ETV Bharat / bharat

କାଲି ଆସିବ ଜନାଦେଶ, ଆଜି ମଧ୍ୟାହ୍ନରେ ପ୍ରେସମିଟ କରିବେ ନିର୍ବାଚନ ଆୟୁକ୍ତ - election results 2024

author img

By ETV Bharat Odisha Team

Published : Jun 3, 2024, 8:15 AM IST

lok sabha election 2024: ଆସନ୍ତାକାଲି ଭୋଟ ଗଣତି । ଆଜି ମଧ୍ୟାହ୍ନରେ ନିର୍ବାଚନ ଆୟୁକ୍ତ ଡାକିଲେ ପ୍ରେସମିଟ୍‌ । ଜୁନ ପହିଲାରେ ଶେଷ ହୋଇଥିଲା ଅନ୍ତିମ ପର୍ଯ୍ୟାୟ ଭୋଟିଂ । ଅଧିକ ପଢନ୍ତୁ

କାଲି ଗଣତି, ଆଜି ମଧ୍ୟାହ୍ନରେ ପ୍ରେସମିଟ କରିବେ ନିର୍ବାଚନ ଆୟୁକ୍ତ
କାଲି ଗଣତି, ଆଜି ମଧ୍ୟାହ୍ନରେ ପ୍ରେସମିଟ କରିବେ ନିର୍ବାଚନ ଆୟୁକ୍ତ (ETV Bharat Odisha)

ହାଇଦ୍ରାବାଦ: ଆସନ୍ତାକାଲି (ମଙ୍ଗଳବାର) ଦେଶରେ ସାଧାରଣ ନିର୍ବାଚନ ଫଳାଫଳ ପ୍ରକାଶ ପାଇବ । ଏହା ପୂର୍ବରୁ ଗଣତି ପ୍ରକ୍ରିୟାକୁ ବ୍ୟବସ୍ଥିତ ଢଙ୍ଗରେ ଶେଷ କରିବା ପାଇଁ ନିର୍ବାଚନ କମିଶନ ପକ୍ଷରୁ ସମସ୍ତ ବ୍ୟବସ୍ଥା ଗ୍ରହଣ କରାଯାଇଛି । ଆସନ୍ତାକାଲି ସକାଳୁ ବିଭିନ୍ନ ଜିଲ୍ଲା ମୁଖ୍ୟାଳୟରେ ହୋଇଥିବା ଷ୍ଟ୍ରଙ୍ଗରୁମରେ ଗଣତି ଆରମ୍ଭ ହେବ । ସାଧାରଣ ନିର୍ବାଚନ ସହ 2ରାଜ୍ୟ, ଓଡିଶା ଓ ଆନ୍ଧ୍ର ପ୍ରଦେଶ ପାଇଁ ବିଧାନସଭା ନିର୍ବାଚନ ଫଳାଫଳ ପ୍ରକାଶ ପାଇବ । ତେବେ ଏହି ମେଗା-ଇଭେଣ୍ଟ ପୂର୍ବରୁ ଆଜି ମଧ୍ୟାହ୍ନରେ ଭାରତୀୟ ନିର୍ବାଚନ କମିଶନ ଏକ ପ୍ରେସମିଟ କରିବାକୁ ଯାଉଛନ୍ତି । ଦିଲ୍ଲୀରେ ହେବାକୁ ଥିବା ଏହି ପ୍ରେସମିଟରେ ସାରା ଦେଶର ଶତାଧିକ ଗଣମାଧ୍ୟମ ଟିମ୍‌ ଉପସ୍ଥିତ ରହିବେ ।

ତେବେ ଏହା ପ୍ରଥମ ଥର ଗଣତି ପ୍ରକ୍ରିୟା ଶେଷ ହେବା ପୂର୍ବରୁ ନିର୍ବାଚନ କମିଶନ କୌଣସି ପ୍ରେସମିଟ୍‌ ଆୟୋଜନ କରୁଛନ୍ତି । ନିର୍ବାଚନ, ମତଦାନ ସମ୍ପର୍କିତ ତଥ୍ୟ ଓ ଗଣତି ପ୍ରକ୍ରିୟା ପ୍ରସ୍ତୁତି ସମ୍ପର୍କିତ ତଥ୍ୟ ରଖିବା ସହ ଗଣମାଧ୍ୟମ ପ୍ରଶ୍ନର ଉତ୍ତର ରଖିବେ ନିର୍ବାଚନ କମିଶନ । ମୁଖ୍ୟ ନିର୍ବାଚନ ଆୟୁକ୍ତ ରାଜୀବ କୁମାରଙ୍କ ସହ ଅନ୍ୟ ଦୁଇ ଆୟୁକ୍ତଙ୍କ ସମେତ ଅନ୍ୟ ବରିଷ୍ଠ ନିର୍ବାଚନ ଅଧିକାରୀ ମଧ୍ୟ ଏହି ଉଚ୍ଚସ୍ତରୀୟ ପ୍ରେସମିଟରେ ଅଂଶଗ୍ରହଣ କରିବେ ।

ଏପ୍ରିଲ 19ରେ ଆରମ୍ଭ ହୋଇଥିବା ମତଦାନ ପ୍ରକ୍ରିୟା 7ମ ପର୍ଯ୍ୟାୟରେ ଶେଷ ହୋଇସାରିଛି । ସାଧାରଣ ନିର୍ବାଚନ ସହ 4 ରାଜ୍ୟ ଆନ୍ଧ୍ର, ଓଡିଶା, ଅରୁଣାଚଳ ଓ ସିକ୍କମି ବିଧାନସଭା ନିର୍ବାଚନ ପାଇଁ ମଧ୍ୟ ମତଦାନ ହୋଇଥିଲା । ଶେଷ ପର୍ଯ୍ୟାୟରେ ଓଡିଶାର 6 ଲୋକସଭା ଓ 42 ଆସନରେ ଭୋଟଗ୍ରହଣ ହୋଇଥିଲା । ଭୋଟିଂ ଶେଷ ହେବା ପରେ ଜୁନ ପହିଲା ସଂଧ୍ୟାରେ ବିଭିନ୍ନ ଗଣମାଧ୍ୟମ ସଂସ୍ଥା ଦ୍ବାରା ବୁଥବାହୁଡା ମତ ବା ‘ଏକଜିଟ ପୋଲ’ ମଧ୍ୟ ପ୍ରକାଶ ପାଇସାରିଛି । ଏକାଧିକ ଜାତୀୟ ସଂସ୍ଥା ଭାରତୀୟ ଜନତା ପାର୍ଟି (ବିଜେପି) ନେତୃତ୍ବାଧୀନ ଏନଡିଏ ମଣ୍ଟକୁ ପ୍ରାୟ 350ରୁ 380 ପର୍ଯ୍ୟନ୍ତ ଆସନ ଦେଇଛନ୍ତି । କଂଗ୍ରେସ ନେତୃତ୍ବାଧୀନ ‘ଇଣ୍ଡିଆ’ ମେଣ୍ଟ ମାତ୍ର 150ରୁ 170 ଆସନ ପାଇବା ନେଇ ବିଭିନ୍ନ ସଂସ୍ଥାର ଆକଳନ କହୁଛି ।

ଏହା ମଧ୍ୟ ପଢନ୍ତୁ :- ତିହାର ଜେଲ ଫେରୁଛନ୍ତି କେଜ୍ରିୱାଲ, ନେଲେ ପିତାମାତାଙ୍କ ଆଶୀର୍ବାଦ - Kejriwal Returning Tihar Jail

ତେବେ ଆସନ୍ତାକାଲି (ମଙ୍ଗଳବାର) ସକାଳୁ ସାରା ଦେଶରେ ଭୋଟ ଗଣତି ପ୍ରକ୍ରିୟା ଆରମ୍ଭ ହେବ । ପର୍ଯ୍ୟାୟକ୍ରମିକ ଫଳାଫଳ ଆଧାରରେ ପ୍ରାୟ ଅପରାହ୍ନ ସୁଦ୍ଧା କେନ୍ଦ୍ର ଓ ରାଜ୍ୟରେ ସଂଖ୍ୟା ଗରିଷ୍ଠତା ନେଇ ଚିତ୍ର ସ୍ପଷ୍ଟ ହୋଇପାରେ । ସଂଧ୍ୟା ସୁଦ୍ଧା ନିର୍ବାଚନ କମିଶନ ଆନୁଷ୍ଠାନିକ ଭାବେ ଫଳାଫଳ ଘୋଷଣା କରିପାରନ୍ତି । ଆସନ୍ତାକାଲି ପାଇଁ ସମଗ୍ର ଦେଶରେ ଉତ୍ସାହ ଦେଖିବାକୁ ମିଳିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.