ETV Bharat / bharat

କେଜ୍ରିଓ୍ୱାଲଙ୍କ ପୂର୍ବରୁ କେଉଁ ମୁଖ୍ୟମନ୍ତ୍ରୀ ଦୁର୍ନୀତି ମାମଲାରେ ହୋଇଛନ୍ତି ଗିରଫ ? - Chief Ministers Arrest List - CHIEF MINISTERS ARREST LIST

Chief Ministers Arrest List: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ୱାଲଙ୍କ ପୂର୍ବରୁ ଆଉ କେଉଁ କେଉଁ ମୁଖ୍ୟମନ୍ତ୍ରୀ ଦୁର୍ନୀତି ମାମଲାରେ ହୋଇଛନ୍ତି ଗିରଫ । ନଜର ପକାନ୍ତୁ ଏହି ରିପୋର୍ଟ ଉପରେ ।

Chief Ministers Arrest list:
Chief Ministers Arrest list:
author img

By ETV Bharat Odisha Team

Published : Mar 22, 2024, 2:15 PM IST

ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆମ ଆଦମୀ ପାର୍ଟି ସୁପ୍ରିମୋ ଅରବିନ୍ଦ କେଜ୍ରିଓ୍ୱାଲଙ୍କ ଗିରଫଦାରୀକୁ ନେଇ ସାରା ଦେଶର ରାଜନୈତିକ ପାଣିପାଗ ବେଶ ସରଗରମ ରହିଛି । ଗୁରୁବାର ଦିନ ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲାରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କୁ ଗିରଫ କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ED) । ନିର୍ବାଚନ ପୂର୍ବରୁ ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ ଗିରଫକୁ ଆପ ନେତା ସମେତ ଇଣ୍ଡିଆ ମେଣ୍ଟ ମଧ୍ୟ ବିରୋଧ କରିଛି । ଏହାପୂର୍ବରୁ ଏକାଧିକ ମୁଖ୍ୟମନ୍ତ୍ରୀ ତଥା କେନ୍ଦ୍ରମନ୍ତ୍ରୀ ଗିରଫଦାରୀ ଘଟଣା ସାମ୍ନାକୁ ଆସିଥିଲେ ମଧ୍ୟ ଅରବିନ୍ଦ କେଜ୍ରିଓ୍ୱାଲ ହେଉଛନ୍ତି ପ୍ରଥମ ମୁଖ୍ୟମନ୍ତ୍ରୀ ଯିଏ ଦାୟିତ୍ୱରେ ଥିବା ସମୟରେ କୌଣସି ଏକ ଦୁର୍ନୀତି ମାମଲାରେ ଗିରଫ ହୋଇଛନ୍ତି । ନଜର ପକାନ୍ତୁ ଏହା ପୂର୍ବରୁ ଆଉ କେଉଁ କେଉଁ ମୁଖ୍ୟମନ୍ତ୍ରୀଙ୍କୁ ଗିରଫଦାରୀର ସାମ୍ନା କରିବାକୁ ପଡିଛି ।

ଝାଡ଼ଖଣ୍ଡ ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ: ଅରବିନ୍ଦ କେଜ୍ରିଓ୍ୱାଲଙ୍କ ଗିରଫ ପୂର୍ବରୁ ଚଳିତ ବର୍ଷ ଜାନୁଆରୀ 31 ତାରିଖରେ ଝାଡଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଝାଡଖଣ୍ଡ ମୁକ୍ତି ମୋର୍ଚ୍ଚା (ଜେଏମଏମ)ର କାର୍ଯ୍ୟନିର୍ବାହୀ ସଭାପତି ହେମନ୍ତ ସୋରେନ, ଜମି କିଣାବିକାରେ ଟଙ୍କା ହେରଫେର ମାମଲାରେ ଇଡି ଦ୍ୱାରା ଗିରଫ ହୋଇଛନ୍ତି । ସେ ବର୍ତ୍ତମାନ ସୁଦ୍ଧା ଜେଲରେ ଅଛନ୍ତି । ମୁଖ୍ୟମନ୍ତ୍ରୀ ପଦବୀରୁ ଇସ୍ତଫା ଦେବା ପରେ ପରେ ତାଙ୍କୁ ଗିରଫ କରିଥିଲା ଇଡି । ତାଙ୍କ ପରେ ଚମ୍ପାଇ ସୋରେନ ଝାଡଖଣ୍ଡ ମୁଖ୍ୟମନ୍ତ୍ରୀ ଦାୟିତ୍ୱ ତୁଲାଉଛନ୍ତି ।

ତାମିଲନାଡୁ ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ୱର୍ଗତ ଜେ ଜୟଲଳିତା: ତାମିଲନାଡୁର ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ୱର୍ଗତ ଜେ ଜୟଲଳିତା ଗିରଫ ହୋଇଥିଲେ । ସେ ପ୍ରଥମ ମୁଖ୍ୟମନ୍ତ୍ରୀ ଯିଏ ମୁଖ୍ୟମନ୍ତ୍ରୀ ଥିବା ସମୟରେ ଦୁର୍ନୀତି ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିଲେ ଏବଂ ପରେ ଗିରଫଦାରୀର ସାମ୍ନା କରିଥିଲେ । ଡିଏମକେ ତାମିଲନାଡୁରେ ସରକାର ଚଳାଉଥିବା ସମୟରେ ଜୟଲଳିତା ଗିରଫ ହୋଇଥିଲେ । ଜୟଲଳିତା ପ୍ରଥମ ମୁଖ୍ୟମନ୍ତ୍ରୀ ଅଟନ୍ତି ଯିଏ 2014 ମସିହାରେ ବେଙ୍ଗାଲୁରୁ କୋର୍ଟ ଦ୍ୱାରା ଏକ ଆୟ ବହିର୍ଭୁତ ସଂପତ୍ତି ଠୁଳ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିଲେ । ଏହାପରେ ତାଙ୍କୁ ବିଧାୟକ ପଦବୀରୁ ଅଯୋଗ୍ୟ ଘୋଷଣା କରାଯାଇଥିଲା ଓ ତାଙ୍କୁ ମୁଖ୍ୟମନ୍ତ୍ରୀ ପଦବୀ ହରାଇବାକୁ ପଡ଼ିଥିଲା ।

ବିହାର ପୂର୍ବତନ ମୁଖ୍ୟମନ୍ତ୍ରୀ ଲାଲୁ ପ୍ରସାଦ ଯାଦବ: 1997 ଜୁଲାଇ ମାସରେ ବିହାର ତତ୍କାଳୀନ ମୁଖ୍ୟମନ୍ତ୍ରୀ ତଥା ରାଷ୍ଟ୍ରୀୟ ଜନତା ଦଳ ସୁପ୍ରିମୋ ଲାଲୁ ପ୍ରସାଦ ଯାଦବଙ୍କୁ ଚାରା ଘୋଟାଲା ମାମଲାରେ ଗିରଫ ଓ୍ୱାରେଣ୍ଟ୍ ଆସିଥିଲା । ଇସ୍ତଫା ଦେବା ନେଇ ବିରୋଧିମାନଙ୍କ ଜୋରଦାର ବିରୋଧ ପରେ ମୁଖ୍ୟମନ୍ତ୍ରୀ ପଦବୀରୁ ଇସ୍ତଫା ଦେଇଥିଲେ ଲାଲୁ ପ୍ରସାଦ । ଏହାପରେ ତାଙ୍କ ପତ୍ନୀ ରାବଡୀ ଦେବୀଙ୍କୁ ମୁଖ୍ୟମନ୍ତ୍ରୀ ଦାୟିତ୍ୱ ଗ୍ରହଣ କରିଥିଲେ । ଚାରା ଘୋଟାଲା ମାମଲାରେ ଗିରଫ ହୋଇଥିଲେ ଲାଲୁ ପ୍ରାସଦ ଯାଦବ ।

ଝାଡ଼ଖଣ୍ଡ ପୂର୍ବତନ ମୁଖ୍ୟମନ୍ତ୍ରୀ ମଧୁ କୋଡ଼ା: ଝାଡ଼ଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ମଧୁ କୋଡା ମନି ଲଣ୍ଡରିଂ ମାମଲାରେ 2009 ମସିହାରେ ଗିରଫ ହୋଇଥିଲେ । ସେ ମୁଖ୍ୟମନ୍ତ୍ରୀ ଦାୟିତ୍ୱରେ ଥିବା ସମୟରେ କୋଇଲା ଏବଂ ଖଣି ବ୍ଲକ ଆବଣ୍ଟନ ପାଇଁ ଲାଞ୍ଚ ନେଇଥିବା ନେଇ ଇଡି ଓ ସିବିଆଇ ଅଭିଯୋଗ ଆଣିଥିଲେ ।

ଏହାମଧ୍ୟ ପଢନ୍ତୁ.. ଦାୟିତ୍ବରେ ଥାଇ ଗିରଫ ହେବାରେ ପ୍ରଥମ ମୁଖ୍ୟମନ୍ତ୍ରୀ କେଜ୍ରିୱାଲ, ଆଜି ଦେଶବ୍ୟାପୀ ପ୍ରତିବାଦ କରିବ ଆପ୍‌ - AAP Announces Nationwide Protest

ହରିୟାଣା ପୂର୍ବତନ ମୁଖ୍ୟମନ୍ତ୍ରୀ ଓମ୍ ପ୍ରକାଶ ଚୌତାଲା: ହରିୟାଣା ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଇଣ୍ଡିଆନ ନ୍ୟାସନାଲ ଲୋକ ଦଳ (ଆଇଏନଏଲଡି) ମୁଖ୍ୟ ଓମ ପ୍ରକାଶ ଚୌତାଲା 2000 ମସିହାରେ ଶିକ୍ଷକ ନିଯୁକ୍ତିରେ ଘୋଟାଲା ମାମଲାରେ ଛନ୍ଦି ହୋଇଥିଲେ । ଏହାପରେ ମାମଲାର ତଦନ୍ତ କରାଯାଇ ଶେଷରେ 2013 ମସିହାରେ ଓମ ପ୍ରକାଶ ଚୌତାଲା ଓ ତାଙ୍କ ପୁଅ ଅଜୟ ଚୌତାଲାଙ୍କୁ ଏହି ମାମଲାରେ ଦୋଷୀ ସାବ୍ୟସ୍ତ କରି 10 ବର୍ଷ କାରାଦଣ୍ଡାଦେଶ ଶୁଣାଇଥିଲେ କୋର୍ଟ ।

ଆନ୍ଧ୍ରପ୍ରଦେଶ ପୂର୍ବତନ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ: ଆନ୍ଧ୍ରପ୍ରଦେଶ ପୂର୍ବତନ ତଥା ତେଲୁଗୁ ଦେଶମ ପାର୍ଟି ମୁଖ୍ୟ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ 2023 ମସିହା ସେପ୍ଟେମ୍ୱର 9 ତାରିଖରେ ଗିରଫ ହୋଥିଲେ । ଦକ୍ଷତା ବିକାଶ ଯୋଜନାରେ ଦୁର୍ନୀତି ମାମଲାରେ ଗିରଫ ହୋଇ ଜେଲରେ ଥିବା ବେଳେ ଏବେ ଅନ୍ତରୀଣ ଜାମିନ ବଳରେ ବାହାରେ ଅଛନ୍ତି ଚନ୍ଦ୍ରବାବୁ ନାଇଡୁ ।

ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶିବୁ ସୋରେନ: ଝାଡଖଣ୍ଡ ମୁକ୍ତି ମୋର୍ଚ୍ଚା (ଜେଏମଏମ) ମୁଖ୍ୟ ତଥା ହେମନ୍ତ ସୋରେନଙ୍କ ବାପା ଶିବୁ ସୋରେନ ମଧ୍ୟ 2006 ଡିସେମ୍ବର ମାସରେ ମନମୋହନ ସିଂହଙ୍କ ସରକାରରେ କେନ୍ଦ୍ରମନ୍ତ୍ରୀ ଥିବା ସମୟରେ ଅପହରଣ ଓ ହତ୍ୟା ମାମଲାରେ ତାଙ୍କ ନିକଟରୁ ଆରେଷ୍ଟ ଓ୍ୱାରେଣ୍ଟ ଜାରି କରାଯାଇଥିଲା । ଜେଲ ଯିବା ପୂର୍ବରୁ ସେ କେନ୍ଦ୍ରମନ୍ତ୍ରୀ ପଦବୀରୁ ଇସ୍ତଫା ଦେଇଥିଲେ । ତେବେ ପରବର୍ତ୍ତୀ ସମୟରେ ଶିବୁ ପ୍ରମାଣ ଅଭାବରୁ ନିର୍ଦ୍ଦୋଷ ସାବ୍ୟସ୍ତ ହୋଇଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.