକ୍‌ ପାଇଁ ଭୋଟ ବର୍ଜନ କରିବାକୁ ପ୍ରଥମେ ନିଷ୍ପତ୍ତି ନେଇଥିଲେ । ହେଲେ ପରବର୍ତ୍ତୀ ସମୟରେ ସେ ଭୋଟ ଦେବାକୁ ନିଷ୍ପତ୍ତି ନେଇ ମତଦାନ କରିଛନ୍ତି । ଇରୋଡ ଠାରେ ପିଙ୍କ୍‌ ବୁଥ୍‌ ସ୍ଥାପିତ ହୋଇଥିବା ବେଳେ ମହିଳା ଭୋଟରମାନେ ଏଠାରେ ମତଦାନ କରିଛନ୍ତି । ସେପଟେ ରାଜ୍ୟ ନିର୍ବାଚନ ଅଧିକାରୀ ସତ୍ୟବ୍ରତ ସାହୁ କହିଛନ୍ତି, "ରାଜ୍ୟରେ ନିର୍ବାଚନରେ କୌଣସି ହିଂସାକାଣ୍ଡ ଘଟିନାହିଁ । ରାଜ୍ୟରେ ଶାନ୍ତି ଶୃଙ୍ଖଳାର ସହିତ ଏଯାବତ ମତଦାନ ଜାରି ରହିଛି ।"

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.