ETV Bharat / bharat

ପରଦା ନୁହେଁ ମଇଦାନରେ ଭାଗ୍ୟ ପରୀକ୍ଷା, ନିର୍ବାଚନ ଲଢୁଛନ୍ତି ଏସବୁ ଷ୍ଟାର - FILM STARS LOK SABHA ELECTION

author img

By ETV Bharat Odisha Team

Published : Apr 24, 2024, 9:03 PM IST

Film Stars Contest Lok Sabha Election: ଲୋକସଭା ନିର୍ବାଚନ ୨୦୨୪ ପାଇଁ ସାରା ଦେଶରେ ରାଜନୈତିକ ମାହୋଲ ସରଗରମ ରହିଛି । ଇତି ମଧ୍ୟରେ ବର୍ତ୍ତମାନ ସବୁ ଦଳ ନିଜର ପ୍ରାର୍ଥୀ ଘୋଷଣା କରିସାରିଥିବା ବେଳେ ନିର୍ବାଚନୀ ପ୍ରଚାର ଜୋରସୋରରେ ଚାଲିଛି । ତେବେ ଏଥର ନିର୍ବାଚନ ମୈଦାନକୁ ଓହ୍ଲାଇଛନ୍ତି ନାମଦାମୀ ଫିଲ୍ମ ତାରକା ବା କଳାକାର । ତେବେ କେଉଁ ତାରକା କେଉଁ ଆସନରୁ ଏବଂ କେଉଁ ଦଳର ପ୍ରାର୍ଥୀ ଭାବେ ଟିକେଟ ପାଇଛନ୍ତି ? ଜାଣନ୍ତୁ

ଲୋକସଭା ନିର୍ବାଚନ ଲଢିବେ ଏହି ଫିଲ୍ମ ତାରକା, ଏହି ଆସନରୁ ପାଇଛନ୍ତି ଟିକେଟ୍

ହାଇଦ୍ରାବାଦ: ଦେଶର 543 ସଂସଦୀୟ ନିର୍ବାଚନମଣ୍ଡଳୀରେ ସାତୋଟି ପର୍ଯ୍ୟାୟରେ ନିର୍ବାଚନ ହେବ । ପ୍ରଥମ ପର୍ଯ୍ୟାୟ ପାଇଁ ଭୋଟ ଏପ୍ରିଲ ୧୯ରେ ଅନୁଷ୍ଠିତ ହୋଇଥିବା ବେଳେ ପରବର୍ତ୍ତୀ ପର୍ଯ୍ୟାୟ ୨୬ ଏପ୍ରିଲ, ମେ ୭, ମେ ୧୩, ମେ ୨୦ ଏବଂ ୨୫ ଏବଂ ଜୁନ୍ ୧ ପାଇଁ ଧାର୍ଯ୍ୟ କରାଯାଇଛି । ଜୁନ୍ ୪ରେ ଲୋକସଭା ନିର୍ବାଚନ ଫଳାଫଳ ଘୋଷଣା କରାଯିବ । ତେବେ ଏନେଇ ସମସ୍ତ ଦଳ ନିଜ ଲୋକସଭା ପାଇଁ ପ୍ରାର୍ଥୀ ଘୋଷଣା କରିଥିବା ବେଳେ ବର୍ତ୍ତମାନ ପ୍ରଚାରରେ କମ୍ପୁଛି ମୈଦାନ । ତେବେ ଚଳିତ ଥର ଅନେକ ଫିଲ୍ମ ତାରକା ପ୍ରାର୍ଥୀ ଭାବେ ଲୋକସଭା ନିର୍ବାଚନ ଲଢିବାକୁ ଯାଉଛନ୍ତି । ତେବେ କେଉଁ ପ୍ରାର୍ଥୀ କେଉଁ ଆସନରୁ ଏବଂ କେଉଁ ଦଳରୁ ପ୍ରାର୍ଥୀ ଭାବେ ନିର୍ବାଚନ ଲଢୁଛନ୍ତି ? ଜାଣନ୍ତୁ

ବିଜେପି ପକ୍ଷରୁ ଷ୍ଟାର ପ୍ରାର୍ଥୀଙ୍କ ତାଲିକା:

ହେମା ମାଲିନୀ
ହେମା ମାଲିନୀ

ହେମାମାଳିନୀ: ବଲିଉଡର ଲୋକପ୍ରିୟ ଅଭିନେତ୍ରୀ ବା 'ଡ୍ରିମ ଗାର୍ଲ' ତଥା ବିଜେପି ସାଂସଦ ହେମାମାଳିନୀ ମଧ୍ୟ ପୂର୍ବ ଥରି ପରି ଏଥର ଉତ୍ତର ପ୍ରଦେଶର ମଥୁରା ଆସନରୁ ନିର୍ବାଚନ ଲଢୁଛନ୍ତି । 2014ରେ ନିର୍ବାଚନୀ ଏଣ୍ଟ୍ରି ମାରିଥିବା ହେମାମାଳିନୀ 2019ରେ ମଧ୍ୟ ଏହି ଆସନରେ ବିଜୟ ଲାଭ କରିଥିଲେ । ଏହା ତାଙ୍କର ମଥୁରାରୁ ତୃତୀୟ କ୍ରମାଗତ ପ୍ରତିଦ୍ବନ୍ଦ୍ବିତା । 209 ରେ ସେ ଆରଏଲଡି ପ୍ରାର୍ଥୀ କନଓ୍ବାର ନରେନ୍ଦ୍ର ସିଂଙ୍କୁ ପ୍ରାୟ 3 ଲକ୍ଷ ଭୋଟ ବ୍ୟବଧାନରେ ପରାସ୍ତ କରିଥିଲେ ।

ଅରୁଣ ଗୋଭିଲ
ଅରୁଣ ଗୋଭିଲ

ଅରୁଣ ଗୋଭିଲ: 90 ଦଶକର ଲୋକପ୍ରିୟ ପୌରାଣିକ ଧାରାବାହିକ ‘ରାମାୟଣ’ରେ ମୁଖ୍ୟ ଚରିତ୍ରରେ ଅଭିନୟ କରି ସାରା ଦେଶରେ ପରିଚୟ ପାଇଥିବା ଅଭିନେତା ଅରୁଣ ଗୋଭିଲ ଉତ୍ତର ପ୍ରଦେଶର ମେରଟ ଆସନରୁ ଚଳିତଥର ବିଜେପି ଟିକେଟରେ ନିର୍ବାଚନ ଲଢୁଛନ୍ତି । ତାଙ୍କ ପାଇଁ ପ୍ରଧାନମନ୍ତ୍ରୀ ମୋଦି ମଧ୍ୟ ପ୍ରଚାର କରିସାରିଛନ୍ତି । 2019ରେ ଏହି ଆସନରେ ବିଜେପି ପ୍ରାର୍ଥୀ ରାଜେନ୍ଦ୍ର ଅଗ୍ରଓ୍ବଲ ବିଏସପି ପ୍ରାର୍ଥୀ ହାଜି ମହମ୍ମଦ ୟାକୁବଙ୍କୁ ରେକର୍ଡ ସଂଖ୍ୟକ 5 ଲକ୍ଷରୁ ଅଧିକ ଭୋଟରେ ପରାସ୍ତ କରିଥିଲେ । ଏଥର ମଧ୍ୟ ଏହି ବ୍ୟବଧାନ ସହ ଅରୁଣଙ୍କୁ ବିଜୟୀ କରିବା ପାଇଁ ଦଳ ରୋଡମ୍ୟାପ ପ୍ରସ୍ତୁତ କରିଛି ।

କଙ୍ଗନା ରାଣାୱତ: ନିର୍ବାଚନରେ ଷ୍ଟାର ତାଲିକା ନାଁରେ କଙ୍ଗନା ରାଣାୱତଙ୍କ ନାଁ ମଧ୍ୟ ସାମିଲ । ନିଜ ଅଭିନୟ ତଥା ନିଜ ବିବାଦୀୟ ବୟାନ ପାଇଁ ସର୍ବଦା ଲାଇମଲାଇଟରେ ରହୁଥିବା ବଲିଉଡ କୁଇନ ମଧ୍ୟ ଏଥର ଲୋକସଭା ନିର୍ବାଚନ ଲଢୁଛନ୍ତି । ସେ ଏଠାରୁ ନିଜ ରାଜନୀତି କ୍ୟାରିଅର ଆରମ୍ଭ କରିଥିବା ବେଳେ ହିମାଚଳ ପ୍ରଦେଶର ମଣ୍ଡିରୁ ବିଜେପି ପ୍ରାର୍ଥୀ ଭାବେ ଲଢିବେ କୁଇନ । ଏଥିସହ କଙ୍ଗନାଙ୍କୁ ପ୍ରଥମ ଥର ପାଇଁ ବିଜେପି ଟିକଟ ମିଳିଛି । ବର୍ତ୍ତମାନ ଅଭିନେତ୍ରୀ ଫିଲ୍ମ ପରେ ଏବେ ପ୍ରଚାର ମୈଦାନରେ ନିଜ ଜଲୱା ଦେଖାଉଛନ୍ତି ।

ରବି କିଶନ
ରବି କିଶନ

ରବି କିଶନ: ଅଭିନେତା ରବି କିଶନ ଯାହାଙ୍କୁ ଭୋଜପୁରୀ ସିନେମାର ଅମିତାଭ ବଚ୍ଚନ ବୋଲି କୁହାଯାଏ । ସେ କେବଳ ଭୋଜପୁରୀ ନୁହଁ ବରଂ ଅନେକ ହିନ୍ଦୀ ସିନେମାରେ ମଧ୍ୟ ନିଜର ଜଲୱା ଦେଖାଇଛନ୍ତି । ତେବେ ବର୍ତ୍ତମାନ ସେ ରାଜନୀତିରେ ବେଶ ସକ୍ରିୟ ରହିଛନ୍ତି । ୨୦୧୯ ଲୋକସଭା ନିର୍ବାଚନରେ ​​ରବି କିଶନ ଉତ୍ତରପ୍ରଦେଶର ଗୋରଖପୁର ଆସନରୁ ଜିତିଥିଲେ । ତେବେ ବିଜେପି ତାଙ୍କୁ ପୁଣି ଥରେ ଟିକଟ ଦେଇଛି । ଅଭିନେତା ପୁଣି ଗୋରଖପୁରରୁ ଲୋକସଭା ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି ।

ମନୋଜ ତିୱାରୀ
ମନୋଜ ତିୱାରୀ

ମନୋଜ ତିୱାରୀ: ମନୋଜ ତିୱାରୀ ଜଣାଶୁଣା ଗାୟକ ଏବଂ ଅଭିନେତା । ସେ ମଧ୍ୟ ରାଜନୀତିରେ ବେଶ ସକ୍ରିୟ ରହିଛନ୍ତି । ୨୦୧୪ ଏବଂ ୨୦୧୯ରେ ଉତ୍ତର-ପୂର୍ବ ଦିଲ୍ଲୀ ଲୋକସଭା ଆସନରୁ ନିର୍ବାଚନ ଜିତିଥିଲେ । ୨୦୧୪ରେ, ତିୱାରୀ ଆମ୍ ଆଦମୀ ପାର୍ଟିର ଆନନ୍ଦ କୁମାରଙ୍କୁ ପରାସ୍ତ କରି ସେ ବିଜୟ ହୋଇଥିଲେ । ୨୦୧୯ରେ, ସେ ଦ୍ୱିତୀୟ ଥର ପାଇଁ ଏଠାରୁ ଜିତିଥିଲେ । ତେବେ ଦୁଇ ଦୁଇ ଥର ବିଜୟ ହାସଲ କରିଥିବା ବେଳେ ଏବେ ବିଜେପି ପୁଣି ତାଙ୍କୁ ଟିକଟ ଦେଇଛି । ସେ ପୁଣି ଉତ୍ତର-ପୂର୍ବ ଦିଲ୍ଲୀ ଲୋକସଭା ଆସନରୁ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି ।

କହିରଖୁଛୁ କି, ଏହି ସମସ୍ତ ତାରକାଙ୍କ ବିଜେପି ପ୍ରାର୍ଥୀ ଭାବେ ଟିକେଟ ଦେଇଥିବା ବେଳେ ଏହି କ୍ରମରେ ଆଜମଗଡ଼ରୁ ମାଲାୟାଲମ ଫିଲ୍ମ ତାରକା ଦିନେଶ ଲାଲ ୟାଦବ, ସୁରେଶ ଗୋପି ତ୍ରିଶୁରରୁ, ଭିରୁଧୁନଗରରୁ ରାଧିକା ଶରତକୁମାର ଏବଂ ବଙ୍ଗଳା ଫିଲ୍ମ ତାରକା ଲୋକେଟ ଚାଟାର୍ଜୀ ହୁଗୁଳିରୁ ଲୋକସଭା ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି ।

ଟିଏମସି ପକ୍ଷରୁ ଷ୍ଟାର ପ୍ରାର୍ଥୀଙ୍କ ତାଲିକା:

ରଚନା ବାନାର୍ଜୀ
ରଚନା ବାନାର୍ଜୀ

ରଚନା ବାନାର୍ଜୀ: ପ୍ରଥମେ ବଙ୍ଗଳା, ପରେ ଓଡ଼ିଆ ଏବଂ ବଲିଉଡରେ ନିଜ ଦମଦାର ଅଭିନୟରେ ଲୋକଙ୍କ ମନରେ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିଥିବା ଅଭିନେତ୍ରୀ ରଚନା ବାନାର୍ଜୀ ଏବେ ରାଜନୀତିରେ ପାଦ ଥାପିଛନ୍ତି । ରଚନା ବାନାର୍ଜୀ ଏଥର ନିର୍ବାଚନ ମୈଦାନରେ ଡେବ୍ୟୁ କରିବାକୁ ଯାଉଛନ୍ତି । ସେ ନିଜ ଗୃହରାଜ୍ୟ ପଶ୍ଚିମବଙ୍ଗରୁ ଲୋକସଭା ନିର୍ବାଚନ ଲଢିବେ । ଶାସକ ତୃଣମୂଳ କଂଗ୍ରେସ ଟିଏମସି ତାଙ୍କୁ ହୁଗୁଳି ଲୋକସଭା ଆସନରୁ ଟିକେଟ ଦେଇଥିବା ବେଳେ ପ୍ରସ୍ତୁତି ଆରମ୍ଭ କରିଛନ୍ତି ଅଭିନେତ୍ରୀ ।

ଶତ୍ରୁଘ୍ନ ସିହ୍ନା
ଶତ୍ରୁଘ୍ନ ସିହ୍ନା

ଶତ୍ରୁଘ୍ନ ସିହ୍ନା: ବଲିଉଡର ଭେଟେରାନ ଅଭିନେତା ଶତ୍ରୁଘ୍ନ ସିହ୍ନା ନିଜ ଅଭିନୟରେ ଲୋକ ମନ ଜିତିଛନ୍ତି । ତାଙ୍କ ଲୋକପ୍ରିୟ ଡାଇଲଗ 'ଖାମୋସ' ଆଜି ବି ଲୋକଙ୍କ ମନରେ ସ୍ମୃତି ହୋଇରହିଛି । ତେବେ ଅଭିନେତା ରାଜନେତା ଭାବେ ମଧ୍ୟ ବେଶ ଜଣାଶୁଣା । ସେପଟେ ଟିଏମସି ପକ୍ଷରୁ ଲୋକସଭା ପ୍ରାର୍ଥୀ ଭାବେ ଲଢୁଛନ୍ତି ଶତ୍ରୁଘ୍ନ ସିହ୍ନା । ପଶ୍ଚିମବଙ୍ଗ ଆସାନସୋଲରୁ ମମତା ବାନାର୍ଜୀ ସରକାର ପକ୍ଷରୁ ସେ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ପ୍ରସ୍ତୁତ ଅଛନ୍ତି । ସେହିପରି ବଙ୍ଗଳୀ ଷ୍ଟାର ସାୟୋନୀ ଘୋଷ ଟିଏମସି ପକ୍ଷରୁ ଯାଦବପୁର ଲୋକସଭା ଆସନରୁ ଟିକଟ ପାଇଥିବା ସତ୍ୟବାଦୀ ରୟ ବୀରଭୂମ ଆସନରୁ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି ।

ମନୋଜ ମିଶ୍ର: ଲୋକସଭା ପାଇଁ ଷ୍ଟାର ପ୍ରାର୍ଥୀଙ୍କ ତାଲିକାରେ ମନୋଜ ମିଶ୍ରଙ୍କ ନାଁ ମଧ୍ୟ ସାମିଲ । ଓଡ଼ିଆ ଏବଂ ସମ୍ୱଲପୁରୀ ଫିଲ୍ମରେ ନିଜର ଅଭିନୟର ଯାଦୁ ଦେଖାଇଥିବା ଅଭିନେତା ମନୋଜ ମିଶ୍ର ଏବେ ରାଜନୀତିରେ ନିଜର ଜଲୱା ଦେଖାଇବାକୁ ଯାଉଛନ୍ତି । ସେ ନିକଟରେ କଂଗ୍ରେସରେ ମିଶିଥିବା ବେଳେ ବଲାଙ୍ଗୀର ସଂସଦୀୟ କ୍ଷେତ୍ର ପାଇଁ ଦଳ ଅଭିନେତା ମନୋଜ ମିଶ୍ରଙ୍କୁ ସାଂସଦ ପ୍ରାର୍ଥୀ ଭାବେ ଟିକଟ ଦେଇଛି ।

ଏହା ମଧ୍ୟ ପଢନ୍ତୁ: ମହାସମର 2024: ଦ୍ବିତୀୟ ପର୍ଯ୍ୟାୟରେ 13 ରାଜ୍ୟର 88 ଆସନରେ ଭୋଟିଂ; ରାହୁଲ-ହେମାମାଳିନୀ-ଓମ୍ ବିର୍ଲାଙ୍କର ହେବ ଭାଗ୍ୟ ପରୀକ୍ଷା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.